ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶ୍ୱ ସିଂହ ଦିବସ ଅବସରରେ ସିଂହମାନଙ୍କର ବାସସ୍ଥାନ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 10 AUG 2023 10:00AM by PIB Bhubaneshwar

ବିଶ୍ୱ ସିଂହ ଦିବସ ଅବସରରେ ସିଂହଙ୍କ ଆବାସର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

ସିଂହମାନଙ୍କ ଶକ୍ତି ଏବଂ ଭବ୍ୟତା ଆମ ହୃଦୟକୁ ଆକର୍ଷିତ କରିଥାଏ, ଯାହାକୁ ପାଳନ କରିବା ନିମନ୍ତେ ବିଶ୍ୱ ସିଂହ ଦିବସ ଏକ ଅବସର ଭାରତ ଏସୀୟ ସିଂହଙ୍କ ଘର ହୋଇଥିବାରୁ ଗର୍ବିତ ଏବଂ କିଛି ବର୍ଷ ମଧ୍ୟରେ ଭାରତରେ ସିଂହସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି ସିଂହର ବାସସ୍ଥାନକୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି ଆସନ୍ତୁ ଖୁସି ମନାଇବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ଜାରି ରଖିବା, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ସେମାନଙ୍କ ସଂଖ୍ୟାବୃଦ୍ଧି ସୁନିଶ୍ଚିତ କରିବା

 

SR



(Release ID: 1947314) Visitor Counter : 109