ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ତାମିଲନାଡୁର ସାଲେମ ରେଳ ଜଙ୍କସନରେ ବନ୍ଦେ ଭାରତର ଚିତାକର୍ଷକ ସ୍ୱାଗତରେ ସନ୍ତୋଷ ବ୍ୟକ୍ତ କଲେ

Posted On: 10 APR 2023 3:03PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ତାମିଲନାଡୁର ସାଲେମ ରେଳ ଜଙ୍କସନରେ ଲୋକେ ବନ୍ଦେ ଭାରତକୁ କରିଥିବା ଚିତାକର୍ଷକ ସ୍ୱାଗତରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ବନ୍ଦେ ଭାରତ ଏକ୍ସପ୍ରେସକୁ ସ୍ୱାଗତ କରି ଉତ୍ସାହୀ ଲୋକେ ସାଲେମ ରେଳ ଜଙ୍କସନରେ ଟ୍ରେନ ଉପରେ ଫୁଲ ବର୍ଷା କଲେ ।

ତାମିଲନାଡୁରେ ପତ୍ର ସୂଚନା କାର୍ଯ୍ୟାଳୟର ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

ସାଲେମରେ ଚିତାକର୍ଷକ ସ୍ୱାଗତ!

ବନ୍ଦେ ଭାରତ ବିଭିନ୍ନ ସ୍ଥାନରେ ପହଞ୍ଚିବା ବେଳେ ଲୋକଙ୍କ ମଧ୍ୟରେ ଏଭଳି ଉତ୍ସାହ ପରିଲକ୍ଷିତ ହୋଇଥାଏ । ଯାହା ଦେଶବାସୀଙ୍କ ଗୌରବ ଭାବନାକୁ ପ୍ରଦର୍ଶିତ କରିଥାଏ ।

ଶ୍ରୀ ମୋଦୀ ବନ୍ଦେ ଭାରତ ଏକ୍ସପ୍ରେସରେ ଶ୍ରୀମତି ବନସ୍ଥି ଶ୍ରୀନିବାସନଙ୍କ ସୁଖଦ ଯାତ୍ରା ଅନୁଭବ ସମ୍ପର୍କରେ କହିଛନ୍ତି;

ଅଦ୍ଭୁତ! 

 

SR



(Release ID: 1915304) Visitor Counter : 108