ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ରାଜ୍ୟସଭାର ନୂତନ ମନୋନୀତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

Posted On: 06 JUL 2022 9:42PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟସଭାକୁ ମନୋନିତ ହୋଇଥିବା ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଆଥଲେଟ୍ ପି.ଟି ଉଷା, ସଙ୍ଗୀତକାର ଇଲିୟାରାଜା, ମାନବପ୍ରେମୀ ତଥା ସାମାଜିକ କର୍ମୀ ଶ୍ରୀ ବୀରେନ୍ଦ୍ର ହେଗଡେ, ଚଳଚ୍ଚିତ୍ର ନିର୍ଦ୍ଦେଶକ ତଥା ଲେଖକ ଶ୍ରୀ ଭି ବିଜୟେନ୍ଦ୍ର ପ୍ରସାଦ ଗାରୁ ଆଦି ରାଜ୍ୟସଭା ପାଇଁ ମନୋନିତ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ୍‍ କରିଛନ୍ତି;

“ଉଲ୍ଲେଖନୀୟ ପି ଟି ଉଷା ଜୀ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ପ୍ରେରଣା । କ୍ରୀଡ଼ାରେ ତାଙ୍କର ସଫଳତା ବହୁ ଜଣାଶୁଣା କିନ୍ତୁ ଗତ କିଛି ବର୍ଷ ମଧ୍ୟରେ  ଆଗକୁ ବଢୁଥିବା ଆଥଲେଟ୍ ମାନଙ୍କୁ ମାର୍ଗଦର୍ଶନ କରିବା ତାଙ୍କର କାମ । ରାଜ୍ୟସଭା ପାଇଁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।”

“ସଫଳ ସୃଜନଶୀଳ ପ୍ରତିଭା ଇଲିୟାରାଜା ଜୀ ସବୁ ପୀଢିର ଲୋକଙ୍କୁ ଆକର୍ଷିତ କରିପାରିଛନ୍ତି । ତାଙ୍କର ରଚନାଗୁଡିକ ଅନେକ ଭାବନାକୁ ସୁନ୍ଦର ଭାବରେ ପ୍ରତିଫଳିତ କରିଥାଏ । ସମସ୍ତଙ୍କ ପାଇଁ ପ୍ରେରଣାଦାୟକ ହେଉଛି ତାଙ୍କ ଜୀବନ ଯାତ୍ରା- ସେ ଏକ ସାଧାରଣ ପୃଷ୍ଠଭୂମିରୁ ଉଠିଥିଲେ ଏବଂ ବହୁତ କିଛି ହାସଲ କରିଥିଲେ । ଆନନ୍ଦର କଥା ଯେ ସେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି ।”

“ଉଲ୍ଲେଖନୀୟ ସମାଜ ସେବା କ୍ଷେତ୍ରରେ ଶ୍ରୀ ବୀରେନ୍ଦ୍ର ହେଗଡେ ଜୀ ଆଗରେ ଅଛନ୍ତି । ମୁଁ ଧର୍ମଶାଳା ମନ୍ଦିରରେ ପ୍ରାର୍ଥନା କରିବାର ସୁଯୋଗ ପାଇଛି ଏବଂ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସଂସ୍କୃତି କ୍ଷେତ୍ରରେ ସେ କରୁଥିବା ମହତ କାର୍ଯ୍ୟର ସାକ୍ଷୀ ମଧ୍ୟ ରହିଛନ୍ତି । ସେ ନିଶ୍ଚିତ ଭାବରେ ସଂସଦୀୟ କାର୍ଯ୍ୟକୁ ସମୃଦ୍ଧ କରିବେ ।”

“ଶ୍ରୀ ଭି ବିଜୟେନ୍ଦ୍ର ପ୍ରସାଦ ଗାରୁ ଦଶନ୍ଧି ଧରି ସୃଜନଶୀଳ ଜଗତ ସହ ଜଡିତ ରହିଛନ୍ତି । ତାଙ୍କର ରଚନା ଭାରତର ଗୌରମମୟ ସଂସ୍କୃତିକୁ ଦର୍ଶାଉଛି ଏବଂ ସର୍ବଭାରତୀୟ ସ୍ତରରେ ଏକ ପରିଚୟ ସୃଷ୍ଟି କରିଛି । ରାଜ୍ୟସଭାକୁ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ।”





HS



(Release ID: 1839778) Visitor Counter : 102