ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମନ କି ବାତ ପାଇଁ ପ୍ରଧାନମନ୍ତ୍ରୀଙ୍କ ବିଚାର ଓ ମତାମତ ଆହ୍ୱାନ

Posted On: 16 NOV 2022 2:04PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୭, ୨୦୨୨ ପୂର୍ବାହ୍ନ ୧୧ଟା ବେଳେ ପ୍ରସାରିତ ହେବାକୁ ଥିବା ମନ କି ବାତ କାର୍ଯ୍ୟକ୍ରମର ଆଗାମୀ ଅଧ୍ୟାୟ ପାଇଁ ଦେଶବାସୀଙ୍କ ଠାରୁ ବିଚାର ଓ ମତାମତ ଆହ୍ୱାନ କରିଛନ୍ତି । ମନ କି ବାତ ପାଇଁ ମତାମତ MyGov, Namo Appରେ ପଠାଇ ହେବ କିମ୍ବା ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ବାର୍ତ୍ତା ରେକର୍ଡ ହୋଇପାରିବ ।  

MyGov ଆମନ୍ତ୍ରଣକୁ ଶେୟାର କରି ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି;

“୨୭ ତାରିଖରେ ପ୍ରସାରିତ ହେବାକୁ ଥିବା ଏହି ମାସର #MannKiBaat କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ବହୁଚିନ୍ତିତ ବିଚାର ଓ ମତାମତ ଅପେକ୍ଷାରେ ରହିଲି । MyGov କିମ୍ବା Namo Appରେ ନିଜ ବିଚାର ଶେୟାର କରନ୍ତୁ । ନଚେତ, ୧୮୦୦-୧୧-୭୮୦୦ ନମ୍ବର ଡାଏଲ କରି ନିଜ ବାର୍ତ୍ତା ରେକର୍ଡ କରାନ୍ତୁ ।”   

SR



(Release ID: 1876396) Visitor Counter : 108