ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସୌରାଷ୍ଟ୍ର ତାମିଲ ସଂଗମମ ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ

Posted On: 15 APR 2023 10:55PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ମଦୁରାଇ ଠାରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ସୌରାଷ୍ଟ୍ର ତାମିଲ ସଂଗମମ ଅଭିମୁଖେ ଯାଉଥିବା ପ୍ରଥମ ଦଳର ଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭକୁ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ପୁଥାଣ୍ଡୁର ସ୍ୱତନ୍ତ୍ର ଅବସରରେ ମଦୁରାଇଠାରୁ ଭେରାଭାଲ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାତ୍ରାର ଶୁଭାରମ୍ଭ ହୋଇଛି । #STSangamam ଏକ ବହୁପ୍ରତୀକ୍ଷିତ କାର୍ଯ୍ୟକ୍ରମ ଥିଲା ଓ ବେଶ ସକାରାତ୍ମକ ବାତାବରଣ ସୃଷ୍ଟି କରିଛି ।

ଆଉ ଗୋଟିଏ ଟ୍ୱିଟରେ ସେ ପ୍ରାଣବନ୍ତ ଓ ସକାରାତ୍ମକ ବାତାବରଣକୁ ପ୍ରଶଂସା କରିଛନ୍ତି ।

ସଂଗମମ ଯାତ୍ରାରେ ବ୍ୟାପ୍ତ ଉତ୍ସବ ବାତାବରଣ ସମ୍ପର୍କରେ ଏସଟି ସଂଗମମର ଏକ ଟ୍ୱିଟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ବହୁତ ବଢିଆ! #STSangamam ପ୍ରତି ଆଗ୍ରହ ସ୍ପଷ୍ଟ ଦୃଷ୍ଟିଗୋଚର ହେଉଛି ।

 

SR



(Release ID: 1916990) Visitor Counter : 88