ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱ ସିଂହ ଦିବସ ଅବସରରେ ସିଂହମାନଙ୍କର ବାସସ୍ଥାନ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 10 AUG 2023 10:00AM by PIB Bhubaneswar

ବିଶ୍ୱ ସିଂହ ଦିବସ ଅବସରରେ ସିଂହଙ୍କ ଆବାସର ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ସିଂହମାନଙ୍କ ଶକ୍ତି ଏବଂ ଭବ୍ୟତା ଆମ ହୃଦୟକୁ ଆକର୍ଷିତ କରିଥାଏ, ଯାହାକୁ ପାଳନ କରିବା ନିମନ୍ତେ ବିଶ୍ୱ ସିଂହ ଦିବସ ଏକ ଅବସର । ଭାରତ ଏସୀୟ ସିଂହଙ୍କ ଘର ହୋଇଥିବାରୁ ଗର୍ବିତ ଏବଂ କିଛି ବର୍ଷ ମଧ୍ୟରେ ଭାରତରେ ସିଂହସଂଖ୍ୟାରେ କ୍ରମାଗତ ବୃଦ୍ଧି ଘଟିଛି । ସିଂହର ବାସସ୍ଥାନକୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ମୁଁ ପ୍ରଶଂସା କରୁଛି । ଆସନ୍ତୁ ଖୁସି ମନାଇବା ଏବଂ ସେମାନଙ୍କୁ ସୁରକ୍ଷା ଦେବା ଜାରି ରଖିବା, ଭବିଷ୍ୟତ ପିଢ଼ି ପାଇଁ ମଧ୍ୟ ସେମାନଙ୍କ ସଂଖ୍ୟାବୃଦ୍ଧି ସୁନିଶ୍ଚିତ କରିବା ।’

 

SR


(ରିଲିଜ ଆଡି: 1947314) ପରିଦର୍ଶକ କାଉଣ୍ଟର : 225