ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେଙ୍ଗାଲୁରୁରେ ବୋସ୍ ସ୍ମାର୍ଟ କ୍ୟାମ୍ପସ୍ ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
30 JUN 2022 12:55PM by PIB Bhubaneshwar
ବୋସ୍ ଇଣ୍ଡିଆ ଦଳର ସମସ୍ତ ସଦସ୍ୟ,
ପ୍ରିୟ ବନ୍ଧୁଗଣ, ନମସ୍କାର!
୧୦୦ ବର୍ଷ ପୂରଣ କରିଥିବାରୁ ବୋସ୍ ଇଣ୍ଡିଆକୁ ଅଭିନନ୍ଦନ । ଉଭୟ ଭାରତ ଏବଂ ବୋସ୍ ଇଣ୍ଡିଆ ପାଇଁ ଏହା ଏକ ବିଶେଷ ବର୍ଷ । ଆମ ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ କରୁଛି ଏବଂ ଆପଣ ଭାରତରେ ଆପଣଙ୍କ ଉପସ୍ଥିତିର ଏକ ଶତାବ୍ଦୀ ପାଳନ କରୁଛନ୍ତି । ବୋସ୍ ସ୍ମାର୍ଟ କ୍ୟାମ୍ପସ୍ ଉଦଘାଟନ କରି ମୁଁ ମଧ୍ୟ ଖୁସି । ଏହି କ୍ୟାମ୍ପସ ନିଶ୍ଚିତ ଭାବରେ ଭାରତ ଏବଂ ବିଶ୍ୱ ପାଇଁ ଭବିଷ୍ୟତର ଉତ୍ପାଦ ଏବଂ ସମାଧାନ ବିକାଶରେ ଅଗ୍ରଣୀ ହେବ । ଅକ୍ଟୋବର ୨୦୧୫ ରେ, ଚାନସେଲର ମର୍କେଲଙ୍କ ସହ ବେଙ୍ଗାଲୁରୁର ବୋସ୍ ସୁବିଧା ପରିଦର୍ଶନ କରିବାର ସୁଯୋଗ ପାଇଥିଲି । ମୁଁ ସେଠାରେ ପ୍ରଥମେ ଅଭିନବ କାର୍ଯ୍ୟ ହେଉଥିବା ଦେଖିଲି । ସମାନ ଆନନ୍ଦଦାୟକ ଥିଲା ଦ୍ୱ÷ତ ଶିକ୍ଷା ପଦ୍ଧତି ଯାହା ବୋସ୍ ଯୁବକମାନଙ୍କୁ ଦକ୍ଷ କରିବା ପାଇଁ ବ୍ୟବହାର କରେ ।
ବନ୍ଧୁଗଣ,
ଏହା ହେଉଛି ଜ୍ଞାନକୌଶଳର ଯୁଗ । ଆମେ ସମସ୍ତେ ଗତ ଦୁଇ ବର୍ଷ ମଧ୍ୟରେ ଜ୍ଞାନକୌଶଳର ଉପକାର ଦେଖିଛୁ ଯେତେବେଳେ ଏକ ଶତାବ୍ଦୀ ମଧ୍ୟରେ ବିଶ୍ୱ ସବୁଠୁ ବଡ ମହାମାରୀ ସହ ଲଢିଛି । ତେଣୁ, ବୈଷୟିକ ଏବଂ ନବସୃଜନ କ୍ଷେତ୍ରରେ ଆହୁରି ବିନିଯୋଗ କରିବା ଜରୁରୀ ଅଟେ । ମୁଁ ଖୁସି ଯେ ବୋସ୍ ଇଣ୍ଡିଆ କେବଳ ନବସୃଜନ ଉପରେ ନୁହେଁ ବରଂ ଏହାକୁ ଆଗକୁ ନେବାରେ ମଧ୍ୟ କାର୍ଯ୍ୟ କରିଛି । ଏହାର ଏକ ପ୍ରମୁଖ ସ୍ତମ୍ଭ ମଧ୍ୟ ସ୍ଥିରତା ହେବ । ଗତ ୮ ବର୍ଷ ମଧ୍ୟରେ ସୌର ଶକ୍ତିର ସ୍ଥାପନ କ୍ଷମତା ପ୍ରାୟ ୨୦ ଗୁଣ ବୃଦ୍ଧି ସହିତ ଭାରତର ଅଭିବୃଦ୍ଧି ସବୁଜ ହେବାରେ ଲାଗିଛି । ମୋତେ କୁହାଯାଇଥିଲା ଯେ ବୋସ୍ ଉଭୟ ଭାରତ ତଥା ଭାରତ ବାହାରେ କାର୍ବନ ନିରପେକ୍ଷତା ହାସଲ କରିଛନ୍ତି । ଏହା ଅତ୍ୟନ୍ତ ପ୍ରେରଣାଦାୟକ ।
ବନ୍ଧୁଗଣ,
ଆଜି ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ମଧ୍ୟରେ ରହିଛି । ଗତ ଦୁଇ ବର୍ଷ ମଧ୍ୟରେ ନିବେଶ ବୃଦ୍ଧି ପାଇଛି । ଆମର ଯୁବବର୍ଗଙ୍କୁ ଧନ୍ୟବାଦ, ଆମର ଷ୍ଟାର୍ଟ ଅପ୍ ଇକୋ-ସିଷ୍ଟମ ଦୁନିଆର ସବୁଠୁ ବଡ ଅଟେ । ବୈଷୟିକ ଦୁନିଆରେ ନିଜେ ବହୁତ କିଛି କରିବାର ସୁଯୋଗ ଅଛି । ପ୍ରତ୍ୟେକ ଗ୍ରାମକୁ ଦ୍ରୁତ ଗାମୀ ଇଣ୍ଟରନେଟ୍ ଯୋଗାଇବା ପାଇଁ ଭାରତ ସରକାର କାର୍ଯ୍ୟ କରୁଛନ୍ତି । ଆମର ଲକ୍ଷ୍ୟ ହେଉଛି ସରକାରଙ୍କ ପ୍ରତ୍ୟେକ ଦିଗ ସହିତ ଜ୍ଞାନକୌଶଳ ଏକୀକରଣ ଅନ୍ତର୍ଭୁକ୍ତ କରି ଏକ ଜିଡିଟାଲ ଇଣ୍ଡିଆ ଗଠନ କରିବା । ଏହି ସୁଯୋଗଗୁଡିକର ଉପଯୋଗ କରିବାକୁ ଏବଂ ଆମ ଦେଶରେ ବିନିଯୋଗ କରିବାକୁ ମୁଁ ବିଶ୍ୱକୁ ଅନୁରୋଧ କରିବି ।
ବନ୍ଧୁଗଣ,
ମାଇଲଖୁଣ୍ଟ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କ ପାଇଁ ଉତ୍ସବ ପାଳନ କରିବା ଏବଂ ଆଗକୁ ବଢିବାର ସୁଯୋଗ । ମୁଁ ବୋସକୁ ଅନୁରୋଧ କରୁଛି ଯେ ଭାରତରେ ଆହୁରି ଅଧିକ କରିବାକୁ ଚିନ୍ତା କରନ୍ତୁ । ଆପଣଙ୍କ ଟିମ୍ କ\'ଣ କରିପାରିବ ତାହାର ଆଗାମୀ ୨୫ ବର୍ଷ ପାଇଁ ଲକ୍ଷ୍ୟ ସ୍ଥିର କରନ୍ତୁ । ୧୦୦ ବର୍ଷ ପୂର୍ବେ, ବୋସ୍ ଏକ ଜର୍ମାନ କମ୍ପାନୀ ଭାବରେ ଭାରତ ଆସିଥିଲା । କିନ୍ତୁ ଆଜି ଏହା ଯେତିକି ଭାରତୀୟ ସେତିକି ଜର୍ମାନ । ଜର୍ମାନ ଇଞ୍ଜିନିୟରିଂ ଏବଂ ଭାରତୀୟ ଶକ୍ତିର ଏହା ଏକ ବଡ ଉଦାହରଣ । ଏହି ସମ୍ପର୍କ ଅଧିକ ଶକ୍ତିଶାଳୀ ହେବ । ପୁଣି ଥରେ, ମୁଁ ବୋସ୍ ଇଣ୍ଡିଆର ସମଗ୍ର ପରିବାରକୁ ଅଭିନନ୍ଦନ ଜଣାଉଛି ଏବଂ ଆପଣଙ୍କୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।
ଧନ୍ୟବାଦ
ଅନେକ ଅନେକ ଧନ୍ୟବାଦ
HS
(Release ID: 1838263)
Visitor Counter : 156
Read this release in:
Bengali
,
English
,
Urdu
,
Hindi
,
Marathi
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam