ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତରେ ଜାପାନ ରାଷ୍ଟ୍ରଦୂତ ହିରୋଶି ସୁଜୁକି ଭାରତୀୟ ସୁସ୍ୱାଦୁ ବ୍ୟଞ୍ଜନ ପ୍ରଦର୍ଶନ କରୁଥିବାର ଏକ ଭିଡିଓ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2023 11:31AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତରେ ଜାପାନ ରାଷ୍ଟ୍ରଦୂତ ହିରୋଶି ସୁଜୁକିଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ହିରୋଶି ତାଙ୍କ ପତ୍ନୀଙ୍କ ସହ ଭାରତୀୟ ସୁସ୍ୱାଦୁ ଖାଦ୍ୟର ମଜା ନେଉଥିବା ଦେଖିବାକୁ ମିଳିଛି ।

ଭାରତରେ ଜାପାନ ରାଷ୍ଟ୍ରଦୂତଙ୍କ ଏକ ଟୁଇଟକୁ ସେୟାର କରି ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ଏହା ଏପରି ଏକ ପ୍ରତିଯୋଗିତା ଯେଉଁଠି ଆପଣ ହାରିବାରେ ଦୁଃଖ କରିବେନି । ଆପଣଙ୍କ ଭାରତର ରନ୍ଧନ ବିବିଧତାର ଆନନ୍ଦ ଉଠାଇବା ଏବଂ ଏହାକୁ ଅଭିନବ ଉପାୟରେ ଉପସ୍ଥାପନ କରିବା ଦେଖି ଖୁସି ଲାଗିଲା । ଏପରି ଭିଡିଓ ଆଗକୁ ମଧ୍ୟ ଜାରି ରହୁ ।’ 

SR


(ରିଲିଜ ଆଡି: 1931446) ପରିଦର୍ଶକ କାଉଣ୍ଟର : 155