ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆଲଫାବେଟ୍ ଇଙ୍କ୍ ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

Posted On: 24 JUN 2023 7:27AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାଶିଂଟନ୍ ଡିସିରେ ୨୦୨୩ ଜୁନ୍ ୨୩ରେ ଆଲଫାବେଟ୍ ଇଙ୍କ୍ ଏବଂ ଗୁଗଲ ସିଇଓ ସୁନ୍ଦର ପିଚାଇଙ୍କୁ ଭେଟିଛନ୍ତି । 

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ), ଫିନ୍‌ଟେକ୍‌, ସାଇବର ସିକ୍ୟୁରିଟି ଉତ୍ପାଦ ଏବଂ ସେବା ସମେତ ଭାରତରେ ମୋବାଇଲ ଉତ୍ପାଦନ କ୍ଷେତ୍ରରେ ଅଧିକ ସହଯୋଗ ନିମନ୍ତେ ପ୍ରଧାନମନ୍ତ୍ରୀ ଶ୍ରୀ ପିଚାଇଙ୍କୁ ଆମନ୍ତ୍ରଣ କରିଥିଲେ ।

ଭାରତରେ ଅନୁସନ୍ଧାନ ଏବଂ ବିକାଶ ଓ ଦକ୍ଷତା ବିକାଶକୁ ବୃଦ୍ଧି ନିମନ୍ତେ ଗୁଗଲ ଏବଂ ଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ସହଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ଶ୍ରୀ ପିଚାଇ ଆଲୋଚନା କରିଥିଲେ ।

SR



(Release ID: 1934971) Visitor Counter : 115