ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଶ୍ରୀ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ
Posted On:
04 SEP 2022 6:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ସାଇରସ୍ ମିସ୍ତ୍ରୀଙ୍କ ଅକାଳ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ସେ ଜଣେ ପ୍ରତିବଦ୍ଧ ବ୍ୟବସାୟିକ ନେତୃତ୍ୱ ଥିଲେ ଯିଏ ଭାରତର ଆର୍ଥିକ ଶକ୍ତିରେ ବିଶ୍ୱାସ କରୁଥିଲେ ।
ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଶ୍ରୀ ସାଇରସ୍ ମିସ୍ତ୍ରୀଙ୍କ ଅକାଳ ବିୟୋଗ ଆଶ୍ଚର୍ଯ୍ୟଜନକ ଅଟେ । ସେ ଜଣେ ପ୍ରତିବଦ୍ଧ ବ୍ୟବସାୟୀ ନେତୃତ୍ୱ ଥିଲେ ଯିଏ ଭାରତର ଆର୍ଥିକ ଶକ୍ତିରେ ବିଶ୍ୱାସ କରୁଥିଲେ । ତାଙ୍କର ଦେହାନ୍ତ ବାଣିଜ୍ୟ ଏବଂ ଶିଳ୍ପ ଜଗତ ପାଇଁ ଏକ ବଡ କ୍ଷତି । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କ ପ୍ରତି ସମବେଦନା । ତାଙ୍କର ଆତ୍ମାର ସଦଗତି ପ୍ରାପ୍ତ ହେଉ ।”
HS
(Release ID: 1856679)
Visitor Counter : 138
Read this release in:
Kannada
,
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Malayalam