ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆନ୍ଧ୍ରପ୍ରଦେଶର ଏମ୍‍ସ ମଙ୍ଗଳାଗିରିର ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 APR 2023 4:13PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ହିବିଭାଗ ରୋଗୀ ଚିକିତ୍ସା ସଂଖ୍ୟା ୧୦ ଲକ୍ଷ ଅତିକ୍ରମ କରିଥିବାରୁ ଆନ୍ଧ୍ରପ୍ରଦେଶର ଏମ୍‍ସ ମଙ୍ଗଳାଗିରିର ସଫଳତାକୁ ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ନିକଟରେ ମନ୍ କି ବାତ୍‍ କାର୍ଯ୍ୟକ୍ରମରେ ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ ଯେଉଁଥିରେ ସେ ଜଣେ ଡାକ୍ତର ଏବଂ ଟେଲି-ପରାମର୍ଶରୁ ଉପକୃତ ହୋଇଥିବା ବ୍ୟକ୍ତିଙ୍କ ସହ ଆଲୋଚନା କରିଥିଲେ ।

୧୦ଲକ୍ଷ ବର୍ହିବିଭାଗ ରୋଗୀ ପରାମର୍ଶ ଉପରେ ଆନ୍ଧ୍ରପ୍ରଦେଶର ଏମ୍‍ସ ମଙ୍ଗଳାଗିରିର ଏକ ଟୁଇଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଅନୁଷ୍ଠାନ ଦ୍ୱାରା ଏକ ବଡ ସଫଳତା । ସମ୍ପ୍ରତି  ମନ କି ବାତ୍‍ କାର୍ଯ୍ୟକ୍ରମ ମଧ୍ୟରୁ ଗୋଟିଏରେ ମୁଁ ଜଣେ ଡାକ୍ତର ଏବଂ ଟେଲି ପରାମର୍ଶରୁ ଉପକୃତ ହୋଇଥିବା ବ୍ୟକ୍ତିଙ୍କ ସହ ଏ ବିଷୟରେ ଆଲୋଚନା କରିଥିଲି ।”

HS


(ରିଲିଜ ଆଡି: 1913908) ପରିଦର୍ଶକ କାଉଣ୍ଟର : 177