ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତର ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ ଦ୍ୱାରା ଆଜାଦି କା ଅମ୍ରିତ ମହୋତ୍ସବ (ଏକେଏଏମ) ଆୟୋଜିତ


ରାଓ ଇନ୍ଦ୍ରଜିତ ସିଂହଙ୍କ ଦ୍ୱାରା କାର୍ଯ୍ୟକ୍ରମ ଉଦଘାଟନ

Posted On: 28 JUN 2022 8:08PM by PIB Bhubaneshwar

ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟ (ଏମଓଏସପିଆଇ)ଙ୍କ ଦ୍ୱାରା ଜୁନ ୨୭, ୨୦୨୨ ଠାରୁ ସପ୍ତାହବ୍ୟାପି ଆଜାଦି କା ଅମ୍ରିତ ମହୋତ୍ସବ (ଏକେଏଏମ) ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ଉତ୍ସବର ଅଂଶ ଭାବରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରାଳୟଙ୍କ ଏମପିଏଲଏଡିଏସ ଓ ଆଇପିଏମ ବିଭାଗ ଦ୍ୱାରା ଜୁନ ୨୮, ୨୦୨୨ରେ ଏନଡିଏମସି, କନଭୋକେସନ ସେଣ୍ଟର, ନୂଆଦିଲ୍ଲୀ ଠାରେ ଏକ ଅର୍ଦ୍ଧଦିବସୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ) ଶ୍ରୀ ରାଓ ଇନ୍ଦ୍ରଜିତ ସିଂହ ଉଦଘାଟନ କରିଥିଲେ ।

ସାଂସଦ ସ୍ଥାନୀୟ ଅଞ୍ଚଳ ବିକାଶ (ଏମପିଏଲଏଡି) ଯୋଜନାର ବୈଶିଷ୍ଟ୍ୟ ତଥା ଦୀର୍ଘସ୍ଥାୟୀ ଗୋଷ୍ଠୀ ସମ୍ପତ୍ତି ବିକାଶରେ ଏହାର ଭୂମିକା ଏବଂ ଅବଦାନ ସମ୍ପର୍କରେ କ୍ଷୁଦ୍ର ଲାଇଭ ପ୍ଲେ, ଏମପିଏଲଏଡି ଯୋଜନା ସମ୍ପର୍କିତ ଶର୍ଟ ଫିଲ୍ମ ଓ ପ୍ରଦର୍ଶନୀ ମାଧ୍ୟମରେ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ହୋଇଥିଲା ।

 

 SR



(Release ID: 1837804) Visitor Counter : 118