ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

Posted On: 21 JUN 2022 3:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣ କ୍ରମେ ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ । ୨୩-୨୪ ଜୁନ୍‌, ୨୦୨୪ରେ ଚୀନ୍‌ ଦ୍ବାରା ଭର୍ଚୁଆଲ ମାଧ୍ୟମରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ । ସମ୍ମିଳନୀ ଅବସରରେ ଜୁନ 24 ତାରିଖରେ ଅତିଥି ରାଷ୍ଟ୍ରମାନଙ୍କୁ ନେଇ ବିଶ୍ବ ଘଟଣାକ୍ରମ ଉପରେ ଏକ ଉଚ୍ଚସ୍ତରୀୟ ଆଲୋଚନା ଅନୁଷ୍ଠିତ ହେବ ।

ସବୁ ବିକାଶଶୀଳ ରାଷ୍ଟ୍ରର ଆପୋସ ସମସ୍ୟା ଆଧାରିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବା ଏବଂ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ରିକ୍ସ ଏକ ମଞ୍ଚ ଭାବେ କାର୍ଯ୍ୟ କରି ଆସୁଛି । ବହୁପକ୍ଷୀୟ ବ୍ୟବସ୍ଥାରେ ସଂସ୍କାର ଆଣିବା ନିମନ୍ତେ ବ୍ରିକ୍ସ ରାଷ୍ଟ୍ରମାନେ ନିୟମିତ ଭାବେ ଆହ୍ବାନ କରି ଆସୁଛନ୍ତି, ଯାହାଫଳରେ ଏହି ବ୍ୟବସ୍ଥା ଅଧିକ ପ୍ରତିନିଧିମୂଳକ ଓ ସମାବେଶୀ ହୋଇପାରିବ।

ଚତୁର୍ଦ୍ଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଆତଙ୍କବାଦ ମୁକାବିଲା, ବାଣିଜ୍ୟ, ସ୍ବାସ୍ଥ୍ୟ, ପାରମ୍ପରିକ ଚିକିତ୍ସା, ପରିବେଶ, ଏସଏଣ୍ଡଟି ଏବଂ ନବୋନ୍ମେଷ, କୃଷି, ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା, ପ୍ରଶିକ୍ଷଣ ଏବଂ ଏମଏସଏମଇ ଆଦି କ୍ଷେତ୍ରରେ ଆନ୍ତଃବ୍ରିକ୍ସ ସହଯୋଗ ବଢ଼ାଇବା ଉପରେ ଆଲୋଚନା ହେବ ବୋଲି ଆଶା କରାଯାଉଛି । ବହୁପକ୍ଷୀୟ ମଞ୍ଚରେ ସଂସ୍କାର, କୋଭିଡ-୧୯ ମହାମାରୀ ମୁକାବିଲା ଏବଂ ବିଶ୍ବ ଆର୍ଥିକ ସୁଧାର ଆଦି ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।

ଶିଖର ସମ୍ମିଳନୀ ଆୟୋଜନ ହେବା ପୂର୍ବରୁ ୨୨ ଜୁନ୍‌ ୨୦୨୨ରେ ବ୍ରିକ୍ସ ବ୍ୟବସାୟ ମଞ୍ଚର ଉଦଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ, ଏଥିରେ ସେ ଦୀକ୍ଷାନ୍ତ ଭାଷଣ ଦେବେ ।

 

********

P.S.


(Release ID: 1836306) Visitor Counter : 156