ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶ୍ରୀ ବଜୟ ବଲ୍ଲଭ ସୁରୀଶ୍ୱରଜୀଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଭିଡିଓ ବାର୍ତ୍ତା

Posted On: 26 OCT 2022 7:41PM by PIB Bhubaneshwar

 ଅପରିଗ୍ରହ କେବଳ ତ୍ୟାଗ ନୁହେଁ ସମସ୍ତ ବନ୍ଧନର ନିୟନ୍ତ୍ରଣ

 

ଶାନ୍ତିର ପ୍ରତିମୂର୍ତ୍ତି ଓ ଏକତାର ପ୍ରତିମୂର୍ତ୍ତି କେବଳ ଦୀର୍ଘ ପ୍ରତିମୂର୍ତ୍ତି ନୁହଁ, ସେମାନେ ଏକ ଭାରତ, ଶ୍ରେଷ୍ଠ ଭାରତର ମହାନ୍ ପ୍ରତୀକ

 

ଏକ ଦେଶର ସମୃଦ୍ଧି ଏହାର ଆର୍ଥିକ ସମୃଦ୍ଧି ଉପରେ ନିର୍ଭରଶୀଳ ଓ ଦେଶୀୟ ସମଗ୍ରୀକୁ ଗ୍ରହଣ କଲେ ଜଣେ ଭାରତର କଳା,ସଂସ୍କୃତି ଓ ସଭ୍ୟତାକୁ ବଂଚାଇ ରଖିପାରିବେ

 

 “ଆଜାଦୀ କା ଅମ୍ରିତ କାଳରେ ସ୍ୱଦେଶୀ ଓ ଆତ୍ମନିର୍ଭରଶୀଳତାର ବାର୍ତ୍ତା ଖୁବ୍ ତାତ୍ପର୍ଯ୍ୟପୂର୍ଣ୍ଣ

 

ଆଜାତୀ କା ଅମ୍ରିତ କାଳରେ ଆମେ ଉନ୍ନତ ଭାରତ ଗଠନ ଦିଗରେ ଆଗେଇ ଚାଲିଛୁ

 

ନାଗରିକ କର୍ତ୍ତବ୍ୟ ପାଳନ ଓ ସଶକ୍ତ କରିବା କାଳରେ ମୁନି ଋଷିଗଣଙ୍କ ପ୍ରଦର୍ଶିତ ମାର୍ଗ ସବୁବେଳେ ଗୁରୁତ୍ୱପୂର୍ଣ୍ଣ 

 

 

ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି(୨୬-୧୦-୨୦୨୨) ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱରଜୀଙ୍କ ୧୫୦ତମ  ବାର୍ଷିକୀ ଅବସରରେ ଭିଡିଓ ବାର୍ତ୍ତା ଜରିଆରେ ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇଛନ୍ତି ।

ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ସନ୍ଥ ପରମ୍ପରାର ବର୍ତ୍ତାବହ  ତଥା ବିଶ୍ୱବ୍ୟାପୀ ଜୈନ ପନ୍ଥୀରେ ବିଶ୍ୱାସୀ ବ୍ୟକ୍ତିମାନଙ୍କୁ ନତମସ୍ତକ ହୋଇଛନ୍ତି ।

ଅନେକ ସାଧୁ ହାତ୍ମାଙ୍କ ଗହଣରେ ରହିବାର ସୁଯୋଗ ପାଇବା ତଥା ସେମାନଙ୍କ ଆଶୀର୍ବାଦ ଲାଭ କରିବା ନେଇ ଶ୍ରୀ ମୋଦୀ ଖୁସି ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଗୁଜରାଟରେ ଥିବାବେଳେ ତାଙ୍କୁ ଭଦୋଦରା ଓ ଛୋଟା ଉଦୟପୁର କନୱାଡ ଗ୍ରାମରେ ସନ୍ଥବାଣୀ ଶୁଣିବାର ସୁଯୋଗ ମିଳିଥିବା ଘଟଣାର ସ୍ମୃତିଚାରଣ କରିଥିଲେ ।

 ଆଚାର୍ଯ୍ୟ ବିଜୟ  ବଲ୍ଲଭ ସୁରୀଶ୍ୱରଜୀଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଆଚାର୍ଯ୍ୟଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନର ସ୍ମରଣ କରିଥିଲେ । ଆଜି ମୁଁ ଆପଣ ସନ୍ଥମାନଙ୍କ ମଧ୍ୟରେ ବୈଷୟିକ ଜ୍ଞାନ ଯୋଗୁଁ ରହିଛିବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ୱରଜୀଙ୍କ ସମ୍ମାନାର୍ଥେ ଏକ ଡାକ ଟିକେଟ ଓ ମୁଦ୍ରା ମଧ୍ୟ ଉନ୍ମୋଚିତ ହୋଇଛି । ଏହାର ଲକ୍ଷ୍ୟ ଜନସାଧାରଣଙ୍କୁ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱରୀ ମହାରାଜ ସାହିବଙ୍କ  ଆଧ୍ୟାତ୍ମିକ ଚେତନା ଓ ଦର୍ଶନ ସହ ଯୋଡିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ଦୁଇ ବର୍ଷ ବ୍ୟାପୀ ସମାରୋହ ପାଳନ ଶେଷ ହେବାକୁ ଯାଉଥିବାବେଳେ,ବିଶ୍ୱାସ, ଆଧ୍ୟାତ୍ମିକତା, ଦେଶପ୍ରେମ ଓ ଜାତୀୟ ଶକ୍ତି ସଞ୍ଚାର କ୍ଷେତ୍ରରେ କରାଯାଇଥିବା ଅଭିଯାନ ବେଶ୍ ପ୍ରଶଂସନୀୟ ବୋଲି ସେ କହିଥିଲେ ।

ସାଂପ୍ରତିକ ବିଶ୍ୱର ଭୌଗୋଳିକ ଦୃଶ୍ୟପଟ ଉପରେ ମନ୍ତ୍ରବ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିଶ୍ୱ ଯୁଦ୍ଧଜନିତ ଜଟିଳ ପରିସ୍ଥିତି, ଆତଙ୍କ ଓ ହିଂସା ଇତ୍ୟାଦି ସାମ୍ନା କରିଥିବା ବେଳେ, ଏକ ଭୟଙ୍କର ଆବର୍ତ୍ତ ମଧ୍ୟରୁ ମୁକୁଳିବା ନିମନ୍ତେ ପ୍ରେରଣା ଆବଶ୍ୟକ କରୁଛି । ଏପରି ପରିସ୍ଥିତିରେ ଭାରତ  ଅନୁସରଣ କରୁଥିବା ପ୍ରାଚୀନ ପରମ୍ପରା ଓ ଦର୍ଶନ  ସମଗ୍ର ଜଗତ ପାଇଁ  ଆଶାର କିରଣ ବୋଲି ସେ କହିଥିଲେ ।

ସେ ଆହୁରି କହିଛନ୍ତି ଯେ ଆଚାର୍ଯ୍ୟ ଶ୍ରୀ ବିଜୟ ବଲ୍ଲଭ ସୁରୀଶ୍ୱର ଏବଂ ଜୈନ ଗୁରୁମାନଙ୍କ ବାଣୀ ଏହି ବୈଶ୍ୱିକ ଜଟିଳତାର  ସମାଧାନ ସଦୃଶ । ଆଚାର୍ଯ୍ୟ ଜୀ ଏକ ଅହିଂସା, ଏକାକୀତ୍ୱ ଓ ତ୍ୟାଗର ଜୀବନ ଅତିବାହିତ କରି ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସଭାଜନ ହେବା ପାଇଁ ନିରବଚ୍ଛିନ୍ନ ପ୍ରୟାସ କରିଥିଲେ ଓ ସେହି ବାଣୀ ଆମ ପାଇଁ ପ୍ରେରଣାଦାୟୀବୋଲି ଶ୍ରୀ ମୋଦୀ କହିଥିଲେ । ଆଚାର୍ଯ୍ୟ ଜୀଙ୍କ  ଶାନ୍ତି ଓ ସୌହାର୍ଦ୍ଧ୍ୟ ଉପରେ ଗୁରୁତ୍ୱ ଏପରିକି ଦେଶ ବିଭାଜନରେ ଭୟାବହ ବିଭୀଷିକା କାଳରେ ମଧ୍ୟ ଦୃଶ୍ୟମାନ ଥିଲା । ଏଥିପାଇଁ ଆଚାର୍ଯ୍ୟଜୀଙ୍କୁ ଚତୁର୍ମାସ ବ୍ରତ ଭାଙ୍ଗିବାକୁ ପଡିଥିଲା । ପ୍ରଧାନମନ୍ତ୍ରୀ ତାଙ୍କ ସହ ମହାତ୍ମା ଗାନ୍ଧୀଙ୍କୁ ତୁଳନା କରି କହିଥିଲେ ଯେ ସ୍ୱାଧୀନତା ଆନ୍ଦୋଳନ କାଳରେ, ମହାତ୍ମା ଗାନ୍ଧୀ ମଧ୍ୟ ଆଚାର୍ଯ୍ୟଙ୍କ ଦ୍ୱାରା ପ୍ରଦର୍ଶିତ ଅପରିଗ୍ରହରାସ୍ତାଗ୍ରହଣ କରିଥିଲେ । ଅପରିଗ୍ରହ କେବଳ ସ୍ୱାର୍ଥ ତ୍ୟାଗ ନୁହେଁ ସମସ୍ତ ପ୍ରକାର ବନ୍ଧନକୁ ନିୟନ୍ତ୍ରଣାଧୀନ କରି ରଖିବାବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗଚ୍ଛାଧିପତି ଜୈନାଚାର୍ଯ୍ୟ ଶ୍ରୀ ବିଜୟ ନିତ୍ୟାନନ୍ଦ ସୁରୀଶ୍ୱରଜୀ କହନ୍ତି ଯେ ଗୁଜରାଟ ଦେଶକୁ ଦୁଇଜଣ ବଲ୍ଲଭଙ୍କୁ ଦେଇଛି । ସେ କହିଥିଲେ ଏହା ଏକ ସଂଯୋଗ ଯେ ଆଜି ଆଚାର୍ଯ୍ୟଜୀଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଶେଷ ହେଉଥିବା ବେଳେ , ଆଉ କିଛି ଦିନ ପରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମବାର୍ଷିକୀ ଜାତୀୟ ଏକତା ଦିବସ ଭାବେ ପାଳନ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶାନ୍ତିର ପ୍ରତିମୂର୍ତ୍ତିସନ୍ଥମାନଙ୍କ ମଧ୍ୟରେ ବୃହତ୍ତମ ହୋଇଥିବାବେଳେ ଏକତାର ପ୍ରତିମୂତ୍ତିସାରା  ବିଶ୍ୱରେ ଦୀର୍ଘତମ ପ୍ରତିମୂର୍ତ୍ତି । ଶ୍ରୀ ମୋଦୀ କହିଥିଲେ ଯେ ଏଗୁଡିକ କେବଳ ଦୀର୍ଘ ପ୍ରତିମୂର୍ତ୍ତି ନୁହଁନ୍ତିବରଂ ଏକ ଭାରତ, ଶ୍ରେଷ୍ଠ ଭାରତର  ମହାନ୍ ପ୍ରତୀକ ।

ଦୁଇ ବଲ୍ଲଭଙ୍କ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ସର୍ଦ୍ଦାର ସାହିବ ଦେଶୀୟ ରାଜ୍ୟରେ ପରିଣତ ଭାରତ ବର୍ଷକୁ ଏକାଠି କରିଥିବାବେଳେ, ଆଚାର୍ଯ୍ୟ ଜୀ ଦେଶର ବିଭିନ୍ନ ଭାଗରେ ବୁଲି ଏକତା, ସଂହତି ଓ ଭାରତୀୟ ସଂସ୍କୃତିକୁ ମଜବୁତ କରିଥିଲେ ।

ଧାର୍ମିକ ପରମ୍ପରା ଓ ଦେଶୀୟ ସାମଗ୍ରୀ କିପରି ଏକାବେଳେ ପ୍ରବର୍ତ୍ତନ କରିହେବ, ତାଉପରେ ଆଲୋକପାତ କରି ଶ୍ରୀ ମୋଦୀ ଆଚାର୍ଯ୍ୟ ଜୀଙ୍କ ଏକ ଉକ୍ତି ଉଦ୍ଧାର କରିଥିଲେ । ଏକ ଦେଶର ସମୃଦ୍ଧି ତାର ଆର୍ଥିକ ସମୃଦ୍ଧି ଉପରେ ନିର୍ଭରଶୀଳ ଓ ଦେଶୀୟ ସାମଗ୍ରୀ ଉପଯୋଗ କଲେ, ଜଣେ ଭାରତର କଳା, ସଂସ୍କୃତି ଓ ସଭ୍ୟତାକୁ ଜୀବନ୍ତ ରଖିପାରିବ । ଆଚାର୍ଯ୍ୟ ଜୀଙ୍କ କପଡା ସବୁବେଳେ ଧଳା ଓ ସେ ଖଦୀ ବ୍ୟବହାର କରୁଥିଲେ । ଆଜାଦୀ କାମ  ଅମ୍ରିତ ମହୋତ୍ସବ କାଳରେ ସ୍ୱଦେଶୀ ଓ ଆତ୍ମ ନିର୍ଭରଶୀଳତାର ବାର୍ତ୍ତା ଅତ୍ୟନ୍ତ ପ୍ରାସଙ୍ଗିକ ବୋଲି ସେ କହିଥିଲେ । ସେ କହିଥିଲେ ଏହା ହିଁ ଆତ୍ମ ନିର୍ଭର ଭାରତ ଓ ପ୍ରଗତିର ମନ୍ତ୍ର । ସେ ଦୃଷ୍ଟିରୁ ଆଚାର୍ଯ୍ୟ ବିଜୟ ବଲ୍ଲଭ ସୁରୀଶ୍ୱର ଜୀଙ୍କ ଠାରୁ ଆରମ୍ଭ କରି ଆଚାର୍ଯ ଶ୍ରୀ ନିତ୍ୟାନନ୍ଦ ସୁରୀଶ୍ୱରୀଙ୍କ ପର୍ଯ୍ୟନ୍ତ ଏହି ପଥ ଶକ୍ତିଶାଳୀ ହୋଇଛି ଓ ଆମକୁ ଏହାକୁ ଆହୁରି ଶକ୍ତିଶାଳୀ କରିବାକୁ ପଡିବ ।

ସମାଜ କଲ୍ୟାଣରେ ସମୃଦ୍ଧ ପରମ୍ପରା, ମାନବ ସେବା, ଶିକ୍ଷା ଓ ଜନସଚେତନତା ନେଇ ଅତୀତରେ ଆଚାର୍ଯ୍ୟଗଣ ଯାହା ସବୁ କରିଯାଇଛନ୍ତି , ସେଗୁଡିକ ଆହୁରି ସମ୍ପ୍ରସାରିତ ହେବା ଦରକାର ।  ଆଜାଦୀ କା ଅମ୍ରିତ କାଳରେ ଆମେ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ଆଗେଇଛୁ ।ଶ୍ରୀ ମୋଦୀ କହିଥିଲେ ଯେ ଏଥିପାଇଁ ଦେଶ ପାଞ୍ଚଟି ସଂକଳ୍ପ ନେଇଛି ଓ ଏହି ପଞ୍ଚପ୍ରାଣକୁ ସାକାର କରିବା ପାଇଁ ସନ୍ଥମାନଙ୍କ ଭୂମିକା ଆଗକୁ ବାଟ କଢାଇବ ।

ଭୋକାଲ ଫର ଲୋକାଲ ପାଇଁ ଆଚାର୍ଯ୍ୟମାନଙ୍କ ଭୂମିକା ଦେଶ ଲାଗି  ସେମାନଙ୍କ ପକ୍ଷରୁ ଏକ ମହାନ୍ ସେବା ହେବ । ଆପଣଙ୍କର ଅଧିକାଂଶ ଅନୁଗାମୀ ବ୍ୟାବସାୟିକ କ୍ଷେତ୍ରରେ ଅଛନ୍ତି ।ସେ ଦୃଷ୍ଟିରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ କେବଳ ଭାରତରେ ପ୍ରସ୍ତୁତ ସାମଗ୍ରୀକୁ ନେଇ ବ୍ୟବସାୟ କରିବା ପାଇଁ ଶପଥ ନେବାକୁ କହି ଏହା ମହାରାଜ ସାହିବଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଥିଲେ । ଆଚାର୍ଯ୍ୟ ଶ୍ରୀ ପ୍ରଗତିର ବାଟ ଦେଖାଇଥିଲେ ଓ ସେହି ରାସ୍ତାର ଯାଇ ଆମେ ଭବିଷ୍ୟତ ପାଇଁ ବାଟ ଦେଖାଇବା ବୋଲି କହି ପ୍ରଧାନମନ୍ତ୍ରୀ  ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

 

*****

SM/SLP



(Release ID: 1871250) Visitor Counter : 186