ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାଧୀନତା ଘୋଷଣା କରିଥିବା ୭୫ ବର୍ଷର ପୁରୁଣା ଖବରକାଗଜକୁ ସାଇତି ରଖିଥିବା ଡକ୍ଟର ଏଚ ଭି ହାଣ୍ଡେଙ୍କ ଉତ୍ସାହକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2022 1:03PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡକ୍ଟର ଏଚ୍‍ ଭି ହାଣ୍ଡେଙ୍କ ଉତ୍ସାହ ଓ ମନୋବୃତ୍ତିକୁ ପ୍ରଶଂସା କରିଥିଲେ ଯିଏ କି ସ୍ୱାଧୀନତା ଘୋଷଣା କରୁଥିବା ୭୫ ବର୍ଷ ପୁରୁଣା ଖବରକାଗଜକୁ ଟୁଇଟ୍ କରିଥିଲେ ।  ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଡକ୍ଟର ଏଚ ଭି ହାଣ୍ଡେ ଜୀଙ୍କ ଭଳି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ରାଷ୍ଟ୍ର ର୍ନିମାଣ ଦିଗରେ ନିଜ ଜୀବନକୁ ସମର୍ପି ଦେଇଛନ୍ତି ।

ଆଜାଦୀ କା ଅମୃତ ମହୋତ୍ସବ ଉପରେ ଡକ୍ଟର ଏଚ ଭି ହାଣ୍ଡେଙ୍କ ଟୁଇଟ୍‍ର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଡକ୍ଟର ଏଚ୍‌.ଭି ହାଣ୍ଡେ ଜୀ ପରି ଲୋକମାନେ ଉଲ୍ଲେଖନୀୟ ବ୍ୟକ୍ତିବିଶେଷ, ଯେଉଁମାନେ ଦେଶ ର୍ନିମାଣ ଦିଗରେ ନିଜ ଜୀବନ ସମର୍ପି ଦେଇଛନ୍ତି । ତାଙ୍କର ଶକ୍ତି ଏବଂ ଉତ୍ସାହ ଦେଖି ଆନନ୍ଦିତ ।  ଡକ୍ଟର ଏଚ ଭି ହାଣ୍ଡେ”

HS


(ରିଲିଜ ଆଡି: 1852217) ପରିଦର୍ଶକ କାଉଣ୍ଟର : 216