ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୁଜରାଟର ମେହଶାନା ମୋଧେରାଠାରେ ୩୯୦୦ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ


ଦେଶର ମୋଧେରାକୁ ପ୍ରଧାନମନ୍ତ୍ରୀ ପ୍ରଥମ 24x7 ସୌର ଗ୍ରାମ ଘୋଷଣା

“ମୋଧରା ଓ ମେହଶାନା ଓ ସମଗ୍ର ଉତ୍ତର ଗୁଜରାଟରେ ଆଜି ନୂତନ ଶକ୍ତି ବିକାଶ ଆରମ୍ଭ ହେଲା”

“ବିଶ୍ୱରେ ଯେକୌଣସି ସ୍ଥାନରେ ସୌରଶକ୍ତି ପ୍ରସଙ୍ଗ ଉଠିଲେ ସେଥିରେ ମୋଧେରା ସବୁବେଳେ ସ୍ଥାନ ପାଇବ”

“ଆବଶ୍ୟକ ଶକ୍ତି ବ୍ୟବହାର କରି ବଳକା ସରକାରଙ୍କୁ ବିକ୍ରୀ କର”

ନରେନ୍ଦ୍ର ଓ ଭୂପେନ୍ଦ୍ରଙ୍କ ଡବଲ ଇଞ୍ଜିନ ସରକାର ଏକାକାର ହୋଇଯାଇଛି

“ସୂର୍ଯ୍ୟାଲୋକ ଯେପରି ବାଛ ବିଚାର ରଖେ ନାହିଁ ବିକାଶର ଆଲୋକ ମଧ୍ୟ ପ୍ରତ୍ୟେକ ଘର ଓ କୁଟୀରରେ ପହଞ୍ଚେ”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୋଧେରା ଓ ମେହଶାନାରେ ୩୯୦୦କୋଟି ଟଙ୍କାରୁ ଊର୍ଦ୍ଧ୍ୱ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉତ୍ସର୍ଗ କରିଛନ୍ତି

ପ୍ରଧାନମନ୍ତ୍ରୀ ମଧ୍ୟ ମୋଧେରାକୁ ଦେଶର ପ୍ରଥମ 24x7 ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିଛନ୍ତି

Posted On: 09 OCT 2022 10:24PM by PIB Bhubaneshwar

ସମବେତ ଜନତାଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିଠାରୁ ମୋଧେରା, ମେହଶାନା ଓ ସମଗ୍ର ଉତ୍ତର ଗୁଜରାଟ ଶକ୍ତି ବିକାଶ କ୍ଷେତ୍ରର ଅୟମାରମ୍ଭ ହେଲା ବୋଲି କହିଛନ୍ତି । ବିଦ୍ୟୁତରୁ ଆରମ୍ଭ କରି ଜଳ,ରେଳବାଇରୁ ସଡକ ପଥ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ମୁଖୀ ପ୍ରକଳ୍ପର ଉଦ୍‌ଘାଟନ ବା ଶିଳାନ୍ୟାସ ହୋଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ପ୍ରକଳ୍ପଗୁଡିକ ସେ ଅଞ୍ଚଳରେ କର୍ମନିଯୁକ୍ତିର ଉତ୍ସ ହେବା ସହ କୃଷି, ପଶୁପାଳନ କ୍ଷେତ୍ରରେ ଜନସାଧାରଣଙ୍କୁ ଆୟ ପନ୍ଥା ଯୋଗାଇବ। ଏହା ମଧ୍ୟ ରାଜ୍ୟରେ ଐତିହ୍ୟ ପର୍ଯ୍ୟଟନକୁ ସମୃଦ୍ଧ କରିବ । ପ୍ରଧାନମନ୍ତ୍ରୀ ମଧ୍ୟ ଶରତ ପୂର୍ଣ୍ଣିମା ଓ ବାଲ୍ମିକୀ ଜୟନ୍ତୀର ଅଭିନନ୍ଦନ ଜଣାଇବା ସହ ମହର୍ଷି ବାଲ୍ମିକୀ ଆମକୁ ପ୍ରଭୁ ଶ୍ରୀରାମଙ୍କ ଜୀବନାଦର୍ଶ ଓ ସମାନତାର ଶିକ୍ଷା ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବରୁ ମୋଧେରା ସୂର୍ଯ୍ୟମନ୍ଦିର ପାଇଁ ଖ୍ୟାତିଲାଭ କରିଥିବାବେଳେ ସୂର୍ଯ୍ୟମନ୍ଦିର ବିଶ୍ୱର ଶକ୍ତି ମାନଚିତ୍ରରେ ଏହାକୁ ସୌର ଗ୍ରାମର ମାନ୍ୟତାପ୍ରଦାନ କରିଛି । ଶହ ଶହ ବର୍ଷ ଧରି ମୋଧେରାକୁ ମାଟିରେ ମିଶାଇ ଦେବା ପାଇଁ ଅନେକ ପ୍ରଚେଷ୍ଟା ହୋଇଥିଲେ ମଧ୍ୟ ଏହା ପ୍ରାଚୀନ ଓ ଆଧୁନିକର ଏକ ମିଶ୍ରଣ ଭାବେ ମୁଣ୍ଡ ଟେକି  ଛିଡା ହୋଇପାରିଛି ବୋଲି ସେ କହିଥିଲେ । ବିଶ୍ୱରେ ଯେକୌଣସି  ସୌରଶକ୍ତି ସମ୍ପର୍କରେ ପ୍ରସଙ୍ଗ ଉଠିଲେ ମୋଧେରା ଏଥିରେ ସ୍ଥାନ ପାଇବବୋଲି ସେ କହିଥିଲେ । ସୌରଶକ୍ତି ଓ ବିଦ୍ୟୁତ କ୍ଷେତ୍ରରେ ସଫଳତାର ଶ୍ରେୟ  ସେ ଜନସାଧାରଣଙ୍କ କେନ୍ଦ୍ର ଓ ଗୁଜରାଟ ସରକାରଙ୍କ ଉପରେ ଆତ୍ମବିଶ୍ୱାସକୁ ଦେଇଥିଲେ । ଉତ୍ସର୍ଗୀକୃତ ଭାବନା ଓ ଆଗୁଆ ଚିନ୍ତାର ଅଭିପ୍ରାୟ ଥିଲେ କିଛି ମଧ୍ୟ ଅସମ୍ଭବ ନୁହେଁ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସୌରଶକ୍ତି ଘର ଆଲୁଅକୁ ଶକ୍ତି ଦେବା ସହ ମୋଧେରାରେ କୃଷି ଓ ଯାନବାହନର ଆବଶ୍ୟକତା ମଧ୍ୟ ପୂରଣ କରିବ । ଏକ ବିଂଶ ଶତାବ୍ଦୀରେ ଆତ୍ମନିର୍ଭର ଭାରତ ନିମନ୍ତେ ଆମର ଶକ୍ତି ଆବଶ୍ୟକତା ସମ୍ପର୍କରେ ଉଦ୍ୟମ ବୃଦ୍ଧି କରିବାକୁ ପଡିବବୋଲି ଶ୍ରୀ ମୋଦୀ କହିଥିଲେ । ଯେଉଁଠି ବିଦ୍ୟୁତ ଶକ୍ତିର ଉତ୍ପାଦନକାରୀ ଓ ଉପଭୋକ୍ତା ଏକ ସେ ସେହି ଦିଗରେ କାମ କରୁଛନ୍ତି ବୋଲି କହିଥିଲେ । ନିଜର ଆବଶ୍ୟକତା ଅନୁସାରେ ଶକ୍ତି ଉପଯୋଗ କରି ବଳକା ସରକାରଙ୍କୁ ବିକ୍ରି କରିଦିଅନ୍ତୁବୋଲି ସେ କହିଥିଲେ । ଏହା ଫଳରେ ବିଦ୍ୟୁତ ବିଲ୍‌ରୁ  ମୁକ୍ତି ପାଇବା ସହ ଅତିରିକ୍ତ ଆୟ ମଧ୍ୟ ହୋଇପାରିବବୋଲି ସେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଗରୁ ଯେଉଁ ଧାରା ଥିଲା ସେ ଅନୁସାରେ ସରକାର ବିଦ୍ୟୁତ ଶକ୍ତି ଉତ୍ପାଦନ କରିବେ ଓ ଜନସାଧାରଣ ତାଙ୍କଠାରୁ କ୍ରୟ କରିବେ । ମାତ୍ର ଆଜି କେନ୍ଦ୍ର ସରକାର ଏକ ନୀତି ନେଇ କାର୍ଯ୍ୟ  କରୁଛନ୍ତି, ଯେଉଁଠି ଜନସାଧାରଣ ନିଜ ଘରେ ସୌର ପ୍ୟାନେଲ ବସାଇ ବିଦ୍ୟୁତ ଶକ୍ତି ଉତ୍ପାଦନ କରୁଛନ୍ତି ଓ କୃଷକମାନେ ବିଲରେ ସୌର ପମ୍ପ ଜଳସେଚନ ନିମନ୍ତେ ବସାଉଛନ୍ତି ।

କଷ୍ଟକର ସମୟରେ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଦ୍ୟୁତ ଅଭାବରେ ଝିଅପିଲାମାନଙ୍କ ଶିକ୍ଷା ବିଶେଷ ଭାବେ ବାଧାପ୍ରାପ୍ତ ହୁଏ ।ଶ୍ରୀ ମୋଦୀ ଆହୁରି କହିଥିଲେ ଯେ ମେହେଶାନାର ଲୋକମାନେ ଗଣିତ ଓ ବିଜ୍ଞାନରେ ବେଶ ପାରଙ୍ଗମ । ଆପଣ ଯଦି ଆମେରିକା ଯିବେ, ତେବେ ଗଣିତ କ୍ଷେତ୍ରରେ ସେଠାରେ ଉତ୍ତର ଗୁଜରାଟର ଚମକ ଦେଖିବାକୁ ପାଇବେ । ଆପଣ ଯଦି କଚ୍ଛ୍ ଯିବେ, ସେଠାରେ ମେହଶାନା ଜିଲ୍ଲାର ଶିକ୍ଷକଙ୍କୁ ପାଇବେବୋଲି ସେ କହିଥିଲେ ।  ବିଦ୍ୟୁତ ଅଭାବ ସେମାନଙ୍କ ସଫଳତାର ହାସଲ ଦିଗରେ ବାଧକ ସାଜିଥିଲା । ଗୁଜରାଟର ଜନସାଧାରଣ ଗତ ଦୁଇ ଦଶନ୍ଧି ଧରି ସରକାରଙ୍କ ଉପରେ ଅତୁଟ ବିଶ୍ୱାସ ଭାରତରେ ରାଜ୍ୟର ଛାପ ଛାଡିପାରିଛି ବୋଲି ସେ କହିଥିଲେ ।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ପଦରେ ଥିବା ସମୟର ସ୍ମୃତିଚାରଣ କରି ଶ୍ରୀ ମୋଦି କହିଥିଲେ ଯେ ଦଶବର୍ଷରୁ ସାତବର୍ଷ ଧରି ଦୁର୍ଭିକ୍ଷ ପ୍ରପୀଡିତ ହୋଇଥିବାରୁ ବଜେଟର ସିଂହ ଭାଗ ପାଣି ଦିଗରେ ଖର୍ଚ୍ଚ ହେଉଥିଲା । ସେଥିପାଇଁ ଗୁଜରାଟ ଜଟିଳ ଜଳ ପରିସ୍ଥିତିରେ ମୁକାବିଲା ନିମନ୍ତେ  ପଞ୍ଚାମୃତ ଯୋଜନା ଆରମ୍ଭ କରିଥିଲୁବୋଲି ସେ କହିଥିଲେ । ଅତୀତରର ସ୍ମୃତିଚାରଣ କରି ସେ ଆହୁରି କହିଥିଲେ ଯେ ଚବିଶି ଘଣ୍ଟା ବିଦ୍ୟୁତ ଯୋଗାଣ ପାଇଁ ଉନ୍‌ଝା ଗ୍ରାମରୁ ଜ୍ୟୋତିଗ୍ରାମ ଯୋଜନା ଆରମ୍ଭ କରାଯାଇ ସରକାର ଏହାକୁ ହଜାର ଦିନରେ ଶେଷ କରିବାକୁ ସମୟ ଦେଇଥିଲେ ।

ସୁଜଳାମ୍‌, ସୁଫଳନାମ୍ ଯୋଜନାର ଅବତାରଣା କରି ସେ ଯେଉଁ ଚାଷୀମାନେ ସୁଜଳାମ୍‌, ସୁଫଳାମ୍ କେନାଲ ପାଇଁ ନିଜର ଜମି ଦେଇଥିଲେ ସେମାନଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇବା ସହ ସେମାନଙ୍କ ପାଇଁ ଆଜି ଉତ୍ତର ଗୁଜରାଟର ବିଲବାଡିକୁ ଜଳସେଚିତ କରାଯାଇପାରିଛି ବୋଲି କହିଥିଲେ। ଆଜି ଉଦ୍‌ଘାଟିତ ଜଳସମ୍ବନ୍ଧୀୟ ଯୋଜନାର ପରିବାରର ମାଅ ଭଉଣୀଙ୍କ ସ୍ୱାସ୍ଥ୍ୟର ହିତସାଧନ କରିବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ସରକାର ସଂଯୋଗୀକରଣ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ଓ ନରେନ୍ଦ୍ର ଓ ଭୂପେନ୍ଦ୍ରଙ୍କ ଡବଲ ଇଞ୍ଜିନ ସରକାର ଏକାକାର ହୋଇଯାଇଛି । ଶ୍ରୀ ମୋଦି ପୁଣି କହିଥିଲେ ଯେ ୧୯୩୦ ମସିହାରେ ଇଂରେଜ ସରକାର ମେହେଶାନା-ଅମ୍ବାଜୀ-ତରଙ୍ଗା-ଆବୁରୋଡ ରେଳପଥ ବିକାଶର ଏକ ମାନଚିତ୍ର ତିଆରି କରିଥିଲେ ମଧ୍ୟ ପରବର୍ତ୍ତୀ କାଳରେ ସରକାରଗଣ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ । ଆମେ ଏହାକୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ଯୋଜନା କଲୁ ଓ ଏହା କିପରି ଆର୍ଥିକ ସମୃଦ୍ଧି ଆଣିବ ତାହା ଆପଣମାନେ କଳ୍ପନା କରିପାରୁଥିଲେବୋଲି ଶ୍ରୀ ମୋଦୀ କହିଥିଲେ ।

ରିହାତି ଦରରେ ଔଷଧ ଉପଲବ୍ଧ କରାଉଥିବା ପ୍ରଧାନମନ୍ତ୍ରୀ ଜନ ଔଷଧୀ କେନ୍ଦ୍ରର ସଫଳତା ନେଇ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକଟ କରିଥିଲେ । ହଜାର ଟଙ୍କା ମୂଲ୍ୟର ଔଷଧ ଶହେରୁ ଦୁଇଶହ ଟଙ୍କା ମଧ୍ୟରେ ମିଳୁଥିବା ଜନଔଷଧି କେନ୍ଦ୍ରରୁ ଔଷଧ କ୍ରୟ କରିବାକୁ ସେ ସମସ୍ତଙ୍କୁ ନିବେଦନ କରିଥିଲେ । ପର୍ଯ୍ୟଟନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିôଲେ ଯେ ଏହି ଶିଳ୍ପ ବହୁତ ଲୋକଙ୍କ ନିମନ୍ତେ କର୍ମନିଯୁକ୍ତିର ଉତ୍ସ । କେବଳ ବଡନଗରରେ ହୋଇଥିବା ପୁନରୁଦ୍ଧାର କାର୍ଯ୍ୟକୁ ଦେଖନ୍ତୁ ବୋଲି କହି ଶ୍ରୀ ମୋଦୀ କହିଥିଲେ ଯେ ହଜାର ବର୍ଷର ଧ୍ୱସାଂବଶେଷ ସେଠାରୁ ମିଳିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଗୁଜରାଟର ମନ୍ଦିର ଓ ଶକ୍ତିପୀଠଗୁଡିକର ପୁନରୁଦ୍ଧାର ନିମନ୍ତେ ନିଷ୍ଠାପର ଉଦ୍ୟମ ଅବ୍ୟାହତ ରହିଛି । ସୋମନାଥ ପରିସ୍ଥିତିରେ ଉନ୍ନତି, ଛୋଟିଲା ଓ ପାବଗଧ ଏହାର ଉଦାହରଣ ବୋଲି କହି ପାବଗଧ ୫୦୦ବର୍ଷ ଧରି ନିଜର ପତାକ ଉତ୍ତୋଳନ କରି ପାରି ନ ଥିଲା ଓ ମୁଁ ପହଞ୍ôଚ ୫୦୦ବର୍ଷ ପରେ ପତାକା ଉଡାଇଲି ବୋଲି କହିଥିଲେ ।

ଉଦ୍‌ବୋଧନ ଶେଷରେ ପ୍ରଧାନମନ୍ତ୍ରୀ ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଓ ସବ୍‌କା ପ୍ରୟାସ ଡବଲ ଇଞ୍ଜିନ ସରକାରର ମୂଳଭିତ୍ତି ବୋଲି କହିଥିଲେ । ଯେପରି ସୂର୍ଯ୍ୟକିରଣ କିଛି ବାଛବିଚାର ରଖେ ନାହିଁ, ବିକାଶର ଆଲୋକ ମଧ୍ୟ ପ୍ରତ୍ୟେକ ଘର ଓ କୁଟୀରରେ ପହଁଚେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ର ପଟେଲ, ସଂସଦ ସଦସ୍ୟ ଶ୍ରୀ ସି.ଆର. ପାଟିଲ, ଶ୍ରୀ ଭାରସିଂ  ଧାବୀ, ଶ୍ରୀମତୀ ଶାରଦା ବେନ୍ ପଟେଲ ଓ ଯୁଗନଜୀ ଲୋକହାଣ୍ଡୱାଲ ଏହି ଅବସରରେ ଉପସ୍ଥିତ ଥିଲେ ।

ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ ପ୍ରଧାନମନ୍ତ୍ରୀଙ୍କ ପ୍ରକଳ୍ପଗୁଡିକ ମଧ୍ୟରେ ଅହମ୍ମଦବାଦ-ମେହଶାନା ରେଳପଥ ପ୍ରଶସ୍ତୀକରଣ ପ୍ରକଳ୍ପ ଅଧୀନରେ ସାବରମତୀ-ଯଗୁଦାନ ଭାଗ, ଓଏନଜିସିର  ନାନ୍ଦ ସେନ ଭୂତତ୍ୱିକ ତୈଳ ଉତ୍ପାଦନ ପ୍ରକଳ୍ପ, ଖେରଭାରୁ ସିଂଙ୍ଗୋଡା ହ୍ରଦ ପର୍ଯ୍ୟନ୍ତ ସୃଜଳାମ୍ ସୁଫଳାମ୍ କେନାଲ, ଧାରୋହୀ ବନ୍ଧର ବଡନଗର ଖେରାଲୁ ଏବଂ ଦାରୋହୀ ଗ୍ରୁପ ରିଫର୍ମ ଯୋଜନା, ବେଚାର୍ଜୀ-ମୋଧରା-ଚାନ୍ଦସମା-ରାଜ୍ୟ ରାଜପଥର ଚାରିଟିକିଆ ରାସ୍ତା, ଉନ୍‌ଝା-ଦଶଜ-ଉପେରା-ନାଡୋଲ  ରୋଡ, ସର୍ଦ୍ଧାର ପଟେଲ ସାଧାରଣ ପ୍ରଶାସନିକ ନୂତନ ତାଲିମ କେନ୍ଦ୍ରର ନୂତନ ଭବନ, ମେହେଶାନା ଓ ମୋଧେରା, ସୂର୍ଯ୍ୟମନ୍ଦିର, ପ୍ରୋଜେକସନ୍ ମ୍ୟାପିଂ ଇତ୍ୟାଦି ଅନ୍ତର୍ଭୁକ୍ତ ।

ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବା ପ୍ରକଳ୍ପଗୁଡିକ ମଧ୍ୟରେ ପାଟାନରୁ ଗୋଜାରିଆ ଏନ୍‌ଏଚ-୬୮ର ଚାରିଚକିଆ ରାସ୍ତା, ମେହେଶାନା ଜିଲ୍ଲା ଯତନା ତାଳୁକାରେ ଚାଲସନା ଗ୍ରାମରେ ଜଳ ପରିଚାଳନା ପ୍ଲାଣ୍ଟ, ଦୁଗ୍ଧସାଗର ଡାଏରୀରେ ସ୍ୱୟଂ କ୍ରିୟ, ନୂତନ ଦୁଗ୍ଧ ଗୁଣ୍ଡ  ପ୍ଳାଣ୍ଟ, ମେହେଶାନା ସାଧାରଣ ହସ୍‌ପିଟାଲୟର ପୁନନିର୍ମାଣ ଓ ବିକାଶ, ମେହେଶାନା ଓ ଅନ୍ୟାନ୍ୟ ଉତ୍ତର ଗୁଜରାଟ ଜିଲ୍ଲାରେ ପରିବଣ୍ଟନ ସେକ୍ଟର ଯୋଜନା ଇତ୍ୟାଦି ।

ପ୍ରଧାନମନ୍ତ୍ରୀ ମୋଧେରାଠାରେ ଭାରତରେ ୨୪ଢ୭ସୌରଶକ୍ତି ସମ୍ପନ୍ନ ଗ୍ରାମ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଏହି ସୂର୍ଯ୍ୟମନ୍ଦିର ପ୍ରକଳ୍ପ ପ୍ରତିଫଳନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥିରେ ସୌରଶକ୍ତି ସ୍ତମ୍ଭ ସହ ୧୩୦୦ ଘର ସ୍ଥାନରେ ସୌରଶକ୍ତି କେନ୍ଦ୍ର  ସ୍ଥାପନା ଉଭୟ ଘରୋଇ ଓ ସରକାରୀ ଭବନରେ କରାଯାଇଛି । ଏଥିରେ ବ୍ୟାଟେରୀ ଶକ୍ତି ଭଣ୍ଡାରଣ ପଦ୍ଧତି ରହିଛି । ଦେଶରେ ତୃଣମୂଳ ସ୍ତରର ଜନସାଧାରଣଙ୍କୁ କିପରି ବିକଳ୍ପ ଶକ୍ତି ଦ୍ୱାରା ସଶକ୍ତ କରାଯିବା ତାହା ପ୍ରଦର୍ଶିତ ହୋଇଛି ।

 

*****

SM/SLP



(Release ID: 1866499) Visitor Counter : 239