ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲୋକଙ୍କ ଭଏସଓଭର ସହ ନୂଆ ସଂସଦ ଭବନର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
27 MAY 2023 1:46PM by PIB Bhubaneswar
ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଅନେକ ଲୋକ ସେମାନଙ୍କ ଚିନ୍ତାଧାରା ପ୍ରତିଫଳିତ କରୁଥିବା ଭଏସଓଭର ସହ ନୂଆ ସଂସଦ ଭବନ ଉପରେ କରିଥିବା ଭିଡିଓକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀଙ୍କ ଭଏସଓଭର ଥିବା ଏକ ଭିଡିଓକୁ ମଧ୍ୟ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି ।
ଭିଡିଓଗୁଡ଼ିକୁ ରିଟୁଇଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି:
‘ଅନେକ ଲୋକ ମାଇ ପାର୍ଲାମେଣ୍ଟ ମାଇ ପ୍ରାଇଡ୍ ହାସ୍ ଟ୍ୟାଗ୍ ବ୍ୟବହାର କରି ସେମାନଙ୍କ ଖୁସି ବ୍ୟକ୍ତ କରୁଛନ୍ତି । ଭାବୁକ ସ୍ୱର ମାଧ୍ୟମରେ ସେମାନେ ଗର୍ବର ଭାବନା ବ୍ୟକ୍ତ କରୁଛନ୍ତି ଯେ ଆମ ଦେଶକୁ ଏକ ନୂଆ ସଂସଦ ମିଳୁଛି, ଯାହା କି ଲୋକଙ୍କ ଆଂକାକ୍ଷାକୁ ପୂରଣ କରିବା ପାଇଁ ଅଧିକ ମଜଭୁତ ସହକାରେ କାର୍ଯ୍ୟ କରିବ ।’
‘ଗଣତନ୍ତ୍ରର ଏହି ମନ୍ଦିର ଭାରତର ବିକାଶ ପଥକୁ ସୁଦୃଢ଼ କରିବା ସହ କୋଟି କୋଟି ଲୋକଙ୍କୁ ସଶକ୍ତ କରୁ । ହାସ୍ ଟ୍ୟାଗ୍ ମାଇ ପାର୍ଲାମେଣ୍ଟମାଇ ପ୍ରାଇଡ’ ।
SR
(ରିଲିଜ ଆଡି: 1927714)
ପରିଦର୍ଶକ କାଉଣ୍ଟର : 170
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam