ପୋଷ୍ଟ କରାଯିବା ଦିନାଙ୍କ:
17 OCT 2023 12:04PM by PIB Bhubaneswar
ଦେଶବ୍ୟାପୀ ଅମୃତ କଳସ ଯାତ୍ରା ସହିତ ‘ମେରି ମାଟି ମେରା ଦେଶ' (ଏମ୍ଏମ୍ଏମ୍ଡି) ଅଭିଯାନ ଶେଷ ପର୍ଯ୍ୟାୟରେ ପ୍ରବେଶ କରୁଛି । ଦେଶରପ୍ରତ୍ୟେକ ଘରେ ଏହାକୁ ପହଞ୍ଚାଇବା ପାଇଁ ଏହି ସର୍ବଭାରତୀୟ ପ୍ରଚାର ଅଭିଯାନଆରମ୍ଭ କରାଯାଇଥିଲା । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସକ୍ରମେ, ଏକାଧିକ ମନ୍ତ୍ରଣାଳୟ, ରାଜ୍ୟ ସରକାର, ନେହରୁ ଯୁବ କେନ୍ଦ୍ର ସଂଗଠନ, ଜୋନାଲ ସାଂସ୍କୃତିକ କେନ୍ଦ୍ର, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ, ଭାରତୀୟ ଡାକ, ଇଲେକ୍ଟ୍ରୋନିକ୍ସ ଏବଂପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଏବଂ କୋଇଲା ମନ୍ତ୍ରଣାଳୟ, ଗ୍ରାମ ଓ ବ୍ଲକ୍ ସ୍ତରରେପ୍ରତ୍ୟେକ ଘରୁ ମାଟି ସଂଗ୍ରହ କରିବାର ମହତ୍ୱପୂର୍ଣ୍ଣ କାର୍ଯ୍ୟରେ ସକ୍ରିୟ ଭାବରେଅଂଶଗ୍ରହଣ କରିଥିଲେ l
ମିଳିତ ପ୍ରୟାସରେ ଆୟୋଜିତ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମ ଗୋଷ୍ଠୀ ସେବାଏବଂ ରାଷ୍ଟ୍ର ନିର୍ମାଣ ପ୍ରତି ଥିବା ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି l ସଂସ୍କୃତିମନ୍ତ୍ରଣାଳୟର ଆଞ୍ଚଳିକ ସଂସ୍କୃତି କେନ୍ଦ୍ରଗୁଡ଼ିକ ଏହି ଅଭିଯାନ ବିଷୟରେସଚେତନତା ସୃଷ୍ଟି କରିବା ସହ ଉନ୍ନତ ପ୍ରଚାର ପ୍ରସାର ପାଇଁ ସମଗ୍ର ଦେଶରଗ୍ରାମାଞ୍ଚଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ୪୪୧୯ରୁ ଅଧିକ ବ୍ଲକ୍ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଆୟୋଜନ କରି ସାରିଥିବା ବେଳେ ଏଥିରେବହୁମାତ୍ରାରେ ଜନସାଧାରଣଙ୍କ ଅଂଶଗ୍ରହଣ ଦେଖିବାକୁ ମିଳିଛି ।
ଦେଶ ପାଇଁ ପ୍ରାଣବଳି ଦେଇଥିବା ବୀରପୁତ୍ରମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେଅଗଷ୍ଟ ୯, ୨୦୨୩ ରେ ଦେଶବ୍ୟାପୀ ‘ମେରି ମାଟି ମେରା ଦେଶ' ଅଭିଯାନ ଆରମ୍ଭହୋଇଥିଲା । ଏହି କାର୍ଯ୍ୟକ୍ରମ ଦ୍ୱାରା ୨୦୨୧ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭହୋଇଥିବା ଭାରତର 'ଆଜାଦି କା ଅମୃତ ମହୋତ୍ସବ'ର ସମାପ୍ତି ଘଟିଥିବା ବେଳେସମଗ୍ର ଭାରତରେ ୨,୦୦,୦୦୦ ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାଏବଂ ଏଥିରେ ବ୍ୟାପକ ସାର୍ବଜନିନ ଭାଗିଦାରୀ (ଜନ ଭାଗିଦାରୀ) ଦେଖିବାକୁମିଳିଥିଲା । ମେରି ମାଟି ମେରା ଦେଶ ଅଭିଯାନର ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟାପକପ୍ରଚାର ଦ୍ୱାରା ଅଧିକରୁ ଅଧିକ ଜନସଂପୃକ୍ତି ସହିତ ଉଲ୍ଲେଖନୀୟ ସଫଳତାମିଳିପାରିଛି l ବର୍ତ୍ତମାନ ସୁଦ୍ଧା ୩୬ଟି ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳରେ୨,୩୩,୦୦୦ରୁ ଅଧିକ ଶିଳାଫଳକ ନିର୍ମାଣ କରାଯାଇଛି ।
ଏହାବ୍ୟତୀତ ପଞ୍ଚ ପ୍ରାଣ ପ୍ରତିଶ୍ରୁତି ସହ ପାଖାପାଖି ୪୦ ନିୟୁତ ସେଲ୍ଫିୱେବସାଇଟରେ ଅପଲୋଡ କରାଯାଇଛି । ଏହି ଅଭିଯାନ ମାଧ୍ୟମରେଦେଶବ୍ୟାପୀ ବୀର ଯବାନମାନଙ୍କୁ ସମ୍ମାନିତ କରିବା ପାଇଁ ୨,୦୦,୦୦୦ ରୁ ଅଧିକସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ବସୁଧା ବନ୍ଦନ କାର୍ଯ୍ୟକ୍ରମଅଧୀନରେ ୨୩୬ ନିୟୁତରୁ ଅଧିକ ଦେଶୀଗଛ ଚାରାରୋପଣ କରାଯାଇଛି ଏବଂ୨,୬୩,୦୦୦ ଅମୃତ ବାଟିକା ସୃଷ୍ଟି କରାଯାଇଛି ।
ଅମୃତ କଳସ ଯାତ୍ରା ଆସନ୍ତା ଅକ୍ଟୋବର ୩୦ ଓ ୩୧ ତାରିଖରେ କର୍ତ୍ତବ୍ୟ ପଥରେଏକ ଭବ୍ୟ ସମାରୋହରେ ଆୟୋଜିତ ହେବ l ଦେଶବ୍ୟାପୀ ଏହି ମହାନସମାପନ ସମୟରେ ଦେଶର ଏକତା ଓ ବିବିଧତାର ପ୍ରତୀକ ଏକ ସ୍ମାରକୀ କଳସଦେଶର କୋଣ ଅନୁକୋଣରୁ ସଂଗ୍ରହ କରାଯାଇ ଅମୃତ ବାଟିକା ଓ ଅମୃତମହୋତ୍ସବ ସ୍ମାରକୀରେ ଆନୁଷ୍ଠାନିକ ଭାବରେ ସ୍ଥାନିତ କରାଯିବ । ମହାଆଡମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମସହ ଆକର୍ଷଣୀୟ ଲାଇଟ ଏବଂ ସାଉଣ୍ଡ ଶୋ' ମୁଖ୍ୟ ଆକର୍ଷଣ ରହିବ l ସ୍ୱତନ୍ତ୍ରଭାବରେ ପ୍ରସ୍ତୁତ ଅଭିଜ୍ଞତା ଜୋନ୍ ଅଂଶଗ୍ରହଣକାରୀ ମାନଙ୍କୁ ଏହି ଐତିହାସିକଅଭିଯାନ ସମ୍ପର୍କରେ ବିସ୍ତୃତ ଭାବରେ କହିବା ସହ ଦେଶର ଏକତା ଏବଂ ଆଜାଦିକା ଅମୃତ ମହୋତ୍ସବର ସମ୍ମାନାର୍ଥେ ବାର୍ତ୍ତା ଦେବ l
****
SSP