ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବିଶିଷ୍ଟ ସଂସ୍କୃତ ବିଦ୍ୱାନ ବେଦ କୁମାର ଘାଇଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 31 MAY 2023 2:54PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବିଶିଷ୍ଟ ସଂସ୍କୃତ ବିଦ୍ୱାନ ବେଦ କୁମାର ଘାଇଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି । 

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରାଯାଇଛି;

“ସଂସ୍କୃତ ସାହିତ୍ୟର ବିଶିଷ୍ଟ ବିଦ୍ୱାନ ବେଦ କୁମାର ଘାଇ ଜୀଙ୍କ ବିୟୋଗରେ ଦୁଃଖିତ । ତାଙ୍କର ଅତୁଳନୀୟ ଅବଦାନ ଆମ ସାଂସ୍କୃତିକ ଐତିହ୍ୟକୁ ସମୃଦ୍ଧ କରିଛି । ତାଙ୍କ ରଚନାଗୁଡିକ ବିଦ୍ୱାନମାନଙ୍କୁ ପ୍ରେରିତ କରି ଚାଲିବ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୋର ସମବେଦନା । ଓମ ଶାନ୍ତି: ପ୍ରଧାନମନ୍ତ୍ରୀ ।”

SR



(Release ID: 1928828) Visitor Counter : 95