ଅର୍ଥ ମନ୍ତ୍ରଣାଳୟ

ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ), ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ) ସାମାଜିକ ସୁରକ୍ଷା ପରିସରଭୁକ୍ତ କରିବାର ୮ ବର୍ଷ ପୂରଣ କରିଛି


କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ , ନାଗରିକ ମାନଙ୍କର କଲ୍ୟାଣ ପାଇଁ ଏହି ତିନୋଟି ଜନ ସୁରକ୍ଷା ଯୋଜନା ଉତ୍ସର୍ଗୀକୃତ ଅଟେ ଏବଂ ଅପ୍ରତ୍ୟାଶିତ ବିପଦ, କ୍ଷତି ଏବଂ ଆର୍ଥିକ ଅନିଶ୍ଚିତତାରୁ ମନୁଷ୍ୟ ଜୀବନକୁ ରକ୍ଷା କରିଥାଏ ;

ଜନ ସୁରକ୍ଷା ଯୋଜନା ଗୁଡ଼ିକର ପରିସରଭୁକ୍ତିକରଣକୁ ଆହୁରି ବୃଦ୍ଧି କରିବା ପାଇଁ କେନ୍ଦ୍ରର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡଃ ଭାଗବତ କରାଦ କ୍ଷେତ୍ର ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଛନ୍ତି

Posted On: 09 MAY 2023 7:45AM by PIB Bhubaneshwar

ପିଏମ୍‌ଏସ୍‌ବିୱାଇ : ବର୍ତ୍ତମାନ ସୁଦ୍ଧା ୧୬ କୋଟିରୁ ଅଧିକ ନାମାଙ୍କନ ।

 ପିଏମ୍‌ଜେଜେୱାଇ : ବର୍ତ୍ତମାନ ସୁଦ୍ଧା ୩୪ କୋଟିରୁ ଅଧିକ ନାମାଙ୍କନ ।

ଏପିୱାଇ : ୫ କୋଟିରୁ ଅଧିକ ଗ୍ରାହକ ।

ଯେହେତୁ ଆମେ ତିନିଟି ସାମାଜିକ ସୁରକ୍ଷା (ଜନ ସୁରକ୍ଷା) ଯୋଜନା - ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେୱାଇ), ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା (ପିଏମ୍‌ଏସ୍‌ବିୱାଇ) ଏବଂ ଅଟଳ ପେନସନ ଯୋଜନା (ଏପିୱାଇ)ର ଅଷ୍ଟମ ବାର୍ଷିକୀ ପାଳନ କରୁଛୁ , ଆସନ୍ତୁ ଆଲୋଚନା କରିବା କିପରି ଏହି ଯୋଜନା ଗୁଡିକ ଲୋକ ମାନଙ୍କ ପାଇଁ ସୁଲଭ ବୀମା ଏବଂ ସୁରକ୍ଷା (ଜନ ସୁରକ୍ଷା) ପ୍ରଦାନ କରେ, ଏହି ଯୋଜନା ଗୁଡିକର ସଫଳତା ଏବଂ ପ୍ରମୁଖ ବୈଶିଷ୍ଟ୍ୟ ଗୁଡିକ କଣ ରହିଥାଏ ।

ପିଏମ୍‌ଜେଜେୱାଇ, ପିଏମ୍‌ଏସ୍‌ବିୱାଇ ଏବଂ ଏପିୱାଇ ପଶ୍ଚିମବଙ୍ଗର କୋଲକାତା ଠାରେ ୨୦୧୫ ମସିହା ମେ’ ମାସ ୯ ତାରିଖରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଆରମ୍ଭ କରା ଯାଇଥିଲା । 

ଏହି ତିନୋଟି ଯୋଜନା ନାଗରିକ ମାନଙ୍କର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ, ଏହା ଅପ୍ରତ୍ୟାଶିତ ଘଟଣା ଏବଂ ଆର୍ôଥକ ଅନିଶ୍ଚିତତାରୁ ମାନବ ଜୀବନକୁ ସୁରକ୍ଷିତ କରିବାର ଆବଶ୍ୟକତାକୁ ସୁନିଶ୍ଚିତ କରିଥାଏ । ଦେଶର ଅସଂଗଠିତ କ୍ଷେତ୍ରର ଲୋକ ମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସୁରକ୍ଷିତ କରିବାକୁ ସୁନିଶ୍ଚିତ କରିବା ପାଇଁ ସରକାର ଦୁଇଟି ବୀମା ଯୋଜନା ପିଏମ୍‌ଜେଜେୱାଇ ଏବଂ ପିଏମ୍‌ଏସ୍‌ବିୱାଇ ଆରମ୍ଭ କରିଥିଲେ । ଏବଂ ଏହା ସହିତ ବୃଦ୍ଧାବସ୍ଥାର ଆବଶ୍ୟକତାକୁ ପୂରଣ କରିବାରେ ସହାୟତା ପ୍ରଦାନ କରିବାକୁ ଅଟଳ ପେନସନ ଯୋଜନା (ଏପିୱାଇ) ମଧ୍ୟ ସରକାର ଆରମ୍ଭ କରିଥିଲେ ।

ତିନୋଟି ଜନ ସୁରକ୍ଷାର ଯୋଜନା ଆରମ୍ଭ କରାଯିବା ପଛରେ ଥିବା ଦୃଷ୍ଟିକୋଣକୁ ମନେ ପକାଇ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ, “୨୦୧୪ ମସିହାରେ ଭାରତର ପ୍ରତ୍ୟେକ ନାଗରିକ ବ୍ୟାଙ୍କିଂ ସୁବିଧା, ଆର୍ôଥକ ସାକ୍ଷରତା ଏବଂ ସାମାଜିକ ସୁରକ୍ଷା କଭରେଜକୁ ସୁନିଶ୍ଚିତ କରିବାର ମୂଳ ଉଦ୍ଦେଶ୍ୟ ସହିତ ଜାତୀୟ ଆର୍ଥିକ ମିଶନ ଆରମ୍ଭ କରା ଯାଇଥିଲା । ଏହି ପଦକ୍ଷେପ ଉପରେ ଆଧାର କରି ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତିକୁ ଅଧିକ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମେ’ ୯ ତାରିଖରେ ତିନୋଟି ଜନ ସୁରକ୍ଷା ଯୋଜନା ପ୍ରଣୟନ କରିଛନ୍ତି ।”

କେନ୍ଦ୍ର ଅର୍ଥ ମନ୍ତ୍ରୀ କହିଛନ୍ତି, “ଏହି ତିନୋଟି ସାମାଜିକ ସୁରକ୍ଷା ଯୋଜନା ନାଗରିକ ମାନଙ୍କର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ଅଟେ, ଯାହା ଅପ୍ରତ୍ୟାଶିତ ବିପଦ, କ୍ଷତି ଏବଂ ଆର୍ଥିକ ଅନିଶ୍ଚିତତାର ସ୍ଥିତିରୁ ମାନବ ଜୀବନକୁ ସୁରକ୍ଷା ପ୍ରଦାନ କରିବାର ଗୁରୁତ୍ୱକୁ ସ୍ୱୀକାର କରିଥାଏ । ଏହି ଯୋଜନା ଗୁଡିକ ବଂଚିତ ବର୍ଗର ବ୍ୟକ୍ତି ବିଶେଷ ମାନଙ୍କୁ ଅତ୍ୟାବଶ୍ୟକ ଆର୍ଥିକ ସେବା ଯୋଗାଇବାକୁ ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ସେମାନଙ୍କର ଆର୍ôଥକ ଦୁର୍ବଳତାକୁ କମ୍ କରା ଯାଇପାରିବ । ”

ଜନ ସୁରକ୍ଷା ଯୋଜନା ଗୁଡିକର ଅଷ୍ଟମ ବାର୍ଷିକୀ ଉପରେ ତଥ୍ୟ ଦର୍ଶାଇ, ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ପିଏମ୍‌ଜେଜେୱାଇ, ପିଏମ୍‌ଏସ୍‌ବିୱାଇ ଏବଂ ଏପିୱାଇ ଅଧୀନରେ ୨୬ ଏପ୍ରିଲ ୨୦୨୩ ସୁଦ୍ଧା ଯଥାକ୍ରମେ ୧୬.୨ କୋଟି, ୩୪.୨ କୋଟି ଏବଂ ୫.୨ କୋଟି ନାମ ପଞ୍ଜୀକୃତ ହୋଇଛି ।

ପିଏମ୍‌ଜେଜେୱାଇ ଯୋଜନା ଉପରେ ଅର୍ଥ ମନ୍ତ୍ରୀ କହିଛନ୍ତି ଯେ ଏହି ଯୋଜନା ୬.୬୪ ଲକ୍ଷ ପରିବାରକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଇଛି, ଯେଉଁମାନେ ୧୩,୨୯୦ କୋଟି ଟଙ୍କାର ଦାବି ଅର୍ଥ ଗ୍ରହଣ କରିଛନ୍ତି । 

ଶ୍ରୀମତୀ ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ପିଏମ୍‌ଏସ୍‌ବିୱାଇ ଯୋଜନା ଅଧୀନରେ, ୧.୧୫ ଲକ୍ଷରୁ ଅଧିକ ପରିବାର ଗୁଡିକ ୨୩୦୨ କୋଟି ଟଙ୍କା ଦାବି ପ୍ରାପ୍ତ କରିଛନ୍ତି । ଉଭୟ ପିଏମ୍‌ଜେଜେୱାଇ ଏବଂ ପିଏମ୍‌ଏସ୍‌ବିୱାଇ ଯୋଜନା ପାଇଁ, ଦାବି ପ୍ରକ୍ରିୟାର ସରଳୀକରଣ ଦ୍ୱାରା ଦାବି ଗୁଡ଼ିକର ଶୀଘ୍ର ସମାଧାନ ହୋଇ ପାରିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି ।

 “ଏହା ଦେଖିବା ଉତ୍ସାହଜନକ ଯେ, ଏହି ଯୋଜନା ଗୁଡିକ ଅଧିକ ଲୋକ ମାନଙ୍କ ପାଖରେ ପହଂଚିବାର ଲକ୍ଷ୍ୟକୁ ବ୍ୟାପକ କରିବା ପାଇଁ ଏକ ଲକ୍ଷ୍ୟଭୁକ୍ତ ଦୃଷ୍ଟିକୋଣ ମାଧ୍ୟମରେ କାର୍ଯ୍ୟକାରୀ କରା ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମ ସରକାର ନିରନ୍ତର ଭାବରେ ଉତ୍ସର୍ଗୀକୃତ, ଯେପରି ଏହି ସାମାଜିକ ସୁରକ୍ଷା ଯୋଜନାର ସୁବିଧା ସମଗ୍ର ଦେଶରେ ଯୋଗ୍ୟ ବ୍ୟକ୍ତିଙ୍କ ନିକଟରେ ପହଞ୍ଚି ପାରିବ” ବୋଲି କହିବା ସହିତ ଶ୍ରୀମତୀ ସୀତାରମଣ ତାଙ୍କର ବକ୍ତବ୍ୟ ଶେଷ କରିଥିଲେ ।

ଏହି ଅବସରରେ , କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଡଃ ଭାଗବତ କିସାନରାଓ କରାଦ କହିଛନ୍ତି, “ଗ୍ରାମୀଣ କ୍ଷେତ୍ରର ଲୋକ ମାନଙ୍କୁ ଯୋଜନା ଅଧୀନରେ ପରିସରଭୁକ୍ତ କରିବା ପାଇଁ ସରକାର ଏକ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ଏବଂ ଯୋଗ୍ୟ ହିତାଧିକାରୀ ମାନଙ୍କୁ ଏହି ଯୋଜନାର ପରିସରଭୁକ୍ତ କରିବା ପାଇଁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଅଭିଯାନ ଆୟୋଜନ କରାଯାଉଛି । ”

ଏହି ଜନ ସୁରକ୍ଷା ଆଧାରିତ ଯୋଜନା ଗୁଡ଼ିକୁ ଲୋକପ୍ରିୟ କରାଇବା ପାଇଁ ସମସ୍ତ କ୍ଷେତ୍ର ସ୍ତରୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଡଃ କରାଦ ଏହି ଯୋଜନାର ପରିସୀମାକୁ ଆହୁରି ବୃଦ୍ଧି କରିବା ପାଇଁ ପ୍ରୟାସ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ ।

ଯେହେତୁ ଆମେ ଜନ ସୁରକ୍ଷା ସମ୍ବଳିତ ଯୋଜନା ଗୁଡିକର ୮ମ ବାର୍ଷିକୀ ପାଳନ କରୁଛୁ, ତେଣୁ ଆସନ୍ତୁ ବର୍ତ୍ତମାନ ସୁଦ୍ଧା ସେଗୁଡିକର ବୈଶିଷ୍ଟ୍ୟ ଏବଂ ସଫଳତା ଗୁଡିକ ଉପରେ ନଜର ପକାଇବା ।

୧. ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ( ପିଏମ୍‌ଜେଜେବିୱାଇ)

ଯୋଜନା : ପିଏମ୍‌ଜେଜେବିୱାଇ ହେଉଛି ଏକ ବର୍ଷର ଜୀବନ ବୀମା ଯୋଜନା , ଯାହା ଯେକୌଣସି କାରଣରୁ ମୃତ୍ୟୁ ପାଇଁ କଭରେଜ୍ ପ୍ରଦାନ କରିଥାଏ । ଏହା ପ୍ରତି ବର୍ଷ ନବୀକରଣ କରା ଯାଇଥାଏ । 

ଯୋଗ୍ୟତା : ୧୮ - ୫୦ ବର୍ଷ ବୟସର ବ୍ୟକ୍ତି, ଯାହାର ଏକ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଂଟ ଥିବ କିମ୍ବା ଡାକଘର ଆକାଉଣ୍ଟ ଥିବ, ସେହି ବ୍ୟକ୍ତି ଏହି ଯୋଜନା ଅଧୀନରେ ପରିସରଭୁକ୍ତ ହେବାକୁ ଯୋଗ୍ୟ ହୋଇଥାନ୍ତି । ଯେଉଁମାନେ ୫୦ ବର୍ଷ ପୂରଣ କରିବା ପୂର୍ବରୁ ଏହି ଯୋଜନାରେ ଯୋଗ ଦିଅନ୍ତି, ସେମାନେ ନିୟମିତ ପ୍ରିମିୟମ ଦେୟ ଉପରେ ୫୫ ବର୍ଷ ବୟସ ପର୍ଯ୍ୟନ୍ତ ଜୀବନ ସୁରକ୍ଷାର ସୁବିଧା ପାଇ ପାରିବେ ।

ଲାଭ : ୪୩୬ ଟଙ୍କା ପ୍ରିମିୟମ ଦେୟ ସହିତ କୌଣସି କାରଣରୁ ମୃତ୍ୟୁ ହେଲେ ୨ ଳକ୍ଷ ଟଙ୍କାର ଜୀବନ ସୁରକ୍ଷା ପାଇଥାନ୍ତି ।

ନାମ ପଞ୍ଜୀକରଣ : ଏହି ଯୋଜନା ଅଧୀନରେ ଆକାଉଂଟଧାରୀ ବ୍ୟାଙ୍କ ଶାଖା / ବିସି ପଏଣ୍ଟ କିମ୍ବା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କର ୱେବସାଇଟକୁ ପରିଦର୍ଶନ କରି କିମ୍ବା ଡାକଘର ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ପୋଷ୍ଟ ଅଫିସରେ ନାମାଙ୍କନ କରି ପାରିବେ । ଏହି ଯୋଜନା ଅଧିନରେ ପ୍ରିମିୟମ ପ୍ରତି ବର୍ଷ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆକାଉଣ୍ଟ ଧାରକଙ୍କ ଗୋଟିଏ ଥର ଆଦେଶ ଉପରେ ଆଧାର କରି ଖାତାରୁ ଆପେ ଆପେ କାଟି ନିଆ ଯାଇଥାଏ । ସ୍କିମ୍ ଏବଂ ଫର୍ମଗୁଡିକ ବିଷୟରେ ବିସ୍ତୃତ ସୂଚନା (ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ) https://jansuraksha.gov.in ରେ ଉପଲବ୍ଧ । 

ସଫଳତା : ୨୬/୦୪/୨୦୨୩ ସୁଦ୍ଧା, ଏହି ଯୋଜନା ଅନ୍ତର୍ଗତ ସମୁଦାୟ ନାମ ପଞ୍ଜୀକରଣ ୧୬.୧୯ କୋଟିରୁ ଅଧିକ ହୋଇ ଯାଇଛି ଏବଂ ୬,୬୪,୫୨୦ଟି ଦାବି ପାଇଁ ୧୩,୨୯୦.୪୦ କୋଟି ଟଙ୍କା ପ୍ରଦାନ କରା ଯାଇଛି । 

୨. ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ( ପିଏମ୍‌ଏସ୍‌ବିୱାଇ)

ଯୋଜନା : ପିଏମ୍‌ଏସ୍‌ବିୱାଇ ହେଉଛି ଏକ ବର୍ଷର ଦୁର୍ଘଟଣାଜନିତ ବୀମା ଯୋଜନା , ଯାହା ଦୁର୍ଘଟଣା କାରଣରୁ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ କଭରେଜ୍ ପ୍ରଦାନ କରିଥାଏ ଏବଂ ଯାହା ବର୍ଷକୁ ବର୍ଷ ନବୀକରଣୀୟ ହୋଇଥାଏ ।

ଯୋଗ୍ୟତା : ୧୮ - ୭୦ ବର୍ଷ ବୟସର ବ୍ୟକ୍ତି, ଯେଉଁ ମାନଙ୍କର ବ୍ୟକ୍ତିଗତ ବ୍ୟାଙ୍କ ଆକାଉଂଟ କିମ୍ବା ଡାକଘର ଆକାଉଣ୍ଟ ଥିବ, ସେ ଏହି ଯୋଜନା ଅଧୀନରେ ନାମାଙ୍କିତ ହେବା ପାଇଁ ଯୋଗ୍ୟ ହୋଇଥାନ୍ତି ।

ଲାଭ : ଦୁର୍ଘଟଣା ହେତୁ ମୃତ୍ୟୁ କିମ୍ବା ଅକ୍ଷମତା ପାଇଁ ବାର୍ଷିକ ୨୦ ଟଙ୍କା ପ୍ରିମିୟମ ଦେୟରେ ୨ ଲକ୍ଷ ଟଙ୍କା (ଆଂଶିକ ଅକ୍ଷମତା କ୍ଷେତ୍ରରେ ୧ ଲକ୍ଷ) ଦୁର୍ଘଟଣା ମୃତ୍ୟୁ ସହିତ ଅକ୍ଷମତା ମଧ୍ୟ ପରିସରଭୁକ୍ତ ହୋଇଥାଏ ।

ନାମ ପଞ୍ଜୀକରଣ : ଏହି ଯୋଜନା ଅଧୀନରେ ନାମାଙ୍କନ ଖାତାଧାରକଙ୍କ ବ୍ୟାଙ୍କ ଶାଖା / ବିସି ପଏଣ୍ଟ କିମ୍ବା ଆକାଉଣ୍ଟଧାରୀଙ୍କ ବ୍ୟାଙ୍କ ୱେବସାଇଟକୁ ପରିଦର୍ଶନ କରି କିମ୍ବା ଡାକଘର ସଞ୍ଚୟ ବ୍ୟାଙ୍କ ଆକାଉଣ୍ଟରେ ପୋଷ୍ଟ ଅଫିସରେ କରା ଯାଇପାରିବ । ଏହି ଯୋଜନା ଅଧିନରେ ପ୍ରିମିୟମ ପ୍ରତି ବର୍ଷ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଆକାଉଣ୍ଟ ଧାରକଙ୍କ ଗୋଟିଏ ଥର ଆଦେଶ ଉପରେ ଆଧାର କରି ଖାତାରୁ ଆପେ ଆପେ କାଟି ନିଆ ଯାଇଥାଏ । ସ୍କିମ୍ ଏବଂ ଫର୍ମଗୁଡିକ ବିଷୟରେ ବିସ୍ତୃତ ସୂଚନା (ହିନ୍ଦୀ, ଇଂରାଜୀ ଏବଂ ଆଞ୍ଚଳିକ ଭାଷାରେ) https://jansuraksha.gov.in ରେ ଉପଲବ୍ଧ । 

ସଫଳତା : ୨୬/୦୪/୨୦୨୩ ସୁଦ୍ଧା, ଏହି ଯୋଜନା ଅଧୀନରେ ସମୁଦାୟ ୩୪.୧୮ କୋଟିରୁ ଅଧିକ ନାମ ପଞ୍ଜୀକରଣ ହୋଇଛି ଏବଂ ୧,୧୫,୯୫୧ଟି ଦାବି ପାଇଁ ୨୩୦୨.୨୬ କୋଟି ଟଙ୍କା ପ୍ରଦାନ କରାଯାଇଛି ।

୩. ଅଟଳ ପେନସନ ଯୋଜନା (ଏପିୱାଇ)

ପୃଷ୍ଠଭୂମି : ସମସ୍ତ ଭାରତୀୟ, ବିଶେଷ କରି ଗରିବ, ବଂଚିତ ତଥା ଅସଂଗଠିତ କ୍ଷେତ୍ରର ଲୋକ ମାନଙ୍କ ପାଇଁ ଏକ ସର୍ବଭାରତୀୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ସୃଷ୍ଟି କରିବାକୁ ଅଟଳ ପେନସନ ଯୋଜନା (ଏପିୱାଇ) ଆରମ୍ଭ କରା ଯାଇଥିଲା । ଆର୍ôଥକ ନିରାପତ୍ତା ଯୋଗାଇବା ଏବଂ ଅସଂଗଠିତ କ୍ଷେତ୍ରର ଶ୍ରମିକ ମାନଙ୍କ ପାଇଁ ଭବିଷ୍ୟତର ନିର୍ବାହକୁ ପରିସରଭୁକ୍ତ କରିବା ପାଇଁ ଏହା ସରକାରଙ୍କ ଏକ ପଦକ୍ଷେପ । ଜାତୀୟ ପେନସନ୍ ବ୍ୟବସ୍ଥା (ଏନ୍‌ପିଏସ୍‌) ର ସାମଗ୍ରିକ ପ୍ରଶାସନିକ ତଥା ଅନୁଷ୍ଠାନିକ ସଂରଚନା ଅଧୀନରେ ଏପିୱାଇ ପେନସନ ପାଣ୍ଠି ନିୟାମକ ଏବଂ ବିକାଶ ପ୍ରାଧିକରଣ (ପିଏଫ୍‌ଆର୍‌ଡିଏ) ଦ୍ୱାରା ପରିଚାଳିତ ।

ଯୋଗ୍ୟତା : ୧୮ ରୁ ୪୦ ବର୍ଷ ବୟସର ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀ ମାନଙ୍କ ପାଇଁ ଏପିୱାଇ ଉନ୍ମୁକ୍ତ ରହିଛି, ଯେଉଁମାନେ ଆୟକର ପ୍ରଦାନକାରୀ ହୋଇ ନଥାନ୍ତି ଏବଂ ମନୋନୀତ ପେନସନ ରାଶି ଉପରେ ଆଧାର କରି ଅବଦାନ ଭିନ୍ନ ଭିନ୍ନ ହୋଇଥାଏ ।

ଲାଭ : ଗ୍ରାହକମାନେ ସର୍ବନିମ୍ନ ମାସିକ ପେନସନ ଯୋଜନାରେ ଯୋଗଦେବା ପରେ ଗ୍ରାହକଙ୍କ ଦ୍ୱାରା ଦିଆ ଯାଇଥିବା ଅବଦାନ ଉପରେ ଆଧାର କରି ୬୦ ବର୍ଷ ବୟସ ପରେ ୧୦୦୦ ଟଙ୍କା କିମ୍ବା ୨୦୦୦ ଟଙ୍କା କିମ୍ବା ୩୦୦୦ ଟଙ୍କା କିମ୍ବା ୩୦୦୦ ଟଙ୍କା କିମ୍ବା ୪୦୦୦ ଟଙ୍କା କିମ୍ବା ୫୦୦୦ ଟଙ୍କାୠ୍ରାହକ ପାଇ ପାରିବେ ।

ସ୍କିମ୍ ଲାଭର ବଣ୍ଟନ : ଏହା ଅନୁସାରେ ଗ୍ରାହକ ମାନଙ୍କୁ ମାସିକ ପେନସନ ଉପଲବ୍ଧ ହେବ, ଏବଂ ତାଙ୍କ ପରେ ତାଙ୍କ ପତି କିମ୍ବା ପତ୍ନୀଙ୍କୁ ଏବଂ ସେମାନଙ୍କ ମୃତ୍ୟୁ ପରେ, ଗ୍ରାହକଙ୍କର ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଜମା ହୋଇଥିବା ପେନସନ୍ ରାଶି ଗ୍ରାହକଙ୍କ ଦ୍ୱାରା ନାମାଙ୍କିତ ବ୍ୟଙ୍କିଙ୍କୁ ଫେରାଇ ଦିଆଯିବ ।

ଗ୍ରାହକଙ୍କ ଅକାଳ ମୃତ୍ୟୁ (୬୦ ବର୍ଷ ବୟସ ପୂର୍ବରୁ ମୃତ୍ୟୁ) କ୍ଷେତ୍ରରେ, ଗ୍ରାହକଙ୍କ ପତି କିମ୍ବା ପତ୍ନୀ ଶେଷ ନିହିତ ଅବଧି ପାଇଁ ଗ୍ରାହକଙ୍କ ଏପିୱାଇ ଆକାଉଣ୍ଟରେ ଅବଦାନ ଜାରି ରଖି ପାରିବେ, ଯେପର୍ଯ୍ୟନ୍ତ ମୂଳ ଗ୍ରାହକ ୬୦ ବର୍ଷ ବୟସର ହୋଇ ନଯାଆନ୍ତି ।

କେନ୍ଦ୍ର ସରକାରଙ୍କ ଅବଦାନ : ସର୍ବନିମ୍ନ ପେନସନ ସରକାର ନିଶ୍ଚିତ କରିବେ, ଅର୍ଥାତ୍ ଯଦି ଅବଦାନ ଉପରେ ଆଧାରିତ ସଂଗୃହୀତ ରାଶି ପୁଞ୍ଜି ବିନିଯୋଗର ଆନୁମାନିକ ଫେରସ୍ତ ଠାରୁ କମ୍ ହୋଇଥାଏ ଏବଂ ସର୍ବନିମ୍ନ ଗ୍ୟାରେଣ୍ଟି ପେନସନ ପ୍ରଦାନରେ ପର୍ଯ୍ୟାପ୍ତ ହୋଇ ନଥାଏ, ତେବେ କେନ୍ଦ୍ର ସରକାର ଏହି କ୍ଷେତ୍ରରେ ଅର୍ଥ ପ୍ରଦାନ କରିବେ । ବୈକଳ୍ପିକ ଭାବରେ, ଯଦି ପୁଞ୍ଜି ବିନିଯୋଗର ଫେରସ୍ତ ଦେୟ ଅଧିକ ଥାଏ, ତେବେ ଗ୍ରାହକମାନେ ବର୍ଦ୍ଧିତ ପେନସନ ଲାଭର ସୁବିଧା ପାଇବେ ।

ଦେୟରେ ବାରମ୍ବାରତା : ଗ୍ରାହକମାନେ ମାସିକ / ତ୍ରୈମାସିକ / ଅର୍ଦ୍ଧ ବାର୍ଷିକ ଆଧାରରେ ଏପିୱାଇରେ ଅବଦାନ କରି ପାରିବେ ।

ଏହି ଯୋଜନାରୁ ପ୍ରତ୍ୟାହାର : ଗ୍ରାହକମାନେ ଏପିୱାଇରୁ ସ୍ୱେଚ୍ଛାକୃତ ଭାବରେ ନିର୍ଦ୍ଦିଷ୍ଟ ସର୍ତ୍ତ ଅନୁଯାୟୀ ସରକାରୀ ସହଯୋଗର ରିହାତି ଏବଂ ତାହା ଉପରେ ଫେରସ୍ତ / ସୁଧ କମ୍ ହେବା ସହିତ ଏଥିରୁ ବାହାରି ପାରିବେ ।

ସଫଳତା : ୨୭/୦୪/୨୦୨୩ ସୁଦ୍ଧା ୫ କୋଟିରୁ ଅଧିକ ବ୍ୟକ୍ତି ଏହି ଯୋଜନାରେ ସଦସ୍ୟତା ଗ୍ରହଣ କରିଛନ୍ତି ।

****

SSP

 

 



(Release ID: 1922927) Visitor Counter : 241