ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ତୀରନ୍ଦାଜ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ହାସଲ ପାଇଁ ପ୍ରଧାନମନ୍ତ୍ରୀଙ୍କ ଖୁସି

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2023 11:21AM by PIB Bhubaneswar

ହାଙ୍ଗଝୌରେ ଚାଲିଥିବା ଏସୀୟ କ୍ରୀଡ଼ା ୨୦୨୨ରେ ମହିଳା ତୀରନ୍ଦାଜ କମ୍ପାଉଣ୍ଡ ଟିମ୍ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ଜିତିଥିବା ଜ୍ୟୋତି ସୁରେଖା ଭେନ୍ନମ, ପରନୀତ କୌର ଏବଂ ଆଦିତି ଗୋପୀଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।

ଏକ୍ସରେ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି:

‘ଭାରତୀୟ ମହିଳା ତୀରନ୍ଦାଜମାନେ କମ୍ପାଉଣ୍ଡ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଛନ୍ତି! ଜ୍ୟୋତି ସୁରେଖା ଭେନ୍ନମ, ପରନୀତ କୌର ଏବଂ ଆଦିତି ଗୋପୀଚାନ୍ଦଙ୍କୁ ଅଭିନନ୍ଦନ । ସେମାନଙ୍କ ନିଖୁଣ ପ୍ରଦର୍ଶନ, ନିଷ୍ଠା, ଉତ୍ସର୍ଗ ଆମ ଦେଶକୁ ଅଭୂତପୂର୍ବ ଭାବେ ଗର୍ବିତ କରିଛି । ଏହି ବିଜୟ ସେମାନଙ୍କ ଅତୁଳନୀୟ ଦକ୍ଷତା ଏବଂ ଟିମୱାର୍କର ପ୍ରମାଣ ।’

 

SR


(ରିଲିଜ ଆଡି: 1964623) ପରିଦର୍ଶକ କାଉଣ୍ଟର : 166