ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଅରବିନ୍ଦୋଙ୍କୁ ତାଙ୍କ ଜୟନ୍ତୀରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 15 AUG 2022 3:52PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶ୍ରୀ ଅରବିନ୍ଦୋଙ୍କ ଜୟନ୍ତୀକୁ ମନେପକାଇ କହିଛନ୍ତି ଯେ ଶ୍ରୀ ଅରୋବିନ୍ଦୋ ଜଣେ ବୁଦ୍ଧିମାନ ବ୍ୟକ୍ତିତ୍ୱ ଥିଲେ, ଯିଏ ଆମ ଦେଶ ପାଇଁ ସ୍ପଷ୍ଟ ଦର୍ଶନ ଥିଲେ । ଶିକ୍ଷା, ବୌଦ୍ଧିକ ଶକ୍ତି ଏବଂ ବୀରତ୍ୱ ଉପରେ ତାଙ୍କର ଗୁରୁତ୍ୱ ଆମକୁ ପ୍ରେରଣା ଯୋଗାଇଥାଏ ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି:

“ଆଜି ଶ୍ରୀ ଅରବିନ୍ଦୋଙ୍କ ଜୟନ୍ତୀ । ସେ ଜଣେ ବୁଦ୍ଧିମାନ ବ୍ୟକ୍ତିତ୍ୱ ଥିଲେ, ଯିଏ ଆମ ଦେଶ ପାଇଁ ଏକ ସ୍ପଷ୍ଟ ଦର୍ଶନ ଥିଲେ । ଶିକ୍ଷା, ବୌଦ୍ଧିକ ଶକ୍ତି ଏବଂ ବୀରତ୍ୱ ଉପରେ ତାଙ୍କର ଗୁରୁତ୍ୱ ଆମକୁ ପ୍ରେରଣା ଯୋଗାଇଥାଏ । ପୁଡୁଚେରୀ ଏବଂ ତାମିଲନାଡୁରେ ତାଙ୍କ ସହ ଜଡିତ କେତେକ ସ୍ଥାନକୁ ମୋର ଗସ୍ତ ସମୟର ଭିଡିଓ ସେୟାର କରୁଛି ।

“ମନ କି ବାତ୍‍ର ଗୋଟିଏ ଏପିସୋଡ୍‌ରେ, ଶ୍ରୀ ଅରବିନ୍ଦୋଙ୍କ ଚିନ୍ତାଧାରାର ମହାନତା ଏବଂ ସେମାନେ ଆମକୁ ଆତ୍ମର୍ନିଭରଶୀଳତା ଏବଂ ତାଲିମ ବିଷୟରେ ଯାହା ଶିକ୍ଷା ଦିଅନ୍ତି ତାହା ମଧ୍ୟ ଆଲୋକପାତ କରିଥିଲେ ।”


HS


(ରିଲିଜ ଆଡି: 1852088) ପରିଦର୍ଶକ କାଉଣ୍ଟର : 180