ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସ୍ୱଚ୍ଛତା ଅଭିଯାନରେ ଭାଗ ନେଲେ ପ୍ରଧାନମନ୍ତ୍ରୀ
ଅଙ୍କିତ ବାୟନପୁରିଆ ମଧ୍ୟ ଏହି ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ସହ ସାମିଲ ହେଲେ
ପୋଷ୍ଟ କରାଯିବା ଦିନାଙ୍କ:
01 OCT 2023 2:31PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ଆଜି ସାରା ଦେଶ ସ୍ୱଚ୍ଛତା ଅଭିଯାନ ପାଳନ କରିଛି । ସମସ୍ତେ ସ୍ୱଚ୍ଛତା ପାଇଁ ଗୋଟିଏ ଘଣ୍ଟା ଉତ୍ସର୍ଗ କରିଛନ୍ତି ଯାହା ଦେଶର ଉଜ୍ଜ୍ୱଳ ଭବିଷ୍ୟତ ନିର୍ମାଣରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅଙ୍କିତ ବାୟନପୁରିଆ ମଧ୍ୟ ଏହି ସ୍ୱଚ୍ଛତା ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଅଙ୍କିତ ଜଣେ ଫିଟନେସ୍ ଗୁରୁ ।
ପ୍ରଧାନମନ୍ତ୍ରୀ ତାଙ୍କ ଏକ୍ସ ପୋଷ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଆମ ଦୈନନ୍ଦିନ ଜୀବନରେ ସ୍ୱଚ୍ଛତା ଏବଂ ଫିଟନେସର ଗୁରୁତ୍ୱ ବିଷୟରେ କଥା ହେଉଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ଦୈନନ୍ଦିନ ଜୀବନର ରୁଟିନ୍ ବିଷୟରେ କହିଥିଲେ ଏବଂ ଅଙ୍କିତଙ୍କ ଫିଟନେସ୍ ଫଣ୍ଡା ବିଷୟରେ ପଚାରିଥିଲେ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
‘‘ଆଜି ଯେତେବେଳେ ଦେଶ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଉଛି, ଅଙ୍କିତ ବାୟନପୁରିଆ ଏବଂ ମୁଁ ମଧ୍ୟ ତାହା କରିଥିଲୁ। କେବଳ ସ୍ୱଚ୍ଛତା ବ୍ୟତୀତ ଫିଟନେସ୍ ଏବଂ ସୁସ୍ଥତାକୁ ମଧ୍ୟ ସମିଶ୍ରଣ କରିଥିଲୁ। ଏହା ହେଉଛି ସେହି ସ୍ୱଚ୍ଛ ଏବଂ ସୁସ୍ଥ ଭାରତ ଭାବନା ବିଷୟରେ! @baiyanpuria"
HS
(ରିଲିଜ ଆଡି: 1962861)
ପରିଦର୍ଶକ କାଉଣ୍ଟର : 190
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam