ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ କୀ ବାତ୍‌ କୁଇଜ୍‌ରେ ଅଂଶଗ୍ରହଣ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ

ପୋଷ୍ଟ କରାଯିବା ଦିନାଙ୍କ: 29 NOV 2022 6:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମନ୍‌ କୀ ବାତ୍‌ କୁଇଜ୍‌ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରିଛନ୍ତି । ଏହି ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ବିଭିନ୍ନ ଗୋଷ୍ଠୀଭିତ୍ତିକ ପ୍ରୟାସ ସମେତ ସଦ୍ୟତମ ଅଧ୍ୟାୟର ବିଷୟବସ୍ତୁ ସ୍ଥାନ ପାଇବ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

‘‘ଆମେ ଏହି ମାସର ମନ କୀ ବାତ୍‌ରେ କେତେକ ଗୋଷ୍ଠୀଗତ ପ୍ରୟାସ ସହିତ ବିଭିନ୍ନ ବିଷୟବସ୍ତୁ ସାମିଲ କରିଥିଲୁ । ନମୋ ଆପ୍‌ରେ ଏମକେବି କୁଇଜରେ ଭାଗ ନିଅନ୍ତୁ।’’

*****

HS


(ରିଲିଜ ଆଡି: 1879840) ପରିଦର୍ଶକ କାଉଣ୍ଟର : 235