ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃତାମାଳାରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 08 JUL 2022 11:24PM by PIB Bhubaneshwar

ନମସ୍କାର!

ଆଜିର ଦିନ ମୋ ପାଇଁ ହେଉଛି ଅପୂରଣୀୟ କ୍ଷତି ଏବଂ ଅସହନୀୟ ପୀଡାର ଦିନ। ମୋର ଘନିଷ୍ଠ ବନ୍ଧୁ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେ ଏବେ ଆଉ ଆମ ଗହଣରେ ନାହାନ୍ତି । ଆବେ ମହାଶୟ ମୋର ପରମ ବନ୍ଧୁ ଥିଲେ, ସେ ମଧ୍ୟ ଭାରତର ସେତିକି ବିଶ୍ୱସନୀୟ ବନ୍ଧୁ ଥିଲେ । ତାଙ୍କ କାର୍ଯ୍ୟକାଳରେ ଭାରତ -ଜାପାନ ରାଜନୈତିକ ସଂପର୍କକୁ ନୂତନ ଶିଖର ପର୍ଯ୍ୟନ୍ତ ଯାଇଥିଲେ, ଆମେ ଉଭୟ ଦୁଇ ଦେଶର ସହଯୋଗ ଓ ଭାଗିଦାରୀର ପରମ୍ପରାକୁ ବହୁତ ଆଗକୁ ବଢାଇଥିଲୁ। ଆଜି ଭାରତରେ ବିକାଶର ଯେଉଁ ଗତି ଅଛି, ଜାପାନର ସହଯୋଗରେ ଆମର ଏଠାରେ ଯେଉଁ କାର୍ଯ୍ୟ ହେଉଛି, ଏହା ମାଧ୍ୟମରେ ସିଞ୍ଜୋ ଆବେ ମହାଶୟ ଭାରତର ଜନମାନସରେ ବର୍ଷ ବର୍ଷ ଧରି ଚିର ସ୍ମରଣୀୟ ହୋଇ ରହିବେ। ମୁଁ ପୁଣି ଥରେ ଦୁଃଖି ମନରେ ମୋର ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି।

ସାଥୀଗଣ,

ଆଜିର ଏହି ଆୟୋଜନ ମୋର ଆଉ ଜଣେ ଘନିଷ୍ଠ ବନ୍ଧୁ ଅରୁଣ ଜେଟଲୀ ମହାଶୟଙ୍କୁ ସମର୍ପିତ ହୋଇଛି । ବିଗତ ଦିନକୁ ମନେ ପକାଇବା, ତେବେ ତାଙ୍କର ବହୁତ କିଛି କଥା, ତାଙ୍କର ବହୁତ ଗୁଡିଏ ବାକ୍ୟ ସ୍ୱଭାବିକ ଭାବେ ମନକୁ ଆସିଥାଏ, ଆଉ ଏଠାରେ ତାଙ୍କର ବହୁତ ପୁରୁଣା ବନ୍ଧୁମାନଙ୍କୁ ଦେଖୁଛି । ତାଙ୍କ ଭାଷଣର ଆମେ ସମସ୍ତେ ବିଶ୍ୱସନୀୟ ଶ୍ରେତା ଥିଲୁ, ତାଙ୍କର ୱାନ ଲାଇନର(ଧାଡିକିଆ କଥା) ତାହା ଦୀର୍ଘ ସମୟ ଧରି ପବନରେ ଗୁଞ୍ଜରିତ ହେଉଥିଲା। ତାଙ୍କର ବ୍ୟକ୍ତିତ୍ୱ ବିବିଧତାରେ ଭରି ରହିଥିଲା ଏବଂ ତାଙ୍କର ସ୍ୱଭାବ ସମସ୍ତଙ୍କ ସହ ବନ୍ଧତ୍ୱପୂର୍ଣ୍ଣ ଥିଲା। ଏଠାରେ ଯେତେ ମଧ୍ୟ ଲୋକ ଦେଖିବାକୁ ମିଳୁଛନ୍ତି, ସମସ୍ତେ ଭିନ୍ନ ଭିନ୍ନ କ୍ଷେତ୍ରର ଲୋକ, କିନ୍ତୁ ସମସ୍ତେ ଅରୁଣଙ୍କର ବନ୍ଧୁ ଥିଲେ। ଏହା ଅରୁଣଙ୍କର ସମସ୍ତଙ୍କୁ ବନ୍ଧୁ ଭାବେ ବିଚାର କରିବା ଭଳି ବିଶେଷତ୍ୱ ଥିଲା ଏବଂ ତାଙ୍କ ବ୍ୟକ୍ତିତ୍ୱର ଏହି ବିଶେଷ ଗୁଣକୁ ଆଜି ସମସ୍ତେ ମନେ ପକାଉଛନ୍ତି ଓ ଯେ କେହି ଅରୁଣଙ୍କ ଅନୁପସ୍ଥିତିକୁ ମଧ୍ୟ ଅନୁଭବ କରୁଛନ୍ତି।

ମୁଁ ଅରୁଣ ଜେଟଲୀ ମହାଶୟଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି।

ସାଥୀଗଣ,

ଅରୁଣ ଜେଟଲୀ ମହାଶୟଙ୍କ ସ୍ମୃତିରେ ଆୟୋଜିତ ଏହି ବକ୍ତୃତାମାଳାର ଯାହା ବିଷୟ ରଖାଯାଇଛି- ଅର୍ନ୍ତଭୁକ୍ତି ମାଧ୍ୟମରେ ଅଭିବୃଦ୍ଧି, ଅଭିବୃଦ୍ଧି ମାଧ୍ୟମରେ ଅନ୍ତର୍ଭୂକ୍ତତା, ତାହା ସରକାରଙ୍କ ବିକାଶ ନୀତିର ହେଉଛି ମୂଳ ମନ୍ତ୍ର । ମୁଁ ଥର୍ମନ ମହାଶୟଙ୍କ ନିକଟରେ ବିଶେଷ କୃତଜ୍ଞ ଯେ, ସେ ଆମର ନିମନ୍ତ୍ରଣକୁ ସ୍ୱୀକାର କଲେ ଏବଂ ମୁଁ ତାଙ୍କୁ ଅନେକ ଥର ମଧ୍ୟ ଶୁଣିଛି, ତାହାକୁ ମଧ୍ୟ ମୁଁ ପଢି ଚାଲିଛି । ତାଙ୍କ କଥାରେ, ତାଙ୍କ ଅଧ୍ୟୟନରେ, ସେ କେବଳ ଯେ, ଭାରତରେ କୁହନ୍ତି ତାହା ନୁହେଁ, ବିଶ୍ୱର ଅନ୍ୟ ଦେଶମାନଙ୍କୁ ଯେତେବେଳେ ଯାଆନ୍ତି ସେତେବେଳେ ବହୁତ ଗବେଷଣା କରିଥାନ୍ତି, ତାଙ୍କର ପ୍ରତ୍ୟେକ ଶୈଖିକ ଚିନ୍ତାଧାରାରେ ସ୍ଥାନୀୟ ଛାପ ରହିଥାଏ, ତାଙ୍କ ଦର୍ଶନରେ ବହୁତ ସଠିକ ଭାବେ ଏହା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ, ଆଜି ମଧ୍ୟ ଆମେ ସମସ୍ତେ ତାହା ଅନୁଭବ କଲୁ। ବହୁତ ଭଲ ଭାବେ ସେ ବୈଶ୍ୱିକ ପରିସ୍ଥିତିଠାରୁ ନେଇ ଆମ ଦେଶର ପିଲାମାନଙ୍କ ପାଖକୁ ନେଇ ଆସିଲେ। ସେ ସମୟ ବାହାର କରି ଆସିଥିବାରୁ ମୁଁ ତାଙ୍କୁ ବହୁତ କୃତଜ୍ଞତା ଜଣାଉଛି।

ସାଥୀଗଣ,

ଯେଉଁ ବିଷୟରେ ଏହି ଚର୍ଚ୍ଚା ହେଉଛି, ଯେଉଁ ବିଷୟକୁ ନେଇ ଆଜି ଆମର ଅରୁଣ ଜେଟଲୀ ବ୍ୟାଖ୍ୟାନ ଆରମ୍ଭ ହୋଇଛି, ଯଦି ମୁଁ ତାହାକୁ ସରଳ ଭାଷାରେ କହିବି ତେବେ ସେହି ବିଷୟ ଏକ ପ୍ରକାରରେ ସାଧା ସିଧା ଭାଷାରେ ମୁଁ କହିବି ସମସ୍ତଙ୍କ ସହିତ- ସମସ୍ତଙ୍କର ବିକାଶ । କିନ୍ତୁ ଏହା ସହିତ, ଏହି ବ୍ୟାଖ୍ୟାନର ବିଷୟ, ଆଜିର ନୀତି ନିର୍ଦ୍ଧାରଣକାରୀଙ୍କ ସାମ୍ନାରେ ଆସୁଥିବା ଆହ୍ୱାନ ଏବଂ ଦ୍ୱନ୍ଦକୁ ମଧ୍ୟ ଗ୍ରହଣ କରୁଛି।

ମୁଁ ଆପଣ ସମସ୍ତଙ୍କୁ ଏକ ପ୍ରଶ୍ନ ପଚାରିବାକୁ ଚାହୁଁଛି । କ’ଣ ବିନା ଅନ୍ତର୍ଭୁକ୍ତିକରଣରେ ଅଭିବୃଦ୍ଧି ସମ୍ଭବ? ଆପଣ ନିଜେ ନିଜକୁ ପଚାରନ୍ତୁ । କ’ଣ ବିନା ଅଭିବୃଦ୍ଧିରେ ଅନ୍ତର୍ଭୁକ୍ତିକରଣ ବିଷୟରେ ମଧ୍ୟ ଚିନ୍ତା କରାଯାଇ ପାରେ ? ସରକାରର ମୁଖ୍ୟ ଭାବେ ମୋତେ 20 ବର୍ଷରୁ ଅଧିକ ସମୟ ହେବ କାର୍ଯ୍ୟ କରିବାର ସୁଯୋଗ ମିଳିଛି ଏବଂ ମୋର ଅନୁଭବର ସାରାଶଂ ହେଉଛି ଏହା ଯେ- ବିନା ବିନା ଅନ୍ତର୍ଭୁକ୍ତିକରଣରେ ବାସ୍ତବ ଅଭିବୃଦ୍ଧି ସମ୍ଭବ ନୁହେଁ । ଆଉ ବିନା ଅଭିବୃଦ୍ଧିରେ ଅନ୍ତର୍ଭୁକ୍ତିକରଣର ଲକ୍ଷ୍ୟ ପୂରଣ କରାଯାଇ ନ ପାରେ । ଆଉ ଏଥିପାଇଁ ଆମେ ଅଭିବୃଦ୍ଧି ଦ୍ୱାରା ଅନ୍ତର୍ଭୁକ୍ତିକରଣର ପଥ ଆପଣାଇଛୁ, ସମସ୍ତଙ୍କର ସମାବେଶର ପ୍ରୟାସ କରିଛୁ । ବିଗତ 8 ବର୍ଷରେ ଭାରତ ଅନ୍ତର୍ଭୁକ୍ତିକରଣର ପାଇଁ, ଯେଉଁ ଗତିରେ କାର୍ଯ୍ୟ କରିଛି, ଯେଉଁ ମାନଦଣ୍ଡରେ କାର୍ଯ୍ୟ କରିଛ, ସେଭଳି ଉଦାହରଣ ସାରା ବିଶ୍ୱରେ କେଉଁଠି ମଧ୍ୟ ମିଳିବ ନାହିଁ। ବିଗତ ଆଠ ବର୍ଷରେ ଭାରତ 9 କୋଟିରୁ ଅଧିକ ମହିଳାମାନଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ଦେଇଛି । ଏହି ସଂଖ୍ୟା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ସିଙ୍ଗାପୁର, ନ୍ୟୁଜିଲାଣ୍ଡ ଏହାର ସମସ୍ତ ଜନସଂଖ୍ୟାକୁ ମଧ୍ୟ ମିଶାଇ ଦେବା ତେବେ ତାହାଠାରୁ ମଧ୍ୟ ହେଉଛି ଅଧିକ। ଅର୍ଥାତ ଆପଣ ମାତ୍ରା ଦେଖନ୍ତୁ ବିଗତ ଆଠ ବର୍ଷରେ ଭାରତ 10 କୋଟିରୁ ଅଧିକ ଶୌଚାଳୟ ନିର୍ମାଣ କରି ଗରିବ ମାନଙ୍କୁ ଦେଇଛି। ଥର୍ମନ ମହାଶୟ ଏହାକୁ ବେଶ ଆଗ୍ରହର ସହିତ ଉଲ୍ଲେଖ କଲେ। ଏହା ଦକ୍ଷିଣ କୋରିଆର ମୋଟ ଜନସଂଖ୍ୟାର ଦୁଇଗୁଣ ଠାରୁ ମଧ୍ୟ ହେଉଛି ଅଧିକ । ବିଗତ ଆଠ ବର୍ଷରେ ଭାରତ 45 କୋଟିରୁ ଅଧିକ ଜନଧନ ବ୍ୟାଙ୍କ ଖାତା ଖୋଲିଛି। ଏହି ସଂଖ୍ୟା ମଧ୍ୟ ଜାପାନ, ଜର୍ମାନୀ, ବ୍ରିଟେନ, ଇଟାଲି, ମେକ୍ସିକୋ ଏହାର ମୋଟ ଜନସଂଖ୍ୟାର ପାଖା- ପାଖି ହେବ। ବିଗତ ଆଠ ବର୍ଷରେ ଭାରତ ଗରିବ ଲୋକମାନଙ୍କୁ 3 କୋଟି ପକ୍କା ଘର ତିଆରି କରି ଦେଇଛି। ଆଉ ମୋର ମନେ ଅଛି ଥରେ ଆପଣଙ୍କ ମନ୍ତ୍ରୀ ପରିଷଦର ସାଥୀ ଇଶ୍ୱରନଙ୍କ ସହିତ ମୁଁ କଥା ହେଉଥିଲି, ସିଙ୍ଗାପୁରର ମନ୍ତ୍ରୀ, ଯେତେବେଳେ ମୁଁ ତାଙ୍କୁ ମାତ୍ରା ବିଷୟରେ କହିଥିଲି, ସେତେବେଳେ ଇଶ୍ୱରନ ମୋତେ କହିଥିଲେ, ଆପଣଙ୍କୁ ପ୍ରତି ମାସରେ ଏକ ନୂଆ ସିଙ୍ଗାପୁର ନିର୍ମାଣ କରିବାକୁ ପଡିବ।

ମୁଁ ଆପଣମାନଙ୍କୁ ଅଭିବୃଦ୍ଧି ଦ୍ୱାରା ଅନ୍ତର୍ଭୁକ୍ତତା, ଅନ୍ତର୍ଭୁକ୍ତତା ଦ୍ୱାରା ଅଭିବୃଦ୍ଧିର ଆଉ ଏକ ଉଦାହରଣ ଦେବାକୁ ଚାହୁଁଛି। ଭାରତରେ କିଛି ବର୍ଷ ପୂର୍ବେ ଆମେ ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ କରିଥିଲୁ। ଯାହା ସଂପର୍କରେ ଥର୍ମନ ମହାଶୟ ମଧ୍ୟ ଉଲ୍ଳେଖ କଲେ ଏବଂ ଆଗାମୀ ପ୍ରମୁଖ କ୍ଷେତ୍ର ମଧ୍ୟରୁ ସେ ସ୍ୱାସ୍ଥ୍ୟ କ୍ଷେତ୍ର ବିଷୟରେ ମଧ୍ୟ ଚର୍ଚ୍ଚା କଲେ। ଏହି ଯୋଜନା ଦ୍ୱାରା 50 କୋଟିରୁ ଅଧିକ ଗରିବଙ୍କୁ ଭଲରୁ ଅତି ଭଲ ହାସପାତାଳରେ ଏବଂ ହିନ୍ଦସ୍ଥାନରେ ଯେକୌଣସି ଠାରେ ମଧ୍ୟ 5 ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ମିଳିବା ସୁନିଶ୍ଚିତ ହୋଇଛି । 50 କୋଟି ଲୋକଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା। ବିଗତ 4 ବର୍ଷରେ ଆୟୁଷ୍ମାନ ଭାରତ ଯୋଗୁଁ ଦେଶର ସାଢେ ତିନି କୋଟିରୁ ଅଧିକ ଲୋକ ନିଜର ମାଗଣା ଚିକିତ୍ସା କରାଇଛନ୍ତି। ଆମେ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଉପରେ ଗୁରୁତ୍ୱ ଦେଲୁ, ଯେଉଁମାନେ ଗରିବରୁ ଅତି ଗରିବ ଅଛନ୍ତି, ଶେଷ ଧାଡିରେ ବସିଛନ୍ତି, ସେମାନଙ୍କୁ ମଧ୍ୟ ଆରୋଗ୍ୟ ବାବଦରେ ଭଲରୁ ଅତି ଭଲ ସୁବିଧା ମିଳୁ, ଆଉ ସମୟ ସହିତ ଆମେ ଦେଖିଲୁ ସେହି ଦିଗଟି ତ, ହେଉଛି ଅନ୍ତର୍ଭୁକ୍ତିକରଣର, କିନ୍ତୁ ସମୟ ଏହା କହିଲା ଯେ, ଏହାଦ୍ୱାରା ଅଭିବୃଦ୍ଧିର ରାସ୍ତା ମଧ୍ୟ ନିର୍ମାଣ ହୋଇ ଚାଲିଲା। ଯେଉଁମାନେ ପ୍ରଥମେ ବାଦ ପଡିଥିଲେ, ସେମାନେ ବିକାଶର ମୁଖ୍ୟଧାରା ସହିତ ସାମିଲ ହେଲେ, ତେଣୁ ଚାହିଦା ବୃଦ୍ଧି ପାଇଲା ଏବଂ ଅଭିବୃଦ୍ଧି ପାଇଁ ସୁଯୋଗ ସଂପ୍ରସାରିତ ହେଲା। ଯେତେବେଳେ ଭାରତର ଏକ ତୃତୀୟାଂଶ ଜନସଂଖ୍ୟା, ଯେଉଁମାନେ ପୂର୍ବରୁ ଉନ୍ନତ ସ୍ୱାସ୍ଥ୍ୟସେବାର ସୁବିଧା ଠାରୁ ଦୂରରେ ଥିଲେ, ସେମାନଙ୍କୁ ଚିକିତ୍ସା ମିଳିଲା, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଏହା ହେଲା ଯେ ସ୍ୱାସ୍ଥ୍ୟସେବା ଦକ୍ଷତାକୁ ସେହି ହିସାବରେ ନିଜକୁ ସୁଦୃଢ କରିବାକୁ ପଡିଲା। ମୁଁ ଆପଣମାନଙ୍କ କହୁଛି ଯେ, ଆୟୁଷ୍ମାନ ଭାରତ ଯୋଜନା କିପରି ସଂମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ପରିବର୍ତିତ କରିଦେଲା। 2014 ପୂର୍ବରୁ ଦେଶର ପ୍ରତିଶତ, ହାରାହାରି 10 ବର୍ଷରେ ପ୍ରାୟ 50 ମେଡିକାଲ କଲେଜ ନିର୍ମାଣ ହେଉଥିଲା। ଯେତେବେଳେ କି ବିଗତ 7- 8 ବର୍ଷରେ ଭାରତରେ ପୂର୍ବ ତୁଳନାରେ 4 ଗୁଣରୁ ଅଧିକ ଅର୍ଥାତ ପାଖାପାଖି 209 ଟି ନୂତନ ମେଡିକାଲ କଲେଜ ନିର୍ମାଣ କରାଯାଇଛି । ଏବେ ଆପଣ କଳ୍ପନା କରି ପାରିବେ ଯେ କେଉଁଠାରେ 50 ଆଉ କେଉଁଠାରେ 209, ଆଉ ଆଗାମୀ 10 ବର୍ଷରେ ଯେତେବେଳେ ଏହି ହିସାବ କରିବେ ତାହା ଆହୁରି ଆଗକୁ ବଢ଼ି ଚାଲିବ, ତାହା 400 ପର୍ଯ୍ୟନ୍ତ ପହଂଚିବାକୁ ଯାଉଛି । ବିଗତ 7- 8 ବର୍ଷରେ ଭାରତରେ ଅଣ-ସ୍ନାତକ ମେଡିକାଲ ସିଟ୍ ସଂଖ୍ୟାରେ 75 ପ୍ରତିଶତ ବୃଦ୍ଧି ହୋଇଛି । ଭାରତରେ ଏବେ ବାର୍ଷିକ ମୋଟ ମେଡିକାଲ ସିଟ୍ ସଂଖ୍ୟା ବୃଦ୍ଧି ପାଇ ପ୍ରାୟ ଦୁଇଗୁଣ ହୋଇ ସାରିଛି । ଅର୍ଥାତ ଏବେ ଦେଶକୁ କେତେ ଅଧିକ ସଂଖ୍ୟାରେ ଡାକ୍ତର ମିଳୁଛନ୍ତି, ଦେଶରେ ଦ୍ରୁତ ଗତିରେ ଆଧୁନିକ ଡାକ୍ତରୀ ଭିତିଭୂମିର ନିର୍ମାଣ ହେଉଛି । ଅନ୍ତର୍ଭୁକ୍ତୀକରଣ ପାଇଁ ଅଣାଯାଇଥିବା ଗୋଟିଏ ଯୋଜନାର ତୃଣମୂଳ ସ୍ତରରେ ଅଭିବୃଦ୍ଧିର ଦୃଷ୍ଟିରେ ମଧ୍ୟ ଏତେ ବଡ଼ ପ୍ରଭାବ ଆମେ ଦେଖିପାରିବା। ଆମେ ଏହାକୁ ମାପି ପାରିବା। ଆଉ ମୁଁ ଆପଣମାନଙ୍କୁ ଏହିଭଳି ଡଜନ ଡଜନ ଯୋଜନା ଗଣାଇ ପାରିବି, ଯାହା ଭାରତରେ କାର୍ଯ୍ୟକାରୀ ହେଉଛି।

ଭାରତର ଡିଜିଟାଲ ଇଣ୍ଡିଆ ଅଭିଯାନ ଯେଉଁ ସମ୍ପର୍କରେ ଏବେ ଥର୍ମନ ମହାଶୟ ଉଲ୍ଲେଖ କଲେ, ପାଖାପାଖି 5 ଲକ୍ଷ ସାଧାରଣ ସେବା କେନ୍ଦ୍ରଗୁଡ଼ିକ, ଗାଁରେ ରହୁଥିବା ଗରିବ ଲୋକଙ୍କ ପର୍ଯ୍ୟନ୍ତ ମଧ୍ୟ ଇଂଟରନେଟର ଶକ୍ତିକୁ ପହଂଚାଇଛନ୍ତି । ଭାରତର ଭୀମ- ୟୁପିଆଇ କୋଟି- କୋଟି ଗରିବଙ୍କୁ ଡିଜିଟାଲ କାରବାରର ସୁବିଧା ସହିତ ଯୋଡ଼ିଛି । ଭାରତର ସ୍ୱନିଧି ଯୋଜନା ରାସ୍ତା କଡ଼ ଉଠାଦୋକାନୀ ସାଥୀମାନଙ୍କୁ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସହିତ ସାମିଲ ହେବାର ସୁଯୋଗ ପ୍ରଦାନ କରିଛି ଯାହା ଆମର ଏଠାରେ ନଗରପାଳିକାରେ, ମହାନଗରପାଳିକାରେ ଯେଉଁମାନେ ରାସ୍ତାକଡ଼ରେ ଉଠାଦୋକାନୀ ଅଛନ୍ତି, ଯେଉଁମାନଙ୍କ ସହିତ ଆମର ପ୍ରତିଦିନ ସମ୍ପର୍କ ରହିଥାଏ, ବ୍ୟାଙ୍କ ମ୍ୟାନେଜର ଥିବେ, ତାଙ୍କ ଘରକୁ ଦୈନିକ ରାସ୍ତାକଡ଼ ଉଠାଦୋକାନୀ ବାଲା ମାଲ୍ ଦେଉଥିବ କିନ୍ତୁ ତା’ପାଇଁ ବ୍ୟାଙ୍କରେ ଜାଗା ନଥିବ, ଏହି ଅବସ୍ଥା ଥିଲା, ଆଜି ଆମେ ତାକୁ ବ୍ୟାଙ୍କ ସହିତ ଯୋଡ଼ି ଦେଇଛୁ। ଏହିଭଳି ଭାବେ ଭାରତ ଏକ ବହୁତ ବଡ଼ କାର୍ଯ୍ୟ କରିଛି, ବିଶ୍ୱରେ ତାହା ଉପରେ ବହୁତ କିଛି ସମ୍ପ୍ରତି ଯେଉଁ ଅର୍ଥଶାସ୍ତ୍ରୀ ଲୋକ ଅଛନ୍ତି, ସେମାନେ ମଧ୍ୟ ଲେଖୁଛନ୍ତି, ବଡ଼- ବଡ଼ ସଂସ୍ଥା ତାହାର ମାନ୍ୟତା ମଧ୍ୟ ପ୍ରସ୍ତୁତ କରୁଛନ୍ତି।

ଭାରତର ଆଉ ଏକ ପଦକ୍ଷେପ ହେଉଛି ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ, ଦେଶର 100ରୁ ଅଧିକ ଜିଲ୍ଲାରେ ରହୁଥିବା କୋଟି- କୋଟି ସାଥୀମାନଙ୍କର ଉତଥାନ କରୁଛି। ଆଉ ଏହି ଆକାଂକ୍ଷୀ ଜିଲ୍ଲାର କଳ୍ପନା ଏହା ହେଉଛି ହିନ୍ଦୁସ୍ତାନର ଅନ୍ୟ ଜିଲ୍ଲା ତୁଳନାରେ ଯେଉଁମାନେ ପଛରେ ରହି ଯାଇଛନ୍ତି, ସେମାନଙ୍କର ଆକାଂକ୍ଷାଗୁଡ଼ିକୁ ଆମେ ସମାଧାନ କରୁଛୁ। ତାଙ୍କୁ ସେହି ରାଜ୍ୟର ଶ୍ରେଷ୍ଠ ସ୍ଥାନର ସମକକ୍ଷ ନେଇଯିବା ଆଉ ପୁଣି ଧିରେ ଧିରେ ତାହାକୁ ଜାତୀୟ ଶ୍ରେଷ୍ଠସ୍ଥାନ ସମକକ୍ଷ କରି ନେଇ ଆସିବା।

ସାଥୀଗଣ,

ଏହାର ଏତେ ବଡ଼ ସକରାତ୍ମକ ପ୍ରଭାବ ହୋଇଛି ଆଉ ଏକ ପ୍ରକାରରେ ଏହି 100 ଜିଲ୍ଲାର ବିକାଶ ବିଶ୍ୱରେ ଅନ୍ତର୍ଭୁକ୍ତୀକରଣ ଦ୍ୱାରା ହୋଇଛି। ଭାରତର ରାଷ୍ଟ୍ରୀୟ ଶିକ୍ଷାନୀତି ଆଉ ଏହାର ବହୁତ ବଡ଼ ମାନଦଣ୍ଡ ହେଉଛି ଶିକ୍ଷା ଉପରେ ମଧ୍ୟ ଯେଉଁ ସମ୍ପର୍କରେ ଥର୍ମନ ମହାଶୟ ନିଜ ଆଲୋଚନା ସମୟରେ ବହୁତ ଗୁରୁତ୍ୱ ଦେଲେ। ଭାରତର ରାଷ୍ଟ୍ରୀୟ ଶିକ୍ଷାନୀତି ମାତୃଭାଷାରେ, ମାତୃଭାଷାରେ ଶିକ୍ଷା ସମ୍ପର୍କରେ ଗୁରୁତ୍ୱ ଦେଉଛି। ଯେଉଁମାନେ ଇଂରାଜୀ ଜାଣି ନାହାଁନ୍ତି, ବାଦ୍ ପଡ଼ି ଯାଇଥିଲେ, ସେମାନଙ୍କୁ ଏବେ ମାତୃଭାଷାରେ ପଢ଼ି ଆଗକୁ ବଢ଼ିବାର ସୁଯୋଗ ମିଳିବ। ଭାରତର ଉଡ଼ାଣ ଯୋଜନା, ଏହାଦ୍ୱାରା ଦେଶର ଅନେକ ବିମାନ ଘାଟିକୁ ଆମେ ଜୀବନ୍ତ କରି ଦେଲୁ, ନୂତନ ବିମାନ ବନ୍ଦର ନିର୍ମାଣ ହେଲା, ଦୂର- ଦୂରାନ୍ତ ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀ ସହରକୁ ମଧ୍ୟ ଆମେ ଚାଲିଗଲୁ, ଆଉ ଉଡ଼ାଣ ଯୋଜନାରେ ଆମେ ନିର୍ଦ୍ଧାରିତ ଅର୍ଥରେ ଉଡାଜାହାଜରେ ଯାତ୍ରା କରିବାର ଏକ କଳ୍ପନା କଲୁ। ଭାରତର ଉଡ଼ାଣ ଯୋଜନା, ଦେଶର ଭିନ୍ନ- ଭିନ୍ନ କୋଣ -ଅନୁକୋଣକୁ ବିମାନପଥ ସହିତ ଯୋଡ଼ିଛି, ଗରିବଙ୍କୁ ମଧ୍ୟ ଉଡ଼ାଜାହାଜରେ ଯିବାର କ୍ଷମତା ଦେଇଛି। ଆଉ ମୁଁ କହୁଥିଲି ହାୱାଇ ଚପ୍ପଲ ପିନ୍ଧୁଥିବା ଲୋକ ମଧ୍ୟ ଏବେ ଉଡ଼ାଜାହାଜରେ ବସିବେ। ଅର୍ଥାତ ଅନ୍ତର୍ଭୁକ୍ତୀକରଣ ମଧ୍ୟ ହେଉଛି, ଅଭିବୃଦ୍ଧି ମଧ୍ୟ ହେଉଛି, ଏହା ହେଉଛି ତାହାର ପରିଣାମ। ଆଜି ଭାରତରେ ବିମାନ ଚଳାଚଳ କ୍ଷେତ୍ରରେ ଏତେ ଅଭିବୃଦ୍ଧି ହେଉଛି, ଭାରତ ପାଇଁ ଏକ ହଜାରରୁ ଅଧିକ ନୂତନ ଏୟାରକ୍ରାଫ୍ଟ ବୁକ୍ ହୋଇଛି। ଏହି ଦେଶରେ ଏକ ହଜାରରୁ ଅଧିକ ନୂତନ ଏୟାରକ୍ରାଫ୍ଟ କିଣିବ, କାରଣ ଯାତ୍ରୀମାନଙ୍କୁ ଅନ୍ତର୍ଭୁକ୍ତ କରିବାର ଆମର ଯେଉଁ ଅଭିବ୍ୟକ୍ତି ଥିଲା, ହେଉଛି ତାହାର ପରିଣାମ।

ଏବେ ଥର୍ମନ ମହାଶୟ ଯେଉଁ କଥା କହୁଥିଲେ ଯେ ମୁଁ ଗୁଜରାଟରେ ମୁଖ୍ୟତଃ ଯେଉଁ କାର୍ଯ୍ୟ କରୁଥିଲି ଜଳ ଜୀବନ ମିଶନ, ଦେଶର ପ୍ରତ୍ୟେକ ଘର ପାଇପ୍ ଦ୍ୱାରା ଜଳ ଯୋଗାଣ ସହ ଯୋଡ଼ି ହେଉଛି। ପାଇପ୍ ଦ୍ୱାରା ଜଳ ଏବଂ କେବଳ ସେହି ପାଣି ମିଳୁ ନାହିଁ, ତାହାର ମଧ୍ୟ ସମୟ ସଂଚୟ ହେଉଛି ଓ ଅସୁବିଧା ଗୁଡ଼ିକରୁ ମୁକ୍ତି ଦେଉଛି, ଭଲ ସ୍ୱାସ୍ଥ୍ୟ ଅବସ୍ଥା ପାଇଁ ଜଳର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ସମସ୍ତ ଦୃଷ୍ଟିକୋଣରୁ ଏହି ମିଶନ ସାମାଜିକ ଜୀବନରେ ବହୁତ ମହତ୍ୱ ରଖିବା ସହ ପିଲାମାନଙ୍କ ପୁଷ୍ଟି ସାଧନ କ୍ଷେତ୍ର୍ରରେ ପାଣିର ମଧ୍ୟ ସମ୍ବନ୍ଧ ରହିଛି। ଶୁଦ୍ଧ ପାଣି, ପିଇବା ପାଇଁ ଶୁଦ୍ଧ ପାଣି ଏହା ମଧ୍ୟ ପିଲାମାନଙ୍କ ପୁଷ୍ଟି ସାଧନ ପାଇଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆଉ ଆମର ପାଇପ ଦ୍ୱାରା ଜଳ ଅଭିଯାନ ଏହି ପ୍ରସଙ୍ଗର ମଧ୍ୟ ସମାଧାନ କରିବାର ଏକ ମହା ଅଭିଯାନର ହେଉଛି ଏକ ଅଂଶ। କେବଳ ତିନି ବର୍ଷରେ ହିଁ ଏହି ମିଶନ 6 କୋଟିରୁ ଅଧିକ ଘରକୁ ପିଇବା ପାଣିର ସଂଯୋଗ ସହିତ ଯୋଡିଛି । ମୋଟାମୋଟି ଭାବେ ହିସାବ କଲେ ଭାରତରେ 25 ରୁ 27 କୋଟି ଘର ଅଛି, ସେଥି ମଧ୍ୟରୁ 6 କୋଟି ଘରକୁ ପାଣି ପହଁଚାଇ ଦିଆଯାଇଛି। ଏହି ଅନ୍ତର୍ଭୁକ୍ତିକରଣ, ଆଜି ଦେଶର ସାଧାରଣ ମଣିଷ ଜୀବନକୁ ସହଜ କରି ଚାଲିଛି, ତାକୁ ଆଗକୁ ବଢିବାର ସାହସ ପ୍ରଦାନ କରୁଛି। ଆଉ କୌଣସି ମଧ୍ୟ ଦେଶର ବିକାଶରେ ଏହାର କେତେ ବଡ଼ ଗୁରୁତ୍ୱ ରହିଛି, ଏହା ଆପଣ ଆର୍ଥିକ ଜଗତର ଯେଉଁ ଲୋକମାନେ ଏଠାରେ ବସିଛନ୍ତି ସେମାନେ ବେଶ ଭଲ ଭାବେ ଏହି କଥା ଜାଣିଛନ୍ତି।

ମୁଁ ଆପଣମାନଙ୍କୁ ଆଉ ଏକ ଉଦାହରଣ ଦେବି। ଆପଣମାନେ ମଧ୍ୟ ଜାଣିଛନ୍ତି ଆଉ ମୁଁ ଏହା ଦେଖିଛି ଯେ ମିଳିତ ଜାତିସଂଘରେ ମଧ୍ୟ ଏହାର ଚର୍ଚ୍ଚା ହୋଇଥାଏ। ଏସଡିଜିରେ ମଧ୍ୟ ତାହାର ବିକାଶ ଲକ୍ଷ୍ୟରେ ଏହି ପ୍ରସଙ୍ଗ ଉପରେ ଚର୍ଚ୍ଚା ହୋଇଥାଏ ଆଉ ତାହା ହେଉଛି କ’ଣ, ବିଶ୍ୱରେ ଦଶକ ଦଶକ ଧରି ଅନେକ ଦେଶରେ ସମ୍ପତି ଅଧିକାର, ଏହା ବହୁତ ବଡ଼ ପ୍ରସଙ୍ଗ ହୋଇ ରହିଥିଲା। ଆଉ ଯେତେବେଳେ ସମ୍ପତି ଅଧିକାର କଥା କହିବା ସମାଜରେ ଯେଉଁ ଶେଷ ଧାଡିର ଲୋକ ଅଛନ୍ତି, ସେମାନେ ସବୁଠାରୁ ଅଧିକ ଅସୁରକ୍ଷିତ ହୋଇ ପଡିଥାଆନ୍ତି। ସେମାନଙ୍କ ପାଖରେ କୌଣସି ଦସ୍ତାବେଜ ନ ଥାଏ । ସେମାନଙ୍କୁ ସବୁଠାରୁ ଅଧିକ ସମସ୍ୟାର ସମ୍ମୁଖିନ ହେବାକୁ ପଡିଥାଏ । କିନ୍ତୁ ଆପଣମାନେ ଜାଣି ଖୁସି ହେବେ ଯେ, ଭାରତ ଏଦିଗରେ ବହୁତ ଦ୍ରୁତ ଗତିରେ ଯେଉଁ କାର୍ଯ୍ୟ କରିଛି, ତାହା ହେଉଛି ଅଦ୍ଭୁତପୂର୍ବ । ଆଉ ମୁଁ ସ୍ୱୀକାର କରୁଛି ଯେ, ବିଶ୍ୱର ଶିକ୍ଷାବୀତ, ବିଶ୍ୱର ଅର୍ଥନୀତିଜ୍ଞ ଏହି ବିଷୟରେ ଅଧ୍ୟୟନ କରିବେ ଆଉ ବିଶ୍ୱ ସମ୍ମୁଖରେ ଏହି ବିଷୟରେ ଉପସ୍ଥାପନା କରିବେ ଯେ, ସ୍ୱାମିତ୍ୱ ଯୋଜନା ମାଧ୍ୟମରେ ଦେଶର ଗ୍ରାମୀଣ କ୍ଷେତ୍ରରେ ଘର ଏବଂ କୋଠାବାଡିର ମ୍ୟାପିଙ୍ଗର କାର୍ଯ୍ୟ ବ୍ୟାପକ ସ୍ତରରେ ଚାଲିଛି । ଏ ପର୍ଯ୍ୟନ୍ତ ଭାରତରେ ଦେଢ ଲକ୍ଷ ଗାଁରେ ଏହି କାର୍ଯ୍ୟ ଡ୍ରୋନ ସହାୟତାରେ କରାଯାଇଛି। ଡ୍ରୋନ ମାଧ୍ୟମରେ ସର୍ଭେ କରାଯାଉଛି ଏବଂ ଟେକ୍ନୋଲୋଜିର ସଂମ୍ପୂର୍ଣ୍ଣ ପ୍ରୟୋଗ ହେଉଛି, ଆଉ ସମସ୍ତ ପ୍ରକ୍ରିୟା ପ୍ରସ୍ତୁତ ହେବା ସମୟରେ ସାରା ଗାଁର ଲୋକ ସେଠାରେ ଉପସ୍ଥିତ ଥାଆନ୍ତି ଆଉ ଦେଢ ଲକ୍ଷରୁ ଅଧିକ ଗାଁରେ ଡ୍ରୋନ ଯୋଗେ ଏହି ସର୍ଭେ ସଂମ୍ପୂର୍ଣ୍ଣ କରାଯାଇ ସାରିଛି। ଆଉ 37 ହଜାର ବର୍ଗ କିଲୋମିଟର ଜମିର ମ୍ୟାପିଙ୍ଗ କାର୍ଯ୍ୟ ହୋଇ ସାରିଛି ଅର୍ଥାତ ସେହି ଘର ସହିତ ଜଡିତ ସମ୍ପତି ଥିବା 80 ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ସମ୍ପତି କାର୍ଡ ପ୍ରସ୍ତୁତ କରାଯାଇ ସାରିଛି, ଆଉ ତାହା ମଧ୍ୟ ଯାହା ମାଲିକଙ୍କ ସହମତିରେ ହୋଇଛି। ତାଙ୍କ ସହିତ ବିଚାର ଆଲୋଚନା ହୋଇଥାଏ, ତାଙ୍କ ସାହି ପଡିଶାର ଲୋକଙ୍କ ସହିତ ବିଚାର- ଆଲୋଚନା ହୋଇ ଏକ ଦୀର୍ଘ ପ୍ରକ୍ରିୟାର ସମାଧାନ କରାଯାଉଛି। ଏହାର ଅର୍ଥ ଏହା ଯେ, ଏହାଦ୍ୱାରା ଗାଁର ଲୋକଙ୍କୁ ବ୍ୟାଙ୍କରୁ ଋଣ ମିଳିବା ସହଜ ହୋଇଛି, ସେମାନଙ୍କର ଜୀବନ ଏବେ ଆଇନଗତ ବିବାଦରୁ ମୁକ୍ତ ହୋଇଛି।

ସାଥୀଗଣ,

ଆଜି ଭାରତରେ ସଂସ୍କାର ଦ୍ୱାରା ବାଧ୍ୟବାଧକତାରେ ସମାଧାନ ବଦଳରେ ଆପୋଷ ବୁଝାମଣା ମାଧ୍ୟମରେ ସଂସ୍କାର ଦ୍ୱାରା ଆଗାମୀ 25 ବର୍ଷର ରୋଡ ମ୍ୟାପ ପ୍ରସ୍ତୁତ କରୁଛି। ଦେଶ ଯେତେବେଳେ ସ୍ୱାଧୀନତାର 100 ବର୍ଷ ପାଳନ କରିବ ସେତେବେଳେ ଦେଶ କେଉଁଠାରେ ଥିବ, ଏହି ଲକ୍ଷ୍ୟକୁ ନେଇ ଆମେ ଆଜି ରୋଡ ମ୍ୟାପ ପ୍ରସ୍ତୁତ କରି ଆଗକୁ ବଢୁଛୁ। ଦଶକ ପୂର୍ବେ ଦେଶ ଏହା ଦେଖିଥିଲା ଯେତେବେଳେ ବାଧ୍ୟବାଧକତାରେ କୌଣସି ସଂସ୍କାର ହୋଇଥାଏ, ସେତେବେଳେ ତାହାକୁ ଆନୁଷ୍ଠାନିକ କରିବାର ଆଶା ବହୁତ କମ୍ ଥାଏ।

ଯେପରିକି ବାଧ୍ୟବାଧକତା ଶେଷ ହୋଇଥାଏ, ସେହିପରି ସଂସ୍କାରକୁ ମଧ୍ୟ ଭୁଲି ଦିଆଯାଇଥାଏ। ସଂସ୍କାରର ଯେତିକି ଆବଶ୍ୟକତା ରହିଛି, ସେତିକି ଜରୁରୀ ସେହି ବାତାବରଣର ରହିଥାଏ, ପ୍ରେରଣାର ରହିଥାଏ। ପୂର୍ବରୁ ଭାରତରେ ବଡ଼ ସଂସ୍କାର ସେତେବେଳେ ହେଉଥିଲା ଯେତେବେଳେ ସରକାରଙ୍କ ପାଖରେ ଅନ୍ୟ କୌଣସି ରାସ୍ତା ନ ଥାଏ। ଆମେ ସଂସ୍କାରକୁ ଏକ ଆବଶ୍ୟକ ମନ୍ଦ ବୋଲି ବିବେଚନା କରୁ ନାହିଁ ବରଂ ବିଜୟ- ପସନ୍ଦ ଭାବେ ଗଣନା କରିଥାଉ, ଯେଉଁଥିରେ ରାଷ୍ଟ୍ର ହିତ ମଧ୍ୟ ଥାଏ, ଜନ ହିତ ମଧ୍ୟ ଥାଏ। ଏଥି ପାଇଁ ବିଗତ 8 ବର୍ଷରେ ଆମେ ଯାହା ମଧ୍ୟ ସଂସ୍କାର କରିଛୁ, ତାହା ନୂତନ ସଂସ୍କାର ପାଇଁ ପଥ ପ୍ରସ୍ତୁତ କରିଛି। ଅରୁଣ ମହାଶୟ ଆଜି ଯେଉଁଠାରେ ଥିବେ, ସେ ସନ୍ତୁଷ୍ଟ ହେଉଥିବେ ଯେ ଯେଉଁ ମିଶନରେ ଭାଗିଦାରୀ ରହିବ, ତାହାର ଲାଭ ଆଜି ଦେଶକୁ ମିଳୁଛି। ଜିଏସଟି ହେଉ ଅବା ଆଇବିସି, ଏହାକୁ ନେଇ ବର୍ଷ-ବର୍ଷ ଧରି ଚର୍ଚ୍ଚା ହେଲା, ଆଜି ସେମାନଙ୍କର ସଫଳତା ଆମ ସାମ୍ନାରେ ଅଛି। କମ୍ପାନୀ ଗୁଡିକର ଆଇନକୁ ରଦ୍ଦ କରିବା ହେଉ, କର୍ପୋରେଟ ଟ୍ୟାକ୍ସ ପ୍ରତିଦ୍ୱନ୍ଦିତାମୂଳକ କରିବା ହେଉ, ମହାକାଶ, କୋଇଲା ଖଣି ଏବଂ ଆଣବିକ କ୍ଷେତ୍ରକୁ ଉନ୍ମୁକ୍ତ କରିବା ହେଉ, ଏଭଳି ଅନେକ ସଂସ୍କାର ଆଜି ଏକବିଂଶ ଶତାବ୍ଦୀରେ ହେଉଛି ଭାରତର ସତ୍ୟତା।

ସାଥୀଗଣ,

ଆମର ନୀତି ହେଉଛି ଲୋକଙ୍କ ମତ ଉପରେ ଆଧାରିତ । ଆମେ ଅଧିକରୁ ଅଧିକ ଲୋକଙ୍କୁ ଶୁଣୁଛୁ, ସେମାନଙ୍କର ଆବଶ୍ୟକତା, ସେମାନଙ୍କର ଆକାଂକ୍ଷାକୁ ବୁଝୁଛୁ। ସେଥିପାଇଁ ଆମେ ନୀତିକୁ କାହା ଚାପରେ ଆସିବାକୁ ଦେଉନାହୁଁ । ଜନମତ ଅନୁସାରେ ନିଷ୍ପତିକୁ ଅଧିକ ଜନକୈନ୍ଦ୍ରିକ କରିବା ଏବଂ ଅସ୍ତ୍ର ପରିତ୍ୟାଗ କରିବାରେ କ’ଣ ପ୍ରଭେଦ ଥାଏ, ଏହା କୋଭିଡ଼ ସମୟରେ ହିନ୍ଦୁସ୍ତାନ ଦେଖିଛି, କେବଳ ଦେଖିନାହିଁ, ବରଂ ସମଗ୍ର ବିଶ୍ୱକୁ ଦେଖାଇଛି । ବଡ଼- ବଡ଼ ଅର୍ଥଶାସ୍ତ୍ରୀ ମହାମାରୀ ସମୟରେ କ’ଣ କହୁଥିଲେ, ଯେତେବେଳେ ମହାମାରୀ ଆସିଲା, ସେତେବେଳେ ସାରା ବିଶ୍ୱ ବଡ଼ ଧରଣର ପ୍ୟାକେଜ ମାଧ୍ୟମରେ ସଂସ୍କାର ପାଇଁ ଏକ ଜନ କୈନ୍ଦ୍ରିକ ଚାପ ରହିଥିଲା, ଆମର ମଧ୍ୟ ସମାଲୋଚନା ହୋଇଥିଲା । ଏମାନେ କିଛି କରୁ ନାହାଁନ୍ତି, କିଛି ଦେଖୁ ନାହାଁନ୍ତି, ଜଣାନାହିଁ ଆମ ବିଷୟରେ କେତେ କ’ଣ ସବୁ କୁହାଗଲା। ଏହା ମଧ୍ୟ କୁହାଗଲା ଯେ ଲୋକମାନେ ଏହା ଚାହୁଁଛନ୍ତି, ବିଶେଷଜ୍ଞ ଏହା ଚାହୁଁଛନ୍ତି, ବଡ଼ ବଡ଼ ବିଦ୍ୱାନ ଏହା ଚାହୁଁଛନ୍ତି, କିନ୍ତୁ ଭାରତ କାହା ଚାପରେ ଆସିଲା ନାହିଁ। ସେ ଏକ ଭିନ୍ନ ଅଭିବ୍ୟକ୍ତି ଆପଣାଇଲା ଆଉ ବହୁତ ବୁଦ୍ଧିମାନର ସହିତ ଶାନ୍ତ ମନରେ ଆପଣାଇଲା । ଆମେ ପ୍ରଥମେ ଏହି ଅଭିବ୍ୟକ୍ତି ସହିତ ଗରିବ ଲୋକଙ୍କୁ ସୁରକ୍ଷା ଦେଲୁ, ମହିଳାମାନଙ୍କ ଉପରେ, କୃଷକମାନଙ୍କ ଉପରେ, ଏମଏସଏମଇ ଉପରେ ଧ୍ୟାନ ଦେଲୁ । ଆମେ ଏଥିପାଇଁ ଭିନ୍ନ କରି ପାରିଲୁ କାରଣ ଜନତାଙ୍କ ସମର୍ଥନ ଅର୍ଥାତ ଜନତା କ’ଣ ଚାହୁଁଛନ୍ତି, ସେମାନଙ୍କର କ’ଣ ଚିନ୍ତା ଅଛି, ତାହା ଅନୁଭବ କଲୁ। ଏଥିପାଇଁ ଭାରତର ପୁନଃସଂରଚନା ଏବଂ ଅବଶିଷ୍ଟ ବିଶ୍ୱର ପୁନଃସଂରଚନାରେ ଯାହା ପ୍ରଭେଦ ରହିଛି, ତାହା ଆମେ ସ୍ପଷ୍ଟ ଦେଖିପାରୁଛୁ।

ସାଥୀଗଣ,

ମୁଁ ସର୍ବଦା ସର୍ବନିମ୍ନ ସରକାର ଓ ସର୍ବାଧିକ ପ୍ରଶାସନ ବିଷୟରେ ଅନୁରୋଧ କରି ଆସୁଛି। ଆମ ସରକାର ଏଭଳି ଦେଢ଼ ହଜାର ଆଇନକୁ ସମାପ୍ତ କରି ଦେଇଛନ୍ତି, ଯାହା ଲୋକଙ୍କ ଜୀବନରେ ଅନାବଶ୍ୟକ ଭାବରେ ଦଖଲ ଆଣୁଥିଲା। ଆଉ ମୋର ମନେଅଛି 2013ରେ ଯେତେବେଳେ ଭାରତୀୟ ଜନତା ପାର୍ଟି ମୋତେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣ କରିଥିଲା, 2014ରେ ନିର୍ବାଚନ ହେବାକୁ ଥିଲା, ଏହି ଦିଲ୍ଲୀରେ ହିଁ ବ୍ୟବସାୟ ଜଗତର ଲୋକେ ମୋତେ କାର୍ଯକ୍ରମକୁ ଡାକିଥିଲେ ଆଉ ତାହା ବେଶ ଭାବ ଗମ୍ଭୀର ବାତାବରଣରେ ଥିଲା। କ’ଣ କରିବେ, କେତେ କରିବେ, ଅମୁକ କରିବେ ଏମିତି ସବୁକିଛି ପଚାରୁଥିଲେ ଏହି ଆଇନ ପ୍ରସ୍ତୁତ କରିବେ ନାହିଁ, ଏଭଳି ଆଇନ କରିବେ, ଏହିଭଳି ବଡ଼- ବଡ଼ ଚାପ ଥିଲା, ପ୍ରାର୍ଥୀ ଥିଲି, ନିର୍ବାଚନର ସମୟ ଥିଲା ତେଣୁ ଆମେ ମଧ୍ୟ ଟିକେ। ମୁଁ କହିଲି ଦେଖନ୍ତୁ ଆପଣମାନେ ଆଇନ କରିବାକୁ ଚାହୁଁଛନ୍ତି, ମୁଁ ଆପଣମାନଙ୍କୁ ଏକ ପ୍ରତିଶ୍ରୁତି ଦେଉଛି ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଆଇନର ଅନ୍ତ ଘଟାଇବି, ନୂଆ ଆଇନ ପ୍ରସ୍ତୁତ କରିବାର ଗ୍ୟାରେଂଟି ଦେଉନାହିଁ, ଶେଷ କରିବି। ଆଉ ପ୍ରଥମ ୫ ବର୍ଷରେ ଦେଢ଼ ହଜାର ଆଇନ ଶେଷ କରିବାର କାମ କରି ଦେଲୁ ସାଥୀଗଣ, ଯାହା ସାଧାରଣ ଜନତାଙ୍କ ପାଇଁ ବୋଝ ପାଲଟି ଯାଇଥିଲା।

ସାଥୀଗଣ,

ଆପଣମାନେ ଜାଣି ଖୁସି ହେବେ, ଆମ ସରକାର 30 ହଜାରରୁ ଅଧିକ ଅର୍ଥାତ ସଂଖ୍ୟାକୁ ନେଇ ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, 30 ହଜାରରୁ ଅଧିକ ଏଭଳି ପ୍ରତିବନ୍ଧକକୁ କମ୍ କରି ଦେଇଛୁ, ଯାହା ବ୍ୟବସାୟ ସୁଗମତା ଏବଂ ସହାବସ୍ଥାନ ସୁଗମତାରେ ପ୍ରତିବନ୍ଧକ ସୃଷ୍ଟି କରୁଥିଲେ। 30,000 ପ୍ରତିବନ୍ଧକର ଅନ୍ତ କରିଦେବା ଅର୍ଥାତ ଜନତା ଜନାର୍ଦ୍ଦନଙ୍କ ଉପରେ କେତେ ବିଶ୍ୱାସ କରିବାର ଯୁଗ ଆସି ଯାଇଛି, ତାହାର ପରିଣାମ ହେଉଛି ଯେ ଆମେ ପ୍ରତିବନ୍ଧକ ବୋଝରୁ ଜନତାଙ୍କୁ ମୁକ୍ତ କରି ଦେଇଛୁ। ଆଉ ମୁଁ ଲାଲକିଲ୍ଲାରୁ କହିଥିଲି ଯେ ମୁଁ ଚାହୁଁଛି ସରକାର ଲୋକଙ୍କ ଜୀବନରେ ଦଖଲ ଦେବାରୁ ଯେତେ ବାହାରକୁ ଚାଲିଯିବେ ଆମକୁ ଚାଲି ଯିବାର ଅଛି। ଲୋକଙ୍କ ଜୀବନରେ ସରକାର ସରକାର ସରକାର, ସରକାରଙ୍କ ପ୍ରଭାବ ଅତି କମ୍ ହେଉ କିନ୍ତୁ ଯେଉଁମାନଙ୍କୁ ସରକାରଙ୍କର ଆବଶ୍ୟକତା ରହିଛି ସେମାନଙ୍କୁ ସରକାରଙ୍କର ଅଭାବ ହେବାକୁ ଦିଆ ନ ଯାଉ। ଉଭୟ ବିଷୟକୁ ନେଇ ଆମେ ଚାଲିବାର ପ୍ରୟାସ କରିଛୁ। ଆଜି ମୋତେ ଆପଣମାନଙ୍କୁ କହିବାରେ ବହୁତ ସନ୍ତୋଷ ଅନୁଭବ ହେଉଛି ଯେ ସର୍ବନିମ୍ନ ସରକାରର ଅଭିବ୍ୟକ୍ତି ସର୍ବାଧିକ ପରିଣାମ ଏବଂ ଫଳାଫଳ ମଧ୍ୟ ଦେଉଛି। ଆମେ ବହୁତ ଦ୍ରୁତ ଗତିରେ ନିଜ ଦକ୍ଷତାର ବିସ୍ତାର କରୁଛୁ ଆଉ ଏହାର ଫଳାଫଳ ଆପଣଙ୍କ ସାମ୍ନାରେ ଅଛି । କୋଭିଡ଼ ଟିକାକରଣର ହିଁ ଉଦାହରଣ ନିଅନ୍ତୁ । ଆମ ଦେଶର ଘରୋଇ କ୍ଷେତ୍ର ମଧ୍ୟ ବହୁତ ଭଲ ଭାବରେ କାର୍ଯ୍ୟ କରିଛନ୍ତି, କିନ୍ତୁ ସେମାନଙ୍କ ପଛରେ ଭାଗିଦାରୀ ବିକାଶ ଭାବେ ସରକାରଙ୍କ ସମସ୍ତ ଶକ୍ତି ଠିଆ ହୋଇଥିଲା। ଭୂତାଣୁ ଚିହ୍ନଟ ଠାରୁ ଦ୍ରୁତ ପରୀକ୍ଷଣ ପର୍ଯ୍ୟନ୍ତ, ପାଣ୍ଠି ଯୋଗାଣ ଠାରୁ ନେଇ ଦ୍ରୁତ ଗତିରେ କାର୍ଯ୍ୟକାରୀ କରିବା ପର୍ଯ୍ୟନ୍ତ, ଯେଉଁ କମ୍ପାନୀଗୁଡ଼ିକ ଟିକା ନିର୍ମାଣ କରୁଥିଲେ, ସେମାନଙ୍କୁ ସରକାରଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିଲା। ଆଉ ଏକ ଉଦାହରଣ ଆମର ମହାକାଶ ଇକୋ ସିଷ୍ଟମ ସହିତ ରହିଛି । ଏହି କ୍ଷେତ୍ରରେ ମଧ୍ୟ ଆମର ଘରୋଇ କ୍ଷେତ୍ରର ଇକୋ ସିଷ୍ଟମ ବହୁତ ଭଲ ଭାବେ କାର୍ଯ୍ୟ କରୁଛି । କିନ୍ତୁ ସେମାନଙ୍କ ପଛରେ ମଧ୍ୟ ଭାଗିଦାରୀ ବିକାଶ ଭାବେ ସରକାରଙ୍କର ସମ୍ପୂର୍ଣ୍ଣ ଶକ୍ତି ରହିଛି, ଯାହା ତାଙ୍କୁ ପ୍ରତ୍ୟେକ ସୁବିଧା ଏବଂ ତଥ୍ୟ ଉପଲବ୍ଧ କରାଇବାରେ ସହାୟତା କରୁଛି । ଆଜି ଯେତେବେଳେ ଆମେ ଭାରତର ଡିଜିଟାଲ କାରବାରର ଇକୋ ସିଷ୍ଟମର ଉଦାହରଣ ନେଉଛେ, ସେତେବେଳେ ଆମର ଏଠାରେ ଫିନଟେକ୍ ସହିତ ହିଁ ଡିଜିଟାଲ କାରବାର ସହିତ ଜଡ଼ିତ ଅନେକ କମ୍ପାନୀ ଅଛନ୍ତି। କିନ୍ତୁ ସେଠାରେ ମଧ୍ୟ ଦେଖିବା ତ ସେମାନଙ୍କ ପଛରେ ଜାମ (ଜେଏଏମ)ର ସମାବେଶ, ରୂପେ, ୟୁପିଆଇ ଏବଂ ସହଯୋଗୀ ନୀତିର ସୁଦୃଢ଼ ଆଧାର ରହିଛି। ଏଠାରେ ମୁଁ କେବଳ କିଛି ଉଦାହରଣ ଆପଣମାନଙ୍କ ସାମ୍ନାରେ ରଖିଛି କିନ୍ତୁ ଏହାକୁ ମୁଁ ସମଗ୍ର ବିଶ୍ୱ ପାଇଁ ଏକ ଗବେଷଣାର ବିଷୟ ବୋଲି ଭାବୁଛି, ବିଶ୍ୱର ଶିକ୍ଷାବୀତମାନଙ୍କୁ ଗଭୀରତାର ସହିତ ଜ୍ଞାନ ଆହରଣ କରିବା ପାଇଁ ବଳ ଦେଉଛି। ସାରା ବିଶ୍ୱର ଅର୍ଥନୀତିଜ୍ଞଙ୍କୁ ମୁଁ ନିମନ୍ତ୍ରଣ କରୁଛି, ଆସନ୍ତୁ ଏହାକୁ ଅତି ସୂକ୍ଷ୍ମତାର ସହିତ ଦେଖନ୍ତୁ । ଏହି ବିଶାଳ ଦେଶରେ ଅନେକ ବିବିଧ ଆବଶ୍ୟକତା ରହିଛି, ଏହିସବୁ ସତ୍ୱେ ମଧ୍ୟ ଆମେ କିଭଳି ଭାବେ ଆଗକୁ ବଢ଼ିଛୁ। ଏକ ପ୍ରକାରରେ ଦେଖିବା ତେବେ ଏବେ କେବଳ ଘରୋଇ କ୍ଷେତ୍ର ଅବା ସରକାରୀ ଶାଖା ଥିବା ବିଭିନ୍ନ ମଡେଲର କଥା ଏବେ ପୁରୁଣା ହୋଇ ଯାଇଛି। ଏବେ ସମୟ ଆସିଛି ସରକାରୀ ଘରୋଇ ଭାଗିଦାରୀରେ ବିକାଶକୁ ଆଧାର କରି ସେମାନଙ୍କୁ ପ୍ରୋତ୍ସାହିତ କରାଯାଉ ଆଉ ଆମେ ଏହି ଦିଗରେ ଆଗକୁ ବଢ଼ୁଛୁ।

ସାଥୀଗଣ,

ସମସ୍ତଙ୍କୁ ସାଥୀରେ ନେଇ ଚାଲିବା ଦେଶର ସରକାରୀ ଏବଂ ଘରୋଇ, ଉଭୟ କ୍ଷେତ୍ର ଉପରେ ଭରସା କରିବାର ଏହି ଉତ୍ସାହ ରହିଛି, ଯାହାଦ୍ୱାରା ଆଜି ଭାରତରେ ଅଭିବୃଦ୍ଧି ପାଇଁ ଅଦ୍ଭୁତ ଉତ୍ସାହ ଦେଖିବାକୁ ମିଳୁଛି। ଆଜି ଆମର ରପ୍ତାନୀ ନୂତନ ରେକର୍ଡ ସୃଷ୍ଟି କରୁଛି । ସେବା କ୍ଷେତ୍ର ମଧ୍ୟ ଦ୍ରୁତ ଗତିରେ ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଛି। ପିଏଲଆଇ ଯୋଜନାର ପ୍ରଭାବ ବିନିର୍ମାଣ କ୍ଷେତ୍ରରେ ଦେଖିବାକୁ ମିଳୁଛି । ମୋବାଇଲ ଫୋନ ସହିତ ସମ୍ପୂର୍ଣ୍ଣ ଇଲେକଟ୍ରୋନିକ ବିନିର୍ମାଣ କ୍ଷେତ୍ରରେ ଅନେକ ଗୁଣ ବୃଦ୍ଧି ହୋଇଛି । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେତେବେଳେ ଏହି କରୋନା କାଳରେ ମୁଁ ଖେଳଣା ନିର୍ମାଣକୁ ନେଇ ସମ୍ମିଳନୀ କରିଥିଲି, ଖେଳଣା, ତେବେ ଅନେକ ଲୋକଙ୍କୁ ଲାଗିଲା ଯେ ଇଏ କିଭଳି ପିଏମ, କେବେ ଝାଡ଼ୁ କଥା କହୁଛନ୍ତି, ସ୍ୱଚ୍ଛତା କଥା କହୁଛନ୍ତି, ଶୌଚାଳୟ କଥା କହୁଛନ୍ତି ଆଉ ଏବେ ସେ ଖେଳଣା କଥା କହୁଛନ୍ତି। ଅନେକ ଲୋକଙ୍କୁ ଏହାର କାରଣ ଜଣା ନଥିଲା, କାରଣ ଏ ପର୍ଯ୍ୟନ୍ତ ସେମାନେ ସେହି ବଡ଼- ବଡ଼ କଥାରେ ଫସି ରହୁଥିଲେ, ତେଣୁ ମୋ କଥା ସେମାନଙ୍କୁ ହଜମ ହେଉ ନ ଥିଲା। କେବଳ ଖେଳଣା ଉପରେ ମୁଁ ଧ୍ୟାନ ଦେଲି, ଖେଳଣା ତିଆରି କରୁଥିବା ଲୋକଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କଲି, ଟେକ୍ନୋଲୋଜି ଉପରେ ଧ୍ୟାନ ଦେଲି, ନବସୃଜନ ଉପରେ ଧ୍ୟାନ ଦେଲି, ଅର୍ଥନୈତିକ କ୍ଷେତ୍ର ଉପରେ ଧ୍ୟାନ ଦେଲି। ଏବେ ତ ଦୁଇ ବର୍ଷ ହିଁ ପୂରଣ ହୋଇ ନାହିଁ, ମୋ ଦେଶବାସୀ ଗର୍ବ କରିବେ ଯେ ଖେଳଣାର ଆମଦାନୀ ଏତେ କମ୍ ସମୟ ମଧ୍ୟରେ ଏତେ ହ୍ରାସ ପାଇଲା, ନଚେତ ଆମ ଘରେ- ଘରେ ବିଦେଶୀ ଖେଳଣା ରହୁଥିଲା । ଏତେ ଆମଦାନୀ କମ୍ ହେଲା ଯେ, କେବଳ ଏତିକି ହିଁ ନୁହେଁ, ଯେତେ ସବୁ ଖେଳଣା ଭାରତକୁ ଆମଦାନୀ ହେଉ ଥିଲା ତା’ଠାରୁ ଅଧିକ ଆଜି ବିଦେଶକୁ ରପ୍ତାନୀ ହେବାରେ ଲାଗିଛି। ଅର୍ଥାତ କେତେ ବଡ଼ ସାମର୍ଥ୍ୟ ଗ୍ରହଣ କରାଯାଇ ପାରିଲା, ଯେପରି ଆପଣ କହୁଥିଲେ ପର୍ଯ୍ୟଟନ, ମୁଁ ଆପଣଙ୍କ ସହିତ ସହମତ, ଭାରତରେ ପର୍ଯ୍ୟଟନର ଏତେ ଅପାର ସମ୍ଭାବନା ରହିଛି କିନ୍ତୁ ଆମେ ଗୋଟିଏ ଜାଗାରେ ଅଟକି ଯାଇଥିଲେ, ହିନ୍ଦୁସ୍ତାନକୁ ସମ୍ପୂର୍ଣ୍ଣ ଭାବେ ବିଶ୍ୱ ସାମ୍ନାରେ ନେଇ ଯିବାକୁ, କେଜାଣି କାହିଁକି ଆମେ ଏଭଳି ମାନସିକତା ଭିତରେ ରହି ଯାଇଥିଲେ। ବିଦେଶରୁ ଯେଉଁ ଅତିଥି ଭାରତ ଆସୁଛନ୍ତି, ସେମାନଙ୍କୁ ହିନ୍ଦୁସ୍ତାନର କୌଣସି ନା କୌଣସି ସ୍ଥାନକୁ ଯିବା ପାଇଁ ଅନୁରୋଧ କରୁଛି, ବୋଧହୁଏ ମୋ ପର୍ଯ୍ୟଟନକୁ, ଚଳିତ ଥର ଆମେ 75ଟି ଐତିହ୍ୟ ସ୍ଥଳରେ ଯୋଗ କାର୍ଯ୍ୟକ୍ରମ କଲୁ ଯାହାଦ୍ୱାରା ଜଣା ପଡ଼ିଲା ଯେ ପର୍ଯ୍ୟଟନର ଏପରି ସ୍ଥଳ ଆମର ଏଠାରେ ଅଛି। ପର୍ଯ୍ୟଟନର ସମ୍ଭାବନା, ଆପଣ ସଠିକ୍ କଥା କହିଲେ ସାରା ବିଶ୍ୱରେ ଭାରତ ବହୁତ ବଡ଼ ଆକର୍ଷଣର କେନ୍ଦ୍ର ହୋଇ ପାରିବ।

ସାଥୀଗଣ,

ଆମର ଡିଜିଟାଲ ଅର୍ଥନୀତି ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଛି। ଫିଜିକାଲ ଏବଂ ଡିଜିଟାଲ ଭିତିଭୂମିରେ ରେକର୍ଡ ସଂଖ୍ୟାରେ ନିବେଶ ହେଉଛି। ଅର୍ଥାତ ଆମର ଅଭିବୃଦ୍ଧି ଇଂଜିନ ସହିତ ଜଡ଼ିତ ପ୍ରତ୍ୟେକ କ୍ଷେତ୍ର ଆଜି ସମ୍ପୂର୍ଣ୍ଣ କ୍ଷମତାର ସହିତ ଚାଲୁ ରହିଛି।

ସାଥୀଗଣ,

ସ୍ୱାଧୀନତାର ଅମୃତ କାଳ, ଭାରତ ପାଇଁ ଅଗଣିତ ସୁଯୋଗ ନେଇକରି ଆସୁଛି। ଆମର ଦୃଢ଼ ବିଶ୍ୱାସ ରହିଛି ଆମର ଅଟଳ ଲକ୍ଷ୍ୟ ରହିଛି। ମୋର ବିଶ୍ୱାସ, ଯେ ଆମେ ଆମର ସଂକଳ୍ପକୁ ସିଦ୍ଧ କରିବା, ଏକବିଂଶ ଶତାବ୍ଦୀରେ ସେହି ଶିଖରକୁ ପ୍ରାପ୍ତ କରିବା, ଭାରତ ହେଉଛି ଯାହାର ହକଦାର। ଆଉ ଯେପରି ଥର୍ମନ ମହାଶୟ କିଛି ଆହ୍ୱାନ ସମ୍ପର୍କରେ କହୁଥିଲେ, ମୁଁ ମାନୁଛି ଆହ୍ୱାନ ଗୁଡ଼ିକ ଅଛି କିନ୍ତୁ ଯଦି ଆହ୍ୱାନ ଅଛି ତେବେ 130 କୋଟିର ସମାଧାନ ମଧ୍ୟ ଅଛି, ଏହା ମୋର ବିଶ୍ୱାସ ଯେ, ସେହି ବିଶ୍ୱାସକୁ ନେଇ ଆହ୍ୱାନ ଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବାର ସଂକଳ୍ପ ନେଇ ଆମେ ଚାଲୁଛୁ ଆଉ ସେଥିପାଇଁ ଆମେ ଅନ୍ତର୍ଭୁକ୍ତିକରଣର ପଥ ବାଛିଛୁ ଆଉ ସେହି ରାସ୍ତାରେ ଅଭିବୃଦ୍ଧି ହାସଲ କରିବାର ଉଦ୍ଦେଶ୍ୟ ରଖିଛୁ। ପୁଣି ଥରେ ଅରୁଣ ମହାଶୟଙ୍କୁ ସ୍ମରଣ କରି, ମୁଁ ମୋର ବାଣୀକୁ ବିରାମ ଦେଉଛି। ଥର୍ମନ ମହାଶୟଙ୍କୁ ବିଶେଷ ଭାବେ ଶୁଭେଚ୍ଛା ଜଣାଉଛି। ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟର ସହିତ ବହୁତ- ବହୁତ କୃତଜ୍ଞତା ଜଣାଉଛି।

ଧନ୍ୟବାଦ!

*****

AH


(Release ID: 1840632) Visitor Counter : 161