ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜର୍ମାନୀର ମୁନିଚରେ ଥିବା ଭାରତୀୟ ସମ୍ପ୍ରଦାୟ ଦ୍ୱାରା ଆୟୋଜିତ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

Posted On: 26 JUN 2022 10:45PM by PIB Bhubaneshwar

ନମସ୍କାର!

 

କେମିତି ଅଛନ୍ତି?

ମୋତେ କୁହାଯାଇଛି ଯେ ତୁମମାନଙ୍କ ମଧ୍ୟରୁ ଅନେକ ଆଜି ଏଠାକୁ ଆସିବା ପାଇଁ ବହୁ ଦୂର ଯାତ୍ରା କରିଛନ୍ତି ।  ମୁଁ ତୁମ ସମସ୍ତଙ୍କ ମଧ୍ୟରେ ଭାରତର ସଂସ୍କୃତି, ଏକତା ଏବଂ ଭ୍ରାତୃତ୍ୱ ଦେଖିପାରୁଛି ।  ମୁଁ ଏହି ପ୍ରେମକୁ କେବେବି ଭୁଲିପାରିବି ନାହିଁ ।  ମୁଁ ନିଶ୍ଚିତ ଯେ ସମ୍ବାଦରେ ତୁମର ପ୍ରେମ, ଉତ୍ସାହ ଏବଂ ଉତ୍ସାହ ଦେଖିବାପରେ ଭାରତର ଲୋକମାନେ ଅତ୍ୟଧିକ ଗର୍ବିତ ଅନୁଭବ କରିବେ ।

ବନ୍ଧୁଗଣ,

ଏହି ଦିନଟି ଅନ୍ୟଏକ କାରଣ ପାଇଁ ମଧ୍ୟ ଜଣାଶୁଣା । ଆଜି ୨୬ ଜୁନ୍ । ଗଣତନ୍ତ୍ରକୁ ଧରି ରଖିବାପାଇଁ ୪୭ ବର୍ଷ ପୂର୍ବେ ଏକ ପ୍ରୟାସ କରାଯାଇଥିଲା, ଯାହା ଆମର ଗର୍ବ ଏବଂ ଏହା ପ୍ରତ୍ୟେକ ଭାରତୀୟଙ୍କ ଡିଏନ୍‌ଏରେ ରହିଛି ଏବଂ ଏହାକୁ ଭାଙ୍ଗିବା ପାଇଁ ଉଦ୍ୟମ ହୋଇଥିଲା । ଜରୁରୀକାଳୀନ ସମୟ ଭାରତର ଗଣତାନ୍ତ୍ରିକ ଇତିହାସର ଏକ ଅନ୍ଧକାର ସ୍ଥାନ ପରି । କିନ୍ତୁ ଶତାବ୍ଦୀ ପୁରୁଣା ଗଣତାନ୍ତ୍ରିକ ପରମ୍ପରାର ସର୍ବୋଚ୍ଚତା ଏହି ଅନ୍ଧକାର ସ୍ଥାନ ଉପରେ ବିଜୟୀ ହେଲା ଏବଂ ଗଣତାନ୍ତ୍ରିକ ପରମ୍ପରା ଗୁଡ଼ିକ ଏହି କଳା ଚିହ୍ନ ଉପରେ ପ୍ରାଧାନ୍ୟ ବିସ୍ତାର କଲା ।

 ଗଣତାନ୍ତ୍ରିକ ଉପାୟରେ ଗଣତନ୍ତ୍ରକୁ ଦମନ କରିବାପାଇଁ ଭାରତର ଲୋକମାନେ ସମସ୍ତ ଷଡଯନ୍ତ୍ରର ଉତର ଦେଇଛନ୍ତି । ଆମେ ଯେଉଁଠାରେ ବି ରହୁଛୁ ଆମ ଗଣତନ୍ତ୍ର ପାଇଁ ଆମେ ଭାରତୀୟମାନେ ଗର୍ବିତ ।  ପ୍ରତ୍ୟେକ ଭାରତୀୟ ଗର୍ବର ସହିତ କହିପାରିବେ ଯେ ଭାରତ ହେଉଛି ଗଣତନ୍ତ୍ରର ମାତା । ଆମର ହଜାର ହଜାର ବର୍ଷର ଗଣତନ୍ତ୍ରର ଇତିହାସ ଭାରତର ପ୍ରତ୍ୟେକ କୋଣ ଅନୁକୋଣରେ ଜୀବନ୍ତ ଅଛି । ଏତେ ସଂଖ୍ୟକ ଭାଷା, ଉପଭାଷା ଏବଂ ବିଭିନ୍ନ ଜୀବନଶୈଳୀ ସହିତ ଭାରତର ଗଣତନ୍ତ୍ର ଜୀବନ୍ତ ରହିଥାଏ । ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କର ବିଶ୍ୱାସ ଏବଂ ଭରସା ଅଛି ଯାହା ସେମାନଙ୍କ ଜୀବନକୁ ସଶକ୍ତ କରୁଛି ।

ଏତେ ବିସ୍ତୃତ ତଥା ବିବିଧ ଦେଶରେ ଗଣତନ୍ତ୍ର କେତେ ଭଲଭାବରେ ବିତରଣ କରୁଛି ତାହା ଭାରତ ପ୍ରମାଣ କରିଛି । କୋଟି କୋଟି ଭାରତୀୟ ଏକତ୍ରିତ ହୋଇ ବଡ଼ ଲକ୍ଷ୍ୟ ହାସଲ କରିଛନ୍ତି । ଆଜି ଭାରତର ପ୍ରତ୍ୟେକ ଗାଁ ବାହ୍ୟ ମଳତ୍ୟାଗମୁକ୍ତ ।  ଆଜି ଭାରତର ପ୍ରତ୍ୟେକ ଗାଁରେ ବିଦ୍ୟୁତ ତ୍ପହଂଚିଛି । ଆଜି ଭାରତର ପ୍ରାୟ ପ୍ରତ୍ୟେକ ଗାଁ ସଡକ ଦ୍ୱାରା ସଂଯୁକ୍ତ ।  ଆଜି ଭାରତରେ ୯୯% ରୁ ଅଧିକ ଲୋକ ସ୍ୱଚ୍ଛ ରନ୍ଧନ ପାଇଁ ଏକ ଗ୍ୟାସ ସୁଯୋଗ ପାଇଛନ୍ତି ।  ଆଜି ଭାରତର ପ୍ରତ୍ୟେକ ପରିବାର ବ୍ୟାଙ୍କିଂ ବ୍ୟବସ୍ଥା ସହିତ ସଂଯୁକ୍ତ । ଆଜି ଭାରତର ପ୍ରତ୍ୟେକ ଗରିବ ଲୋକଙ୍କୁ ପାଂଚ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା ମିଳୁଛି ।

କରୋନା ଆରମ୍ଭ ପରେ ଗତ ଦୁଇ ବର୍ଷ ମଧ୍ୟରେ ଭାରତ ୮୦ କୋଟି ଗରିବ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ସୁନିଶ୍ଚିତ କରିଛି । ଅଧିକନ୍ତୁ, ଷ୍ଟାର୍ଟଅପ୍ ଦୁନିଆରେ ଭାରତରେ ପ୍ରତି ଦଶଦିନରେ ହାରାହାରି ଏକ ୟୁନିକର୍ଣ୍ଣ ଗଠନ ହୁଏ । ଆଜି ଭାରତରେ ପ୍ରତିମାସରେ ହାରାହାରି ୫,୦୦୦ ପେଟେଂଟଣ୍ଟଦାଖଲ କରାଯାଉଛି ।  ଆଜି ଭାରତ ପ୍ରତି ମାସରେ ହାରାହାରି ୫୦୦ରୁ ଅଧିକ ଆଧୁନିକ ରେଳକୋଚ ଉତ୍ପାଦନ କରୁଛି ।  ଆଜି ଭାରତ ହାରାହାରି ୧୮ ଲକ୍ଷ ପରିବାରକୁ ପାଇପ ଜଳ ଯୋଗାଣ ସହିତ ସଂଯୋଗ କରୁଛି ।  ଭାରତୀୟଙ୍କ ସଫଳତାର ତାଲିକା ବହୁତ ଲମ୍ବା ଅଟେ । ଯଦି ମୁଁ ବିସ୍ତୃତ ଭାବରେ କହିବା ଜାରିରଖେ, ତେବେ ତୁମର ରାତ୍ରୀଭୋଜନ ପାଇଁ ସମୟ ଆସିଯିବ ।

ବନ୍ଧୁଗଣ,

ଯେତେବେଳେ ଏକ ଦେଶ ସଠିକ୍ ଉଦ୍ଦେଶ୍ୟ ସହିତ ସଠିକ ସମୟରେ ସଠିକ ନିଷ୍ପତି ନିଏ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲେ, ସେତେବେଳେ ଏହାର ଦ୍ରୁତ ବିକାଶ ନିଶ୍ଚିତ ଅଟେ ।  ଗତ ଶତାବ୍ଦୀରେ ତୃତୀୟ ଶିଳ୍ପବିପ୍ଳବରୁ ଜର୍ମାନୀ ଏବଂ ଅନ୍ୟାନ୍ୟ ଦେଶ କେତେ ଲାଭବାନ ହୋଇଥିଲେ ଆପଣ ସମସ୍ତେ ଜାଣିଛନ୍ତି । ଭାରତ ସେତେବେଳେ ଦାସ ଥିଲା । ଫଳସ୍ୱରୂପ, ଏହି ଦୌଡରେ ଏହା ବହୁପଛରେ ପଡିଗଲା । କିନ୍ତୁ ଆଜି ଏକବିଂଶ ଶତାବ୍ଦୀର ଭାରତ ସେହିମାନଙ୍କ ମଧ୍ୟରେ ନାହିଁ ଯେଉଁମାନେ ଚତୁର୍ଥ ଶିଳ୍ପ ବିପ୍ଳବରେ ଇଣ୍ଡଷ୍ଟ୍ରି ୪.୦ ରେ ପଛରେ ଅଛନ୍ତି ବରଂ ଏ କ୍ଷେତ୍ରରେ ଅନ୍ୟତମ ଅଗ୍ରଣୀ ହୋଇଛି ।

ସୂଚନା ଏବଂ ଡିଜିଟାଲ ଟେକ୍ନୋଲୋଜିରେ ଭାରତ କିର୍ତୀମାନ ସୃଷ୍ଟି କରୁଛି ।  ଦୁନିଆରେ ରିଅଲଟାଇମ ଡିଜିଟାଲ ପେମେଂଟଣ୍ଟକାରବାରର ୪୦ ପ୍ରତିଶତ ଭାରତରେ ହେଉଛି । ଆଜି ଡାଟା ବ୍ୟବହାରରେ ଭାରତ ନୂଆ ରେକର୍ଡ ସୃଷ୍ଟି କରୁଛି । ଡାଟା ଶସ୍ତା ହୋଇଥିବା ଦେଶମାନଙ୍କ ମଧ୍ୟରୁ ଭାରତ ଅନ୍ୟତମ । ଯେଉଁ ଗତି ସହିତ ଲୋକମାନେ ଏକବିଂଶ ଶତାବ୍ଦୀର ନୂତନ ଭାରତରେ ନୂତନ ଟେକ୍ନୋଲୋଜି ଗ୍ରହଣ କରୁଛନ୍ତି ତାହା କାହାକୁ ବି ଆଶ୍ଚର୍ଯ୍ୟ କରିପାରେ ।

ଟୀକାକରଣ ଏବଂ ଟୀକାକରଣ ପ୍ରମାଣପତ୍ର ପାଇଁ ପ୍ରାୟ ୧୧୦ କୋଟି ଲୋକ କୋୱିନ ପୋର୍ଟାଲରେ ପଞ୍ଜୀକୃତ ହୋଇଛନ୍ତି । ଆଜି ପ୍ରାୟ ୨୨ କୋଟି ଭାରତୀୟ ଆରୋଗ୍ୟ ସେତୁ ସହିତ ସଂଯୁକ୍ତ, କରୋନା ସଂକ୍ରମଣର ଟ୍ରାକିଂ ପାଇଁ ର୍ନିମିତ ଏକ ସ୍ୱତନ୍ତ୍ର ଆପ୍  ପ୍ରାୟ ୫୦ ଲକ୍ଷ ବିକ୍ରେତା କ୍ରୟ କରିବାପାଇଁ ସରକାରଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ସରକାରୀ ଇ-ମାର୍କେଟ ପ୍ଲେସ ଅର୍ଥାତ ଜିଇଏମ ସହିତ ଜଡିତ । ଆଜି ଟ୍ରେନରେ ଯାତ୍ରା କରିବାପାଇଁ ୧୨-୧୫ ଲକ୍ଷ ଭାରତୀୟ ପ୍ରତିଦିନ ଅନଲାଇନ ଟିକେଟ ବୁକିଂ କରୁଛନ୍ତି ।

ଆଜିକାଲି ଭାରତରେ ଡ୍ରୋନ ଟେକ୍ନୋଲୋଜିର ବ୍ୟବହାର କିପରି ହୋଇସାରିଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଡ୍ରୋନ ଦେଶର ଅନେକ ଅଂଚଳରେ ସାର ସିଂଚନ କରୁଛି । ସରକାର ସ୍ୱାମୀତ୍ୱ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ଅଧୀନରେ ଦେଶର ଲକ୍ଷ ଲକ୍ଷ ଗାଁରେ ଡ୍ରୋନ ଜମି ଏବଂ ଘର ମ୍ୟାପିଂ କରୁଛି । ଏହି ଅଭିଯାନ ମାଧ୍ୟମରେ କୋଟି କୋଟି ନାଗରିକଙ୍କୁ ସଂପତି ପ୍ରମାଣପତ୍ର ଦିଆଯାଉଛି ।  ପ୍ରାକୃତିକ ବିପର୍ଯ୍ୟୟ, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଡ୍ରୋନ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ବୃଦ୍ଧିପାଇବାରେ ଲାଗିଛି ।

ବନ୍ଧୁଗଣ,

ଆଜିର ଭାରତ ଏକଦା ଥିବା "ଚଲତା ହେ' ମନୋଭାବରୁ ବାହାରି ଆସିଛି ଏବଂ "ସମୟରେ କରିବା” ଏବଂ ‘ଠିକଣା ସମୟରେ କରିବା’ର ସଂକଳ୍ପ ନେଇ ଆଗକୁ ବଢୁଛି । ଭାରତ ପ୍ରଗତି ଏବଂ ବିକାଶ ପାଇଁ ଧୈର୍ଯ୍ୟହରା, ଭାରତ ନିଜସ୍ୱ ସ୍ୱପ୍ନ ପାଇଁ ଧୈର୍ଯ୍ୟହରା, ଭାରତ ତାର ସ୍ୱପ୍ନକୁ ସଂକଳ୍ପରେ ପରିଣତ କରିବାକୁ ଏବଂ ସେଗୁଡିକୁ ହାସଲ କରିବାକୁ ଧୈର୍ଯ୍ୟହରା । ଭାରତ ଆଜି ନ୍ଖକ୍ସ ଉପରେ ଏବଂ ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ କରେ ।

ଆମେ ପୁରୁଣା ରେକର୍ଡ ଭାଙ୍ଗୁଛୁ ଏବଂ ନୂତନ ଲକ୍ଷ୍ୟ ହାସଲ କରୁଛୁ । ମୁଁ ଆପଣଙ୍କୁ ଏକ ଉଦାହରଣ ଦେବି  ଭାରତ ୨୦୧୬ ରେ ନିଷ୍ପତି ନେଇଛି ଯେ ଆମର ମୋଟ ବିଦ୍ୟୁତ ଉତ୍ପାଦନ କ୍ଷମତାର ୪୦ ପ୍ରତିଶତ ୨୦୩୦ ସୁଦ୍ଧା ଅଣ-ଜୀବାଶ୍ମଇନ୍ଧନରୁ ହେବ । ୨୦୩୦ ରୁ ଆଠବର୍ଷ ଦୂରରେ ଥାଇ ମଧ୍ୟ ଭାରତ ଏହି ଲକ୍ଷ୍ୟ ହାସଲ କରିଛି । ପେଟ୍ରୋଲରେ ଅତି କମରେ ୧୦ ପ୍ରତିଶତ ଇଥାନଲ ମିଶ୍ରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଧାର୍ଯ୍ୟ ସମୟସୀମାର ପାଂଚଞ୍ଚମାସ ପୂର୍ବରୁ ଦେଶ ମଧ୍ୟ ଏହି ଲକ୍ଷ୍ୟ ହାସଲ କରିଛି ।

ଆପଣ ଭାରତରେ କୋଭିଡ ଟୀକାକରଣର ଗତି ଏବଂ ମାପ ବିଷୟରେ ମଧ୍ୟ ଭଲଭାବରେ ଜାଣିଛନ୍ତି ।  ଅ୍ଧକ୍ସି ଭାରତରେ ୯୦% ବୟସ୍କବ୍ୟକ୍ତି ଉଭୟ ଟିକା ଗ୍ରହଣ କରିଛନ୍ତି । ୯୫% ବୟସ୍କ ଅଛନ୍ତି ଯେଉଁମାନେ ଅତି କମରେ ଗୋଟିଏ ଡୋଜ ନେଇଛନ୍ତି । ଏହା ହେଉଛି ସମାନ ଭାରତ ଯାହା ବିଷୟରେ କିଛିଲୋକ କହୁଥିଲେ ଯେ ୧.୨୫ ବିଲିୟନ ଜନସଂଖ୍ୟା ଟୀକାକରଣପାଇଁ ୧୦-୧୫ ବର୍ଷ ଲାଗିବ । ଆଜି, ଯେତେବେଳେ ମୁଁ ତୁମସହ କଥାବାର୍ତା କରୁଛି, ଭାରତରେ ଟିକାମାତ୍ରା ୧୯୬ କୋଟି ଅର୍ଥାô ୧.୯୬ ବିଲିୟନ ଅତିକ୍ରମ କରିଛି । "ମେଡ ଇନ୍ ଇଣ୍ଡିଆ’ ର କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରିଛି ।

ବନ୍ଧୁଗଣ,

ମୋର ମନେଅଛି ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନ କେବଳ ଏକ ଧାରଣା ଥିଲା ଯେତେବେଳେ ମୁଁ ୨୦୧୫ ରେ ଜର୍ମାନୀକୁ ଆସିଥିଲି । ସେତେବେଳେ ଷ୍ଟାର୍ଟଅପ କ୍ଷେତ୍ରରେ ଭାରତ ଆକଳନ କରିନଥିଲା । ଆଜି ଭାରତରେ ବିଶ୍ୱର ତୃତୀୟ ବୃହତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଅଛି ।  ଏକ ସମୟଥିଲା ଯେତେବେଳେ ଭାରତ ବାହାରୁ ସାମାନ୍ୟ ସ୍ମାର୍ଟଫୋନ କିଣୁଥିଲା ।  ଆଜି ଭାରତ ହେଉଛି ବିଶ୍ୱର ଦ୍ୱିତୀୟ ବୃହତମ ମୋବାଇଲ ଫୋନ୍ ଉତ୍ପାଦନକାରୀ ଏବଂ ବର୍ତମାନ ଭାରତରେ ର୍ନିମିତ ମୋବାଇଲ ଫୋନର ରପ୍ତାନି ହେଉଛି ।  ଯେତେବେଳେ ମୁଁ ପ୍ରାୟ ସାତ-ଆଠ ବର୍ଷ ପୂର୍ବେ ତୁମପରି ସହକର୍ମୀମାନଙ୍କ ସହ ଆଲୋଚନା କରିଥିଲି, ଆମର ବାୟୋଟେକ୍ ଅର୍ଥନୀତି ୧୦ ବିଲିୟନ ଡଲାର୍ ଅର୍ଥାତ ୭୫,୦୦୦ କୋଟି ଟଙ୍କା ଥିଲା । ଆଜି ଏହା ଆଠ ଗୁଣ ଅଧିକ ଏବଂ ୮୦ ବିଲିୟନ ଡ଼ଲାର ଅର୍ଥାତ ଛଅଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି ।

ବନ୍ଧୁଗଣ,

ସବୁଠାରୁ କଠିନ ପରିସ୍ଥିତିରେ ମଧ୍ୟ ଭାରତର ଲୋକଙ୍କ ସାହସ ଆମର ସବୁଠାରୁ ବଡ ଶକ୍ତି । ବନ୍ଧୁଗଣ, ଆମର ଗତବର୍ଷର ରପ୍ତାନି ଆଜି ପର୍ଯ୍ୟନ୍ତ ସର୍ବାଧିକ ହୋଇଛି ।  ଏହା ହେଉଛି ଏକ ପ୍ରମାଣ ଯେ ଗୋଟିଏ ପଟେ ଆମର ଉତ୍ପାଦକମାନେ ନୂତନ ସୁଯୋଗ ପାଇଁ ପ୍ରସ୍ତୁତ ଥିବାବେଳେ ବିଶ୍ୱ ମଧ୍ୟ ଆମକୁ ଆଶା ଏବଂ ଆତ୍ମବିଶ୍ୱାସରେ ଚାହିଁ ବସିଛି । ଗତବର୍ଷ ଭାରତ ୧୧୧ ବିଲିୟନ ଡଲାର ଅର୍ଥାତ ୮.୩୦ ଲକ୍ଷ କୋଟି ଟଙ୍କାର ଇଞ୍ଜିନିୟରିଂ ସାମଗ୍ରୀ ରପ୍ତାନି କରିଥିଲା । ଭାରତର କପା ଏବଂ ହସ୍ତତନ୍ତ ଦ୍ରବ୍ୟ ରପ୍ତାନିରେ ମଧ୍ୟ ୫୫ ପ୍ରତିଶତ ବୃଦ୍ଧି ଘଟିଛି ।

ଭାରତରେ ଉତ୍ପାଦନକୁ ବୃଦ୍ଧି କରିବାପାଇଁ ସରକାର ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ଉତ୍ପାଦନ ସଂଯୁକ୍ତ ପ୍ରୋତ୍ସାହନ ମୂଳକ ପିଏଲଆଇ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି । ଆସନ୍ତାବର୍ଷ ଆମେ ଆମର ରପ୍ତାନି ଲକ୍ଷ୍ୟକୁ ଆହୁରି ଅଧିକ ବୃଦ୍ଧି କରିବାକୁ ଚାହୁଁଛୁ ଏବଂ ଆପଣ ଏହି କ୍ଷେତ୍ରରେ ବହୁତ ସାହାଯ୍ୟ କରିପାରିବେ । ସେହିଭଳି, ଏଫଡିଆଇ ପ୍ରବାହ ମଧ୍ୟ ନୂଆ ରେକର୍ଡ ସୃଷ୍ଟି କରୁଛି ।

 ବନ୍ଧୁଗଣ,

ଯେତେବେଳେ ଏକ ଦେଶର ନାଗରିକମାନେ ‘ସବକା ପ୍ରୟାସ’ (ସମସ୍ତଙ୍କ ଉଦ୍ୟମ) ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଜାତୀୟ ସଂକଳ୍ପ ପୂରଣ କରିବାରେ ଜଡିତ ହୁଅନ୍ତି, ସେତେବେଳେ ସେମାନେ ମଧ୍ୟ ବିଶ୍ୱର  ବଡ ଶକ୍ତିର ସମର୍ଥନ ପାଆନ୍ତି ।  ଆଜି ଆମେ ଦେଖିପାରୁଛୁ ଯେ ଦୁନିଆର ବଡ ଶକ୍ତିମାନେ ଭାରତ ସହିତ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ଚାହୁଁଛନ୍ତି। ଆଜି ଦେଶବାସୀଙ୍କ ନିଷ୍ଠା ସହିତ ଭାରତ ପ୍ରଗତିପଥରେ ଆଗକୁ ବଢୁଛି । ଲୋକଙ୍କ ନିଷ୍ଠା ଏବଂ ଅଂଶଗ୍ରହଣ ସହିତ ଭାରତର ଉଦ୍ୟମ ଆଜି ଏକ ଜନଆନ୍ଦୋଳନରେ ପରିଣତ ହେଉଛି ।  ଏହା ହିଁ ମୋତେ ଦେଶର ଭବିଷ୍ୟତ ବିଷୟରେ ନିଶ୍ଚିତତା ଏବଂ ଆତ୍ମବିଶ୍ୱାସ ଦେଇଥାଏ ।

ଉଦାହରଣସ୍ୱରୂପ, ଜୈବିକ କୃଷି ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି, କିନ୍ତୁ ଭାରତର କୃଷକ ମାନେ ନିଜେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି । ସେହିଭଳି ଜଳବାୟୁ ପରିବର୍ତନ ଆଜି ଭାରତରେ ସରକାରୀ ନୀତିର ପ୍ରସଙ୍ଗ ନୁହେଁ । ଭାରତର ଯୁବକମାନେ ଇଭିଏସ୍ ଏବଂ ଅନ୍ୟାନ୍ୟ ସମାନ ଜଳବାୟୁ ପ୍ରଯୁକ୍ତିବିଦ୍ୟାରେ ବିନିଯୋଗ କରୁଛନ୍ତି । ସ୍ଥାୟୀ ଜଳବାୟୁ ଅଭ୍ୟାସ ଆଜି ଭାରତରେ ସାଧାରଣ ଲୋକଙ୍କ ଜୀବନର ଏକ ଅଂଶ ପାଲଟିଛି ।

୨୦୧୪ ପର୍ଯ୍ୟନ୍ତ ଭାରତରେ ଖୋଲାରେ ମଳତ୍ୟାଗ ଏକ ପ୍ରମୁଖ ସମସ୍ୟା ଥିଲା କିନ୍ତୁ ଆମେ ଦେଶରେ ୧୦ କୋଟିରୁ ଅଧିକ ଶୌଚାଳୟ ର୍ନିମାଣ କରିଛୁ । ଆଜି ସ୍ୱଚ୍ଛତାଭାରତ ଏକ ଜୀବନଶୈଳୀରେ ପରିଣତ ହେଉଛି ।  ଦେଶକୁ ପରିଷ୍କାର ରଖିବା ଭାରତର ଲୋକ ଏବଂ ଯୁବକମାନେ ସେମାନଙ୍କର କର୍ତବ୍ୟବୋଲି ବିବେଚନା କରୁଛନ୍ତି । ଆଜି ଭାରତର ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ସେମାନଙ୍କ ଟଙ୍କା ଦେଶପାଇଁ ସଚ୍ଚୋଟ ଭାବରେ ଖର୍ଚ୍ଚ ହେଉଛି ଏବଂ ଦୁର୍ନୀତିର ଶିକାର ହେଉନାହିଁ । ଫଳସ୍ୱରୂପ, ନଗଦ ଅନୁପ୍ରବେଶ ବୃଦ୍ଧିପାଉଛି ଏବଂ ଏହା କୌଣସି ଆଇନଗତ ପ୍ରକ୍ରିୟାହେତୁ ନୁହେଁ, କିନ୍ତୁ ଏହା ସ୍ୱତଃ ସ୍ପୁତଃ ଭାବରେ ଘଟୁଛି ।

 ବନ୍ଧୁଗଣ,

ଆମେ ସମସ୍ତେ ଆମ ସ୍ୱାଧୀନତାର ୭୫ ବର୍ଷ ଅମୃତ ମହୋତ୍ସବ ପାଳନ କରୁଛୁ । ସ୍ୱାଧୀନତାର ୭୫ ତମ ବର୍ଷରେ, ଭାରତ ଅଦୃଶ୍ୟ ଅନ୍ତର୍ଭୂକ୍ତିର ସାକ୍ଷୀ ରହିଛି ଏବଂ ଏହାଦ୍ୱାରା ଲକ୍ଷ ଲକ୍ଷ ଆକାଂକ୍ଷା ପ୍ରଭାବିତ ହେଉଛି ।  ଭାରତ ଆଜି ଅଦୃଶ୍ୟ ସମ୍ଭାବନାରେ ପରିପୂର୍ଣ୍ଣ  ଏକ ଶକ୍ତିଶାଳୀ, ସ୍ଥିର ଏବଂ ର୍ନିଣ୍ଣାୟକ ସରକାରଙ୍କ ନେତୃତ୍ୱରେ ଭାରତ ମଧ୍ୟ ନୂତନ ସ୍ୱପ୍ନ ଦେଖୁଛି, ନୂତନ ସଂକଳ୍ପ ନେଇଛି ଏବଂ ସେହି ସଂକଳ୍ପଗୁଡ଼ିକୁ ସଫଳ କରିବାପାଇଁ କଠିନ ପରିଶ୍ରମ କରୁଛି । ଆମର ନୀତି ସ୍ପଷ୍ଟ ଏବଂ ସଂସ୍କାର ପାଇଁ ଏକଦୃଢ ପ୍ରତିବଦ୍ଧତା ଅଛି ।  ଯେଉଁଠାରେ ଆମକୁ ପାଂଚଞ୍ଚବର୍ଷପରେ ପହଂଚିବାକୁ ପଡିବ ତାହା ମଧ୍ୟ ସ୍ଥିର ହୋଇଛି ଏବଂ ଆଗାମୀ ୨୫ ବର୍ଷପାଇଁ ଆତ୍ମର୍ନିଭରଶୀଳତାର ରୋଡମ୍ୟାପ ମଧ୍ୟ ପ୍ରସ୍ତୁତ ହେବ, ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ।

ବନ୍ଧୁଗଣ,

ସେ ଦିନ ଗଲାଣି ଯେତେବେଳେ ଦୁନିଆରେ କିଛି ଘଟିଲା ଆମେ ପାଳନ କରୁଥିଲୁ । ଆଜି ଭାରତ ବିଶ୍ୱର ଆହ୍ୱାନକୁ ନେଇ ଚିନ୍ତିତ ନୁହେଁ, ବରଂ ଏହି ଆହ୍ୱାନକୁ ସମାଧାନ ପ୍ରଦାନ କରୁଛି । ସମଗ୍ର ବିଶ୍ୱକୁ ବିପର୍ଯ୍ୟୟ ମୁକାବିଲାପାଇଁ ସମନ୍ୱୟ ସମିତି (ସିଡିଆରଆଇ) ମାଧ୍ୟମରେ ବିପର୍ଯ୍ୟୟ ବିରୋଧରେ ଲଢେଇ କରିବାକୁ ଚାହୁଁ ।  ଆଜି ଆମେ ଆର୍ନ୍ତର୍ଜାତୀୟ ସୋଲାର ମଂଚ ମାଧ୍ୟମରେ ବିଶ୍ୱର ଦେଶଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମରେ ଆଣିଛୁ ଯାହାଦ୍ୱାରା ସୁଲଭ ତଥା ପରିବେଶ ଅନୁକୂଳ ଶକ୍ତିର ଲାଭ ବିଶ୍ୱକୁ ପଠାଯିବ । ଆମେ ଗୋଟିଏ ସୂର୍ଯ୍ୟ- ଗୋଟିଏ ବିଶ୍ୱ -ଗୋଟିଏ ଗ୍ରିଡ୍ ସ୍ୱପ୍ନ ବିଶ୍ୱକୁ ଦେଖାଉଛୁ ।  ଗତ ଆଠବର୍ଷ ମଧ୍ୟରେ ଭାରତ ନିଜେ ଏହାର ଲାଭ ଅନୁଭବ କରିଛି । ଭାରତରେ ସୌରଶକ୍ତିର ରେକର୍ଡ କ୍ଷମତା ରହିଛି ଏବଂ ଏହା ୟୁନିଟପିଛା ୨ କିମ୍ବା ୨.୫ ଟଙ୍କାରେ ଉପଲବ୍ଧ ।

ଯେଉଁ ପରିପ୍ରେକ୍ଷୀରେ ଭାରତ ସବୁଜ ହାଇଡ୍ରୋଜେନ ଉପରେ କାର୍ଯ୍ୟ କରୁଛି ଏବଂ ଜର୍ମାନୀ ପରି ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହ ସହଭାଗୀତା କରୁଛି ତାହା ମଧ୍ୟ ମାନବିକତାର ସ୍ୱାର୍ଥରେ ଅଛି । ଭାରତରେ ଡବ୍ଲ୍ୟୁଏଚଓ ସେଂଟରର ପାରମ୍ପାରିକ ଔଷଧ କେଂଦ୍ର ପ୍ରତିଷ୍ଠା ହେବା ସହିତ ଭାରତ ମଧ୍ୟ ପ୍ରାଚୀନ ଔଷଧ ପ୍ରଣାଳୀର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ ହେଉଛି ।

ବନ୍ଧୁଗଣ,

ଯୋଗର ଶକ୍ତି ବିଷୟରେ ତୁମେ ବହୁତ ଭଲଭାବରେ ଜାଣିଛ । ଏହା ସମଗ୍ର ବିଶ୍ୱକୁ ବାଂଧି ରଖିଛି ।

ବନ୍ଧୁଗଣ,

ଆଜିର ନ୍ୟୁଇଣ୍ଡିଆ ଭବିଷ୍ୟତ ପୀଢି ପାଇଁ ଏକ ନୂତନ ପରମ୍ପରା ସୃଷ୍ଟି କରୁଛି ।  ଏକ ନୂତନ ଉତରାଧିକାରୀ ସୃଷ୍ଟି କରିବାକୁ ଏହି ଅଭିଯାନର ସବୁଠାରୁ ଇଙ୍ଗ ଶକ୍ତି ହେଉଛି ଆମର ଯୁବକ ।  ଭାରତର ଯୁବକମାନଙ୍କୁ ସଶକ୍ତ କରିବାପାଇଁ ଆମେ ଏକବିଂଶ ଶତାବ୍ଦୀର ପ୍ରଥମ ଶିକ୍ଷାନୀତି ପ୍ରସ୍ତୁତ କରିଛୁ । ପ୍ରଥମଥର ପାଇଁ ଭାରତରେ ମାତୃଭାଷାରେ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଶିକ୍ଷାର ବିକଳ୍ପ ଦିଆଯାଇଛି ।

ଜର୍ମାନୀରେ ଆପଣ ସମସ୍ତେ ଏକ ମାତୃଭାଷାରେ ଡାକ୍ତରୀ ଏବଂ ଇଞ୍ଜିନିୟରିଂ ଅଧ୍ୟୟନର ଲାଭ ଜାଣନ୍ତି ।  ଏବେ ଭାରତର ଯୁବକମାନେ ମଧ୍ୟ ସମାନ ଲାଭ ପାଇବେ ।  ନୂତନ ଶିକ୍ଷାନୀତିରେ ଉଚ୍ଚଶିକ୍ଷା ଏବଂ ଅନୁସନ୍ଧାନ ପାଇଁ ବିଶ୍ୱଭାଗିଦାରୀ ଉପରେ ମଧ୍ୟ ଏକ ଦୃଢ ଼ଧ୍ୟାନ ରହିଛି ।  ମୁଁ ଆଜି ଏହା ବିଷୟରେ ଉଲ୍ଲେଖ କରୁଛି କାରଣ ଏହି ପରିପ୍ରେକ୍ଷୀରେ ଜର୍ମାନୀର ଅନୁଷ୍ଠାନଗୁଡ଼ିକ ପାଇଁ ଅନେକ ସୁଯୋଗ ଅଛି ।

 ବନ୍ଧୁଗଣ,

ଗତ କିଛି ଦଶଂଧି ଧରି ଆପଣମାନେ ନିଜର କଠିନ ପରିଶ୍ରମ ଦ୍ୱାରା ଭାରତର ଏକ ଦୃଢଛବି ତିଆରି କରିଛ । ଭାରତର ଅମୃତ କାଳ ଯାହାକି ଆଗାମୀ ୨୫ ବର୍ଷ ପର୍ଯ୍ୟନ୍ତ ଜାରି ରହିବ ସେହି ସମୟରେ ଆପଣଙ୍କ ଠାରୁ ଅନେକ ଆଶା କରାଯାଉଛି । ଆପଣ ହେଉଛନ୍ତି ଭାରତର ସଫଳତା ଓ ଭାରତ ସଫଳତାର ଜଣେ ଜଣେ ଆମ୍ବାସଡର । ତେଣୁ ମୁଁ ସବୁବେଳେ ବିଶ୍ୱରେ ରହୁଥିବା ଭାରତୀୟ ଭାଇ ଓ ଭଉଣୀମାନଙ୍କୁ ଭାରତର ଆମ୍ବାସଡର ବୋଲି କୁହେ । ସରକାରୀ ବ୍ୟବସ୍ଥାରେ କେତେକ ଆମ୍ବାସଡର ରହିଛନ୍ତି, କିନ୍ତୁ ମୋ ଦେଶକୁ ଆଗକୁ ନେଉଥିବା ଅନେକ ଆମ୍ବାସଡର ରହିଛନ୍ତି ।

ବନ୍ଧୁଗଣ,

ଏଭଳି ଗୋଟିଏ ସଫଳ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ଆପଣଙ୍କୁ ଭେଟିବାର ମୋତେ ସୁଯୋଗମିଳିଛି । ସୁସ୍ଥ ଏବଂ ଖୁସିରେ ରୁହ ।

 

ଭାରତ ମାତା କୀ ଜୟ

ଭାରତ ମାତା କୀ ଜୟ

 

ବହୁତ ବହୁତ ଧନ୍ୟବାଦ

HS


(Release ID: 1838045) Visitor Counter : 133