ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ମଣ୍ଡପମରେ ଥିବା ନଟରାଜ ପ୍ରତିମୂର୍ତ୍ତି ଭାରତର ପ୍ରାଚୀନ କଳା ଓ ପରମ୍ପରାର ପ୍ରମାଣ ହେବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 SEP 2023 11:04AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ମଣ୍ଡପମଠାରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଭାରତର ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି ।

ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ର ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟକୁ ସେୟାର କରି ପ୍ରଧାନମନ୍ତ୍ରୀ କହିଛନ୍ତି:

‘ଭାରତ ମଣ୍ଡପମରେ ଥିବା ଚମତ୍କାର ନଟରାଜ ପ୍ରତିମୂର୍ତ୍ତି ଆମ ସମୃଦ୍ଧ ଇତିହାସ ଏବଂ ସଂସ୍କୃତିକୁ ଜୀବନ୍ତ କରୁଛି । ଜି-୨୦ ସମ୍ମିଳନୀ ପାଇଁ ବିଶ୍ୱ ଏକତ୍ରିତ ହେଉଥିବାବେଳେ ଏହା ଭାରତର ପ୍ରାଚୀନ କଳା ଏବଂ ପରମ୍ପରାର ପ୍ରମାଣ ହେବ ।’

SR


(ରିଲିଜ ଆଡି: 1955335) ପରିଦର୍ଶକ କାଉଣ୍ଟର : 156