ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ

Posted On: 16 MAY 2023 5:00PM by PIB Bhubaneshwar

ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀ ଫୁମିୟୋ କିସିଡା ଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ଜାପାନ ଅଧ୍ୟକ୍ଷତା ଅନ୍ତର୍ଗତ ଜି-7 ସମ୍ମିଳନୀ ପାଇଁ 19 ରୁ 21 ମେ 2023 ରେ ଜାପାନର ହିରୋସିମା ଗସ୍ତ କରିବେ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ପାର୍ଟନର ଦେଶମାନଙ୍କ ସହିତ ଜି -7 ଅଧିବେଶନରେ ଶାନ୍ତି, ସ୍ଥିରତା ଏବଂ ଏକ ସ୍ଥାୟୀ ଗ୍ରହର ସମୃଦ୍ଧତା ଉପରେ ଆଲୋଚନା କରିବେଏହା ସହିତ ଖାଦ୍ୟ, ସାର ଏବଂ ଶକ୍ତି ସୁରକ୍ଷା; ସ୍ୱାସ୍ଥ୍ୟ; ଲିଙ୍ଗଗତ ସମାନତା; ଜଳବାୟୁ ପରିବର୍ତ୍ତନ ଏବଂ ପରିବେଶ; ସ୍ଥାୟୀ ଭିତ୍ତିଭୂମି; ଏବଂ ବିକାଶ ସହଯୋଗ ଆଦି ବିଷୟ ଉପରେ ଆଲୋଚନା କରାଯିବ।

ପ୍ରଧାନମନ୍ତ୍ରୀ କିଶିଡ଼ା ଫୁମିଓଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ  ବୈଠକ କରିବେ ସେ ସମ୍ମିଳନୀର ମଧ୍ୟ ଅଂଶଗ୍ରହଣ କରୁଥିବା ଅନ୍ୟ କେତେକ ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ

ପ୍ରଧାନମନ୍ତ୍ରୀ ଏହା ପରେ ପାପୁଆ ନ୍ୟୁ ଗିନିର ପୋର୍ଟ ମୋରେସବି ଯାତ୍ରା କରିବେ, ଯେଉଁଠାରେ ସେ ପାପୁଆ ନ୍ୟୁ ଗିନିର ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ ଫୋରମ୍ ଫର୍ ଇଣ୍ଡିଆ-ପାସିଫିକ୍ ଆଇଲ୍ୟାଣ୍ଡ କୋପରେସନ ସହଯୋଗ (ଏଫଆଇପିଆଇସି III ଶିଖର ସମ୍ମିଳନୀ) 3 ସମ୍ମିଳନୀ ଆୟୋଜନ ପାପୁଆ ନ୍ୟୁ ଗିନୀର ପ୍ରଧାନମନ୍ତ୍ରୀ ମହାମହିମ ଜେମ୍ସ ମାରାପେଙ୍କ ସହିତ ଯୁଗ୍ମ ଭାବରେ 22 ମଇ 2023 ରେ କରିବେ। ଏହାକୁ  2014 ରେ ଶୁଭାରମ୍ଭ କରାଯାଇଥିଲା, ଏଫଆଇପିଆଇସ ରେ ରହିଛି ଭାରତ ଓ 14 ପାସିଫିକ୍ ଆଇଲ୍ୟାଣ୍ଡ ଦେଶ (ପିଆଇସି) ଯଥା କୁକ୍‌ ଆଇଲ୍ୟାଣ୍ଡ, ଫେଡେରେଟେଡ୍‌ ଷ୍ଟେଟ୍ ଅଫ୍ ମାଇକ୍ରୋନେସିଆ, ଫିଜି, କିରିବାଟି, ନାଉରୁ, ନିନ୍ୟୁ, ପାପୁଆ, ନ୍ୟୁ ଗିନୀ, ରିପବ୍ଲିକ୍ ଅଫ୍ ମାର୍ସାଲ୍ ଆଇଲ୍ୟାଣ୍ଡସ, ସାମୋଆ, ସୋଲୋମନ୍ ଆଇଲ୍ୟାଣ୍ଡସ, ଟୋଙ୍ଗା, ତୁଭାଲୁ ଓ ଭାନୁଆତୁ।

ପ୍ରଧାନମନ୍ତ୍ରୀ ମୋଦୀ ପାପୁଆ ନ୍ୟୁ ଗିନିରେ ଦ୍ୱିପାକ୍ଷିକ ଆଲୋଚନରେ ଯୋଗଦାନ କରିବେ, ଯେଉଁଥିରେ ଗଭର୍ଣ୍ଣର ଜେନେରାଲ୍ ସାର୍ ବବ୍ ଡାଡାଏ ଏବଂ ପ୍ରଧାନମନ୍ତ୍ରୀ ଜେମ୍ସ ମାରାପେଙ୍କ ସହ ଆଲୋଚନା ହେବ ପାପୁଆ ନ୍ୟୁ ଗିନିରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ ହେବ

ଏହା ପରେ ମହାମହିମ ଆନ୍ଥୋନୀ ଆଲବେନିଜ, ଅଷ୍ଟ୍ରେଲିଆରର ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦୀ 22-24 ମେ 2023 ରେ ଅଷ୍ଟ୍ରେଲିଆର ସିଡନୀ ଗସ୍ତରେ ଆସିବେ ଏଥିରେ ମଧ୍ୟ ଆମେରିକାର ରାଷ୍ଟ୍ରପତି ଜୋସେଫ ଆର ବାଇଡେନ, ଜାପାନର ପ୍ରଧାନମନ୍ତ୍ରୀ ଶ୍ରୀ କିଶିଡା ଫୁମିଓକୁ ଆମନ୍ତ୍ରିତ କରାଯାଇଛି। ଏହି ସମ୍ମିଳନୀ ଭାରତ-ପ୍ରଶାନ୍ତ ମହାସାଗରରେ ଘଟିଥିବା ବିକାଶ ବିଷୟରେ ମତ ବିନିମୟ କରିବା ଏବଂ ଏକ ମୁକ୍ତ, ଖୋଲା ଏବଂ ସମନ୍ବିତ ଇଣ୍ଡୋ-ପାସିଫିକ୍ ପାଇଁ ସେମାନଙ୍କର ଦୂରଦୃଷ୍ଟି ନିମନ୍ତେ ଏକ ସୁଯୋଗ ପ୍ରଦାନ କରିବ।

ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 24 ମଇ 2023 ରେ ପ୍ରଧାନମନ୍ତ୍ରୀ ଆଲବାନିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ଅଷ୍ଟ୍ରେଲିଆର  ସିଇଓ ତଥା ବ୍ୟବସାୟ ନେତାଙ୍କ ସହ ମଧ୍ୟ ଯୋଗାଯୋଗ କରିବେ ଏବଂ 23 ମଇ 2023 ରେ ସିଡନୀରେ ଏକ କାର୍ଯ୍ୟକ୍ରମରେ ଭାରତୀୟ ମାନଙ୍କୁ ସମ୍ବୋଧିତ କରିବେ

BS



(Release ID: 1925455) Visitor Counter : 60