ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଉତ୍ତର ପ୍ରଦେଶର ଅଯୋଧ୍ୟାର ଦୀପୋତ୍ସବ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ
प्रविष्टि तिथि:
23 OCT 2022 8:37PM by PIB Bhubaneshwar
ସିୟାବର ରାମଚନ୍ଦ୍ର କୀ ଜୟ!
ସିୟାବର ରାମଚନ୍ଦ୍ର କୀ ଜୟ!
ସିୟାବର ରାମଚନ୍ଦ୍ର କୀ ଜୟ!
ମଞ୍ଚ ଉପରେ ବିରାଜମାନ ଉତ୍ତର ପ୍ରଦେଶର ରାଜ୍ୟପାଳ ଆନନ୍ଦିବେନ ପଟେଲ, ଏଠିକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୀ, ସମସ୍ତ ଦେବତୁଲ୍ୟ ଅବଧବାସୀ, ଦେଶରୁ ଆସିଥିବା ଉପସ୍ଥିତ ସମସ୍ତ ରାମଭକ୍ତ, ଭାରତ ଭକ୍ତ, ମହିଳା ଏବଂ ଭଦ୍ର ଲୋକମାନେ ।
ଆଜି ଅଯୋଧ୍ୟା ଜୀ, ଦୀପରେ ସହି ଦିବ୍ୟ ଅଟନ୍ତି, ଭାବନା ସହିତ ଭବ୍ୟ ଅଟନ୍ତି । ଆଜି ଅଯୋଧ୍ୟା ସହର ଭାରତର ସାଂସ୍କୃତିକ ନବୀକରଣର ସୁବର୍ଣ୍ଣ ଅଧ୍ୟାୟର ପ୍ରତିଫଳନ । ଯେତେବେଳେ ମୁଁ ରାମାଭିଷେକ ପରେ ଏଠାକୁ ଆସୁଥିଲି, ସେତେବେଳେ ମୋ ମନରେ ଭାବର, ଭାବନାର, ଭାବନାର ତରଙ୍ଗ ଉଠୁଥିଲା । ମୁଁ ଭାବୁଥିଲି, ଯେତେବେଳେ ୧୪ ବର୍ଷର ବନବାସ ପରେ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଆସିଥିବେ, ସେତେବେଳେ ଅଯୋଧ୍ୟା କିପରି ସଜ୍ଜିତ ହୋଇଥିବ, କେମିତି ସଜେଇ ହୋଇଥିବ? ଆମେ ତ୍ରେତାର ସେହି ଅଯୋଧ୍ୟାକୁ ଦର୍ଶନ କରିନାହୁଁ, କିନ୍ତୁ ପ୍ରଭୁ ରାମଙ୍କ ଆଶୀର୍ବାଦ ଦ୍ୱାରା ଆଜି ଅମୃତ କାଳରେ ଅମର ଅଯୋଧ୍ୟାର ଅଲୌକିକତାର ସାକ୍ଷୀ ହୋଇଛି ।
ସାଥୀମାନେ,
ଆମେ ସେହି ସଭ୍ୟତା ଏବଂ ସଂସ୍କୃତିର ବାହନ ଅଟୁ, ପର୍ବ ଏବଂ ଉତ୍ସବ ଯାହାଙ୍କ ଜୀବନର ସହଜ - ସ୍ୱାଭାବିକ ଅଂଶ ରହିଛି । ଏଠାରେ ଯେତେବେଳେ ମଧ୍ୟ ସମାଜ କିଛି ନୂଆ କରିଛି, ଆମେ ଏ ନୂଆ ଉତ୍ସବ ସୃଷ୍ଟି କରିଛୁ । ସତ୍ୟର ପ୍ରତ୍ୟେକ ବିଜୟର, ଅସତ୍ୟର ପ୍ରତ୍ୟେକ ଅନ୍ତର ମାନବୀୟ ସଂଦେଶକୁ ଆମେ ଯେତିକି ଦୃଢ଼ତାର ସହିତ ଜୀବନ୍ତ ରଖିଛୁ । ଏଥିରେ ଭାରତର କୌଣସି ମେଳ ନାହିଁ । ପ୍ରଭୁ ଶ୍ରୀରାମ ରାବଣର ଅତ୍ୟାଚାରର ଅନ୍ତ ହଜାର ବର୍ଷ ପୂର୍ବେ କହିଥିଲେ, କିନ୍ତୁ ଆଜି ହଜାର ହଜାର ବର୍ଷ ପରେ ମଧ୍ୟ ସେହି ଘଟଣାର ଗୋଟିଏ ଗୋଟିଏ ମାନବୀୟ ବାର୍ତ୍ତା, ଆଧ୍ୟାତ୍ମିକ ବାର୍ତ୍ତା ଗୋଟିଏ ଗୋଟିଏ ଦୀପକ ଭାବରେ ସତେ ପ୍ରକାଶିତ ହେଉଛି ।
ସାଥୀମାନେ,
ଦୀପାବଳିର ଦୀପକ ଆମ ପାଇଁ କେବଳ ଏକ ବସ୍ତୁ ନୁହେଁ । ସେଗୁଡ଼ିକ ହେଉଛି ଭାରତର ଆଦର୍ଶ, ମୂଲ୍ୟବୋଧ ଏବଂ ଦର୍ଶନର ଜୀବନ୍ତ ଶକ୍ତି । ଆପଣ ଦେଖନ୍ତୁ, ଯେ ପର୍ଯ୍ୟନ୍ତ ଆପଣଙ୍କ ଦୃଷ୍ଟି ପହଂଚିପାରୁଛି, ଆଲୋକର ଏହି ଚମକ, ପ୍ରକାଶତର ଏହି ପ୍ରଭାବ, ରାତ୍ରୀର ଲଲାଟିରେ କିରଣର ବିସ୍ତାର, ଭାରତର ମୂଳମନ୍ତ୍ର ‘ସତ୍ୟମେବ ଜୟତେ’ର ଉଦଘୋଷଣା ଅଟେ । ଏହି ଉଦଘୋଷଣା ଆମର ଉପନିଷଦ ବାକ୍ୟଗୁଡ଼ିକର- “ସତ୍ୟମେବ ଜୟତେ ନାମୃତଂ ସତ୍ୟେନ ପନ୍ଥା ବିତତୋ ଦେବୟାନଃ” । ଅର୍ଥାତ, ଦୀପ - ଜ୍ୟୋତି ବ୍ରହ୍ମମର ହିଁ ସ୍ୱରୂପ ଅଟେ । ମୋତେ ବିଶ୍ୱାସ ଅଛି, ଏହି ଆଧ୍ୟାତ୍ମିକ ପ୍ରକାଶ ଭାରତର ପ୍ରଗତିର ପଥ ପ୍ରଦର୍ଶନ କରାଇବେ, ଭାରତର ପୁନଃରୁତଥାନର ପଥ ପ୍ରଦର୍ଶନ କରାଇବ ।
ସାଥୀମାନେ,
ଆଜି ଏହି ଶୁଭ ଅବସରରେ, ମୁଁ ଏହି ଲକ୍ଷ ଲକ୍ଷ ଦୀପ ଆଲୋକରେ ଦେଶବାସୀଙ୍କୁ ଆଉ ଗୋଟିଏ କଥା ମନେ ପକେଇବାକୁ ଚାହୁଁଛି । ରାମ ଚରିତ ମାନସରେ ଗୋସ୍ୱାମୀ ତୁଳସୀ ଦାସ ଜୀ କହିଛନ୍ତି- “ଜଗତ ପ୍ରକାଶ୍ୟ ପ୍ରକାଶକ ରାମୁ” । ଅର୍ଥାତ ପ୍ରଭୁ ରାମ ହେଉଛନ୍ତି ସମଗ୍ର ବିଶ୍ୱକୁ ଆଲୋକ ପ୍ରଦାନକାରୀ, ସେ ସମଗ୍ର ବିଶ୍ୱ ପାଇଁ ଏକ ଜ୍ୟୋତିପୁଞ୍ଜ ଅଟନ୍ତି । ଏହି ଆଲୋକ କ’ଣ? ଏହି ପ୍ରକାଶ ହେଉଛି- ଦୟା ଏବଂ କରୁଣାର । ଏହି ପ୍ରକାଶ ହେଉଛି- ମାନବତା ଏବଂ ମର୍ଯ୍ୟାଦାର । ଏହି ପ୍ରକାଶ ହେଉଛି- ମାନବିକତା ଏବଂ ସମ୍ମାନର । ଏହି ପ୍ରକାଶ ହେଉଛି- ସମସ୍ତଙ୍କ ସହିତ, ଏହି ପ୍ରକାଶ ହେଉଛି- ସମସ୍ତଙ୍କୁ ସାଥିରେ ନେଇ ଚାଲିବାର ବାର୍ତ୍ତାର । ମୋର ମନେ ଅଛି, ବହୁ ବର୍ଷ ପୂର୍ବରୁ ବୋଧହୁଏ ମୋର ବାଳକ ଅବସ୍ଥାରେ ମୁଁ ଗୁଜରାଟୀରେ ଦୀପକ ଉପରେ ଗୋଟିଏ କବିତା ଲେଖିଥିଲି । ଏବଂ କବିତାର ଶୀର୍ଷକ ଥିଲା- ଦୀୟା, ସେ ଗୁଜରାଟୀରେ କହିଛନ୍ତି- ଦୀପ ଆଶା ଦେଇଥାଏ ଏବଂ ଦୀପ ଉତ୍ତାମ ମଧ୍ୟ ନେଇଥାଏ । ଦୀୟା ଅଗ୍ନି ଦିଅନ୍ତି ଏବଂ ଦୀୟା ବିଶ୍ରାମ ମଧ୍ୟ ଦିଅନ୍ତି । ସମସ୍ତେ ଉଦୟ ସୂର୍ଯ୍ୟଙ୍କୁୂ ପୂଜା କରିଥାନ୍ତି, କିନ୍ତୁ ଦୀପ ସନ୍ଧ୍ୟାରେ ଜଳି ଅନ୍ଧାରକୁ ସମର୍ଥନ କରି ଆଲୋକ ପ୍ରଦାନ କରିଥାଏ । ଦୀପ ନିଜେ ଜଳିଯାଏ ଏବଂ ଅନ୍ଧକାରକୁ ନାଶ କରେ, ଦୀପ ମନୁଷ୍ୟର ମନରେ ଆତ୍ମ ସମର୍ପଣ କରିବାର ଭାବନା ଆଣିଥାଏ ।
ଭାଇ ଏବଂ ଭଉଣୀମାନେ,
ଯେତେବେଳେ ଆମେ ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି ପରମାର୍ଥଙ୍କର ଏହି ଯାତ୍ରା କରିଥାଉ, ତେବେ ସେଥିରେ ସର୍ବସମାବେଶର ସଂକଳ୍ପ ସ୍ୱୟଂଭାବେ ସମାହିତ ହୋଇ ଯାଇଥାଏ । ଯେତେବେଳେ ଆମର ସଂକଳ୍ପରୁ ସିଦ୍ଧି ହୋଇଥାଏ ସେତେବେଳେ ଆମେ କହିଥାଉ ‘ଇଦମ୍ ନ ମମ’ । ଅର୍ଥାତ, ଏହି ସିଦ୍ଧି ମୋ ପାଇଁ ନୁହେଁ, ଏହା ମାନବମାନଙ୍କର କଲ୍ୟାଣ ପାଇଁ ଅଟେ । ଦୀପରୁ ଦୀପାବଳି ପର୍ଯ୍ୟନ୍ତ, ଏହା ଭାରତର ଚିରନ୍ତର ସଂସ୍କୃତି ଅଟେ । ଆମେ ସମସ୍ତେ ଜାଣିଛନ୍ତି, ମଧ୍ୟକାଳ ଏବଂ ଆଧୁନିକ କାଳ ପର୍ଯ୍ୟନ୍ତ ଭାରତ ଅନେକ ଅନ୍ଧକାରପୂର୍ଣ୍ଣ ଯୁଗର ସମ୍ମୁଖୀନ ହୋଇଛି । ଯେଉଁ ମହାନ ସଭ୍ୟତାର ସୂର୍ଯ୍ୟ ଅସ୍ତ ହୋଇଛି, ଏଥିରେ ଆମର ଦୀପ ଜଳୁଥିଲା, ପ୍ରକାଶ ପ୍ରଦାନ କରୁଥିଲା । ପୁଣି ସେଇ ଝଡ଼କୁ ଶାନ୍ତ କରି ପ୍ରଜ୍ୱଳିତ ହୋଇ ଉଠୁଥିଲା । କରାଣ, ଆମେ ଦୀପ ଜଳାଇବା ବନ୍ଦ କଲୁ ନାହିଁ, ଆମେ ବିଶ୍ୱାସ ବଢ଼ାଇବା ଛାଡ଼ିଲୁ ନାହିଁ । ବହୁତ ସମୟ ହୋଇନାହିଁ, ଯେତେବେଳେ କରେନା ଆକ୍ରମଣର ଅସୁବିଧା ମଧ୍ୟରେ ପ୍ରତ୍ୟେକ ଭାରତୀୟ ଗୋଟିଏ ଗୋଟିଏ ଦୀପ ନେଇ ଛିଡ଼ା ହୋଇଥିଲେ, ଏବଂ ଆଜି, କରୋନା ବିରୋଧରେ ହୋଇଥିବା ଯୁଦ୍ଧରେ ‘ଭାରତ’ କେତେ ଶକ୍ତିର ସହିତ ମୁକାବିଲା କରୁଥିଲା, ଏହା ଦୁନିଆ ଦେଖିଥିଲା । ଏହି ପ୍ରମାଣ ଅଟେ ଯେ, ଅନ୍ଧକାରର ପ୍ରତ୍ୟେକ ଯୁଗରୁ ବାହାରି ଭାରତ ପ୍ରଗତିର ପ୍ରଶସ୍ତ ପଥରେ ନିଜର ପରାକ୍ରମର ପ୍ରକାଶ ଅତୀତରେ ମଧ୍ୟ ବିସ୍ତାର କରିଛଇ, ଭବିଷ୍ୟତରେ ମଧ୍ୟ ବିସ୍ତୃତ ହେବ । ଯେତେବେଳେ ଆମର କର୍ମର ସାକ୍ଷ୍ୟ ବହନ କରିଥାଏ, ତେବେ ଅନ୍ଧକାରର ସମାପ୍ତି ସ୍ୱୟଂଚାଳିତ ଭାବରେ ନିଶ୍ଚିତ ହୁଏ । ଯେତେବେଳେ ଦୀପ କର୍ମର ସାକ୍ଷୀ ହୋଇଥାଏ, ସେତେବେଳେ ନୂତନ ପ୍ରଭାତର, ନୂତନ ଆରମ୍ଭର ଆତ୍ମବିଶ୍ୱାସ ସ୍ୱୟଂ ଭାବରେ ସୁଦୃଢ଼ ହୋଇ ଯାଇଥାଏ । ଏହି ବିଶ୍ୱାସର ସହିତ, ଆପଣ ସମସ୍ତଙ୍କୁ ଦୀପେତ୍ସବର ପୁଣିଥରେ ବହୁତ ବହୁତ ଶୁଭକାମନା । ମୋ ସହିତ ସମ୍ପୂର୍ଣ୍ଣ ଭକ୍ତି ଭାବର ସହିତ କୁହନ୍ତୁ-
ସିୟାବର ରାମଚନ୍ଦ୍ର କୀ ଜୟ,
ସିୟାବର ରାମଚନ୍ଦ୍ର କୀ ଜୟ,
ସିୟାବର ରାମଚନ୍ଦ୍ର କୀ ଜୟ ।
NS/MB
(रिलीज़ आईडी: 1870653)
आगंतुक पटल : 203
इस विज्ञप्ति को इन भाषाओं में पढ़ें:
हिन्दी
,
English
,
Urdu
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam