ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପୁନଃଚକ୍ରଣ ପାଇଁ ବେଙ୍ଗଲୁରୁର ହୃଦରୋଗ ବିଶେଷଜ୍ଞ ଓ ତାଙ୍କ ପୁଅଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 07 MAR 2023 2:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ପୁନଃଚକ୍ରଣ ସମ୍ପର୍କରେ ସଚେତନତା ସୃଷ୍ଟି ଓ ‘ବର୍ଜ୍ୟକୁ ସମ୍ପଦ’ରେ ପରିଣତ କରୁଥିବା ବେଙ୍ଗଲୁରୁର ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡା ଦୀପକ କୃଷ୍ଣମୂର୍ତ୍ତି ଓ ତାଙ୍କ ପୁଅଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ।

ପୁନଃଚକ୍ରଣ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ‘ବର୍ଜ୍ୟକୁ ସମ୍ପଦ’ରେ ପରିଣତ ପାଇଁ ଅନ୍ୟମାନେ କରୁଥିବା ଉଦ୍ୟମ ମଧ୍ୟ ଶେୟାର କରିବାକୁ ଶ୍ରୀ ମୋଦୀ ଆହ୍ୱାନ ଜଣାଇଛନ୍ତି ।

ପ୍ରତି ଶିକ୍ଷାବର୍ଷ ଶେଷରେ ତାଙ୍କ ପୁଅ ତତ୍ପରତାର ସହ ନିଜ ନୋଟବୁକରୁ ଖାଲି ପୃଷ୍ଠାଗୁଡିକୁ ବାହାର କରିଦିଅନ୍ତି ଓ ଡାକ୍ତର ତାକୁ ଏକାଠି କରି ରଫ କାର୍ଯ୍ୟ ଏବଂ ଅଭ୍ୟାସରେ ବ୍ୟବହାର କରିଥାନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ଉପରୋକ୍ତ ଡାକ୍ତରଙ୍କ ଟ୍ୱିଟର ପ୍ରତ୍ୟୁତ୍ତର ଦେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“ଏହା ଏକ ଭଲ ଦଳଗତ ପ୍ରୟାସ, ଯେଉଁଥିରେ ସ୍ଥାୟୀ ଜୀବନର ଏକ ବଡ ବାର୍ତ୍ତା ନିହିତ ରହିଛି । ଆପଣଙ୍କ ପୁଅ ଓ ଆପଣଙ୍କୁ ଶୁଭେଚ୍ଛା । 

ଅନ୍ୟମାନଙ୍କୁ ମଧ୍ୟ ଏହିପରି ଉଦ୍ୟମ ଶେୟାର କରିବାକୁ ଆହ୍ୱାନ କରୁଛି, ଯାହା ପୁନଃଚକ୍ରଣ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ସହ ‘ବର୍ଜ୍ୟକୁ ସମ୍ପଦ’ରେ ପରିଣତ କରୁଥିବ ।”    

SR



(Release ID: 1905013) Visitor Counter : 108