ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
12 ଫେବୃଆରୀରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200 ତମ ଜନ୍ମ ବାର୍ଷିକୀର ବର୍ଷବ୍ୟାପୀ ପାଳନକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ସମାଜ ସଂସ୍କାରକ ମହର୍ଷି ଦୟାନନ୍ଦ ସରସ୍ୱତୀ ସେହି ସମୟରେ ଦେଖା ଦେଇଥିବା ସାମାଜିକ ଭେଦଭାବକୁ ଦୂର କରିବା ପାଇଁ 1875 ମସିହାରେ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ
ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତାରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ
ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବରେ ସମାଜ ସଂସ୍କାରକ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ, ବିଶେଷତଃ ଯେଉଁମାନଙ୍କର ଅବଦାନକୁ ଏପର୍ଯ୍ୟନ୍ତ ସର୍ବ ଭାରତୀୟ ସ୍ତରରେ ସ୍ବୀକୃତି ପ୍ରଦାନ କରାଯାଇପାରି ନାହିଁ
ପୋଷ୍ଟ କରାଯିବା ଦିନାଙ୍କ:
11 FEB 2023 10:40AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 12 ଫେବୃଆରୀ, 2023 ଦିନ 11 ଟା ସମୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ 200 ତମ ଜନ୍ମ ବାର୍ଷିକୀର ବର୍ଷ ବ୍ୟାପୀ ପାଳନକୁ ଉଦ୍ଘାଟନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ।
ମହର୍ଷି ଦୟାନନ୍ଦ ସରସ୍ୱତୀ, 12 ଫେବୃଆରୀ, 1824 ରେ ଜନ୍ମଗ୍ରହଣ କରିଥିଲେ, ଜଣେ ସମାଜ ସଂସ୍କାରକ ଯିଏକି 1875 ମସିହାରେ ସାମାଜିକ ଭେଦଭାବକୁ ଦୂର କରିବା ପାଇଁ ଆର୍ଯ୍ୟ ସମାଜ ପ୍ରତିଷ୍ଠା କରିଥିଲେ। ସମାଜ ସଂସ୍କାର ଏବଂ ଶିକ୍ଷା ଉପରେ ଗୁରୁତ୍ୱ ଦେଇ ଦେଶର ସାଂସ୍କୃତିକ ତଥା ସାମାଜିକ ସଚେତନତା କ୍ଷେତ୍ରରେ ଆର୍ଯ୍ୟ ସମାଜ ପ୍ରମୁଖ ଭୂମିକା ଗ୍ରହଣ କରିଛି।
ସମାଜ ସଂସ୍କାରକ ତଥା ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରିବାକୁ ସରକାର ପ୍ରତିଶ୍ରୁତିବଦ୍ଧ, ବିଶେଷକରି ଯେଉଁମାନଙ୍କୁ ଏପର୍ଯ୍ୟନ୍ତ ସର୍ବଭାରୀତୟ ସ୍ତରରେ ସ୍ବୀକୃତି ପ୍ରଦାନ କରାଯାଇ ନାହିଁ। ଭଗବାନ୍ ବିର୍ସା ମୁଣ୍ଡାଙ୍କ ଜନ୍ମ ବାର୍ଷିକୀକୁ ଜନଜାତିୟ ଗୌରବ ଦିବସ ବୋଲି ଘୋଷଣା କରିବା ଠାରୁ ଆରମ୍ଭ କରି ଶ୍ରୀ ଅରବିନ୍ଦଙ୍କ 150 ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବଦା ଦୃଢ଼ ନେତୃତ୍ବ ପ୍ରଦାନ କରିଛନ୍ତି।
BS
(ରିଲିଜ ଆଡି: 1898282)
ପରିଦର୍ଶକ କାଉଣ୍ଟର : 220
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam