ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଦୀୱାଲୀ ଉପଲକ୍ଷେ କାରଗିଲରେ ଯବାନମାନଙ୍କ ସହ ମତ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
24 OCT 2022 2:23PM by PIB Bhubaneshwar
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ପରାକ୍ରମ ଏବଂ ଶୌର୍ଯ୍ୟରେ ସିଂଚନ କରାଯାଇଥିବା କାରଗିଲର ଏହି ମାଟିକୁ ପ୍ରଣାମ କରିବାର ଭାବ ମୋତେ ବାରମ୍ବାର ଆମର ବୀର ପୁଅ- ଝିଅମାନଙ୍କ ଗହଣକୁ ଟାଣି ଆଣୁଛି । ମୋ ପାଇଁ ତ, ବର୍ଷ- ବର୍ଷ ଧରି ଆପଣ ସମସ୍ତେ ହିଁ ମୋର ପରିବାର ହୋଇ ରହିଛନ୍ତି । ମୋର ଦୀପାବଳିର ମିଠାପଣ ଆପଣମାନଙ୍କ ଗହଣରେ ବଢ଼ି ଯାଇଥାଏ, ମୋର ଦୀପାବଳିର ପ୍ରକାଶ ଆପଣମାନଙ୍କ ଗହଣରେ ରହିଛି ଆଉ ଆଗାମୀ ଦୀପାବଳି ପର୍ଯ୍ୟନ୍ତ ମୋର ପଥକୁ ପ୍ରଶସ୍ତ କରିଥାଏ। ମୋର ଦୀପାବଳିର ଉଲ୍ଲାସ ଆପଣମାନଙ୍କ ପାଖରେ ରହିଛି, ମୋର ଉତ୍ସାହ ଆପଣମାନଙ୍କ ସହିତ ରହିଛି। ମୋର ସୌଭାଗ୍ୟ ଯେ, ମୋତେ ବର୍ଷ ବର୍ଷ ଧରି ସୀମାକୁ ଆସି ଆପଣମାନଙ୍କ ଗହଣରେ ଦୀପାବଳୀ ପାଳନ କରିବାର ସୁଯୋଗ ମିଳୁଛି। ଗୋଟିଏ ପଟେ ଦେଶର ସଂପ୍ରଭୁ ସୀମା, ଆଉ ଅନ୍ୟ ପଟେ ସେଥିପାଇଁ ସମର୍ପିତ ସିପାହୀ ! ଗୋଟିଏ ପଟେ ମାତୃଭୂମିର ମମତାମୟୀ ମାଟି ଆଉ ଅନ୍ୟ ପଟେ ସେହି ମାଟିକୁ ଚନ୍ଦନ କରି ମଥାରେ ଲଗାଉଥିବା ଆପଣ ସମସ୍ତେ ମୋର ବୀର ଯବାନ ସାଥୀ, ବାହାଦୂର ଯୁବକମାନେ! ଏହାଠାରୁ ବଳି ଭଲ ଦୀୱାଲୀ ମୋତେ ଆଉ କେଉଁଠାରେ ପାଳନ କରିବାର ସୌଭାଗ୍ୟ ମିଳି ପାରିବ ? ଆଉ ଅମେ ଯେଉଁ ସାଧାରଣ ନାଗରିକ ମାନଙ୍କର ଦୀୱାଲୀ, ଆମର ବାଣଫୁଟା ଆଉ କେଉଁଠି ଆପଣମାନଙ୍କର ଆତିଶବାଜି, ଆପଣମାନଙ୍କର ଆତିଶବାଜି ତ’ ଭିନ୍ନ ହିଁ ହୋଇଥାଏ । ଆପଣମାନଙ୍କର ଧମାକା ମଧ୍ୟ ଭିନ୍ନ ହୋଇଥାଏ।
ସାଥୀଗଣ,
ଶୌର୍ଯ୍ୟର ଅପ୍ରତିମ ଗାଥାଗୁଡ଼ିକ ସହିତ ହିଁ, ଆମର ପରମ୍ପରା, ମଧୁରତା ଏବଂ ମିଠାପଣ ମଧ୍ୟ ରହିଛି । ତେଣୁ, ଭାରତ ନିଜର ପର୍ବଗୁଡ଼ିକୁ ପ୍ରେମର ଭାବନା ନେଇ ପାଳନ କରିଥାଏ। ସମଗ୍ର ଦୁନିଆକୁ ସେଥିରେ ସାମିଲ କରି ପାଳନ କରିଥାଏ। ଆଜି, କାରଗିଲର ଏହି ବିଜୟ ଭୂମିରୁ, ଆପଣ ସମସ୍ତ ଯବାନଙ୍କ ଗହଣରେ ଥାଇ ମୁଁ ସମସ୍ତ ଦେଶବାସୀଙ୍କୁ, ଆଉ ସାରା ବିଶ୍ୱକୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ପାକିସ୍ତାନ ସହିତ ଗୋଟିଏ ହେଲେ ମଧ୍ୟ ଏଭଳି ଯୁଦ୍ଧ ହୋଇନାହିଁ ଯେଉଁଥିରେ କାରଗିଲ ବିଜୟ ଧ୍ୱଜା ଲହରାଇ ନ ଥିବ। ଆଜିକାର ବୈଶ୍ୱିକ ପରିଦୃଶ୍ୟରେ ଆଲୋକର ଏହି ପର୍ବ ସମଗ୍ର ବିଶ୍ୱ ପାଇଁ ଶାନ୍ତିର ପଥ- ପ୍ରଦର୍ଶନ କରୁ, ଏହା ହେଉଛି ଭାରତର କାମନା ।
ସାଥୀଗଣ,
ଦୀୱାଲୀର ଅର୍ଥ ହେଉଛି, ଆତଙ୍କର ଅନ୍ତ ସହିତ ଉତ୍ସବ! ଆତଙ୍କର ଅନ୍ତ ହେବାର ଉତ୍ସବ! ଏହା କାରିଗିଲ ମଧ୍ୟ କରିଥିଲା। କାରଗିଲରେ ଆମର ସେନା ଆତଙ୍କର ଫଣାକୁ ଦଳି ଦେଇଥିଲା, ଆଉ ଦେଶରେ ବିଜୟର ଏଭଳି ଦୀୱାଲୀ ପାଳନ କରିଥିଲେ, ଏଭଳି ଦୀୱାଲୀ ପାଳନ କରାଯାଇଥିଲା ଯେ ଲୋକମାନେ ଆଜି ମଧ୍ୟ ତାହାକୁ ମନେ ପକାଉଛନ୍ତି । ଏହା ମୋର ସୌଭାଗ୍ୟ ରହିଛି ଯେ, ମୁଁ ସେହି ବିଜୟର ମଧ୍ୟ ସାକ୍ଷୀ ରହିଥିଲି, ଆଉ ମୁଁ ସେହି ଯୁଦ୍ଧକୁ ମଧ୍ୟ ଖୁବ ନିକଟରୁ ଦେଖିଥିଲି। ମୁଁ ଆମର ଅଧିକାରୀମାନଙ୍କ ନିକଟରେ କୃତଜ୍ଞ ଯେ ଏଠାକୁ ଆସିବା କ୍ଷଣି ହିଁ ମୋତେ ମୋର କେତେ ବର୍ଷର ପୁରୁଣା ଫଟୋକୁ ଦେଖାଇଲେ ଯେଉଁ ମୁହୂର୍ତ ସବୁ ମୁଁ ଆପଣଙ୍କ ନିକଟରେ ବିତାଇଥିଲି। ମୋ ପାଇଁ ସେହି ମୁହୂର୍ତ ଖୁବ ଭାବାବେଗ ପୂର୍ଣ୍ଣ ଥିଲା, ଯେତେବେଳେ ମୁଁ ସେହି ସବୁ ଫଟୋ ଦେଖୁଥିଲି ଆଉ ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ ଯେ ଆପଣମାନେ ମୋତେ ସ୍ମୃତି ଭିତରେ ବୀର ଯବାନଙ୍କ ଗହଣରେ ବିତାଇଥିବା ମୋର ମୁହୂର୍ତ ଗୁଡ଼ିକୁ ମୋତେ ମନେ ପକାଇଦେଲେ, ମୁଁ ଆପଣମାନଙ୍କ ନିକଟରେ ବହୁତ କୃତଜ୍ଞ। ଯେତେବେଳେ ଆମ ଯବାନ କାରଗିଲ ଯୁଦ୍ଧରେ ଶତ୍ରୁମାନଙ୍କୁ ଉଚିତ ଜବାବ ଦେଉଥିଲେ, ସେତେବେଳେ ମୋତେ ସେମାନଙ୍କ ଗହଣକୁ ଆସିବାର ସୌଭାଗ୍ୟ ମିଳିଥିଲା। ଦେଶର ଜଣେ ସାଧାରଣ ନାଗରିକ ଭାବେ ମୋର କର୍ତବ୍ୟ ପଥ, ମୋତେ ରଣଭୂମି ନିକଟକୁ ଆଣି ନେଇ ଆସିଲା। ଦେଶ ନିଜର ସୈନିକ ମାନଙ୍କର ସେବା ପାଇଁ ଯାହା କିଛି ମଧ୍ୟ ଛୋଟ- ବଡ଼ ଆଶ୍ୱାସନା ପୂର୍ଣ୍ଣ ସାମଗ୍ରୀକୁ ପଠାଉଥିଲା, ଆମେ ସେଗୁଡ଼ିକ ଆଣି ଏଠାରେ ପହଂଚିଥିଲୁ। ଆମେ ତ କେବଳ ତାହାଦ୍ୱାରା କେବଳ ପୁଣ୍ୟ ଅର୍ଜନ କରୁଥିଲୁ କାରଣ ଦେବ ଭକ୍ତି ତ କରୁଛୁ, ସେହି କ୍ଷଣ ଦେଶଭକ୍ତିର ରଙ୍ଗରେ ରଙ୍ଗୀନ ହୋଇଥିବା ଆପଣମାନଙ୍କର ପୂଜା କରିବାର କ୍ଷଣ ରହିଥିଲା ମୋ ପାଇଁ। ସେହି ସମୟର କେତେ ହିଁ ସ୍ମୃତି ରହିଛି, ଯାହାକୁ କେବେ ହେଲେ ମଧ୍ୟ ମୁଁ ଭୁଲି ପାରିବି ନାହିଁ। ଏପରି ଲାଗୁଥିଲା, ଚତୁର୍ଦ୍ଦିଗରେ ବିଜୟର ଜୟଘୋଷ ହେଉଛି, ଜୟଘୋଷ ହେଉଛି, ଜୟଘୋଷ ହେଉଛି । ପ୍ରତ୍ୟେକ ମନର ଆହ୍ୱାନ ଥିଲା- ମନ ସମର୍ପିତ, ଶରୀର ସମର୍ପିତ । ଆଉ ଏହି ଜୀବନ ସମର୍ପିତ। ଚାହୁଁଛି ଦେଶର ମାଟି ତୁମକୁ ଆଉ କିଛି ମଧ୍ୟ ଦେଇ ଦିଅନ୍ତି!
ସାଥୀଗଣ,
ଆମେ ଯେଉଁ ରାଷ୍ଟ୍ରର ଆରାଧନା କରୁଛୁ, ଆମର ସେହି ଭାରତ କେବଳ ଏକ ଭୌଗୋଳିକ ଭୂଖଣ୍ଡ ମାତ୍ର ନୁହେଁ । ଆମର ଭାରତ ହେଉଛି ଏକ ଜୀବନ୍ତ ବିଭୂତି, ହେଉଛି ଏକ ଚିରନ୍ତନ ଚେତନା, ହେଉଛି ଏକ ଅମର ଅସ୍ତିତ୍ୱ। ଆମେ ଯେତେବେଳେ ଭାରତ କହିଥାଉ, ସେତେବେଳେ ସାମ୍ନାରେ ଶାଶ୍ୱତ ସଂସ୍କୃତିର ଚିତ୍ର ଉଦଭାସିତ ହୋଇ ଯାଇଥାଏ। ଆମେ ଯେତେବେଳେ ଭାରତ କହିଥାଉ, ସେତେବେଳେ ସାମ୍ନାରେ ବୀରତାର ପରମ୍ପରା ଉଠି ଠିଆ ହୋଇ ଯାଇଥାଏ । ଆମେ ଯେତେବେଳେ ଭାରତ କହିଥାଉ, ସେତେବେଳେ ସାମ୍ନାରେ ପରାକ୍ରମର ପରିପାଟୀ ପ୍ରଖର ହୋଇ ଉଠିଥାଏ । ଏହା ହେଉଛି ଏଭଳି ଏକ ଅଜସ୍ର ଧାରା, ଯାହା ଗୋଟିଏ ପଟେ ଗଗନଶ୍ଚୁମ୍ଭୀ ହିମାଳୟରୁ ପ୍ରସ୍ଫୁଟିତ ହୋଇଥାଏ ତ ଅନ୍ୟ ପଟେ ଭାରତ ମହାସାଗରରେ ସମାହିତ ହୋଇଥାଏ। ଅତୀତରେ ଅସୀମ ଲହଡ଼ି ଉଠିଛି, ବିଶ୍ୱର କେତେ ହିଁ ଲହରାଉଥିବା ସଭ୍ୟତାମାନ ମରୁଭୂମି ଭଳି ବାଲୁକା ରାଶି ଭଳି ନିଶ୍ଚିହ୍ନ ହୋଇ ଯାଇଛି, କିନ୍ତୁ ଭାରତର ଅସ୍ତିତ୍ୱର ଏହି ସାଂସ୍କୃତିକ ଧାରା ଆଜି ମଧ୍ୟ ହେଉଛି ଅବିରଳ, ହେଉଛି ଅମର । ଆଉ ମୋର ଯବାନମାନେ, ଗୋଟିଏ ରାଷ୍ଟ୍ର କେତେବେଳେ ଅମର ହୋଇଥାଏ? ଗୋଟିଏ ରାଷ୍ଟ୍ର ସେତେବେଳେ ଅମର ହୋଇଥାଏ ଯେତେବେଳେ ତାହାର ସନ୍ତାନ ମାନଙ୍କୁ, ତାହାର ବୀର ପୁଅ- ଝିଅମାନଙ୍କୁ ନିଜର ସାମର୍ଥ୍ୟ ଉପରେ, ନିଜର ସଂସାଧନ ଉପରେ ପ୍ରଗାଢ଼ ବିଶ୍ୱାସ ରହିଥାଏ। ଗୋଟିଏ ରାଷ୍ଟ୍ର ସେତେବେଳେ ଅମର ହୋଇଥାଏ, ଯେତେବେଳେ ତାହାର ସୈନିକମାନଙ୍କର ମସ୍ତକ ହିମାଳୟର ଶୀର୍ଷ ଶୀଖର ଭଳି ଉତଙ୍ଗ ହୋଇଥାଏ। ଗୋଟିଏ ରାଷ୍ଟ୍ର ସେତେବେଳେ ଅମର ହୋଇଥାଏ ଯେତେବେଳେ ତାହାର ସନ୍ତାନମାନଙ୍କ ବିଷୟରେ କୁହାଯାଇ ପାରିବ ଯେ- ଚଲନ୍ତୁ ଗିରୟଃ କାମଂ ଯୁଗାନ୍ତ ପବନାହତାଃ। କୃଚ୍ଛେରପି ନ ଚଲତ୍ୟେୱ ଧୀରଣାଂ ନିଶ୍ଚଲଂ ମନଃ। ଅର୍ଥାତ ପ୍ରଳୟକାଳର ଝଡ଼ରେ ହୁଏତ ବିଶାଳ ପର୍ବତ ଓଲଟି ପଡ଼ିଯାଇ ପାରେ, କିନ୍ତୁ ଆପଣଙ୍କ ଭଳି ଧୀର ଏବଂ ବୀରମାନଙ୍କର ମନ ହେଉଛି ଦୃଢ଼, ଅଟଳ ଏବଂ ନିଶ୍ଚଳ। ଏଥିପାଇଁ, ଆପଣଙ୍କର ବାହୁବଳର ସାମର୍ଥ୍ୟ ହିମାଳୟର ଦୁରୁହ ଉଚ୍ଚତାକୁ ମାପି ପାରୁଛି। ଆପଣଙ୍କର ମନସ୍ୱୀ ମନ, ମରୂସ୍ଥଳର ଅସୁବିଧା ଗୁଡ଼ିକୁ ସଫଳତାର ସହିତ ମୁକାବିଲା କରି ପାରୁଛି। ଆପଣଙ୍କର ଅସୀମ ଶୌର୍ଯ୍ୟ ଆଗରେ ଅନନ୍ତ ଆକାଶ ଏବଂ ଅସୀମିତ ସମୁଦ୍ର ମଥା ଟେକିବାକୁ ବାଧ୍ୟ ହେଉଛି । କାରଗିଲର କୁରୁକ୍ଷେତ୍ର ଭାରତୀୟ ସେନାର ଏହି ପରାକ୍ରମର ହେଉଛି ଜୀବନ୍ତ ସାକ୍ଷୀ ହୋଇ ଯାଇଛନ୍ତି। ଏହି ଦ୍ରାସ, ଏହି ବାଟାଲିକ ଆଉ ଏହି ଟାଇଗର ହିଲ, ଏମାନେ ହେଉଛନ୍ତି ସାକ୍ଷୀ ଯେ ପାହାଡ଼ର ଶୀଖରରେ ବସିଥିବା ଶତ୍ରୁ ମଧ୍ୟ ଭାରତୀୟ ସେନାର ଗଗନଶ୍ଚୁମ୍ଭୀ ସାହସ ଏବଂ ଶୌର୍ଯ୍ୟ ଆଗରେ କିଭଳି ବାମନ ଭଳି ସାବ୍ୟସ୍ତ ହୋଇଯାଏ। ଯେଉଁ ଦେଶର ସୈନିକଙ୍କର ଶୌର୍ଯ୍ୟ ହେଉଛି ଏତେ ଅନନ୍ତ, ସେହି ରାଷ୍ଟ୍ରର ଅସ୍ତିତ୍ୱ ଅମର ଏବଂ ଅଟଳ ହିଁ ହୋଇଥାଏ।
ସାଥୀଗଣ,
ଆପଣ ସମସ୍ତେ, ସୀମାର ଆମର ପ୍ରହରୀ ଦେଶ ସୁରକ୍ଷାର ହେଉଛନ୍ତି ସୁଦୃଢ଼ ସ୍ତମ୍ଭ । ଆପଣ ଅଛନ୍ତି, ତେଣୁ ଦେଶ ଭିତରେ ଦେଶବାସୀ ଆରାମରେ ରୁହନ୍ତି, ନିଶ୍ଚିନ୍ତ ହୋଇ ରୁହନ୍ତି। କିନ୍ତୁ ଏହା ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ହେଉଛି ଖୁସିର କଥା ଯେ ଦେଶର ସୁରକ୍ଷା କବଚକୁ ସମ୍ପୂର୍ଣ୍ଣତା ଦେବା ପାଇଁ, ପ୍ରତ୍ୟେକ ଭାରତବାସୀ ସମ୍ପୂର୍ଣ୍ଣ ଶକ୍ତି ଲଗାଇ ଦେଉଛନ୍ତି। ଦେଶ ସେତେବେଳେ ସୁରକ୍ଷିତ ହେବ, ଯେତେବେଳେ ସୀମା ସୁରକ୍ଷିତ ହେବ, ଅର୍ଥବ୍ୟବସ୍ଥା ସଶକ୍ତ ହୋଇଥିବ ଆଉ ସମାଜ ଆତ୍ମବିଶ୍ୱାସରେ ଭରି ହୋଇ ରହିଥିବ। ଆପଣମାନେ ମଧ୍ୟ ଆଜି ସୀମାରେ ଦେଶର ଶକ୍ତି ବିଷୟରେ ଶୁଣୁଥିବେ, ସେତେବେଳେ ଆପଣଙ୍କର ମଧ୍ୟ ସାହସ ଦୁଇ ଗୁଣା ହୋଇ ଯାଉଥିବ। ଯେତେବେଳେ ଦେଶର ଲୋକମାନେ ସ୍ୱଚ୍ଛତାର ମିଶନ ସହିତ ଯୋଡ଼ି ହୁଅନ୍ତି, ଗରିବରୁ ଅତି ଗରିବ ଲୋକଙ୍କୁ ମଧ୍ୟ ନିଜର ପକ୍କା ଘର, ପିଇବା ପାଣି, ବିଜୁଳି- ଗ୍ୟାସ ଭଳି ସୁବିଧାମାନ ରେକର୍ଡ ସମୟରେ ମିଳିଥାଏ, ସେତେବେଳେ ପ୍ରତ୍ୟେକ ଯବାନଙ୍କୁ ମଧ୍ୟ ଗର୍ବ ଅନୁଭବ ହୋଇଥାଏ । ଦୂରରେ କେଉଁଠି ତାଙ୍କ ଘରେ, ତାଙ୍କ ଗାଁରେ, ତାଙ୍କ ସହରରେ ସୁବିଧାମାନ ପହଂଚୁଛି, ତେବେ ସୀମାରେ ଥାଇ ମଧ୍ୟ ତାଙ୍କ ଛାତି ଗର୍ବରେ ଫୁଲି ଉଠେ, ତାଙ୍କୁ ଭଲ ଲାଗେ। ଯେତେବେଳେ ସେ ଦେଖନ୍ତି ଯେ ଯୋଗାଯୋଗ ଭଲ ଭାବେ ହେଉଛି, ସେତେବେଳେ ତାଙ୍କୁ ତାଙ୍କ ଘର ସହିତ କଥା ହେବାରେ ମଧ୍ୟ ସହଜ ହୋଇଯାଇଥାଏ ଆଉ ଛୁଟିରେ ଘରେ ଯାଇ ପହଂଚିବା ମଧ୍ୟ ସହଜ ହୋଇଯାଇଥାଏ।
ସାଥୀଗଣ,
ମୋତେ ଜଣାଅଛି, ଯେତେବେଳେ 7-8 ବର୍ଷ ଭିତରେ ହିଁ ଦେଶର ଅର୍ଥବ୍ୟବସ୍ଥା 10ମ ସ୍ଥାନରୁ ଆସି 5ମ ସ୍ଥାନରେ ପହଂଚି ଯାଏ, ସେତେବେଳେ ଆପଣଙ୍କର ମଧ୍ୟ ମସ୍ତକ ଗର୍ବରେ ଉଚ୍ଚା ହୋଇଯାଏ । ଯେତେବେଳେ ଗୋଟିଏ ପଟେ ଆପଣମାନଙ୍କ ଭଳି ଯୁବକ ସୀମା ସୁରକ୍ଷା କରିବାରେ ବ୍ୟସ୍ତ ଅଛନ୍ତି ଆଉ ଅନ୍ୟ ପଟେ ଆପଣଙ୍କର ହିଁ ଯୁବ ସାଥୀମାନେ ଷ୍ଟାର୍ଟ-ଅପ୍ସ କରି ଦେଉଛନ୍ତି, ସେତେବେଳେ ଆପଣଙ୍କର ଖୁସି ମଧ୍ୟ ବହୁତ ବଢ଼ି ଯାଇଥାଏ। ଦୁଇ ଦିନ ପୂର୍ବରୁ ହିଁ ଇସ୍ରୋ ବ୍ରଡବ୍ୟାଣ୍ଡ ଇଂଟରନେଟର ବିସ୍ତାର କରିବା ଭଳି 36 ଉପଗ୍ରହ, ଏକା ସହିତ ଉତକ୍ଷେପଣ କରି କରି ଏକ ନୂତନ ରେକର୍ଡ ସ୍ଥାପନ କରିଛି । ଅନ୍ତରୀକ୍ଷରେ ଭାରତ ଯେତେବେଳେ ନିଜର ସ୍ଥାନ ସୁଦୃଢ କରିବାକୁ ବସିଛି ସେତେବେଳେ କିଏ ମୋର ବୀର ଯବାନ ଥିବେ ଯାହାଙ୍କର ଛାତି ଗର୍ବରେ ଚଉଡ଼ା ହୋଇ ଯାଇ ନ ଥିବ। କିଛି ମାସ ପୂର୍ବେ ଯେତେବେଳେ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହେଲା ସେତେବେଳେ କିପରି ଆମର ପ୍ରିୟ ତିରଙ୍ଗା ସେଠାରେ ଫସି ରହିଥିବା ଭାରତୀୟ ମାନଙ୍କର ସୁରକ୍ଷା କବଚ ହେଲା, ଏହା ଆମେ ସମସ୍ତେ ଦେଖିଛେ। ଆଜି ବିଶ୍ୱରେ ଯେଉଁଭଳି ଭାବେ ଭାରତର ମାନ ବଢ଼ିଛି, ସମ୍ମାନ ବଢ଼ିଛି, ବିଶ୍ୱ ଦୃଶ୍ୟପଟରେ ବଢ଼ୁଥିବା ଭାରତର ଭୂମିକା ଆଜି ସମସ୍ତଙ୍କ ସାମ୍ନାରେ ରହିଛି ।
ସାଥୀଗଣ,
ଆଜି ଏହି ସବୁକିଛି ଏଥିପାଇଁ ସମ୍ଭବ ହୋଇ ପାରିଛି, କାରଣ ଭାରତ ନିଜର ବାହ୍ୟ ଏବଂ ଆଭ୍ୟନ୍ତରୀଣ, ଦୁଇ ପ୍ରକାରର ଶତ୍ରୁଙ୍କ ବିରୋଧରେ ସଫଳତାର ସହିତ ଲଢେଇ କରି ପାରିଛି। ଆପଣମାନେ ଯେତେବେଳେ ସୀମାରେ କବଚ ସାଜି ଠିଆ ହୋଇଛନ୍ତି, ସେତେବେଳେ ଦେଶ ଭିତରେ ମଧ୍ୟ ଦେଶର ଶତ୍ରୁମାନଙ୍କ ବିରୋଧରେ କଠୋରରୁ ଅତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଆତଙ୍କବାଦର, ନକ୍ସଲବାଦର, ଅତିବାଦର, ଯେଉଁ ମଧ୍ୟ ମୂଳ ବିଗତ ଦଶକରେ ବଢ଼ି ଉଠିଥିଲା, ସେଗୁଡ଼ିକୁ ମୂଳୋତ୍ପାଟନ କରିବାର ସଫଳ ପ୍ରୟାସ ଦେଶ ନିରନ୍ତର କରୁଛି। କେବେ ନକ୍ସଲବାଦ ଦେଶର ଏକ ବହୁତ ବଡ଼ ଅଂଶକୁ ନିଜ ଅକ୍ତିଆରକୁ ନେଇ ଯାଇଥିଲା। କିନ୍ତୁ ଆଜି ତାହାର ସେହି କଳେବର କ୍ରମାଗତ ଭାବେ ହ୍ରାସ ପାଉଛି। ଆଜି ଦେଶ ଭ୍ରଷ୍ଟାଚାର ବିରୋଧରେ ମଧ୍ୟ ନିର୍ଣ୍ଣାୟକ ଯୁଦ୍ଧ ଲଢ଼ୁଛି । ଭ୍ରଷ୍ଟାଚାରୀ ହୁଏତ କେତେ ମଧ୍ୟ ଶକ୍ତିଶାଳୀ ହୋଇ ଥାଉ ନା କାହିଁକି, ଏବେ ସେ ରକ୍ଷା ପାଇ ପାରିବ ନାହିଁ ଆଉ ରକ୍ଷା ପାଇବ ନାହିଁ ମଧ୍ୟ। କୁଶାସନ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ସାମର୍ଥ୍ୟକୁ ସୀମିତ କରି ରଖିଲା, ଆମର ବିକାଶର ପଥରେ ପ୍ରତିବନ୍ଧକ ସାଜିଲା । ଆଜି ସମସ୍ତଙ୍କ ସହିତ, ସମସ୍ତଙ୍କର ବିକାଶ, ସମସ୍ତଙ୍କର ବିଶ୍ୱାସ ଏବଂ ସମସ୍ତଙ୍କର ପ୍ରୟାସର ମନ୍ତ୍ର ସହିତ ଆମେ ସେହି ସବୁ ପୁରୁଣା ଦୁର୍ବଳତା ଗୁଡ଼ିକୁ ଦ୍ରୁତ ଗତିରେ ଦୂର କରିବାରେ ଲାଗିଛୁ । ରାଷ୍ଟ୍ର ହିତରେ ଆଜି ବଡ଼ରୁ ଅତି ବଡ଼ ନିଷ୍ପତି ଦ୍ରୁତ ଗତିରେ ନିଆଯାଉଛି, ଦ୍ରୁତ ଗତିରେ ଲାଗୁ କରାଯାଉଛି।
ସାଥୀଗଣ,
ଦ୍ରୁତ ଗତିରେ ପରିବର୍ତିତ ହେଉଥିବା ସମାଜରେ, ଟେକ୍ନୋଲୋଜିର ଏହି ପରିସର ମଧ୍ୟରେ ଭବିଷ୍ୟତର ଯୁଦ୍ଧର ସ୍ୱରୂପ ମଧ୍ୟ ବଦଳିବାକୁ ଯାଉଛି । ନୂତନ ଯୁଗରେ ନୂତନ ଆହ୍ୱାନ, ନୂତନ ଉପାୟ- କୌଶଳ ଆଉ ରାଷ୍ଟ୍ରରକ୍ଷାର ପରିବର୍ତିତ ଆବଶ୍ୟକତା ହିସାବରେ ମଧ୍ୟ ଆଜି ଆମେ ଦେଶର ସୈନ୍ୟ ଶକ୍ତିକୁ ପ୍ରସ୍ତୁତ କରୁଛୁ । ସେନାରେ ବଡ଼ ପରିବର୍ତନ, ବଡ଼ ସୁଧାରର ଆବଶ୍ୟକତା ଦଶକ ଦଶକ ଧରି ଅନୁଭବ କରାଯାଉଥିଲା, ତାହାକୁ ଆଜି ବାସ୍ତବତାରେ ପରିଣତ କରାଯାଉଛି। ଆମର ସେନାରେ ଉନ୍ନତ ସମନ୍ୱୟ ରହୁ, ଆମେ ପ୍ରତ୍ୟେକ ଆହ୍ୱାନ ବିରୋଧରେ ଦ୍ରୁତ ଗତିରେ, ତ୍ୱରିତ କାର୍ଯ୍ୟାନୁଷ୍ଠାନ କରି ପାରିବା, ଏଥିପାଇଁ ପ୍ରତ୍ୟେକ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥିପାଇଁ ସିଡିଏସ ଭଳି ସଂସ୍ଥାନର ଗଠନ ମଧ୍ୟ କରାଯାଇଛି । ସୀମାରେ ଆଧୁନିକ ଭିତିଭୂମିର ନେଟୱର୍କ ପ୍ରସ୍ତୁତ କରାଯାଉଛି, ଫଳରେ ଆପଣଙ୍କ ଭଳି ଆମର ସାଥୀମାନଙ୍କୁ ନିଜର କର୍ତବ୍ୟ ସମ୍ପାଦନ କରିବାରେ ଅଧିକରୁ ଅଧିକ ସୁବିଧା ହୋଇ ପାରିବ। ଆଜି ଦେଶରେ ଅନେକ ସୈନିକ ସ୍କୁଲ ଖୋଲା ଯାଇ ସାରିଲାଣି । ସୈନିକ ସ୍କୁଲକୁ, ସୈନ୍ୟ ପ୍ରଶିକ୍ଷଣ ସଂସ୍ଥାନ ଗୁଡ଼ିକୁ ଝିଅମାନଙ୍କ ପାଇଁ ଖୋଲି ଦିଆଗଲାଣି ଆଉ ମୁଁ ଏଥିପାଇଁ ଗର୍ବିତ ଯେ ବହୁ ମାତ୍ରାରେ ଝିଅମାନେ ଆସିବା ଦ୍ୱାରା ମୁଁ ସେମାନଙ୍କୁ ସାମ୍ନାରେ ଦେଖୁଛି । ଭାରତର ସେନାରେ ଝିଅମାନେ ଆସିବା ଦ୍ୱାରା ଆମର ଶକ୍ତିରେ ବୃଦ୍ଧି ହେବାକୁ ଯାଉଛି, ଏହି ବିଶ୍ୱାସ ରଖନ୍ତୁ। ଆମର ସାମର୍ଥ୍ୟ ବଢ଼ିବାକୁ ଯାଉଛି।
ସାଥୀଗଣ,
ଦେଶ ସୁରକ୍ଷାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି- ଆତ୍ମନିର୍ଭର ଭାରତ, ଭାରତୀୟ ସେନାଙ୍କ ପାଖରେ ଆଧୁନିକ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର । ବିଦେଶର ଅସ୍ତ୍ରଶସ୍ତ୍ରରେ, ବିଦେଶୀ ବ୍ୟବସ୍ଥା ଉପରେ ଆମର ନିର୍ଭରତା କମ୍ ରୁ ଅତି କମ୍ ହେଉ, ଏଥିପାଇଁ ତିନି ସେନାବାହିନୀ ଆତ୍ମନିର୍ଭରର ସଂକଳ୍ପ କରିଛନ୍ତି । ମୁଁ ପ୍ରଶଂସା କରୁଛି ଆମର ତିନି ସେନା ବାହିନୀଙ୍କୁ, ଯେଉଁମାନେ ଏହା ସ୍ଥିର କରିଛନ୍ତି ଯେ 400ରୁ ମଧ୍ୟ ଅଧିକ ସୁରକ୍ଷା ସରଞ୍ଜାମ ଏବେ ବିଦେଶରୁ କ୍ରୟ କରାଯିବ ନାହିଁ। ଏବେ ଏହି 400 ପ୍ରକାରର ଅସ୍ତ୍ରଶସ୍ତ୍ର ଭାରତରେ ହିଁ ନିର୍ମାଣ କରାଯିବ । 400 ପ୍ରକାରରେ ଭାରତର ସାମର୍ଥ୍ୟ ବୃଦ୍ଧି କରିବେ । ଏହାର ଆଉ ଏକ ବଡ଼ ଲାଭ ହେବ। ଯେତେବେଳେ ଭାରତର ଯବାନ, ନିଜ ଦେଶରେ ନିର୍ମାଣ କରାଯାଇଥିବା ଅସ୍ତ୍ରଶସ୍ତ୍ର ନେଇ ଲଢ଼ିବେ, ସେତେବେଳେ ତାଙ୍କର ବିଶ୍ୱାସ ଚରମ ସ୍ଥାନରେ ଥିବ। ତାଙ୍କର ଆକ୍ରମଣରେ ଶତ୍ରୁମାନଙ୍କ ପାଇଁ ଆଶ୍ଚର୍ଯ୍ୟ ଜନକ ଉପକରଣ ମଧ୍ୟ ରହିଥିବ ଆଉ ଶତ୍ରୁମାନଙ୍କ ମନୋବଳକୁ ଭାଙ୍ଗିବାର ସାହସ ମଧ୍ୟ । ଆଉ ମୁଁ ଖୁସି ଯେ ଆଜି ଯଦି ଗୋଟିଏ ପଟେ ଆମର ସୈନ୍ୟମାନେ ଅଧିକରୁ ଅଧିକ ମେଡ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ଆପଣାଉଛନ୍ତି ଆଉ ଅନ୍ୟପଟେ ସାଧାରଣ ଭାରତୀୟ ମଧ୍ୟ ଲୋକାଲ ପାଇଁ ଭୋକାଲ ହେଉଛନ୍ତି। ଆଉ ଲୋକାଲକୁ ଗ୍ଲୋବାଲ କରିବା ପାଇଁ ସ୍ୱପ୍ନ ଦେଖିବାକୁ ନିଜର ସମୟ ଦେଉଛନ୍ତି।
ସାଥୀଗଣ,
ଆଜି ବ୍ରହ୍ମୋସର ସୁପର ସୋନିକ କ୍ଷେପଣାସ୍ତ୍ରରୁ ନେଇ ‘ପ୍ରଚଣ୍ଡ’ ହାଲୁକା ଲଢୁଆ ହେଲିକପ୍ଟର ଏବଂ ତେଜସ ଫାଇଟର ଜେଟ ପର୍ଯ୍ୟନ୍ତ, ଏହି ସୁରକ୍ଷା ସାମଗ୍ରୀ ଭାରତର ଶକ୍ତିର ପର୍ଯ୍ୟାୟ ହେଉଛି । ଆଜି ଭାରତ ପାଖରେ, ବିଶାଳ ସମୁଦ୍ରରେ ବିପ୍ଳବୀ ବିକ୍ରାନ୍ତ ରହିଛି । ଯୁଦ୍ଧ ଯଦି ଗଭୀରତା ଭିତରେ ହେଲା, ତେବେ ଅରି ବା ଶତ୍ରୁର ଅନ୍ତ କରିବାକୁ ଅରିହନ୍ତ ରହିଛି। ଭାରତ ପାଖରେ ପୃଥ୍ୱୀ ରହିଛି, ଆକାଶ ରହିଛି। ଯଦି ବିନାଶର ତାଣ୍ଡବ ହେଲା, ତେବେ ଶିବଙ୍କର ତ୍ରିଶୁଳ ରହିଛି, ପିନାକା ରହିଛି । କେତେ ବଡ଼ ମଧ୍ୟ କୁରୁକ୍ଷେତ୍ର ହେଲେ, ଭାରତର ଲକ୍ଷ୍ୟ ଅର୍ଜୁନ ଭେଦ କରିବ । ଆଜି ଭାରତ କେବଳ ନିଜର ସେନାବାହିନୀର ଆବଶ୍ୟକତାକୁ ପୂରଣ କରୁଛି ତା’ନୁହେଁ, ବରଂ ସୁରକ୍ଷା ଉପକରଣ ଗୁଡ଼ିକର ଏକ ବଡ଼ ରପ୍ତାନୀକାରୀ ଭାବେ ବଢ଼ି ଉଠିଛି। ଆଜି ଭାରତ ନିଜର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ସଶକ୍ତ କରୁଛି, ସେଠି ଅନ୍ୟ ପକ୍ଷରେ ଡ୍ରୋନ ଭଳି ଆଧୁନିକ ଏବଂ ପ୍ରଭାବଶାଳୀ କୌଶଳ ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ କରୁଛି।
ଭାଇ ଓ ଭଉଣୀମାନେ,
ଆମେ ହେଉଛୁ ସେହି ପରମ୍ପରାକୁ ମାନିଲାବାଲା ଯେଉଁଠାରେ ଯୁଦ୍ଧକୁ, ଆମେ ଯୁଦ୍ଧକୁ କେବେ ହେଲେ ମଧ୍ୟ ପ୍ରଥମ ବିକଳ୍ପ ଭାବେ ଗ୍ରହଣ କରି ନାହୁଁ । ଆମେ ସବୁବେଳେ, ଏହା ମଧ୍ୟ ହେଉଛି ଆମର ବୀରତାର କାରଣ, ହେଉଛି ଆମର ସଂସ୍କାରର ମଧ୍ୟ କାରଣ ଯେ ଆମେ ଯୁଦ୍ଧକୁ ସବୁବେଳେ ଅନ୍ତିମ ବିକଳ୍ପ ଭାବେ ମାନିଥାଉ। ଯୁଦ୍ଧ ଲଙ୍କାରେ ହୋଇଥାଉ କିମ୍ବା କୁରୁକ୍ଷେତ୍ରରେ, ଶେଷ ପର୍ଯ୍ୟନ୍ତ ତାହାକୁ ଏଡାଇ ଦେବାର ଯଥାସାଧ୍ୟ ପ୍ରୟାସ କରାଯାଇଛି । ଏଥିପାଇଁ ଆମେ ହେଉଛୁ ବିଶ୍ୱ ଶାନ୍ତିର ପକ୍ଷଧର । ଆମେ ଯୁଦ୍ଧର ବିରୋଧୀ । କିନ୍ତୁ ଶାନ୍ତି ମଧ୍ୟ ସାମର୍ଥ୍ୟ ବିନା ସମ୍ଭବପର ନୁହେଁ । ଆମ ସେନାବାହିନୀ ପାଖରେ ସାମର୍ଥ୍ୟ ମଧ୍ୟ ରହିଛି, ରଣନୀତି ମଧ୍ୟ ରହିଛି। ଯଦି କେହି ଆମ ଆଡ଼କୁ ନଜର ଉଠାଇ ଦେଖିଲା ତେବେ ଆମର ତିନି ସେନାବାହିନୀ ଶତ୍ରୁକୁ ତାଙ୍କର ଭାଷାରେ ହିଁ ମୁହଁ ଭଙ୍ଗି ଦେବା ଭଳି ଉତର ଦେବା ମଧ୍ୟ ଜାଣିଛନ୍ତି।
ସାଥୀଗଣ,
ଦେଶ ସମ୍ମୁଖରେ, ଆମ ସେନା ସାମ୍ନାରେ, ଆଉ ଏକ ଚିନ୍ତାଧାରା ପ୍ରତିବନ୍ଧକ ସାଜି ଠିଆ ହୋଇଥିଲା । ଏହି ଚିନ୍ତାଧାରା ହେଉଛି ପରାଧୀନତାର ମାନସିକତା । ଆଜି ଦେଶ ଏହି ମାନସିକତାରୁ ମଧ୍ୟ ମୁକ୍ତି ପାଉଛି । ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶର ରାଜଧାନୀରେ ରାଜପଥ ପରାଧୀନତାର ପ୍ରତୀକ ହୋଇ ରହିଥିଲା । ଆଜି ତାହା କର୍ତବ୍ୟ ପଥ ସାଜି ନୂତନ ଭାରତର ନୂତନ ବିଶ୍ୱାସକୁ ପ୍ରୋତ୍ସାହନ ଦେଉଛି । ଇଣ୍ଡିଆ ଗେଟ ପାଖରେ ଯେଉଁଠାରେ କେବେ ପରାଧୀନତାର ପ୍ରତୀକ ରହୁଥିଲା, ସେହିଠାରେ ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଭବ୍ୟ ବିଶାଳ ପ୍ରତିମା ଆମକୁ ପଥ ପ୍ରଦର୍ଶନ କରୁଛି, ଆମର ମାର୍ଗ ଦର୍ଶନ କରୁଛି । ଜାତୀୟ ଯୁଦ୍ଧ ସ୍ମାରକ ହେଉ, ରାଷ୍ଟ୍ରୀୟ ପୁଲିସ ସ୍ମାରକ ହେଉ, ରାଷ୍ଟ୍ରରକ୍ଷା ପାଇଁ କିଛି ମଧ୍ୟ କରି ଯିବାର ପ୍ରେରଣା ପ୍ରଦାନ କରିବା ଭଳି ଏହି ତୀର୍ଥ ମଧ୍ୟ ହେଉଛି ନୂତନ ଭାରତର ପରିଚୟ। କିଛି ସମୟ ପୂର୍ବରୁ ହିଁ ଦେଶ ପରାଧୀନତାର ପ୍ରତୀକରୁ ଭାରତୀୟ ନୌ-ସେନାକୁ ମଧ୍ୟ ମୁକ୍ତ କରିଛୁ । ନୌ-ସେନାର ଧ୍ୱଜରେ ଏବେ ବୀର ଶିବାଜୀଙ୍କ ନୌ-ସେନାର ଶୌର୍ଯ୍ୟର ପ୍ରେରଣା ଯୋଡ଼ି ହୋଇ ଯାଇଛି।
ସାଥୀଗଣ,
ଆଜି ସମଗ୍ର ବିଶ୍ୱର ଦୃଷ୍ଟି ଭାରତ ଉପରେ ରହିଛି, ଭାରତର ବଢ଼ୁଥିବା ସାମର୍ଥ୍ୟ ଉପରେ ରହିଛି। ଯେତେବେଳେ ଭାରତର ଶକ୍ତି ବଢ଼ିବ, ସେତେବେଳେ ଶାନ୍ତିର ଆଶା ମଧ୍ୟ ବଢ଼ିବ। ଯେତେବେଳେ ଭାରତର ଶକ୍ତି ବଢ଼ିବ, ସେତେବେଳେ ସମୃଦ୍ଧିର ସମ୍ଭାବନା ମଧ୍ୟ ବଢ଼ିବ। ଯେତେବେଳେ ଭାରତର ଶକ୍ତି ବଢ଼ିବ, ସେତେବେଳେ ବିଶ୍ୱରେ ଏକ ସନ୍ତୁଳନ ଆସିଥାଏ। ସ୍ୱାଧୀନତାର ଏହି ଅମୃତକାଳ ଭାରତର ଏହି ଶକ୍ତିର, ଏହି ସାମର୍ଥ୍ୟର ସାକ୍ଷାତ ସାକ୍ଷୀ ହେବାକୁ ଯାଉଛି । ଏଥିରେ ଆପଣଙ୍କର ଭୂମିକା, ଆପଣ ସମସ୍ତ ବୀର ଯବାନ ମାନଙ୍କର ଭୂମିକା ହେଉଛି ବହୁତ ଅଧିକ, କାରଣ ଆପଣ ହେଉଛନ୍ତି ‘ଭାରତର ଗୌରବର ମଣି’। ଶରୀର ତ୍ରିରଙ୍ଗା, ମନ ତିରଙ୍ଗା, ଇଚ୍ଛା ତ୍ରିରଙ୍ଗା, ପଥ ତିରଙ୍ଗା। ବିଜୟର ବିଶ୍ୱାସ ଗର୍ଜନ କରୁଛି, ସୀମାରୁ ମଧ୍ୟ ଛାତି ଚଉଡ଼ା, ସ୍ୱପ୍ନରେ ସଂକଳ୍ପ ସୁହାଇଲା ଭଳି, ପାଦ- ପାଦରେ ନିଜର ଶକ୍ତି ପ୍ରଦର୍ଶନ କରୁଛି, ଭାରତର ଗୌରବର ମଣି, ତୁମକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବରେ ଭରି ଯାଇଥାଏ। ବୀର ଗାଥା ଘର- ଘର ଗୁଞ୍ଜରିତ ହେଉ, ନର-ନାରୀ ସମସ୍ତେ ମୁଣ୍ଡ ନୁଆଁନ୍ତୁ, ସାଗରରୁ ଗଭୀର ସ୍ନେହ ଆମର ଆପଣଙ୍କ ପାଇଁ ରହିଛି, ସ୍ୱପ୍ନ ମଧ୍ୟ ରହିଛି, ଯବାନ ମାନଙ୍କର ନିଜ ଲୋକ ମଧ୍ୟ ତ ଅଛନ୍ତି, ଆପଣମାନଙ୍କର ମଧ୍ୟ ପରିବାର ରହିଛି। ଆପଣମାନଙ୍କର ମଧ୍ୟ ସ୍ୱପ୍ନ ରହିଛି ପୁଣି ନିଜର ମଧ୍ୟ, ନିଜ ଲୋକ ଅଛନ୍ତି, ଆଉ ସ୍ୱପ୍ନ ମଧ୍ୟ ଅଛି, ଦେଶହିତ ପାଇଁ ସବୁକିଛି ସମର୍ପିତ କରିଛନ୍ତି, ଏବେ ଦେଶର ଶତ୍ରୁ ତୁମକୁ ଜାଣି ଯାଇଛନ୍ତି, ତୁମର ସାମର୍ଥ୍ୟକୁ ସ୍ୱୀକାର କରି ଯାଇଛନ୍ତି, ଭାରତର ଗୌରବର ମଣି, ତୁମକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବରେ ଫୁଲି ଉଠୁଛନ୍ତି । ଯଦି ପ୍ରେମର କଥା କହିବା, ତେବେ ତୁମେ ସାଗର ଭଳି ଶାନ୍ତ, ତୁମେ ଦେଖିବ ଯଦି ଦେଶ ଉପରେ କେହି ଆଖି ଉଠାଇ ଦେଖିଲା, ତେବେ ତୁମେ ହୋଇଯାଅ ବୀର, ‘ବଜ୍ର’, ‘ବିକ୍ରାନ୍ତ’। ଏକ ଭୟଶୂନ୍ୟ ‘ଅଗି’, ତୁମେ ହେଉଛ ଏକ ଜ୍ୱାଳାମୁଖୀ ‘ନିର୍ଭୟ’, ‘ପ୍ରଚଣ୍ଡ’ ଏବଂ ‘ନାଗ’, ତୁମେ ହେଉଛ ‘ଅର୍ଜୁନ’, ‘ପୃଥ୍ୱୀ’, ‘ଅରିହନ୍ତ’, ତୁମେ ହେଉଛ ପ୍ରତ୍ୟେକ ଅନ୍ଧକାରର ଅନ୍ତ, ତୁମେ ଏଠାରେ ତପସ୍ୟା କରୁଛ, ତେବେ ସେଠାରେ ଦେଶ ଧନ୍ୟ ହୋଇ ଯାଉଛି, ଭାରତର ଗୌରବର ମଣି, ତୁମକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବରେ ଫୁଲି ଉଠିବେ । ତୁମେ ହେଉଛ ସ୍ୱାଭିମାନର ସହିତ ଦଣ୍ଡାୟମାନ ମସ୍ତକ, ତୁମେ ଆକାଶରେ ‘ତେଜସ’ର ହୁଙ୍କାର ତୁମେ ଶତ୍ରୁ ଆଖିରେ ଆଖି ମିଶାଇ ଯେତେବେଳେ କୁହ, ‘ବ୍ରହ୍ମୋସ’ର ଅପରାଜୟ ଆହ୍ୱାନ ହେଉଛ ତୁମେ, ମୁଁ ପ୍ରତ୍ୟେକ କ୍ଷଣରେ ତୁମ ନିକଟରେ ଋଣୀ ଆଉ ଏହି ସତ୍ୟକୁ ଦେଶ ଦୋହରାଉଛି । ଭାରତର ଗୌରବର ମଣି, ତୁମକୁ ଦେଖି ପ୍ରତ୍ୟେକ ଭାରତୀୟ ଗର୍ବରେ ଫୁଲି ଉଠିବ।
ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ଆଉ କାରଗିଲର ବୀରମାନଙ୍କର ଏହି ତୀର୍ଥ ଭୂମି ହିମାଳୟର କୋଳରୁ ଦେଶ ଏବଂ ବିଶ୍ୱରେ ରହିଥିବା ସବୁ ଭାରତୀୟମାନଙ୍କୁ ମୋର ବୀର ଯବାନମାନଙ୍କ ତରଫରୁ, ମୋ ତରଫରୁ ମଧ୍ୟ ଦୀପାବଳିର ଅନେକ- ଅନେକ ଶୁଭକାମନା ଜଣାଉଛି। ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ, ସମଗ୍ର ହିମାଳୟରୁ ଏହି ଗୁଞ୍ଜରଣ ଆସିବା ଦରକାର।
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ଭାରତ ମାତା କୀ ଜୟ!
ବନ୍ଦେ ମାତରମ!
ବନ୍ଦେ ମାତରମ!
ବନ୍ଦେ ମାତରମ!
*****
AH
(Release ID: 1870676)
Read this release in:
English
,
Urdu
,
Hindi
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam