ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବା ମହିଳା ତୀରନ୍ଦାଜ ଟିମର ସଫଳତାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 06 OCT 2023 6:11PM by PIB Bhubaneswar

ଏହି ସଫଳତା ପାଇଁ ଅଙ୍କିତା ଭକତ, ସିମରନଜିତ ଏବଂ ଭଜନ କୌରଙ୍କୁ ଶୁଭେଚ୍ଛା ।

 

ଏସୀୟ କ୍ରୀଡ଼ାରେ ମହିଳା ତୀରନ୍ଦାଜରେ ବ୍ରୋଞ୍ଜ ପଦକ ଜିତିଥିବା ଅଙ୍କିତା ଭକତ, ସିମରନଜିତ ଏବଂ ଭଜନ କୌରଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

 

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

 

‘ଏସୀୟ କ୍ରୀଡ଼ାରେ ମହିଳା ତୀରନ୍ଦାଜ ଟିମର ସଫଳତାରେ ପୁରା ଦେଶ ଖୁସି ପାଳୁଛି । ଅଙ୍କିତା ଭକତ, ସିମରନଜିତ ଏବଂ ଭଜନ କୌରଙ୍କୁ ଅଭିନନ୍ଦନ । ସେମାନଙ୍କ ନିଷ୍ଠା, ଟିମୱର୍କ ଏବଂ ଉତ୍ସର୍ଗ ଉଲ୍ଲେଖନୀୟ ।’

 

SR


(ରିଲିଜ ଆଡି: 1965366) ପରିଦର୍ଶକ କାଉଣ୍ଟର : 97