ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସିଡବ୍ଳ୍ୟଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଶ୍ରୀକାନ୍ତ କିଡାମ୍ବିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ


ଏହା ହେଉଛି ତାଙ୍କର ଚତୁର୍ଥ ସିଡବ୍ଲ୍ୟୁଜି ପଦକ ଯାହା ତାଙ୍କର ଦକ୍ଷତା ଏବଂ ସ୍ଥିରତା ଦେଖାଉଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2022 5:11PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀକାନ୍ତ କିଡାମ୍ବିଙ୍କୁ ବର୍ମିଂହାମ ସିଡବ୍ଲ୍ୟୁଜି ୨୦୨୨ ରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରୀକାନ୍ତ କିଡାମ୍ବି ଚତୁର୍ଥ ପଦକ ଜିଣିଥିବାରୁ ପ୍ରଧାନମନ୍ତ୍ରୀ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଭାରତୀୟ ବ୍ୟାଡମିଣ୍ଟନର ଅନ୍ୟତମ ପ୍ରମୁଖ,  ଶ୍ରୀ କିଡାମ୍ବି ତାଙ୍କ ସିଡବ୍ଲ୍ୟୁଜିରେ ବ୍ୟକ୍ତିଗତ ଭାବେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହା ହେଉଛି ତାଙ୍କର ଚତୁର୍ଥ ସିଡବ୍ଲ୍ୟୁଜି ପଦକ ଯାହା ଦ୍ୱାରା ତାଙ୍କର ଦକ୍ଷତା ଏବଂ ସ୍ଥିରତା ଦର୍ଶାଇଛି । ତାଙ୍କୁ ଅଭିନନ୍ଦନ । ସେ ଉତ୍ସାହିତ ଆଥଲେଟମାନଙ୍କୁ ଉତ୍ସାହିତ କରି ଭାରତକୁ ଆହୁରି ଗର୍ବିତ କରନ୍ତୁ ।”

HS


(ରିଲିଜ ଆଡି: 1849894) ପରିଦର୍ଶକ କାଉଣ୍ଟର : 183