ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାରାଣାସୀଠାରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସମାଗମ କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଦତ୍ତ ଅଭିଭାଷଣର ମୂଳପାଠ

ପୋଷ୍ଟ କରାଯିବା ଦିନାଙ୍କ: 07 JUL 2022 8:43PM by PIB Bhubaneswar

ଉତ୍ତର ପ୍ରଦେଶର ରାଜ୍ୟପାଳ ଶ୍ରୀମତୀ ଆନନ୍ଦୀବେନ୍‌ ପଟେଲଜୀ, ଏଠାକାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଜୀ, ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଧର୍ମେନ୍ଦ୍ର ପ୍ରଧାନଜୀ, ରାଷ୍ଟ୍ରୀୟ ଶିକ୍ଷା ନୀତିର ଚିଠା କମିଟିର ଅଧ୍ୟକ୍ଷ କେ କସ୍ତୁରୀରଙ୍ଗନଜୀ, ସରକାରରେ ସାମିଲ ଅନ୍ୟ ମନ୍ତ୍ରିଗଣ, ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଥିବା ସମସ୍ତ କୁଳପତିଗଣ, ଶିକ୍ଷା ସଂସ୍ଥାନର ନିର୍ଦ୍ଦେଶକ, ସମସ୍ତ ଶିକ୍ଷକଗଣ, ଶିକ୍ଷାବିଦ୍‌ ଏବଂ ଭଦ୍ରମହିଳା ଓ ଭଦ୍ରବ୍ୟକ୍ତିଗଣ,

‘ଅଖିଳ ଭାରତ ଶିକ୍ଷା ସମାଗମ’ର ଏହି କାର୍ଯ୍ୟକ୍ରମର ଆୟୋଜନ ଏହି ପବିତ୍ର ମାଟିରେ ଆଜି ଆରମ୍ଭ ହେଉଛି, ଯେଉଁଠାରେ ସ୍ୱାଧୀନତା ପୂର୍ବରୁ ଦେଶର ଏତେବଡ଼ ମହତ୍ତ୍ୱପୂର୍ଣର୍ ବିଶ୍ୱବିଦ୍ୟାଳୟର ସ୍ଥାପନା କରାଯାଇଥିଲା । ଏହି ସମାଗମ ଆଜି ଏଭଳି ଏକ ସମୟରେ ହେଉଛି, ଯେତେବେଳେ ଦେଶ ନିଜର ସ୍ୱାଧୀନତାର ଅମୃତ ମହୋତ୍ସବ ମନାଉଛି । ଅମୃତକାଳରେ ଦେଶର ଅମୃତ ସଂକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବାର ବିରାଟ ଦାୟିତ୍ୱ ଆମ ଶିକ୍ଷା ବ୍ୟବସ୍ଥା ଉପରେ ନ୍ୟସ୍ତ, ଆମର ଯୁବ ପିଢ଼ି ଉପରେ ନ୍ୟସ୍ତ । ଆମର ଏଠାରେ ଉପନିଷଦମାନଙ୍କରେ ମଧ୍ୟ ସେଇକଥା କୁହାଯାଇଛି – ବିଦ୍ୟା ଅମୃତମ୍‌ ଅଶ୍ନୁତେ । ଅର୍ଥାତ, ବିବଦ୍ୟା ହି ଅମରସ୍ୱ ଏବଂ ଅମୃତ ପର୍ଯ୍ୟନ୍ତ ନେଇଯାଇଥାଏ । ସେଇଥିପାଇଁ କାଶୀକୁ ମଧ୍ୟ ମୋକ୍ଷ ନଗରୀ ବୋଲି ଆଖ୍ୟାୟିତ କରାଯାଇଛି । କାରଣ, ଆମର ଏଠାରେ ମୁକ୍ତର ଏକମାତ୍ର ମାର୍ଗ ଜ୍ଞାନକୁ, ବିଦ୍ୟାକୁ ହିଁ ବିବେଚନା କରାଯାଇଥାଏ ଏବଂ ସେଇଥିପାଇଁ ଶିକ୍ଷା ଏବଂ ଗବେଷଣାକୁ, ବିଦ୍ୟା ଏବଂ ବୋଧର ଏତେ ବଡ଼ ମନ୍ଥନ ଏହି ସର୍ବବିଦ୍ୟାର ପ୍ରମୁଖ କେନ୍ଦ କାଶୀରେ ହେଉଛି । ଏଥିରୁ ବାହାରିବାକୁ ଥିôôବା ଅମୃତ ଅବଶ୍ୟ ଦେଶକୁ ନୂତନ ଦିଶା ପ୍ରଦାନ କରିବ । ମୁଁ ଏହି ଅବସରରେ, ମହାମନା ମାଲବ୍ୟଜୀଙ୍କ ଚରଣରେ ନମନ କରି ଏହି ଆୟୋଜନ ନିମନ୍ତେ ଆକଣମାନଙ୍କୁ ସମସ୍ତଙ୍କୁ ଶୁଭକାମନା ଜଣାଉଛି । ମୁଁ କାଶୀର ସାଂସଦ ରହିଆସିଛି । ମୋ କାଶୀକୁ ଆପଣମାନେ ଆସିଛନ୍ତି, ସେତେବେଳେ ତ ଏକପ୍ରକାର ଆପଣମାନେ ମୋର ଅତିଥି । ଆପଣମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହିତ ମୋର ଅତିଥି । ମୋର ବିଶ୍ୱାସ ଯେ ବ୍ୟବସ୍ଥାରେ ଆପଣମାନଙ୍କୁ ଅଧିକ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନାହିଁ, ଆପଣମାନଙ୍କୁ ସୁବିଧା ନିମନ୍ତେ ସକଳ ପ୍ରକାର ଏବଂ ଭରପୂର ବ୍ୟବସ୍ଥା କରାଯାଇଛି । କିନ୍ତୁ ଯଦିବା କୌଣସି ଠାରେ କିଛି ତ୍ରୁଟି ରହିଯାଇଛି, ତେବେ ସେ ଦୋଷ ମୋର ରହିବ ଏବଂ ଜଣେ ଅତିଥି ସକ୍ରାରକାରୀ ହିସାବରେ ଆପଣମାନଙ୍କୁ କିଛି ବି ଅସୁବିଧା ଯଦି ହୁଏ ତେବେ ସେଥିପାଇଁ ମୁଁ ପ୍ରଥମେ ଆପଣମାନଙ୍କ ନିକଟରେ କ୍ଷମାପ୍ରାର୍ଥୀ ହେଉଛି ।

ସାଥୀଗଣ,

ଆଜି ଆଉ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇସାରି ମୁଁ ଏଠାକୁ ଆସିଛି । ଏଠାରେ ମଧ୍ୟାହ୍ନ ଭୋଜନ ନିମନ୍ତେ ଗୋଟିଏ ଗୋଟିଏ କେନ୍ଦ୍ରୀୟ ଭୋଜନାଳୟର କାମ ଥିଲା। କିନ୍ତୁ ସେଠାରେ ମୋର କାଶୀର ସରକାରୀ ବିଦ୍ୟାଳୟର ୧୦- ୧୨ ବର୍ଷ ବୟସର ପିଲାମାନଙକ ସହିତ ଗପସପ କରିବାର ଅବସର ମିଳିଲା ଏବଂ ସେଠାରୁ ବାହାରି ମୁଁ ଆସି ଷଠାରେ ପହଞ୍ଚôଛି । ଏବଂ ମୁଁ ସେହିସବୁ ପିଲାମାନଙ୍କ ଠାରୁ କିଛି ଶୁଣିଆସିଛି ଏବଂ ଆପଣମାନଙ୍କୁ କିଛି କହିବାକୁ ଆସିଛି । ଏବଂ ମୋତେ ଯଦି କିଛି କହିବାକୁ ମିଳେ ତେବେ ମୁଁ ଚାହିଁବି ଯେ ମୁଁ ଯେତେବେଳେ ଆଗାମୀ ଥର ଏଠାକୁ ଆସିବି, ସେତେବେଳେ ମୁଁ ସ୍କୁଲ ପିଲାମାନଙ୍କୁ ଭେଟିବାକୁ ଚାହିଁବି । ସେମାନଙ୍କର ଯେଉଁ ଶିକ୍ଷକମାନେ ଅଛନ୍ତି, ସେମାନଙ୍କୁ ଭେଟିବାକୁ ଚାହିଁବି । ଆପଣମାନେ କେବେ କଳ୍ପନା କରିପାରିବେ ଯେ ମୋ ମନକୁ କାହିଁକି ଏଭଳି ଚିନ୍ତା ଆସିଥିବ? ମୋ ମନରେ ଏତେ ମାତ୍ରାରେ ପ୍ରଭାବ ସୃଷ୍ଟି ହେଲା, ମାତ୍ର ୧୦- ୧୫ ମିନିଟର ଏହି ଅବସର ଥିଲା ମୋ ନିକଟରେ, କିନ୍ତୁ ଯେଉଁ ପ୍ରତିଭା ସେହିସବୁ ପିଲାମାନଙ୍କ ଠାରେ ମୁଁ ଲକ୍ଷ୍ୟ କଲି, ଯେଉଁ ଜ୍ଞାନ ସେମାନଙ୍କ ପାଖରେ ମୁଁ ଦେଖିଲି, ଯେଉଁ ଆତ୍ମବିଶ୍ୱାସ ଏବଂ ଯେଉଁ ବିବିଧତା ଥିଲା ଏବଂ ସେମାନେ ମଧ୍ୟ ଗୋଟିଏ ସରକାରୀ ବିଦ୍ୟାଳୟରେ ଏକ ସାଧାରଣ ପରିବାରର ପିଲା ଥିଲେ । ଯେଉଁ ଜ୍ଞାନ ସେହିସବୁ ପିଲା ମୋ ନିକଟରେ ଉପସ୍ଥାପନ କରୁଥିଲେ, ଆପଣମାନଙ୍କ ପରିବାରରେ ଯଦି ଆପଣମାନଙ୍କର ନାତିନାତୁଣୀମାନେ ଏହିଭଳି ଟାଲେଣ୍ଟ୍‌ ଆପଣମାନଙ୍କ ସାମନାରେ ରଖିବେ ତେବେ ଯେତେବେଳେ ବି କୌଣସି ଜଣେ ଅତିଥି ଘରକୁ ଆସିବେ ଆପଣାମାନେ ସେହିସବୁ ପିଲାମାନଙ୍କୁ ସେମାନଙ୍କ ସମ୍ମୁଖରେ ଠିଆ କରାଇଦେବେ ଓ କହିବେ ପିଲାଏ, ତୁମେ ଅତିଥିଙ୍କୁ ସକ୍ରାର କର। ମୋର କହିବାର ତାତ୍ପର୍ଯ୍ୟ ହେଲା ଏଇଆ ଯେ ବର୍ତ୍ତମାନ ପିଢ଼ି ନିକଟରେ ଥିବା ଏହି ସାମର୍ଥ୍ୟ ଯେତେବେଳେ ଆପଣମାନେ ଯେଉଁଠାରେ ଅଛନ୍ତି ସେପର୍ଯ୍ୟନ୍ତ ପହଞ୍ଚôବ, ସେହିସବୁ ପଦପଦବୀରେ ନୁହେଁ, ସେହିସବୁ ଅନୁଷ୍ଠାନମାନଙ୍କରେ, ସେତେବେଳେ ତ ଆପଣମାନେ ହୁଏତ ନଥିବେ, ଆପଣମାନେ ସେମାନଙ୍କ ପାଇଁ ଏଭଳି ଅନୁଷ୍ଠାନମାନ ଗଢ଼ି ଯାଇଥିଲେ ଯେ ସେହିସବୁ ପ୍ରତିଭାଧାରୀ ଶିଶୁ ଆଗାମୀ ଦିନରେ ସେପରି ଅନୁଷ୍ଠାନରେ ଉପଯୁକ୍ତ ଶିକ୍ଷା ଲାଭ କରିପାରିବେ । ସେମାନଙ୍କୁ ସେତେବେଳେ ସେଠାରେ କୌଣସି ପ୍ରକାର ଅଭାବବୋଧ ଅନୁଭୂତ ହେବନାହିଁ । ଏହା ହେଉଛି ଆପଣମାନଙ୍କ ଉପରେ ସବୁଠାରୁ ବଡ଼ ଦାୟିତ୍ୱ ଏବଂ ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ତିନିଦିନ ପର୍ଯ୍ୟନ୍ତ ଏଠାରେ ଯେଉଁସବୁ ଚର୍ଚ୍ଚା ଏବଂ ବିମର୍ଶ ହେବ, ତାହା ଦ୍ୱାରା ରାଷ୍ଟ୍ରୀୟ ଶିକ୍ଷା ନୀତିର କ୍ରିୟାନ୍ୱୟକୁ ପ୍ରଭାବୀ ମାର୍ଗ ପ୍ରାପ୍ତ ହେବ ।

ସାଥୀଗଣ,

ଆପଣମାନେ ସମସ୍ତେ ଜାଣନ୍ତି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତିର ମୂଳ ଆଧାର ହେଉଛି ଶିକ୍ଷାକୁ ସଂକୁଚିତ ଚିନ୍ତାଧାରା କବଳରୁ ମୁକ୍ତ କରିବା ଏବଂ ଏହାକୁ ଏକବିଂଶ ଶତାବ୍ଦୀର ଆଧୁନିକ ବିଚାର ସହିତ ଯୋଡ଼ିବା । ଆମ ଦେଶରେ ମେଧାର କୌଣସି ଅଭାବ ନାହିଁ । କିନ୍ତୁ, ଦୁର୍ଭଗ୍ୟର କଥା ଯେ ଆମର ଏଠାରେ ଏଭଳି ବ୍ୟବସ୍ଥା କରିଦିଆଯାଇଥିଲା ଯେଉଁଠାରେ ଶିକ୍ଷାଲାଭର ଉଦେ୍ଦଶ୍ୟ କେବଳ ଏବଂ କେବଳ ଚାକିରି ପାଇବା ବୋଲି ବିବେଚନା କରାଯାଉଥିଲା । ଶିକ୍ଷାରେ ଥିବା ଏହି ବିକାର ଗୋଲାମୀର କାଳଖଣ୍ଡରେ ଇଂରେଜମାନେ ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ଅନିଜ ପାଇଁ ଏକ ସେବକ ବର୍ଗ ପ୍ରସ୍ତୁତ କରିବା ନିମନ୍ତେ କରିଥିଲେ । ଦେଶ ସ୍ୱାଧୀନତା ଲାଭ କରିବା ପରେ, ସେଥିରେ କିଛି ମାତ୍ରାରେ ପରିବର୍ତ୍ତନ ଆସିଛି କିନ୍ତୁ ଢେର୍‌ କିଛି ତଥାପି ବଦଳିବାକୁ ବାକି ରହିଯାଇଥିଲା । ଏବେ ଇଂରେଜମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ବ୍ୟବସଥା କେତେବେଳେ ସୁଦ୍ଧା ଭାରତର ମୂଳ ସ୍ୱଭାବର ଅଂଶବିଶେଷ ନଥିଲା ଏବଂ ନା କେବେ ହୋଇପାରିବ । ଯଦି ଆମେ ଆମର ଦେଶର ପ୍ରାଚୀନ କାଳଖଣ୍ଡ ଆଡ଼କୁ ଦୃଷ୍ଟି ଫେରାଇବା, ଆମର ସେଥିରେ ଭିନ୍ନ ଭିନ୍ନ କଳାର ଧାରଣା ଥିବା ସହଜରେ ଲକ୍ଷ୍ୟ କରିପାରିବା । ଏବଂ ବନାରସ ତ ମୋର କାଶୀ ତ ଏହାର ଏକ ଜୀବନ୍ତ ଉଦାହରଣ ହୋଇ ରହିଛି । ବନାରସ ଜ୍ଞାନର କେନ୍ଦ୍ର କେବଳ ଏଇଥିପାଇଁ ରହିନଥିଲା, କାରଣ ଏଠାରେ ଉତ୍ତମ ଗୁରୁକୁଳ ଏବଂ ଶିକ୍ଷଣ ସଂସ୍ଥାନମାନ ରହିଥିଲା । ବନାରସ ଜ୍ଞାନର କେନ୍ଦ୍ର ଏଇଥିପାଇଁ ଥିଲା, କାରଣ ଏଠାରେ ଜ୍ଞାନ ଓ ଶିକ୍ଷା, ଖୁବ୍‌ ବିବିଧ ସ୍ତରୀୟ ଥିଲା । ଶିକ୍ଷାରେ ଏହି ବିବିଧତା ଆମର ଶିକ୍ଷା ବ୍ୟବସ୍ଥାର ମଧ୍ୟ ପ୍ରେରଣାସ୍ରୋତ ହେବା ବାଂଛନୀୟ । ଆମେ କେବଳ ଡିଗ୍ରୀଧାରୀ ଯୁବକଯୁବତୀମାନଙ୍କୁ ପ୍ରସ୍ତୁତ କରିବାନାହିଁ, ଅପରନ୍ତୁ ଦେଶକୁ ଆଗକୁ ବଢ଼ିବା ସକାଶେ ଯେତେ ବି ମାନବ ସଂସାଧନର ଆବଶ୍ୟକତା ଆବଶ୍ୟକ, ଆମର ଶିକ୍ଷା ବ୍ୟବସ୍ଥା ତାହା ରାଷ୍ଟ୍ରକୁ ଉପଲବ୍ଧ କରାଇବା ଜରୁରି, ଦେଶକୁ ଦେବା ଦରକାର । ଏହି ସଂକଳ୍ପର ନେତୃତ୍ୱ ଆମର ଶିକ୍ଷକ ଏବଂ ଶିକ୍ଷଣ ସଂସ୍ଥାନକୁ କରିବା ଦରକାର । ଆମର ଶିକ୍ଷକ ଯେତେ ଦ୍ରୁତଗତିରେ ଏହି ଭାବନାକୁ ଆତ୍ମସ୍ଥ କରିବେ, ଛାତ୍ରଛାତ୍ରୀମାନଙ୍କୁ, ଦେଶର ଯୁବଗୋଷ୍ଠୀଙ୍କୁ ସେତିକି ଅଧିକ, ଦେଶର ଆଗାମୀ ଭବିଷ୍ୟତ ପିଢ଼ିକୁ ବି ସେତିକି ଅଧିକ ଲାଭ ପହଂଚିବ ।

ସାଥୀଗଣ,

ନୂତନ ଭାରତର ନିର୍ମାଣ ନିମନ୍ତେ, ନୂତନ ବ୍ୟବସ୍ଥାମାନଙ୍କର ନିର୍ମାଣ ନିମନ୍ତେ, ଆଧୁନିକ ବ୍ୟବସ୍ଥାର ସମାବେଶ ସେତିକି ମାତ୍ରାରେ ଜରୁରି । ଯାହା ପୂର୍ବରୁ କେବେ ହୋଇନଥିଲା, ଯେଉଁ ଲକ୍ଷ୍ୟକୁ ପ୍ରାପ୍ତ କରିବା ସକାଶେ ଦେଶ କେବେ କଳ୍ପନା ସୁଦ୍ଧା କରିନଥିଲା, ତାହା ଆଜି ଭାରତରେ ବାସ୍ତବତାରେ ଆମ ସାମ୍ନାରେ ନିର୍ମିତ ହେବାକୁ ଯାଉଛି । ଏବେ ଆପଣମାନେ ଲକ୍ଷ୍ୟ କରନ୍ତୁ, କରୋନାର ଏତେ ବଡ଼ ମହାମାରୀରୁ ଆମେ କେବଳ ଏତେ ଶୀଘ୍ର ମୁକୁଳି ପାରିନାହୁଁ, ଅପରନ୍ତୁ ଭାରତ ଆଜି ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଥିବା ଅର୍ଥବ୍ୟବସ୍ଥାମାନଙ୍କ ମଧ୍ୟରୁ ଗୋଟିଏ ହୋଇ ମୁଣ୍ଡ ଟେକିପାରିଛି । ଆଜି ଆମେ ବିଶ୍ୱର ତୃତୀୟ ସର୍ବବୃହତ୍‌ ଷ୍ଟାର୍ଟ ଅପ୍‌ ଇକୋସିଷ୍ଟମ ଭାବେ ଉଭା ହୋଇଛୁ । ସ୍ପେସ୍‌ ଟେକ୍ନୋଲୋଜି ଭଳି କ୍ଷେତ୍ରରେ, ଯେଉଁଠି ପୂର୍ବରୁ କେବଳ ସରକାରଙ୍କୁ ହିଁ ସବୁକିଛି କରିବାକୁ ପଡ଼ୁଥିଲା, ସେଠାରେ ଏବେ ଘରୋଇ ସଂସ୍ଥାମାନଙ୍କ ଭଳି ବଡ଼ ସହଯୋଗକାରୀମାନଙ୍କ ମାଧ୍ୟମରେ ଯୁବଗୋଷ୍ଠୀଙ୍କ ନିମନ୍ତେ ଏକ ନୂତନ ଦୁନିଆ ପ୍ରସ୍ତୁତ ହେବାକୁ ଯାଉଛି । ବନ୍ଧୁଗଣ, ସମଗ୍ର ଅନ୍ତରୀକ୍ଷ ଆମର ଖୁବ୍‌ ନିକଟତର ହେବାକୁ ଯାଉଛି । ଦେଶର କନ୍ୟାମାନଙ୍କ ନିମନ୍ତେ, ମହିଳାମାନଙ୍କ ନିମନ୍ତେ ମଧ୍ୟ ଯେଉଁ କ୍ଷେତ୍ର ପୂର୍ବରୁ ବନ୍ଦ୍‌ ହୋଇ ରହିଥିଲା, ଆଜି ସେହିସବୁ କ୍ଷେତ୍ରରେ କନ୍ୟାମାନେ ପ୍ରତିଭାର ଉଦାହରଣମାନ ପ୍ରସ୍ତୁତ କରିବାରେ ଲାଗିଛନ୍ତି ।

ସାଥୀଗଣ,

ଯେତେବେଳେ ଦେଶର ଚିନ୍ତାଧାରା ଏଭଳି, ଯେତେବେଳ ଦେଶର ବେଗ ଏଭଳି ହୋଇସାରିଛି ସେତେବେଳେ ଆମେ ନିଜର ଯୁବଗୋଷ୍ଠୀଙ୍କୁ ମଧ୍ୟ ମୁକ୍ତ ଉଡ଼ାଣ ନିମନ୍ତେ ନୂତନ ଶକ୍ତିରେ ଭରପୂର କରିଦେବାକୁ ପଡ଼ିବ । ଏପର୍ଯ୍ୟନ୍ତ, ସ୍କୁଲ, କଲେଜ ଏବଂ ପାଠ୍ୟପୁସ୍ତକ ଏହା ସ୍ଥିର କରିଆସିଥିଲା ଯେ ପିଲାମାନଙ୍କୁ କେଉଁ ଦିଗରେ ଆଗକୁ ଯିବାକୁ ପଡ଼ିବ । କିନ୍ତୁ ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରବର୍ତ୍ତିତ ହେବା ପରେ ଏବେ ଯୁବଗୋଷ୍ଠୀଙ୍କ ଉପରେ ଦାୟିତ୍ୱ ଆହୁରି ବଢ଼ିଯାଇଛି । ଏବଂ ଏହା ସହିତ ଆମର ମଧ୍ୟ ଏହି ଦାୟିତ୍ୱ ବଢ଼ିଯାଇଛି ଯେ ଆମେ ଯୁବଗୋଷ୍ଠୀଙ୍କ ସ୍ୱପ୍ନ ଏବଂ ଉଡାଣକୁ ନିରନ୍ତର ଭାବେ ପ୍ରୋତ୍ସାହିତ କରିବା ଉଚିତ, ସେମାନଙ୍କ ମନକୁ ବୁଝିବା ଦରକାର, ସେମାନଙ୍କର ଆଶାଆକା„କୁ ଚିହ୍ନିବା ଦରକାର, ତା’ହେଲେ ସିନା ସେମାନଙ୍କର ମନ ଖାଦ୍ୟସାର ଓ ଜଳ ପାଇପାରିବ । ସେମାନଙ୍କୁ ଚିହ୍ନିବା ବିନା ସେମାନଙ୍କ ମୁଣ୍ଡ ଉପରେ କିଛି ବି ଲଦିଦେବାର ଯୁଗ ଗତ ହୋଇସାରିଛି ବନ୍ଧୁଗଣ । ଆମକୁ ଏହି କଥାକୁ ସଦାବେଳେ ଧ୍ୟାନ ରଖିବାକୁ ହେବ, ଆମକୁ ଏଭଳି ଶିକ୍ଷଣ, ଏଭଳି ସଂସ୍ଥାନର ବ୍ୟବସ୍ଥା, ଏଭଳି ମାନବ ସମ୍ବଳର ବିକାଶର ମାନସିକତାରେ ନିଜକୁ ସଜ୍ଜିତ କରିବାକୁ ପଡ଼ିବ । ନୂତନ ନୀତିରେ ସଂପୂର୍ଣ୍ଣ ଫୋକସ୍‌ ଶିଶୁମାନଙ୍କ ପ୍ରତିଭା ଏବଂ ଶିଶୁମାନଙ୍କ ମାନସିକତା ଦୃଷ୍ଟିରୁ ସେମାନଙ୍କୁ କୁଶଳୀ କରାଯିବା ଉପରେ ପ୍ରଦାନ କରାଯାଇଛି । ଆମର ଯୁବଗୋଷ୍ଠୀ କିଭଳି କୁଶଳୀ ହୋଇପାରିବେ, ଆତ୍ମବିଶ୍ୱାସଭରା ହୋଇପାରିବେ, ବାସ୍ତବଧର୍ମୀ ହୋଇପାରିବେ, ଚିନ୍ତାଶୀଳ ହୋଇପାରିବେ, ଶିକ୍ଷା ନୀତିରେ ଏଥି ନିମନ୍ତେ କ୍ଷେତ୍ର ପ୍ରସ୍ତୁତ କରାଯାଇଛି ।

ସାଥୀଗଣ,

ଦେଶରେ ଘଟୁଥିବା ଏହି ଦ୍ରୁତ ପରିବର୍ତ୍ତନ ଭିତରେ ଶିକ୍ଷା ବ୍ୟବସ୍ଥା ଏବଂ ଏହା ସହିତ ଜଡ଼ିତ ଆପଣମାନେ ସମସ୍ତ ମହାନୁଭବଗଣଙ୍କ ଭୂମିକା କେତେ ଗୁରୁତ୍ୱପୂର୍ଣ୍ଣ, ଏହାର ଏକ ଉଦାହରଣ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବାର ପ୍ରାରମ୍ଭିକ ଅବସ୍ଥାରେ ଅନୁଭବ କରିଥିଲି ଯାହା ମୁଁ ଆପଣମାନଙ୍କୁ ସୂଚାଇବାକୁ ଚାହେଁ । ମୁଁ ନୂଆ ନୂଆ ମୁଖ୍ୟମନ୍ତ୍ରୀ ହୋଇଥାଏ ସରକାର ଫରକାର ଆଦି ସଂପର୍କରେ ମୋର ବିଶେଷ କିଛି ଜ୍ଞାନ ନଥିଲା । ସେସବୁଠାରୁ ମୁଁ ଢେର୍‌ ଦୂରରେ ଥିଲି । ଅଚାନକ ସେ କାମ ମୋ ମୁଣ୍ଡରେ ପଡ଼ିଥିଲା । ସେତିକିବେଳେ ମୁଁ ଗୋଟିଏ କାର୍ଯ୍ୟକ୍ରମ ମନେଇଥିଲି । ସେତେବେଳେ ମୋର ସମସ୍ତ ସଚିବଙ୍କୁ ମୁଁ କହିଥିଲି ଯେ ଆପଣମାନେ ହିଁ ନିଜ ନିଜ ବିଭାଗର ମୁଖ୍ୟମନ୍ତ୍ରୀ । ଏବଂ ମୋତେ କୁହନ୍ତୁ ପାଞ୍ଚ ବର୍ଷ ଭିତରେ ଆପଣ ନିଜ ନିଜ ବିଭାଗକୁ କେଉଁ ପର୍ଯ୍ୟନ୍ତ ନେଇଯାଇ ପାରିବେ? କେମିତି ନେଇଯିବାକୁ ଭାବିଛନ୍ତି? କ’ଣ ବିଶେଷ କାମ କରି ଦେଖାଇବେ? ଏହା ଫଳରେ ଗୁଜରାଟର ସାଧାରଣ ଲୋକମାନଙ୍କ ଜୀବନକୁ କି ପ୍ରକାର ଫାଇଦା ପହଞ୍ଚôବ? ଆପଣମାନେ ସମସ୍ତେ ନିଜ ନିଜର ଗୋଟିଏ ଭିଜନ ଡକୁମେଣ୍ଟ ପ୍ରସ୍ତୁତ କରନ୍ତୁ ଏବଂ ତାହାକୁ ମୋ ସାମ୍ନାରେ ଉପସ୍ଥାପନ କରନ୍ତୁ । ଏକଥା ମୁଁ ସବୁ ବିଭାଗର ସଚିବମାନଙ୍କୁ କହିଥିଲି ଏବଂ ପ୍ରତି ଦିନ ସନ୍ଧ୍ୟା ପାଞ୍ଚଟାବେଳେ ସମସ୍ତେ ମୋର ମନ୍ତ୍ରି ପରିଷଦର ମନ୍ତ୍ରୀ ଏବଂ ସମସ୍ତ ସଚିବ ଆମେ ଏକତ୍ର ବସୁଥିଲୁ ଏବଂ ଜଣେ ଜଣେ ସଚିବ ଆସି ନିଜ ନିଜ ବିଭାଗର ସଂପୂର୍ଣ୍ଣ କାର୍ଯ୍ୟଯୋଜନା ଉପସ୍ଥାପନ କରୁଥିଲେ । ତା’ପରେ ସେହି ପ୍ରସଙ୍ଗ ଉପରେ ଆଲୋଚନା ହେଉଥିଲା । ସମସ୍ତ ସଚିବ ଯିଏ କି ପୂର୍ବରୁ କୃଷି ସଚିବ ରହିଥିଲେ, ସେମାନେ ମଧ୍ୟ ସେଠାରେ ବସୁଥିଲେ, ଶୁଣୁଥିଲେ । ମୁଁ ବି ସେମାନଙ୍କ କଥା ସବୁ ଶୁଣୁଥିଲି । ସେମାନଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରୁଥିଲି । ଏହି କାର୍ଯ୍ୟକ୍ରମ ପ୍ରାୟ ମାସେ ପାଖାପାଖି ଚାଲିଥିଲା ଏବଂ ଠିକ୍‌ ସନ୍ଧ୍ୟା ୫ଟାବେଳେ ଆରମ୍ଭ ହେଉଥିଲା ଏବଂ ରାତି ୧୦ଟାବେଳେ ଅତି କଷ୍ଟରେ ସେମାନଙ୍କୁ ଘରକୁ ଫେରିବାକୁ ସୁଯୋଗ ମିଳୁଥିଲା । ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଅତି ବ୍ୟାପକ ଓ ଗଭୀର ଭାବେ ଏହି କାର୍ଯ୍ୟକ୍ରମରେ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିଲା । ମୁଁ ଭାବୁଛି ସମ୍ଭବତଃ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଚାଲଥିଲା । ସେଇଠାରେ ମୋର ଉଦେ୍ଦ୍ୟାଗ ଜଗତ ସମ୍ପର୍କୀତ ପ୍ରେଜେଣ୍ଟେସନ୍‌ ବେଳେ ପ୍ରଥମ ଥର ପାଇଁ ପରିଚୟ ଘଟିଥିଲା । ଆଗାମୀ ଦିନରେ ସେହିସବୁ ଉଦେ୍ଦ୍ୟାଗ କ’ଣ କ’ଣ ହେଲା ସମସ୍ତେ ଜାଣିବାକୁ ପାଇଲେ, ଆଗାମୀ ଦିନରେ ଔଦ୍ୟୋଗିକ ବିକାଶ କିପରି ହେଲା, ତାହା ସମସ୍ତଙ୍କୁ ଜଣା ପଡ଼ିଲା । ସବୁ କାର୍ଯ୍ୟକ୍ରମ ସରିବା ପରେ ଦିନେ ଶିକ୍ଷା ସଚିବ ମୋ ନିକଟକୁ ଆସିଲେ । କାରଣ ତା’ପର ଦିନ ଶିକ୍ଷା ସଚିବଙ୍କ କାର୍ଯ୍ୟକ୍ରମ ଥିଲା ଏବଂ ସେ ତାଙ୍କ ବିଭାଗର କାର୍ଯ୍ୟସୂଚୀ ଉପସ୍ଥାପନ କରିବାର ଥିଲା । ସେ ମୋତେ କହିଲେ ସା’ବ୍‌, ମୁଁ ମୋର କାର୍ଯ୍ୟକ୍ରମ ଆସନ୍ତାକାଲି ଉପସ୍ଥାପନ କରିପାରିବି ନାହିଁ । ମୁଁ ତାଙ୍କୁ କହିଲି, କି କଥା କହୁଛନ୍ତି ଆପଣ? ଗୋଟିଏ ମାସ ପୂର୍ବରୁ ମୁଁ ଆପଣଙ୍କୁ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବା ସକାଶେ କହିଆସୁଛି ଏବଂ ଆପଣ ଶେଷ ମୁହୂର୍ତ୍ତରେ କହୁଛନ୍ତି ଯେ ମୁଁ ତାହା ଉପସ୍ଥାପନ କରିପାରିବି ନାହିଁ! ସେ ମୋତେ ସମ୍ଭ୍ରମର ସହିତ କହିଲେ ମୁଁ ମୋର କାର୍ଯ୍ୟଯୋଜନା ପ୍ରସ୍ତୁତ କରିଛି, ଆସନ୍ତାକାଲି ତାହା ମଧ୍ୟ ଉପସ୍ଥାପନ କରିପାରିବି । କିନ୍ତୁ ଆଜି ମୁଁ ଔଦେ୍ଦ୍ୟାଗିକ ବିକାଶର ଯେଉଁ ପ୍ରେଜେଣ୍ଟେସନ୍‌ ଦେଖିଲି ତାକୁ ଦେଖିବା ପରେ ମୋତେ ଲାଗୁଛି ଯେ ତାହା ସହ ଆମର କୌଣସି ତାଳମେଳ ନାହିଁ । ଆମେ ବାମପଟେ ଯିବାବେଳେ ସେମାନେ ଡାହାଣ ପଟେ ଯାଉଛନ୍ତି । ତେଣୁ ସେହି ଦୃଷ୍ଟିରୁ ମୋର ଯେଉଁ ପ୍ରେଜେଣ୍ଟେସନ୍‌ କରିବାର ଅଛି ତାହାକୁ ପରିବର୍ତ୍ତନ କରିବା ସକାଶେ ମୋତେ ଆଉ କିଛି ସମୟ ଦରକାର । ତା’ହେଲେ ଯାଇ ଆମେ ସମାବେଶୀ ବିକାଶ ଦିଗରେ ସାଙ୍ଗହୋଇ ମିଶି ଶିକ୍ଷା ଏବଂ ଶିଳ୍ପ ଗୋଟିଏ ଦିଗରେ ଆଗେଇ ପାରିବା । ଆମକୁ ଏବଂ ସମଗ୍ର ଦୁନିଆକୁ ଏକଥା ଜଣାଯିବା ଦରକାର, ପ୍ରତି ବିଶ୍ୱବିଦ୍ୟାଳୟ ଜାଣିବା ଦରକାର ଯେ ଦୁନିଆ ଆଗକୁ କେଉଁ ଦିଗରେ ବଢ଼ୁଛି ଏବଂ କିପରି ଭାବେ ବଢ଼ୁଛି । ସେଥିରେ ଆମ ଦେଶର ସ୍ଥାନ କେଉଁଠି । ସେଥିରେ ଆମର ଯୁବଗୋଷ୍ଠୀ କେଉଁଠି ଅଛନ୍ତି । ଆଗାମୀ ୧୫- ୨୦ ବର୍ଷ ସେହିସବୁ ପିଲାମାନଙ୍କ ହାତରେ ଭାରତର ଭାଗ୍ୟଡ଼ୋରି ରହିବ, ସେମାନଙ୍କୁ ମୁଁ କେମିତି ଭାବେ ପ୍ରସ୍ତୁତ କରିବାକୁ ଯାଉଛି । ବନ୍ଧୁଗଣ, ଏହା ଆମମାନଙ୍କ ହାତରେ ସବୁଠାରୁ ବଡ଼ ଦାୟିତ୍ୱ । ଏବଂ ଏହି ପ୍ରସଙ୍ଗ ଉପରେ ଆମର ସମସ୍ତ ଶିକ୍ଷାନୁଷ୍ଠାନକୁ ବି ସ୍ୱୟଂ ପ୍ରଶ୍ନ ପଚାରିବା ଦରକାର ଯେ କ’ଣ ଆମେ ଫୁ୍ୟଚର ରେଡି ହୋଇସାରିଛେ? ମୁଁ ଆଜି ଦିନରେ କିଛି କାମ କରୁଛି, ପରୀକ୍ଷା ଦେୁଛି । ସମାବର୍ତ୍ତନ ଉତ୍ସବର ଆୟୋଜନ କରୁଛି । ମୁଁ ଯେଉଁ ପଦପଦବୀରେ ବସିଛି ମୋର କ’ଣ କେବଳ ଏଇଆ ଦାୟିତ୍ୱ? ଏହା କ’ଣ ମୋର କର୍ତ୍ତବ୍ୟ ନୁହେଁ ଯେ ମୁଁ ଏଭଳି ଏକ ଶିକ୍ଷାନୁଷ୍ଠାନ ଗଢ଼ିଯିବି ଯେ ଯେଉଁ ପିଲାମାନେ ଆଜି ସ୍କୁଲ ଓ କଲେଜକୁ ଆସିବେ, ସ୍ୱାଧୀନତାର ଯେତେବେଳେ ଆମେ ୧୦୦ ବର୍ଷପୂର୍ତ୍ତି ମନାଇବା ସେତେବେଳେ ସେମାନେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବା ସ୍ଥିତିରେ ଥିବେ । ସେତେବେଳେ ମୋର ଦେଶ ଢେର୍‌ ଆଗରେ ପହଞ୍ଚô ସାରିଥିବ, ମୁଁ ସେହିଭଳି ବ୍ୟବସ୍ଥା ଆଜି ସୃଷ୍ଟି କରିଯିବି । ଆପଣମାନଙ୍କୁ ସମସ୍ତଙ୍କୁ ବର୍ତ୍ତମାନକୁ ସମ୍ଭାଳିବାକୁ ପଡ଼ିବ, ଆପଣମାନେ ଯାହାକିଛି କରିଆସୁଛନ୍ତି, ତାହାକୁ ଆଗକୁ ବଢ଼ାଇବାକୁ ପଡ଼ିବ, କିନ୍ତୁ ଆଜି ଯେଉଁ କାମ କରୁଛନ୍ତି, ସେ ସଂପର୍କରେ ଭବିଷ୍ୟତ ପାଇଁ ମଧ୍ୟ ଚିନ୍ତା କରିବାକୁ ପଡ଼ିବ । ଭବିଷ୍ୟତ ପାଇଁ ହିଁ ବ୍ୟବସ୍ଥାକୁ ବିକଶିତ କରିବାକୁ ହେବ । କାରଣ, ଆଜି ପିଲାମାନଙ୍କର ଜିଜ୍ଞାସାର ସ୍ତର ଏଭଳି ହୋଇସାରିଛି ଯାହାର ଉତ୍ତର ମୁଁ ଯାହା ଏବେ ଏବେ କହିଲି, ଯେଉଁ ପିଲାମାନଙ୍କୁ ମୁଁ କିଛି ସମୟ ପୂର୍ବରୁ ଭେଟି ଆସିଛି, ସେମାନଙ୍କ ପାଖରେ ରହିଛି । ଆପଣମାନଙ୍କୁ ମଧ୍ୟ ନିଜ ଘରେ ଏକଥା ନିଶ୍ଚିତ ଭାବେ ଜ୍ଞାତ ହେଉଥିବ ଯେ ଆପଣମାନଙ୍କ ଛୋଟ ଛୋଟ ନାତି ନାତୁଣୀମାନେ ମଧ୍ୟ ଆପଣଙ୍କୁ ଅନେକ ପ୍ରଶ୍ନ ପଚାରୁଥିବେ, ଆପଣମାନଙ୍କୁ କୁନି କୁନି ପୁଅଝିଅମାନେ ପ୍ରଶ୍ନ କରୁଥିବେ । ଆପଣମାନଙ୍କୁ ଚିନ୍ତା କରିବାକୁ ପଡ଼ିବ, ଆରେ ଭାଇ ଇଏ କାହିଁକି ମୋ ମୁଣ୍ଡ ଚାଟିବା ଆରମ୍ଭ କରୁଛି! ସିଏ ଶିଶୁଟି ଆପଣଙ୍କ ମୁଣ୍ଡ ଚାଟୁନାହିଁ, ଆପଣଙ୍କ ମୁଣ୍ଡ ତା’ ପ୍ରଶ୍ନର ଉତ୍ତର ଦେଇପାରୁନାହିଁ ବନ୍ଧୁଗଣ । ତାହା ହିଁ ହେଲା ବାସ୍ତବତା। ଆପଣମାନଙ୍କ ସମସ୍ତଙ୍କ ଘରେ ଏଭଳି ଅନୁଭବ ଅବଶ୍ୟ ଆସିଥିବ, ଆଜିର ପିଢ଼ି ଯେଉଁସବୁ ପ୍ରଶ୍ନ ନେଇ ଆସୁଛନ୍ତି ସେସବୁକୁ ଆମକୁ ଉତ୍ତର ଦେବାକୁ ପଡ଼ିବ । ସେମାନେ ତ ଗୁଗଲରେ ୧୦ ପ୍ରକାର ପ୍ରଶ୍ନ ପଚାରୁଛନ୍ତି, କହୁଛନ୍ତି । ଆପଣମାନେ କ’ଣ କରୁଛନ୍ତି ଗୁଗଲ ସେକଥା କହିଦେଉଛି । ତେଣୁ ଆପଣମାନଙ୍କୁ ଶିଶୁଟି ବିରୋଧ କରୁଛି । ଯେତେବେଳେ ଦଶବର୍ଷ ପରେ ସେହି ଶିଶୁଟି ଯାଇ ବିଶ୍ୱବିଦ୍ୟାଳୟରେ ପହଞ୍ଚôବ ସେତେବେଳେ ଆପଣଙ୍କ ଅବସ୍ଥା କ’ଣ ହେବ?ତେଣୁ ଆମେ ନିଜକୁ ନିଜେ ଏବେଠାରୁ ପ୍ରସ୍ତୁତ ହେବାକୁ ପଡ଼ିବ । ଆନଣମାନଙ୍କ ଘରେ ମଧ୍ୟ ନିଜ ଶିଶୁମାନଙ୍କ ସହିତ ମିସ୍‌ମ୍ୟାଚ୍‌ ଅନୁଭବ କରୁଛନ୍ତି । ଯେତେବେଳେ ସ୍କୁଲ, କଲେଜ ପରିସରରେ ବହୁ ସଂଖ୍ୟକ ଯୁବପିଢ଼ି ଆସି ପହଞ୍ଚôବେ, ସେତେବେଳେ ଆପଣମାନେ ସେମାନଙ୍କୁ କିପରି ସାମ୍ନା କରିବେ? ସେମାନେ ନାନା ପ୍ରକାର ନୂତନ ଚିନ୍ତାଧାରାର ସହିତ ଆସି ସେଠାରେ ପହଞ୍ଚôଥିବେ । ଏବଂ ଆମେ ଯଦି ସେମାନଙ୍କୁ ସାମ୍ନା କରିବା ସକାଶେ ଯୋଗ୍ୟ ହୋଇନଥିବା ତ ସେମାନଙ୍କ ସହତ କେତେ ବଡ଼ ଅନ୍ୟାୟ ହେବ ବନ୍ଧୁଗଣ, ଏବଂ ସେଥିପାଇଁ ଯାହା ଆବଶ୍ୟକ ତାହା ହେଲା ଆମେ ସର୍ବପ୍ରଥମେ ଭବିଷ୍ୟତକୁ ଜାଣିବା, ବ୍ୟବସ୍ଥାକୁ ବୁଝିବା ଏବଂ ସେହିଭଳି ଏକ ବ୍ୟବସ୍ଥାର ବିକାଶ ଘଟାଇବା ଉଚିତ । ମୁଁ ଏଇ କିଛିଦିନ ପୂର୍ବେ ଡିଜିଟାଲ ଇଣ୍ଡିଆ ଅଭିଯାନ ଅଧୀନରେ ଗାନ୍ଧୀନଗରରେ ଗୋଟିଏ ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି । ସେଠାରେ ସରକାରୀ ବିଦ୍ୟାଳୟର ପିଲାମାନେ ଭାଗ ନେଇଥିଲେ । ଦ୍ୱାଦଶ, ଦଶମ, ଏକାଦଶ ଶ୍ରେଣୀରେ ପଢ଼ୁଥିବା ପିଲା । ସେଠାରେ ସେହିସବୁ ପିଲାମାନେ ନିଜ ନିଜର ପ୍ରୋଜେକ୍ସମାନ ପ୍ରସ୍ତୁତ କରିଥିଲେ । ସେହିସବୁ ପ୍ରୋଜେକ୍ଟସ୍‌ରେ ସେମାନେ ଯେଉଁ ଯେଉଁ ଚିନ୍ତାଧାରାମାନ ରଖିଥିଲେ, ସେସବୁକୁ ବୁଝିବା ଲାଗି ମୁଁ ଖୁବ୍‌ ଚେଷ୍ଟାକଲି, ଦେଖିବାର ପ୍ରୟାସ କରୁଥିଲି ଏବଂ ପ୍ରଭାବିତ ମଧ୍ୟ ହେଉଥିଲି ସେହିସବୁ ପିଲାମାନଙ୍କ କାମକୁ ଦେଖି । ଗବେଷଣାର ଏଭଳି ସାମର୍ଥ୍ୟ, ଏଭଳି କମ୍‌ ବୟସରେ ଏପରି ଇନୋଭେସନ୍‌ଯୁକ୍ତ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେଠାରେ କିଛି ଛାତ୍ର ବାୟୋଟେକ୍‌ କି ଜେନେଟିକ୍ସରେ ଆଗ୍ରହୀ ଥିଲେ । ସେମାନଙ୍କ କ୍ଲାସ୍‌ରେ ଯେତେବେଳେ ବିଜ୍ଞାନର ଫଣ୍ଡାମେଣ୍ଟାଲ୍‌ ପଢ଼ାଯାଉଥିଲା, ସେତେବେଳେ ସେମାନେ ଜିନ୍‌ ମ୍ୟାପିଂ, ଆଫିନିଟି କ୍ରୋମାଟୋଗ୍ରାଫି ଏବଂ ଜେନେଟିକ୍ସ ଲାଇବ୍ରେରୀ ଆଧାରିତ ଟୁଲ୍ସର ଆଲୋଚନା କରୁଥିଲେ । ଏବେ କେତେ ବଡ଼ ପରିବର୍ତ୍ତନ ଘଟିଛି ଆପଣମାନେ ଏଥିରୁ ସହଜରେ କଳ୍ପନା କରନ୍ତୁ । ମୁଁ ସେମାନଙ୍କର କାମକୁ ଦେଖି ମନେ ମନେ ଚିନ୍ତା କରୁଥିଲି ଯେ ଯେତେବେଳେ ଏହିସବୁ ପିଲାମାନେ ଉଚ୍ଚଶିକ୍ଷା ପର୍ଯ୍ୟାୟରେ ପହଞ୍ଚôବେ, ସେତେବେଳେ ଏମାନଙ୍କର ଶିକ୍ଷାନୁଷ୍ଠାନ ଓ ପ୍ରତିଷ୍ଠାନମାନ ସେମାନଙ୍କ ଆଧୁନିକ ଚିନ୍ତାଧାରା ଅନୁସାରେ ପ୍ରସ୍ତୁତ ହୋଇଥିବେ ତ? ଯଦି ଏହିସବୁ ପିଲାମାନଙ୍କ ଲାଗି ଆମର ଉଚ୍ଚ ଶିକ୍ଷାନୁଷ୍ଠାନକୁ ପ୍ରସ୍ତୁତ କରାଯିବ ତେବେ ସେଠାରେ ସେମାନେ ପହଞ୍ଚôଲାବେଳକୁ ଦୁନିଆ ଆହୁରି ଢ଼େର୍‌ ଆଗକୁ ବଢ଼ିସାରିଥିବ ବନ୍ଧୁଗଣ । ସେଥିପାଇଁ ଆମକୁ ଏବେ ହିଁ ଚିନ୍ତା କରିବାକୁ ପଡ଼ିବ ଯେଉଁ ବୟସରେ ଶିଶୁମାନଙ୍କ ମନରେ ମୋଟିଭେସନ୍‌ ରହିଛି, ସେହି ବୟସରେ ସେମାନଙ୍କୁ ଗାଇଡାନ୍ସ ଏବଂ ରିସୋର୍ସ ମିଳିବା ବାଂଛନୀୟ । ଏହାର ବ୍ୟବସ୍ଥା ସଂପର୍କରେ ଆମକୁ ଚିନ୍ତା କରିବାକୁ ପଡ଼ିବ । ଆମକୁ ନିଜର ସଂସ୍ଥାନରେ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିବା ଦିଗରେ କାମ କରିବା ଆବଶ୍ୟକ ।

ସାଥୀଗଣ,

ଚଳିତ ମାସ ଶେଷ ବେଳକୁ, ୨୯ ଜୁଲାଇକୁ ରାଷ୍ଟ୍ରୀୟ ଶିକ୍ଷା ନୀତି ଦୁଇବର୍ଷ ପୂରଣ କରିବାକୁ ଯାଉଛି । ଏବଂ ଏବେ ଏବେ ଧର୍ମେନ୍ଦ୍ରଜୀ ଆପଣମାନଙ୍କୁ ସୂଚୀତ କରୁଥିଲେ ଯେ ଏହି ବିଶାଳ ମାନସମନ୍ଥନ ଉପରାନ୍ତ କିଭଳି ଏହି ଶିକ୍ଷା ନୀତିକୁ ପ୍ରସ୍ତୁତ କରାଯାଇଥିଲା । କସ୍ତୁରୀରଙ୍ଗନଜୀ ଏଥିପାଇଁ ବେଶ୍‌ ପ୍ରଶଂସନୀୟ ନେତୃତ୍ୱ ଦେଇଛନ୍ତି, ତାଙ୍କରି ପାଇଁ ଏହା ସମ୍ଭବପର ହୋଇପାରିଛି । ଏବଂ ଏଭଳି ବିବିଧତାଭରା ଦେଶ ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତିର ଏଭଳି ଭାବେ ସ୍ୱାଗତ କରାଯିବ, ଏହା ଏକ ବହୁତ ବଡ଼ ସିଦ୍ଧି ବୋଲି ଆମକୁ ଗ୍ରହଣ କରିବାକୁ ପଡ଼ିବ । ବହୁତ ବଡ଼ ସିଦ୍ଧି । କିନ୍ତୁ ଏହାର ବିଶେଷତାକୁ ଦେଖନ୍ତୁ, ଏହାକୁ ପ୍ରସ୍ତୁତ କରିବା ସକାଶେ ତ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେଲା । ସାଧାରଣତଃ ସରକାରଙ୍କର ଏହା ସ୍ୱଭାବ ହୋଇଥାଏ ଯେ ଗୋଟିଏ ଡକୁମେଣ୍ଟ ପ୍ରସ୍ତୁତ ହୋଇଗଲେ ତାହାକୁ ସମୟ ଉପରେ ଛାଡ଼ି ଦିଆଯାଏ, କିଛି ଲୋକଙ୍କ ଉପରେ ନିର୍ଭର କରି ଛାଡ଼ି ଦିଆଯାଏ । ସେତେବେଳେ ଏହି ନଥି ଆପଣମାନଙ୍କ ଟେବୁଲର ମଧ୍ୟ ଶୋଭା ବର୍ଦ୍ଧନ କରିଥାଏ । ପୁଣି ତାହା ଆପଣଙ୍କ ଟେବୁଲ ଉପରୁ ହଟାଇ ଦିଆଯାଇଥାଏ । ଆଉ କିଛି ନୂଆ ନଥି ଆସି ତା’ ଉପରେ ଲଦାଯାଏ ଏବଂ ପୁରୁଣା ନଥିର ସ୍ଥାନ ନୂଆ ନଥି ନେଇଥାଏ । କଥା ସେଇଠି ସମାପ୍ତ ହୋଇଯାଏ । ଏଭଳି ଅନୁଭବ ଆପଣମାନଙ୍କର ଅଛି, ଏଠାରେ ବସିଥିବା ଅନେକ ବ୍ୟକ୍ତିଙ୍କର ଅଛି । ଆମେ କିନ୍ତୁ ଏପରି ହେବାକୁ ଦେଇନଥିଲୁ । ଆମେ ପ୍ରତି ମୁହୂର୍ତ୍ତରେ ଏହି ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ବଞ୍ଚାଇ ରଖିଛୁ । ମୁଁ ସ୍ୱୟଂ ମଧ୍ୟ ଏତେ କମ୍‌ ସମୟରେ ଅତି କମ୍‌ରେ ୨୫ଟି ସେମିନାରକୁ ବୋଧହୁଏ ଯାଇଥିବି । ୨୫ରୁ ଅଧିକ ହେବ ଏବଂ ଏହି ପ୍ରସଙ୍ଗ ଉପରେ ମଧ୍ୟ ମୋର ବକ୍ତବ୍ୟ ରଖିଆସୁଛି । ଏହି ରିପୋର୍ଟ ପ୍ରଦାନ କରିବା ପରେ ସ୍ୱୟଂ କସ୍ତୁରୀରଙ୍ଗନଜୀ ଲଗାତାର ଭାବେ ଆଲୋଚନାରେ ସାମିଲ ହୋଇଥିଲେ, ପ୍ରତି କ୍ଷେତ୍ରର ଲୋକମାନଙ୍କ ସହିତ ସେ ଆଲୋଚନା କରିଥିଲେ । ଲୋକମାନଙ୍କୁ ପ୍ରତିଟି ପ୍ରସଙ୍ଗରେ ସମସ୍ତ ପ୍ରକାର ସ୍ପଷ୍ଟୀକରଣ ଦେଉଥିଲେ । ଏହା ପଛରେ ଥିବା ପରିକଳ୍ପନାଟି ଥିଲାଯେ ବ୍ୟାକ୍‌ଗ୍ରାଉଣ୍ଡ ଇନଫର୍ମେସନ୍‌କୁ ସମସ୍ତଙ୍କୁ ବୁଝାଇବା । ସରକାରଙ୍କର ସମସ୍ତ ବିଭାଗ ନିରବଚ୍ଛିନ୍ନ ଭାବେ ପ୍ରୟାସ କରିଥିଲେ । କାରଣ ୩୦ ବର୍ଷ ପରେ ଆସିଥିବା ଏହି ଡକୁମେଣ୍ଟ୍‌ କେବଳ କାଗଜର ଏକ ନଥି ଆମ ପାଖରେ ପହଞ୍ଚ ନଥିଲା । ଆପଣମାନେ ଯେତେବେଳେ ଆଗାମୀ ତିନିଦିନ ଧରି ଏହା ଉପରେ ମନ୍ଥନ କରିବେ ସେଥିରୁ କିଛି ନା କିଛି ନିର୍ଯ୍ୟାସ ଅବଶ୍ୟ ଉତ୍ପନ୍ନ ହେବ ଯାହା ସମ୍ଭବତଃ ଆପଣମାନେ ଏହି ନଥିର ପ୍ରତି ପୃଷ୍ଠା ପଢ଼ିସାରିଛନ୍ତି । କିନ୍ତୁ ଏବେ ଏକ ନୂତନ ଢଙ୍ଗରେ ଆପଣମାନଙ୍କ ସାମ୍ନାରେ ଏହା ଉଦ୍ଭାସିତ ହେବ । ସେଇଥିପାଇଁ ନିଜର ବିଶ୍ୱବିଦ୍ୟାଳୟ ଭିତରେ ସୁଦ୍ଧା ଏହିଭଳି ନିରନ୍ତର ଆଲୋଚନା ପର୍ଯ୍ୟାଲୋଚନାର ଯୋଜନା ପ୍ରସ୍ତୁତ କରି ଆପଣମାନେ ଏଠାରୁ ପ୍ରସ୍ଥାନ କରିବେ। ଆପଣମାନେ ଏଠାରେ କେବଳ ଶ୍ରୋତା ହୋଇ ବସିବା ଏବଂ ପ୍ରସ୍ଥାନ କରିବାକୁ ଭାବନ୍ତୁନାହିଁ । ଆପଣମାନଙ୍କ ସହିତ ସଂଶ୍ଳିଷ୍ଟ ଯେଉଁ ଅନ୍ୟ ସାଥୀମାନେ ଅଛନ୍ତି ସେମାନଙ୍କୁ ମଧ୍ୟ ଏହିଭଳି ମନ୍ଥନ କରିବାକୁ ପଡ଼ିବ, ସେଥିରୁ ଆହୁରି ନିର୍ଯ୍ୟାସ ବାହାର କରିବାକୁ ହେବ । ତେବେ ଯାଇ ଏଥିରୁ ଇପ୍ସିତ ସୁଫଳ ପ୍ରାପ୍ତ ହେବ । ଏବଂ ଏହାର ପ୍ରବର୍ତ୍ତନ ନିମନ୍ତେ ଯେଉଁସବୁ ସମସ୍ୟା ଓ ପ୍ରତିବନ୍ଧକମାନ ରହିଛି, ତାହାର ପ୍ରତିଟି ପ୍ରସଙ୍ଗ ଉପରେ ଆମକୁ ଚିନ୍ତା କରିବା ଆବଶ୍ୟକ ।

ସାଥୀଗଣ,

ଯେତେବେଳେ କୌଣସି କାମ କେହି ହାତକୁ ନେଇଥାଏ, ସେତେବେଳେ ତାହା ସହିତ ଜଡ଼ିତ ସମସ୍ୟାର ସମାଧାନର ମାର୍ଗ ମଧ୍ୟ କ୍ଷିପ୍ର ଗତିରେ ସେଥିରୁ ବାହାରିଥାଏ । ସମସ୍ୟାକୁ ବୁଝିବାକୁ ମୁଁ କେତେ ଚେଷ୍ଟା କରିବି, ଏଥିରେ ତ ସମାଧାନ କେବେ ବି ବାହାରିବ ନାହିଁ । ଏଭଳି ଚିନ୍ତା କାହାରି ମନକୁ ନଆସିବା ଉଚିତ । ସାଥୀଗଣ, ଏହି ଦୁଇବର୍ଷରେ ଦେଶ ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ପ୍ରବର୍ତ୍ତନ କରିବା ଦିଗରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିସାରିଛି । ଇତି ମଧ୍ୟରେ, ଉପଲବ୍ଧତା, ଗୁଣାତ୍ମକ ଏବଂ ଫିଉଚର ରେଡିନେସ୍‌ ଭଳି ଜରୁରି ପ୍ରସଙ୍ଗ ଉପରେ ଆୟୋଜିତ କର୍ମଶାଳା ମଧ୍ୟ ଖୁବ୍‌ ଉପକାରସିଦ୍ଧ ସାବ୍ୟସ୍ତ ହୋଇଛି । ଦେଶ ବିଦେଶର ଶିକ୍ଷାଶାସ୍ତ୍ରୀମାନେ ଏହା ଉପରେ ଯେଉଁ ଆଲୋଚନାମାନ କରିଛନ୍ତି, ମୋର ମଧ୍ୟ ଶିକ୍ଷାମନ୍ତ୍ରୀମାନଙ୍କ ସହିତ, ଶିକ୍ଷାବିଦ୍‌ମାନଙ୍କ ସହିତ ଯେଉଁ ବାର୍ତ୍ତାଳାପ ହୋଇଛି, ସେମାନେ ମଧ୍ୟ ଏହାର ଗତିକୁ ଆଗକୁ ବଢ଼ାଇଛନ୍ତି ଏବଂ ଏବେ କିଛି ଦିନ ପୂର୍ବରୁ ଆମର ଧର୍ମେନ୍ଦ୍ରଜୀ ମଧ୍ୟ ଦେଶର ସମସ୍ତ ଶିକ୍ଷାମନ୍ତ୍ରୀମାନଙ୍କୁ ଆମନ୍ତ୍ରଣ କରି ଆଲୋଚନା କରିଛନ୍ତି । ମୁଁ ଯେପରି ଆପଣମାନଙ୍କ ସହିତ ଆଲୋଚନା କରୁଛି, ସେମାନଙ୍କ ସହିତ ମଧ୍ୟ ସେହିଭଳି ଆଲୋଚନା ହୋଇଥିଲା । ଲଗାତାର ପ୍ରୟାସ ହୋଇଚାଲିଛି ଯେ ଏହିସବୁ ପ୍ରସଙ୍ଗକୁ ଆମେ କିଭଳି ଭାବେ ଶତ ପ୍ରତିଶତ ସାକାର କରିପାରିବା? ରାଜ୍ୟ ସରକାରମାନେ ମଧ୍ୟ ନିଜ ନିଜ ସ୍ତରରେ ଏହି ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଏବଂ ଆଜି ସମସ୍ତଙ୍କ ପ୍ରୟାସର ପରିଣାମ ସ୍ୱରୂପ ଦେଶ, ଏବଂ ବିଶେଷ କରି ଦେଶର ଯୁବବର୍ଗ ଏଭଳି ବିରାଟ ପରିବର୍ତ୍ତନରେ ଭାଗୀଦାର ହୋଇ ପାରିଛନ୍ତି ।

ସାଥୀଗଣ,

ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ନିମନ୍ତେ ଦେଶର ଶିକ୍ଷା କ୍ଷେତ୍ରର ଏକ ବିରାଟ ଭିତ୍ତିଭୂମିଗତ ପରିବର୍ତ୍ତନ ଦିଗରେ ମଧ୍ୟ କାମ କରାଯାଇଛି । ଆଜି ଦେଶରେ ବ୍ୟାପକ ସଂଖ୍ୟାରେ ନୂତନ କଲେଜମାନ ଖୋଲାଯାଉଛି, ନୂତନ ବିଶ୍ୱବିଦ୍ୟାଳୟମାନ ଖୋଲୁଛି, ନୂଆ ନୂଆ ଆଇଆଇଟି, ଆଇଆଇଏମମାନ ସ୍ଥାପନା କରାଯାଉଛି । ୨୦୧୪ ମସିହା ପରେ, ଦେଶରେ ମେଡ଼ିକାଲ କଲେଜ ସଂଖ୍ୟରେ ୫୫ ପ୍ରତିଶତ ବୃଦ୍ଧି ଘଟିଛି । ଯୁବଗୋଷ୍ଠୀଙ୍କୁ ଉତ୍ତମ ଅବସର ପ୍ରଦାନ ନିମନ୍ତେ, ବିଶ୍ୱବିଦ୍ୟାଳୟମାନଙ୍କରେ ସମାନ ମାନ ଆଣିବା ଦିଗରେ ଚଳିତ ବର୍ଷ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ୍‌ (ସିୟୁଇଟି) ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଏହିଭଳି ଆହୁରି ଅନେକ ପ୍ରକାର ସଂସ୍କାର କାର୍ଯ୍ୟକ୍ରମମାନ ପ୍ରବର୍ତ୍ତନ କରାଯାଇଛି । ଦେଶର ଏହିସବୁ ପ୍ରୟାସର ପରିଣାମ ସ୍ୱରୂପ ବିଶ୍ୱ ବିଶ୍ୱବିଦ୍ୟାଳୟ ମାନ୍ୟତା ତାଲିକା (World University Rankings)ରେ ଭାରତୀୟ ସଂସ୍ଥାନମାନଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିବର୍ତ୍ତନ କେବଳ ଅୟମାରମ୍ଭ ମାତ୍ର । ଏବେ ଆମକୁ ଏହି ଦିଗରେ ଆହୁରି ଢେର୍‌ ଆଗକୁ ଯିବାର ଅଛି । 

ସାଥୀଗଣ,

ମୁଁ ଆଜି ଖୁସି ଅନୁଭବ କରୁଛି ଯେ ରାଷ୍ଟ୍ରୀୟ ଶିକ୍ଷା ନୀତି ଏବେ ମାତୃଭାଷାରେ ପାଠପଢ଼ାର ମାର୍ଗକୁ ଉନ୍ମୁକ୍ତ କରିଛି । ଏହି କ୍ରମରେ ସଂସ୍କୃତ ଭଳି ପ୍ରାଚୀନ ଭାରତୀୟ ଭାଷାମାନଙ୍କୁ ମଧ୍ୟ ଆଗକୁ ବଢ଼ାଇ ନେବାର ପ୍ରୟାସ କରାଯାଉଛି । ମୁଁ ଏଠାରେ ଲକ୍ଷ୍ୟ କରୁଛି ଯେ, ଏହି ଆୟୋଜନ ସହିତ ସଂସ୍କୃତ ଭାଷର ବିଦ୍ୱାନମାନଙ୍କୁ ମଧ୍ୟ ସଂଶ୍ଳିଷ୍ଟ କରାଯିବାର ବିଶେଷ ବ୍ୟବସ୍ଥା କରାଯାଇଛି । କାଣୀର ଧରଣୀରୁ ଆରମ୍ଭ ହେଉଥିବା ଏହି ଉପକ୍ରମ ନିଶ୍ଚିତ ଭାବେ ଭାରତୀୟ ଭାଷାମାନଙ୍କୁ ଏବଂ ଭାରତୀୟ ସଂକଳ୍ପକୁ ନୂତନ ଆଲୋକ ପ୍ରଦାନ କରିବା ଦିଗରେ ସହାୟକ ହେବ ।

ସାଥୀଗଣ,

ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ଦିନରେ ଭାରତ ବିଶ୍ୱରେ ବୈଶ୍ୱିକ ଶିକ୍ଷାର ଏକ ବିରାଟ କେନ୍ଦ୍ର ଭାବେ ମୁଣ୍ଡ ଟେକିବାକୁ ଯାଉଛି । ଭାରତ କେବଳ ହିଁ ବିଶ୍ୱରେ ଯୁବଗୋଷ୍ଠୀଙ୍କ ନିମନ୍ତେ ଶିକ୍ଷାର ଲକ୍ଷ୍ୟସ୍ଥଳ ହୋଇପାରିବ ସେକଥା ନୁହେଁ ଅପରନ୍ତୁ ବିଶ୍ୱର ବିଭିନ୍ନ ଦେଲରେ ସୁଦ୍ଧା ଆମର ଶିକ୍ଷିତ ଯୁବଗୋଷ୍ଠୀଙ୍କ ନିମନ୍ତେ କର୍ମନିଯୁକ୍ତିର ଅସୀମ ସୁଯୋଗ ସୃଷ୍ଟି ହୋଇପାରିବ । ସେଥିପାଇଁ ଆମେ ନିଜର ଶିକ୍ଷା ବ୍ୟବସ୍ଥାକୁ ଆନ୍ତର୍ଜାତିକ ମାନଯୁକ୍ତ ଭାବେ ପ୍ରସ୍ତୁତ କରିବାକୁ ପଡିବ । ଏହି ଦିଗରେ ଦେଶ ଲଗାତାର ଭାବେ ପ୍ରୟାସ ଜାରି ରଖିଛି । ଉଚ୍ଚ ଶିକ୍ଷାକୁ ଆନ୍ତର୍ଜାତିକ ମାନ ହିସାବରେ ପ୍ରସ୍ତୁତ କରିବା ସକାଶେ ନୂତନ ଦିଶା ନିଦେ୍ର୍ଦଶ ଜାରି କରାଯାଇଛି । ପାଖାପାଖି ୧୮୦ ଉଚ୍ଚ ଶିକ୍ଷା ସଂସ୍ଥାନରେ ଅନ୍ତରାଷ୍ଟ୍ରୀୟ ବ୍ୟାପାର ନିମନ୍ତେ ବିଶେଷ କାର୍ଯ୍ୟାଳୟମାନ ସ୍ଥାପନା ମଧ୍ୟ କରାଯାଇଛି । ମୁଁ ଚାହେଁ ଯେ ଆପଣମାନେ ସମସ୍ତେ ଏହି ଦିଗରେ କେବଳ ଜରୁରି ବିଚାରବିମର୍ଶ କରନ୍ତୁ ନାହିଁ, ଅପର ପକ୍ଷେ ଭାରତ ବାହାରେ ଥିବା ବିଭିନ୍ନ ବ୍ୟବସ୍ଥା ସଂପର୍କରେ ମଧ୍ୟ ଜାଣିବାକୁ ପ୍ରୟାସ କରନ୍ତୁ । ଏହିସବୁ ନୂତନ ବ୍ୟବସ୍ଥା, ଭାରତର ଶିକ୍ଷା ବ୍ୟବସ୍ଥାକୁ ଅନ୍ତରାଷ୍ଟ୍ରୟ ଅନୁଭବ ସହିତ ଯୋଡ଼ିବାରେ ସହାୟକ ହୋଇପାରିବ ।

ସାଥୀଗଣ,

ଏହି ତିନିଦିନ ଭିତରେ ଆପଣମାନେ ଭିନ୍ନ ଭିନ୍ନ ଅଧିବେଶନରେ ଅନେକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିବାକୁ ଅଛି । ମୁଁ ଚାହେଁ ଯେ ଆପଣମାନଙ୍କ ଏହି ଆଲୋଚନା ଦ୍ୱାରା ଦେଶ ପାଇଁ ଭିନ୍ନ ଭିନ୍ନ କ୍ଷେତ୍ରରେ ନୂତନ ମାର୍ଗ ଉନ୍ମୋଚନ ହେବ, ଯୁବପିଢ଼ିଙ୍କୁ ମାର୍ଗଦର୍ଶନ ମିଳିବ । ବିଶ୍ୱର ଅନେକ ଦେଶରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଯେଉଁ ବେଗରେ ଏବେ ପ୍ରଗତି ସାଧିତ ହେଉଛି, ସେଥିରେ ସେସବୁ ଦେଶମାନଙ୍କରେ ଥିବା ବିଶ୍ୱବିଦ୍ୟାଳୟମାନଙ୍କର ଏକ ବିଶେଷ ଅବଦାନ ରହିଛି । ବିଶ୍ୱବିଦ୍ୟାଳୟଗୁଡ଼ିକ ଲଗାତାର ଭାବେ ସାମାଜିକ ଆର୍ଥିକ ଏବଂ ବୈଜ୍ଞାନିକ ପ୍ରସଙ୍ଗ ଉପରେ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି, ସରକାରଙ୍କୁ ପରାମର୍ଶ ଦେଉଛନ୍ତି । ସେଠାକାର ସଂସ୍କୃତି, ସେଠାକାର କାର୍ଯ୍ୟପଦ୍ଧତି ଆମେ ଏଠାରେ ମଧ୍ୟ ବିକଶିତ କରିବାର ଆବଶ୍ୟକତା ରହିଛି । ଏହା ଫଳରେ ଯୁବ ପିଢ଼ିକୁ ଦେଶ ଏବଂ ଦେଶର ନୀତିନିୟମ ସଂପର୍କରେ ମଧ୍ୟ ଜ୍ଞାନ ଆସିପାରିବ ଏବଂ ସେମାନେ ଏହାର ସମ୍ଭାବନାମାନଙ୍କ ବିଷୟରେ ମଧ୍ୟ ପରିଚିତ ହୋଇପାରିବେ । ମୁଁ ସଦାବେଳେ ଗୋଟିଏ କଥା ବିଶ୍ୱାସ କରିଆସିଛି ଯେ ଦେଶର ଯୁବଗୋଷ୍ଠୀଙ୍କ ମନରେ ଥିବା ଅଭିନବ ଚିନ୍ତନ ଏବଂ ନୂତନ ଜ୍ଞାନଧାରଣା ଦ୍ୱାରା ନୂତନ ବ୍ୟବସ୍ଥାକୁ ମଧ୍ୟ ଅଧିକରୁ ଅଧିକ ମାତ୍ରାରେ ଯୋଡ଼ାଯିବା ଦରକାର । ଏହା ଫଳରେ ତାଜା ଜ୍ଞାନ ଆସିପାରିବ, ତାଜା ଚିନ୍ତାଧାରାର ବିକାଶ ଘଟିପାରିବ । ମୁଁ ଚାହିଁବି ଯେ ଏହାକୁ ନେଇ ମଧ୍ୟ ଆପଣମାନେ ଆଲୋଚନା କରନ୍ତୁ, କୌଣସି ଏକ ରୋଡମ୍ୟାପ୍ ପ୍ରସ୍ତୁତ କରନ୍ତୁ । ବିଶ୍ୱବିଦ୍ୟାଳୟମାନେ କିପରି ଭାବେ ସରକାରଙ୍କ ସହିତ ଭିନ୍ନ ଭିନ୍ନ କ୍ଷେତ୍ରରେ ସହଭାଗୀତା କରିପାରିବେ, ଏ ସଂପର୍କରେ ବି ଚିନ୍ତା କରାଯିବା ଦରକାର । ବିଶ୍ୱବିଦ୍ୟଳୟ ଆପଣମାନଙ୍କର, ତେଣୁ ଆପଣମାନେ ଏ ବିଷୟରେ ଚିନ୍ତା କରିପାରିବେ । ଆପଣମାନେ ଯେଉଁ ଯେଉଁ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ତାହାକୁ ନେଇ ସର୍ଭେ ଏବଂ ଅଧ୍ୟୟନ କରନ୍ତୁ, ସରକାରଙ୍କୁ ପରାମର୍ଶ ଦିଅନ୍ତୁ । ଆପଣମାନଙ୍କ ବିଶ୍ୱବିଦ୍ୟାଳୟର ଯେଉଁ ୫୦ -୧୦୦ କିଲୋମିଟରର କାର୍ଯ୍ୟକ୍ଷେତ୍ର ରହିଛି, ସେଠାକାର ସାଧାରଣ ଜନତାଙ୍କର ବିଭିନ୍ନ ସମସ୍ୟା କ’ଣ? ସେସବୁକୁ ସମାଧାନ କରିବାର ସମ୍ଭାବ୍ୟ ଉପାୟ କ’ଣ? ସମ୍ପଦ କହିଲେ କ’ଣ ବୁଝାଏ? ଏହି ସମ୍ପଦ ନିମନ୍ତେ କ’ଣ କ’ଣ କରାଯିବା ଉଚିତ? ସେଠାକାର ସାଧାରଣ ଲୋକମାନଙ୍କର ବୃତ୍ତି ପ୍ରବୃତ୍ତି କ’ଣ? ଏଥିପାଇଁ ଆପଣମାନଙ୍କର ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରକଳ୍ପ ମିଳିପାରିବ କି? ସ୍ଥାନୀୟ ଭାବେ ସେହିସବୁ ବିଷୟରେ ଖୁବ୍ ଭଲ ଭଲ ରିପୋର୍ଟ ପ୍ରସ୍ତୁତ କରାଯାଇପାରିବ, ସରକାରଙ୍କର ଯଦି ସେଠାରେ କିଛି ଯୋଜନା ଚାଲୁଥିବ ତେବେ ସେଥିରେ ଥିବା ଭଲ କାରଣଟି କ’ଣ, ସେଥିରେ କି ପ୍ରକାର ଦୋଷତ୍ରୁଟି ରହିଛି, ସେସବୁକୁ ସୁଧାରିବାର ସମ୍ଭାବନା ଅଛି ନା ନାହିଁ? ଏହି ସବୁ କଥା ସରକାରଙ୍କ ଭିତରେ ଗମ୍ଭୀରତାର ସହ ଯଦି ନିଆଯିବ ତେବେ ତାହାର ଖୁବ୍ ଉତ୍ତମ ପରିଣାମ ଆସିପାରିବ । ମୋର ସ୍ମରଣ ଅଛି ମୁଁ ସେତେବେଳେ ଗୁଜରାଟରେ ଥିଲି । ଥରେ ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟଳଳୟରେ ମୋର ଗୋଟିଏ କାର୍ଯ୍ୟକ୍ରମ ଥିଲା । ସର୍ଦ୍ଦାର ପଟେଲ ବିଶ୍ୱବିଦ୍ୟାଳୟର କିଛି ଲୋକ ଗ୍ରାମାଞ୍ଚଳ ବିକାଲ ଉପରେ ବହୁତ କିଛି ରିସର୍ଚ୍ଚ କରି କେତେଗୋଟି ପୁସ୍ତକ ମଧ୍ୟ ପ୍ରସ୍ତୁତ କରିଥିଲେ । ସେଦିନ ସେମାନେ ତାହାକୁ ଉପହାର ସ୍ୱରୂପ ଦେଇଥିଲେ । ମୁଁ ସେସବୁ ବହିଗୁଡ଼ିକୁ ଆଗ୍ରହର ସହିତ ପଢ଼ିଲି, ମୋତେ ସେସବୁ ଭାରି ଭଲ ଲାଗିଲା । ତା’ପରେ ମୁଁ ସେହି ବିଭାଗକୁ କିଛି କାମ ଦେଲି । ମୁଁ କହିଲି ଯେ ଭାଇ, ଛାତ୍ରଛାତ୍ରୀମାନେ ଏସବୁ କାମ କରିଛନ୍ତି । ଆପଣମାନେ ଥରେ ଦେଖନ୍ତୁ, ସରକାର ଯେଉଁ ଯେଉଁ ସ୍ଥାନରେ କାର୍ଯ୍ୟ କରୁଛନ୍ତି ଏବଂ ଏହି ପିଲାମାନେ ଯାହା କହୁଛନ୍ତି, ସେଥିରେ କେତେ ପାର୍ଥକ୍ୟ ରହିଛି ଏବଂ ଆପଣମାନେ ଶୁଶି ଆଶ୍ଚର୍ଯ୍ୟ ହୋଇଯିବେ ଯେ ପିଲାମାନଙ୍କର ସେହି ରିପୋର୍ଟ ଗ୍ରାମାଞ୍ଚଳ ବିକାଶ ଦିଗରେ ମୋ ପାଇଁ ଢେର୍ ମାତ୍ରାରେ ସହାୟକ ହୋଇଥିଲା । ବିଦ୍ୟାର୍ଥୀମାନଙ୍କ ଦ୍ୱାରା, ଶିକ୍ଷକମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସେ କାମ ଥିଲା ଯାହାକି ସରକାରରେ ଥିବା ଅଧିକାରୀମାନେ ବାତାନୁକୂଳିତ କୋଠରୀରେ ବସି ସିଦ୍ଧାନ୍ତ ନେବା ମୁସ୍କିଲ୍ ହେଉଥିଲା । ଯେଉଁ ଯେଉଁ କ୍ଷେତ୍ରକୁ ଆମର ଏହି ପିଢ଼ି ଯାଉଛନ୍ତି ସେଠାରୁ ଖୁବ୍ ଉତ୍ତମ ଅର୍କ ବାହାରକରି ସେଠାରୁ ଆଣିପାରୁଛନ୍ତି । ଏବଂ କିଛି କଥାରେ କଳ୍ପନା ମାତ୍ର ଲାଭ ହେଉଥିବା କଥା ମଧ୍ୟ ମନକୁ ଆସୁଛି । ଏବଂ ମୋର ବିଶ୍ୱାସ ଅଛି ଯେ ଏ ଦିଗରେ ଢେର୍ କିଛି କାର୍ଯ୍ୟ କରାଯାଇପାରିବ । ଏବେ ଦେଖନ୍ତୁ ଆମର ଏଠାରେ କୃଷି ବିଶ୍ୱବିଦ୍ୟାଳୟ ରହିଛି । ଏବେ କୃଷି ବିଶ୍ୱବିଦ୍ୟାଳୟର ପରୀକ୍ଷାଗାରରେ ଯାହା ସବୁ କାମ ସଂପାଦନ କରାଯାଉଛି ସେସବୁ କେତେ ସୁନ୍ଦର କାମ । ତାକୁ କିପରି ଅଧିକ ଉତ୍ତମ, ଫଳପ୍ରସୂ କରାଯାଇପାରିବ ସେ ଦିଗରେ ଆମେ ଚିନ୍ତା କରିବା ଦରକାର । କିନ୍ତୁ ସେଥିପାଇଁ ସାର୍ଟିଫିକେଟ୍ ମଧ୍ୟ ମିଳିବା ଦରକାର । ଆନ୍ତର୍ଜାତିକ ସ୍ତରର ପତ୍ରପତ୍ରିକାରେ ସେସବୁ ନିବନ୍ଧ ରୂପେ ଛପିବା ମଧ୍ୟ ଜରୁରି । ସେମାନଙ୍କୁ ଡିଗ୍ରୀ ମଧ୍ୟ ମିଳିବା ଦରକାର, କିନ୍ତୁ ସେସବୁ ମାମଲା ତ କେବଳ ବିଜ୍ଞାନାଗାରରେ ସୀମିତ ହୋଇ ରହିଯିବ । ଆମ ପାଖରେ ଲାବ୍ ଟୁ ଲ୍ୟାଣ୍ଡ୍ର ରୋଡମ୍ୟାପ୍ ମଧ୍ୟ ଉପଲବ୍ଧ ରହିଥିବା ଦରକାର । ଯାହା ବିଜ୍ଞାନାଗରରେ ଅଛି ସେସବୁ କିପରି କ୍ଷେତ୍ରରେ ପହଞ୍ଚାଯାଇପାରିବ, ପ୍ରବର୍ତ୍ତନ କରାଯାଇପାରିବ ସେ ଦିଗରେ ଚିନ୍ତା କରାଯିବା ଉଚିତ । ଏବଂ ଯେମିତି ଲାବ୍ ଟୁ ଲ୍ୟାଣ୍ଡ ହେବା ଦରକାର ସେହିଭଳି କୃଷିକ୍ଷେତରେ କାମ କରୁଥିବା ସେଭଳି ଲୋକ ଯେଉଁମାନେ କି କେବେ ବିଶ୍ୱବିଦ୍ୟାଳୟ ଯାଇନାହାନ୍ତି, ସେମାନଙ୍କ ଯଥେଷ୍ଟ ଅନୁଭବ ରହିଛି । ଏବଂ ଯେଉଁ କୃଷିକ୍ଷେତ୍ରର ଅନୁଭବ ଅଛି ସେସବୁକୁ ମଧ୍ୟ ବିଜ୍ଞାନାଗାରକୁ ଅଣାଯିବା ବାଂଛନୀୟ । କିନ୍ତୁ ତାହା କିପରି ଅଣାଯାଇପାରିବ? ଗବେଷଣାକୁ କିପରି ଉନ୍ନ କରାଯାଇପାରିବ, ପରମ୍ପରାଗତ ଅନୁଭବକୁ କିପରି ଭାବେ ପ୍ରୟୋଗାତ୍ମକ କରାଯାଇପାରିବ ତାହା ଉପରେ ଆମେ ଚିନ୍ତା କରି ପଦକ୍ଷେପ ଗ୍ରହଣ କରିପାରିବା । ଏହିଭଳି ଭାବେ ଆମର ଏଠାରେ ପାରମ୍ପରିକ ଔଷଧି ଆୟୁର୍ବେଦ ସଂପର୍କରେ ଆମର ଜ୍ଞାନ ରହିଛି । ଏହାକୁ ତ ଆପଣମାନେ କଦାପି ବିରୋଧ କରିବେନାହିଁ, ମୁଁ ବି କରିବିନାହିଁ । କିନ୍ତୁ ବିଶ୍ୱର ଏପରି କିଛି ଦେଶ ରହିଛି ଯେଉଁମାନେ ପାରମ୍ପରିକ ଔଷଧି କ୍ଷେତ୍ରରେ ଆମଠାରୁ ଆହୁରି ଆଗକୁ ବଢ଼ି ସାରିଛନ୍ତି । ତାହା ଏଇଥିପାଇଁ ହୋଇପାରିଛି, କାରଣ ଆଜି ଯୁଗରେ ପରିଣାମ ଏବଂ ପ୍ରମାଣ ଉଭୟର ଆବଶ୍ୟକତା ରହିଛି । ଆମେ ଏକଥା କହିବା ଯେ ଭାଇ ଏସବୁ ଜଡ଼ିବୁଟି ଖାଇବା ଫଳରେ ମୋତେ ଫାଇଦା ହୋଇଛି, ପରିଣାମ ମିଳୁଛି । କିନ୍ତୁ ଏକଥା ଆମେ ମାନି ଚାଳିବା ଏବଂ ସବୁ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯେଉଁମାନେ ମୋର ଏହି କଥା ଶୁଣି ଏଠାରୁ ଯିବା ପରେ ନିଜ ମନରେ ତାହା ମନ୍ଥନ କରନ୍ତୁ । ଆମକୁ ପରିଣାମ ତ ମିଳିଯାଉଛି, କିନ୍ତୁ ପ୍ରମାଣ କିଛି ମିଳୁନାହିଁ ଏବଂ ଏଇଥିପାଇଁ ଆମ ପାଖରେ ପରିଣାମ ସହିତ ପ୍ରମାଣ ହେବା ମଧ୍ୟ ଜରୁରି । ଆମ ପାଖରେ ଡାଟାବେସ୍ ରହିବା ଆବଶ୍ୟକ । ଆମ ପାଖରେ ଏହାର ସଂପୂର୍ଣ୍ଣ ବିସ୍ତୃତ ରେକର୍ଡ଼ ରହିବା ଦରକାର, କେଉଁଠି କିପରି ପରିବର୍ତ୍ତନ ଘଟିଛି । ଆମେ କେବେ ଭାବନାର ଆଧାରରେ ଦୁନିଆକୁ ବଦଳାଇ ପାରିବାନାହିଁ । ଦୁନିଆ ସାମ୍ନାରେ ଏହାକୁ ମଡେଲ ଭାବେ ପ୍ରସ୍ତୁତ କରିପାରିବା ନାହିଁ । ଏବଂ ସେଥିପାଇଁ ଆମକୁ ପରିଣାମ ହେବା ସତ୍ତ୍ୱେ ପ୍ରଣାମର ମଧ୍ୟ ଆବଶ୍ୟକତା ଆଜିର ବିଶ୍ୱ ନିମନ୍ତେ ବହୁତ ଜରୁରି । ଏବଂ ସେଥିପାଇଁ ଏବେ ଆମର ବିଶ୍ୱବିଦ୍ୟାଳୟଗୁଡ଼ିକର ଯେଉଁ ପରିଣାମ ସହ ଆମେ ପରିଚିତ କିନ୍ତୁ ଯାହାର ପ୍ରମାଣର ଅଭାବ ରହିଛି, ସେହି ପ୍ରମାଣ ହାସଲ କରିବା ନିମନ୍ତେ ମେକାନିଜିମ୍ ପ୍ରସ୍ତୁତ କରିବା, ବ୍ୟବସ୍ଥାର ବିକଶିତ କରିବା, ପରମ୍ପରାର ବିକାଶ ଘଟାଇବା ଆପଣମାନେ ସମସ୍ତ ସାଥୀଙ୍କ ସହାୟତା ବିନା ଏହା କଦାପି ସମ୍ଭବପର ହୋଇପାରିବ ନାହିଁ । ଏଭିଡେନ୍ସ ବେସଡ୍ ଟ୍ରାଡିସନାଲ ମେଡିସିନ୍ ଉପରେ ଗବେଷଣାର ଏହି କାମ ମଧ୍ୟ ଆମର ବିଶ୍ୱବିଦ୍ୟାଳୟମାନେ ବେଶ୍ ଉତ୍ତମ ଭାବେ ସଂପାଦନ କରିପାରିବେ ।

ସାଥୀଗଣ,

ଆମ ଦେଶର ଜନସଂଖ୍ୟାର ବିପୁଳତା ଆମମାନଙ୍କର ସବୁଠାରୁ ବଡ଼ ସାମର୍ଥ୍ୟ । ଚର୍ଚ୍ଚା ମଧ୍ୟ ଏହା ଉପରେ କରାଯିବା ଉଚିତ । କିନ୍ତୁ କୌଣସି ବିଶ୍ୱବିଦ୍ୟାଳୟ ଏପରି ଅଛି ଯିଏ ଏହା ଉପରେ କୌଣସି ପ୍ରକାର ଅଧ୍ୟୟନ କରିଛି- ଡେମୋଗ୍ରାଫିକ୍ ଡିଭିଡେଣ୍ଟ ପ୍ରସଙ୍ଗଟି ପ୍ରକୃତରେ କ’ଣ? ବିଶ୍ୱରେ ଯେତେବେଳେ ଏଭଳି ଜନସାଂଖି୍ୟକ ବିପୁଳତା ଆସିଥିଲା ସେତେବେଳେ ଏ ସଂପର୍କରେ ବିଶ୍ୱ କି ପ୍ରକାର ପଦକ୍ଷେପ ଗ୍ରହଟ କରିଥିଲା? ସେଠାକାର ବିଶ୍ୱବିଦ୍ୟାଳୟଗୁଡ଼ିକ କିଭଳି ଭାବେ ଏହାର ବ୍ୟବହାର କରୁଥିଲେ ଏବଂ ସେଥିରୁ ସେମାନଙ୍କୁ କି ପ୍ରକାର ଫାଇଦା ମିଳିଥିଲା? ଅନେକ ଥର ଆମେ ଏକଥାକୁ ଦୋହରାଇଥାଏ । କିନ୍ତୁ ଜନସାଂଖି୍ୟକ ବିପୁଳତାର ସମ୍ଭାବନା ଉପରେ ଆମେ କାହିଁକି କାମ କରୁନାହେଁ? ଏହାର ସାମର୍ଥ୍ୟକୁ କାହିଁକି ଉପଯୋଗ କରି ଆମେ ଆଗାମୀ ୨୦, ୨୫, ୩୦ ବର୍ଷ ପର୍ଯ୍ୟନ୍ତ ଦେଶକୁ କିପରି ଫାଇଦା ପହଞ୍ଚାଇପାରିବା? ଏହିଭଳି ଭାବେ ବିଶ୍ୱର ଅନେକ ଦେଶର ସ୍ଥିତିକୁ ଦେଖନ୍ତୁ, ବିତ୍ତଶାଳୀ ଦେଶମାନେ ସୁଦ୍ଧା ଏହି କଥାକୁ ନେଇ ଚିନ୍ତିତ ଯେ ସେଠାକାର ଲୋକମାନଙ୍କର ଆୟୁସୀମା ବୃଦ୍ଧି ପାଇଚାଲିଛି । ‘ଏଜିଂ’ ସମସ୍ୟା ରହିଛି ଏବଂ ତା’ସାଙ୍ଗକୁ ସେଠାକାର ଯୁବପିଢ଼ି ସେମାନଙ୍କର ବରାବର ହେବାରେ ଲାଗିଛିନ୍ତି । ବହୁତ ବଡ଼ ବ୍ଲକ୍ ବୟସ୍କ ଲୋକମାନଙ୍କର ହେଉଛି । ସେମାନଙ୍କୁ ଯେଉଁ ଦୁନିଆ ଚଳାଇବାର ଅଛି ସେମାନେ ତାହା ଚଳାଇ ପାରୁନାହାନ୍ତି । ଏବେ ଏହି ଚକ୍ର ଏପରି ହୋଇଯାଇଛି ଯେ ସେଥିରେ ପ୍ରତ୍ୟେକଙ୍କୁ ଆସିବାକୁ ପଡ଼ିବ ହିଁ ପଡ଼ିବ । ଆଜି ଆମ ଦେଶ ଯୁବ ରାଷ୍ଟ୍ର ହୋଇଛି ଏବଂ ଦିନେ ଆମକୁ ମଧ୍ୟ ଏହି ବୟସ୍କ ଅବସ୍ଥାର ସମ୍ମୁଖୀନ ହେବାକୁ ପଡ଼ିବ । ସେଭଳି ସମୟ ଆସିବ । ସେଥିରେ ଯୁବଗୋଷ୍ଠୀଙ୍କ ସଂଖ୍ୟା କମ୍ ହେବ, ବୟୋବୃଦ୍ଧଙ୍କ ସଂଖ୍ୟା ଅଧିକ ହେବ, ଏଭଳି ଦିନ ଆସିବାର ଅଛି । କ’ଣ ଦୁନିଆରେ ଏବେ କେହି ସେପରି ଅଛନ୍ତି ଯିଏ ବୃଦ୍ଧତ୍ୱ କାରଣରୁ ଦେଶର ଯେଉଁ ସ୍ଥିତି ହେବାକୁ ଯାଉଛି, ତାହାର ସମାଧାନ ନିମନ୍େତ ସେମାନେ ମାର୍ଗ ଖୋଜିବା ଆରମ୍ଭ କରିପାରିବେ? ୟୁବଗୋଷ୍ଠୀଙ୍କ ଅଭାବ ଦ୍ୱାରା ସେହିସବୁ ସମସ୍ୟାଗୁଡ଼ିକର ସମାଧାନ କିପରି କରାଯାଇପାରିବ? କିପରି ଏକ ମେକାନିଜିମ୍ ପ୍ରସ୍ତୁତ କରିବାକୁ ପଡ଼ିବ ଯଦ୍ୱାରା ସବୁକିଛି ସ୍ୱାଭାବିକ ଭାବେ ଆଗକୁ ବଢ଼ିପାରିବ? ଏହିସବୁ କଥା ଚିନ୍ତା କରିବା ଦାୟିତ୍ୱ ଆମର ବିଶ୍ୱବିଦ୍ୟାଳୟମାନଙ୍କରେ ସହଜ ଓ ସ୍ୱାଭାବିକ ଭାବେ ହେବା ଉଚିତ । ବିଶ୍ୱବିଦ୍ୟାଳୟରେ ଆପମାନଙକ ନିମନ୍ତେ ଏବେ ମୁଁ ମାନୁଛି ଯେ ଗବେଷଣା ଏବଂ କାର୍ଯ୍ୟ କରିବାର ଉତ୍ତମ ସୁଯୋଗ ରହିଛି ଏବଂ ଏହି କାରଣରୁ ଯେଉଁସବୁ ପିଲାମାନେ ଏଭଳି ପ୍ରୋଜେକ୍ସ ଦେଉଛନ୍ତି ତାହା ଏକ ଭିଜନ୍ ସୃଷ୍ଟି କରିଥାଏ । ସେମାନଙ୍କୁ ବି ନୂଆ ନୂଆ କଥା ବୁଝିବାର ଅବସର ପ୍ରାପ୍ତ ହେବା ଉଚିତ । ଏବେ କ୍ଲାଇମେଟ୍ ଚେଞ୍ଜ୍ ଅର୍ଥାତ୍, ଜଳବାୟୁ ପରିବର୍ତ୍ତନ ସଂପର୍କରେ ଏତେ ବଡ଼ ବଡ଼ ଆଲୋଚନା ହେଉଛି । ଜଳବାୟୁ କ୍ଷେତ୍ରରେ ମଧ୍ୟ ଆମର ଲୋକମାନେ ଯଦି କାମ କରିବାକୁ ଚାହାନ୍ତି ତେବେ ଅସୀମ ସମ୍ଭାବନା ରହିଛି ଆମ ନିକଟରେ । ଏବେ ଆମ ଦେଶରେ ଗୋଟିଏ ଯୋଜନା ଆରମ୍ଭ କଯାଯାଇଛି ସିଡିଆରଆଇର । ଜଳବାୟୁର ସ୍ଥିତିରେ ଆମର ସଂସାଧନ ଏଭଳି ହେବା ଆବଶ୍ୟକ ଯାହା ସେହିସବୁ ସମସ୍ୟାର ସଫଳ ମୁକାବିଲା କରିପାରିବ । ସହନଶୀଳ ହେବା ଆବଶ୍ୟକ । ଏବେ ଏହା ଉପରେ ଆମର ଗବେଷଣା କରାଯିବା ବିନା ଆମେ ତାହା କିପରି ହାସଲ କରିପାରିବା? ପୂର୍ବରୁ ଆମେ ଯେଉଁସବୁ ସାମଗ୍ରୀ ପ୍ରସ୍ତୁତ କରୁଥିଲୁ ସେତେବେଳେ ପରିସ୍ଥିତି ଭିନ୍ନ ଥିଲା । ସେତେବେଳେ ଏତେ ବଡ଼ ବଡ଼ ବନ୍ୟା ଆସୁନଥିଲା, ଏଭଳି ଅତିବୃଷ୍ଟି ହେଉନଥିଲା, ପ୍ରକୃତି ଆମର ସାଙ୍ଗରେ ପାଦକୁ ପାଦ ମିଳାଇ ଚାଲୁଥିଲା, ଆମେ ବି ପ୍ରକୃତି ସହିତ ଚାଲୁଥିଲୁ । ଏବେ ପ୍ରକୃତି ଆମ ବିପକ୍ଷରେ ଚାଲୁଛି, ଆମେ ଏହାର ବିପରୀତ ଦିଗରେ ଚାଲିଛୁ ଏବଂ ସେଇଥିପାଇଁ ଆମେ ଏଭଳି ନୂଆ ନୂଆ ସଂକଟର ସାମ୍ନା କରୁଛୁ ଏବଂ ସେଇଭଳି ପରିସ୍ଥିତିରେ କିଭଳି ଜୀବନ ବଞ୍ଚôବାକୁ ପଡ଼ିବ ତାହାର ବ୍ୟବସ୍ଥା କରିବାକୁ ପଡ଼ିବ । ଆଜି ସମଗ୍ର ବିଶ୍ୱ ସୌର ଶକ୍ତି ଉତ୍ପାଦନ ଦିଗରେ ଆଗକୁ ଅଗ୍ରସର ହେଉଛନ୍ତି । ଭାରତ ଭାଗ୍ୟବାନ ଯେ ଏହା ପାଖରେ ଉତ୍ତପ୍ତ ସୂର୍ଯ୍ୟ କିରଣ ପ୍ରଚୁର ମାତ୍ରାରେ ଉପଲବ୍ଧ । ସେହି ଉତ୍ତପ୍ତ ସୂର୍ଯ୍ୟଙ୍କ କିରଣକୁ ଆମେ କିଭଳି ଭାବେ ଉପଯୋଗ କରିପାରିବା? ଏହାର ସାମର୍ଥ୍ୟକୁ ଆମେ ଆମର ଜୀବନ ବ୍ୟବସ୍ଥାର ଅଂଶବିଶେଷ କିପରି ବନାଇପାରିବା? ୍ଣସøର ଶକ୍ତିକୁ ଆମର ଏଠାରେ ଏତେ ମହତ୍ତ୍ୱ ପ୍ରଦାନ କରାଯାଇଛି । ସରକାରଙ୍କ ନୀତିରେ ମଧ୍ୟ ପ୍ରଦାନ କରାଯାଇଛି । କିନ୍ତୁ ଆମେ ଗବେଷଣା ଦ୍ୱାରା ନୂଆ ନୂଆ ଅନୁସନ୍ଧାନ ଦ୍ୱାରା ଆଜିର ନୂତନ ଯୁଗ ହିସାବରେ ନୂଆ ନୂଆ ବୈଜ୍ଞାନିକ ସଂସାଧନ ସହିତ ଏହି ଶକ୍ତିକୁ ଉପଯୋଗ କରିବା ନିମନ୍ତେ ଆମକୁ ଢେର୍ କିଛି କାମ କରିବାର ଆବଶ୍ୟକତା ରହିଛି । ଏହିଭଳି ଭାବେ ସାଥୀଗଣ, ସ୍ୱଚ୍ଛ ଭାରତ ଅଭିଯାନ ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଏହି କଥାଟି ଏବେ ବସିଯାଇଛି । ହଁ ସତକଥା, ସ୍ୱଚ୍ଛ ଭାରତ ବିଷୟରେ କୌଣସି ପ୍ରକାର ସାଲିସ କରାଯାଇ ପାରିବନାହିଁ । କିନ୍ତୁ କଥା ସେଇଠି ଶେଷ ହୋଇଯିବନାହିଁ । ଯେପର୍ଯ୍ୟନ୍ତ ଆମେ ‘ୱେଷ୍ଟ୍ ଟୁ ୱେଲ୍ଥ’ ଦିଗରେ ଯୋଜନା ପ୍ରସ୍ତୁତ କରିବାନାହିଁ, ଯେଉଁ ବର୍ଜ୍ୟବସ୍ତୁ ବାହାରୁଛି, ଏହାକୁ ସର୍କୁଲାର ଇକୋନୋମିରେ କିଭଳି ପରିବର୍ତ୍ତନ କରିପାରିବା, ତାହା କ’ଣ? ସେଥିରୁ ବାହାରୁଥିବା ବର୍ଜ୍ୟ କି ପ୍ରକାର ପଦାର୍ଥ? ତାହା କେବଳ ବିଶ୍ୱବିଦ୍ୟାଳୟରେ ହେଉଥିବା ଗବେଷଣା ଦ୍ୱାରା ହିଁ ଜାଣିହେବ । ସେମାନେ ହିଁ ଏହାର ଉତ୍ତର ଦେଇପାରିବେ । ଆମର ନୂଆ ନୂଆ ଲୋକ ଅଛନ୍ତି, ପ୍ରୟୋଗସିଦ୍ଧ କରି ସେମାନେ ଏହାର ସୁଫଳ ଦେଖାଇପାରିବେ । ଆମେ ବର୍ଜ୍ୟରୁ ଶ୍ରେଷ୍ଠ ପଦାର୍ଥ କିପରି ପ୍ରସ୍ତୁତ କରିପାରିବା? ଆମକୁ ସର୍କୁଲାର ଇକୋନୋମିକୁ କିପରି ମଜଭୁତ କରିବା ଏବଂ ବିଶେଷ କରି ସ୍ଥାନୀୟ ଲେବଲ ଉପରେ ସର୍କୁଲାର ଇକୋନୋମି ଭଳି ଅନେକ କ୍ଷେତ୍ର ଆଜି ଆମର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉନ୍ମୁକ୍ତ ହୋଇଛି । ଆଜି ଦେଶ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ନୂତନ ଆତ୍ମବିଶ୍ୱାସର ସହିତ ନୂତନ ଉପଲବ୍ଧô ହାସଲ କରିଚାଲିଛି । ଆମର ବିଶ୍ୱବିଦ୍ୟାଳୟମାନେ ଏଭଳି ହେବା ଅନୁଚିତ ଯେ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଏଠାରେ ସ୍ଥାପନ କରାଯାଉଛି, ସେଥିପାଇଁ ଅନ୍ୟ ସବୁ ବିଶ୍ୱବିଦ୍ୟାଳୟର ଯୁବକଯୁବତୀମାନଙ୍କର କ୍ରୀଡ଼ା ସହିତ କୌଣସି ନେଣଦେଣ ନାହିଁ । ଆମର ସବୁ ବିଶ୍ୱବିଦ୍ୟାଳୟର କ୍ରୀଡ଼ାଙ୍ଗନ ଅପରାହ୍ନ ଓ ସନ୍ଧ୍ୟାରେ ଭରପୂର ହୋଇ ଉଠିବା ଉଚିତ । ଆମର ବିଶ୍ୱବିଦ୍ୟାଳୟଗୁଡ଼ିକର ଲକ୍ଷ୍ୟ ଏଭଳି ହେବା ଦରକାର । ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ଥିର କରିପାରିବେ ଯେ ଆଗାମୀ ବର୍ଷମାନଙ୍କରେ ମୋର ବିଶ୍ୱବିଦ୍ୟାଳୟ କେତେ ସ୍ୱର୍ଣ୍ଣ ପଦକ ଆଣି ପାରିବ, ମୋର ସ୍କୁଲର କେତେଜଣ ବିଦ୍ୟାର୍ଥୀ, ମୋ କଲେଜର କେତେଜଣ ବିଦ୍ୟାର୍ଥୀ ଆଗକୁ ଆଗେଇ ପାରିବେ । ଏହା ବିଶ୍ୱବିଦ୍ୟାଳୟମାନଙ୍କର ଟାର୍ଗେଟ୍ କାହିଁକି ହୋଇପାରିବ ନାହିଁ ବନ୍ଧୁଗଣ । ବିଶ୍ୱର କେତେ କେତେ ଦେଶରେ ଆମ ବିଶ୍ୱବିଦ୍ୟାଳୟର ପିଲାମାନେ ଖେଳିବାକୁ ଯିବେ, ମୁଁ ସେମାନଙ୍କୁ କିଭଳି ଭାବେ ପ୍ରସ୍ତୁତ କରିବି? ସେମାନଙ୍କୁ କେତେ ପ୍ରକାର ସୁଯୋଗ ମକ୍ଟମକ୍ଟବ ସେମାନେ ମଧ୍ୟ ଆମପାଇଁ ବହୁତ ବଡ଼ ସାମର୍ଥ୍ୟ ଏବଂ ସମ୍ପଦ ହୋଇପାରିବେ । ସାଥୀଗଣ, ମୁଁ ବିବିଧ ପ୍ରକାର ଚିନ୍ତାଧାରାକୁ ଆପଣମାନଙ୍କ ନିକଟରେ ଏଇଥିପାଇଁ ରଖୁଛି । ଅସଂଖ୍ୟ ସମ୍ଭାବନା ଆମ ନିକଟରେ ରହିଛି ଏବଂ ରାଷ୍ଟ୍ରୀୟ ଶିକ୍ଷା ନୀତି ଆପଣମାନଙ୍କ ହାତରେ ଏହି ଅବସର ପ୍ରଦାନ କରିଛି । ଯାହା ବିଗତ ବର୍ଷରେ ଆମ ପାଖରେ ନଥିଲା ନୂତନ ଶିକ୍ଷା ନୀତି ଯୋଗୁ ତାହା ଏବେ ସମ୍ଭବପର ହୋଇପାରିଛି । ଏହା ଆମର କର୍ତ୍ତବ୍ୟ ଯେ ଆମେ ଏହାକୁ କିପରି ଆଗକୁ ବଢ଼ାଇ ନେଇପାରିବା ।

ସାଥୀଗଣ,

ଆମ ସମସ୍ତଙ୍କୁ ଏକଥା ସ୍ମରଣ ରଖିବାକୁ ହେବ ଯେ ଦେଶର ଭବିଷ୍ୟତ ଗଢ଼ିବା ସକାଶେ, ରାଷ୍ଟ୍ରୀୟ ଶିକ୍ଷା ନୀତିର ନେତୃତ୍ୱ ଆପଣମାନେ ସମସ୍ତ ସାଥୀଙ୍କ ହାତରେ ରହିଛି । ମୋର ବିଶ୍ୱାସ ଯେ ଅଖିଳ ଭାରତୀୟ ଶିକ୍ଷା ସମାଗମରେ ଆପଣମାନେ ମାନସ ମନ୍ଥନ କରିବେ ଏବଂ ସେଥିରୁ ବାହାରିବାକୁ ଥିବା ଅମୃତ, ଆପଣମାନଙ୍କର ପରାମର୍ଶ, ଦେଶକୁ ଏକ ନୂତନ ଶୀର୍ଷ ପ୍ରଦାନ କରିବ । ଯେଉଁ ଯୁବଗୋଷ୍ଠୀଙ୍କ ସହିତ ଆପଣମାନଙ୍କର ସମୟ ବିତୁଛି, ସେମାନଙ୍କୁ ବର୍ତ୍ତମାନ ପାଇଁ ନୁହେଁ ଆଗାମୀ କାଲି ନିମନ୍ତେ ପ୍ରସ୍ତୁତ କରିବାକୁ ପଡ଼ିବ । ଯଦି ଆଗାମୀ କାଲି ନିମନ୍ତେ ପ୍ରସ୍ତୁତ କରିବାକୁ ହେବ, ତା’ହେଲେ ଆପଣମାନଙ୍କୁ ଆସନ୍ତା ବର୍ଷ ନିମନ୍ତେ ପ୍ରସ୍ତୁତ ହେବାକୁ ପଡ଼ିବ । ଯଦି ଆପଣ ଆସନ୍ତା ବର୍ଷ ଲାଗି ପ୍ରସ୍ତୁତ ହେଉଛନ୍ତି, ତେବେ ଆପଣଙ୍କ ଅନୁଷ୍ଠାନକୁ ଆସନ୍ତା ୧୦୦ ବର୍ଷ ନିମନ୍ତେ ପ୍ରସ୍ତୁତ କରିବାକୁ ପଡ଼ିବ। ସେତେବେଳେ ଯାଇ ଏହି କାମକୁ ଆମେ ହାସଲ କରିପାରିବା । ଏବଂ ଏହିସବୁ ଭାବର ସହିତ ଆପଣମାନେ କାଶୀର ଏହି ପବିତ୍ର ଭୂମିକୁ ଆସିଛନ୍ତି । ମା’ଗଙ୍ଗା ତଟରେ ବିରାଜମାନ ହୋଇଛନ୍ତି । ସାଂସ୍କୃତିକ ଭବ୍ୟତାରେ ଭରପୂର ଏହି ନଗରୀର ପରମ୍ପରା ଆମକୁ ନୂତନ ଚେତନା ଓ ପ୍ରେରଣା ଦେବାଭଳି ପରମ୍ପରା । ଏହି ପରମ୍ପରାରୁ କିଛି ନା କିଛି ଅମୃତ ବିନ୍ଦୁ ଆପଣଙ୍କ ଭାଗ୍ୟରେ ଆସିବ, ଯେଉଁ ଅମୃତ ବିନ୍ଦୁ ନେଇ ଆପଣମାନେ ଫେରିବେ । ସେଠାରେ ଯେତେବେଳେ ଆପଣମାନେ ତାହା ରଖିବେ ସେହିସବୁ ଯୁବକଯୁବତୀ ମଧ୍ୟ ଆଗାମୀ ଅମୃତକାଳରେ ଭାରତର ଉଜ୍ଜ୍ୱଳ ଭବିଷ୍ୟକୁ ଗଢ଼ିବା ନିମନ୍ତେ କାର୍ଯ୍ୟ କରିବେ । ମୁଁ ପୁଣି ଥରେ ମନ୍ତ୍ରଣାଳୟ ଦ୍ୱାରା ଏହି କାର୍ଯ୍ୟକ୍ରମର ଆୟୋଜନ ନିମନ୍ତେ ଧନ୍ୟବାଦ ଅର୍ପଣ କରୁଛି । ଆପଣମାନେ ସମସ୍ତେ ଉତ୍ସାହ ଓ ଆକାଂକ୍ଷାର ସହିତ ଏଥିରେ ସାମିଲ ହୋଇଛନ୍ତି । ମୋର ପୂର୍ଣ୍ଣ ବିଶ୍ୱାସ ଯେ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଆପଣମାନେ ଥକିପଡନ୍ତୁ ନାହିଁ । ମୁଁ ଏଠାରେ ବସି ବସି କାର୍ଯ୍ୟକ୍ରମକୁ ଲକ୍ଷ୍ୟ କରୁଥିଲି । ମୋତେ ଲାଗୁଥିଲା, ଜାଣେନାହିଁ ଆପଣମାନେ ଆଗାମୀ ତିନିତିନ ଧରି କ’ଣ କରିବେ । କିନ୍ତୁ ଆପଣମାନେ ସମସ୍ତେ ଶିକ୍ଷା ଦୁନିଆର ହସ୍ତୀ । ତେଣୁ ନିଶ୍ଚିତ ଭାବେ ଆଲୋଚନାକୁ ଆଗକୁ ଆଗେଇ ନେବେ । ମୋର ଆପଣମାନଙ୍କୁ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ।

ବହୁତ ବହୁତ ଧନ୍ୟବାଦ!

SS/MB

 


(ରିଲିଜ ଆଡି: 1841010) ପରିଦର୍ଶକ କାଉଣ୍ଟର : 397