ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କର୍ଣ୍ଣାଟକର ମହୀଶୂରରେ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ


ମହୀଶୂରର ନାଗାନାହଲ୍ଲୀ ରେଳ ଷ୍ଟେସନରେ ଉପ-ସହରାଞ୍ଚଳ ଟ୍ରାଫିକ୍ ପାଇଁ କୋଚିଂ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

ମହୀଶୂରର ଏଆଇଆଇଏସ୍‍ଏଚ୍‍ରେ ‘ଯୋଗାଯୋଗ ବିବୃତି ଥିବା ବ୍ୟକ୍ତିଙ୍କ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ' କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ କଲେ

“ଆମର ପ୍ରାଚୀନ ସଂସ୍କୃତିକୁ ସମୃଦ୍ଧ କରି ଏକବିଂଶ ଶତାବ୍ଦୀର ସଂକଳ୍ପକୁ ଆମେ କିପରି ହୃଦୟଙ୍ଗମ କରିପାରିବା ତାହାର ଏକ ପ୍ରକୃଷ୍ଟ ଉଦାହରଣ ହେଉଛି କର୍ଣ୍ଣାଟକ”

“ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଏବଂ ସମ୍ମାନର ଜୀବନ ସହିତ ଯୋଡିବା ପାଇଁ "ଡବଲ ଇଞ୍ଜିନ" ସରକାର ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରୁଛନ୍ତି”

“ଗତ ୮ ବର୍ଷ ମଧ୍ୟରେ ସରକାର ଶେଷ ସୀମା ପର୍ଯ୍ୟନ୍ତ ସେବା ମାଧ୍ୟମରେ ସାମାଜିକ ନ୍ୟାୟକୁ ସଶକ୍ତ କରିଛନ୍ତି”

“ଆମେ ଦିବ୍ୟାଙ୍ଗ ଲୋକଙ୍କ ପାଇଁ ସମ୍ମାନ ଏବଂ ସୁଯୋଗ ସୁନିଶ୍ଚିତ କରୁଛୁ ଏବଂ ଦିବ୍ୟାଙ୍ଗ ମାନବ ସମ୍ବଳକୁ ଦେଶର ପ୍ରଗତିର ଏକ ପ୍ରମୁଖ ଅଂଶୀଦାର ହେବାକୁ ସକ୍ଷମ କରୁଛୁ”

Posted On: 20 JUN 2022 8:45PM by PIB Bhubaneshwar

ପ୍ରଧାନମନ୍ତ୍ରୀ ନାଗାନାହଲ୍ଲୀ ରେଳ ଷ୍ଟେସନରେ ଉପ-ସହରାଞ୍ଚଳ ଟ୍ରାଫିକ୍ ପାଇଁ ଆଜି ମହୀଶୂରର ମହାରାଜା କଲେଜ ପଡିଆରେ ଏକ ସାଧାରଣ ସଭାରେ କୋଚିଂ ଟର୍ମିନାଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଯାହା ୪୮୦ କୋଟିରୁ ଅଧିକ ବ୍ୟୟରେ ବିକଶିତ ହେବ କୋଚିଂ ଟର୍ମିନାଲରେ ଏକ ମେମୁ ସେଡ୍ ମଧ୍ୟ ରହିବ ଏବଂ ବର୍ତ୍ତମାନ ମହୀଶୂର ୟାର୍ଡରେ ଭିଡ ହ୍ରାସ କରିବ ଯାହାକି ମହୀଶୂର ଠାରୁ ଅଧିକ ମେମୁ ଟ୍ରେନ୍ ସେବା ଏବଂ ଦୂରଗାମୀ ଟ୍ରେନ୍ ଚଳାଚଳ କରିବାରେ ସହଜ ହେବ ଏବଂ ଏହି ଅଞ୍ଚଳର ଉଭୟ ଯୋଗାଯୋଗ ଏବଂ ପର୍ଯ୍ୟଟନ ସମ୍ଭାବନାକୁ ସୁଦୃଢ କରିବ ଏହା ଦୈନିକ  ଯାତାୟତ କରୁଥିବା ଯାତ୍ରୀମାନଙ୍କ ସହିତ ଦୂର ଦୂରାନ୍ତର ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ମଧ୍ୟ ସହାୟକ ହେବ

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ୍ ହିଅରିଂ (ଏଆଇଆଇଏସଏଚ) ରେ ଯୋଗାଯୋଗ ବିକୃତି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ' କୁ ମଧ୍ୟ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ଏହା ଅତ୍ୟାଧୁନିକ ପରୀକ୍ଷାଗାର ଏବଂ ଯୋଗାଯୋଗ ବିକୃତି ଥିବା ବ୍ୟକ୍ତିଙ୍କ ପରୀକ୍ଷା ନିରୀକ୍ଷା, ମୂଲ୍ୟାଙ୍କନ ଏବଂ ପୁନର୍ବାସ ସୁବିଧା ସହିତ ସୁସଜ୍ଜିତ

ଏହି କାର୍ଯ୍ୟକ୍ରମରେ କର୍ଣ୍ଣାଟକର ରାଜ୍ୟପାଳ ଶ୍ରୀ ଥାୱର ଚାନ୍ଦ ଗେହେଲଟ୍‌, ମୁଖ୍ୟମନ୍ତ୍ରୀ ଶ୍ରୀ ବାସଭରାଜ ବୋମ୍ମାଇ ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ଉପସ୍ଥିତ ଥିଲେ

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କର୍ଣ୍ଣାଟକ ହେଉଛି ଏକ ରାଜ୍ୟ ଯେଉଁଠାରେ ଦେଶର ଉଭୟ ଆର୍ଥିକ ଏବଂ ଆଧ୍ୟାତ୍ମିକ ସମୃଦ୍ଧତା ଏକାଠି ଦେଖାଯାଉଛି ସେ କହିଛନ୍ତି, ଆମର ପ୍ରାଚୀନ ସଂସ୍କୃତିକୁ ସମୃଦ୍ଧ କରି ଆମେ ଏକବିଂଶ ଶତାବ୍ଦୀର ସଂକଳ୍ପଗୁଡ଼ିକୁ କିପରି ହୃଦୟଙ୍ଗମ କରିପାରିବା କର୍ଣ୍ଣାଟକ ହେଉଛି ତାହାର ଏକ ପ୍ରକୃଷ୍ଟ ଉଦାହରଣ

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହି ଭୂମି ନାଲୱାଡି କ୍ରିଷ୍ଣା ୱୋଡେୟାର, ସାର୍ ଏମ ବିଶ୍ୱେଶ୍ୱରାୟା ଏବଂ ରାଷ୍ଟ୍ରକବି କୁଭେମ୍ପୁଙ୍କ ଭଳି ଅନେକ ମହାନ ବ୍ୟକ୍ତିତ୍ୱଙ୍କୁ ଦେଶକୁ ଦେଇଛି ଏହିପରି ବ୍ୟକ୍ତିତ୍ୱମାନେ ଭାରତର ଐତିହ୍ୟ ଏବଂ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ମୌଳିକ ସୁବିଧା ଏବଂ ସମ୍ମାନର ସହ ଜୀବନ ଯାପନ ଏବଂ ଏହି ମହାନ ବ୍ୟକ୍ତିତ୍ୱଙ୍କ ଦୃଷ୍ଟିକୋଣକୁ ଆଗକୁ ନେବା ପାଇଁଡବଲ୍ ଇଞ୍ଜିନ' ସରକାର ସମ୍ପୂର୍ଣ୍ଣ ଶକ୍ତି ସହିତ କାର୍ଯ୍ୟ କରୁଛନ୍ତି

ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ ଯେ ଜନକଲ୍ୟାଣ ପାଇଁ ହେଉଥିବା ଉଦ୍ୟମ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ବିଭାଗରେ ସୀମିତ ଥିଲା   ସେ ଦର୍ଶାଇଛନ୍ତି ଯେ ଗତ ବର୍ଷ ମଧ୍ୟରେ ତାଙ୍କ ସରକାର କରିଥିବା ଯୋଜନାରେ ଆବେଗକୁ ପ୍ରାଧାନ୍ୟ ଦିଆଯାଇଥିଲା ଯାହାଦ୍ୱାରା ସେମାନେ ସମାଜର ସମସ୍ତ ବିଭାଗ ତଥା ସମସ୍ତ କ୍ଷେତ୍ରକୁ ଛୁଇଁବା ଉଚିତ୍ ଗୋଟିଏ ପଟେ ଆମେ ଷ୍ଟାର୍ଟ ଅପ୍ ନୀତି ଅନୁଯାୟୀ ଯୁବକମାନଙ୍କୁ ପ୍ରୋତ୍ସାହନ ଦେଇଛୁ, ଅନ୍ୟ ପଟେ ଆମେ ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନା ଜରିଆରେ କୃଷକମାନଙ୍କୁ ମଧ୍ୟ ଅର୍ଥ ଦେଉଛୁ (କର୍ଣ୍ଣାଟକର ୫୬ ଲକ୍ଷ କ୍ଷୁଦ୍ର କୃଷକ ସେମାନଙ୍କ ଆକାଉଣ୍ଟରେ ୧୦୦୦୦ କୋଟିରୁ ଅଧିକ ଟଙ୍କା ପାଇଛନ୍ତି) ବୋଲି ସେ କହିଛନ୍ତି ଗୋଟିଏ ଦେଶ ଗୋଟିଏ ରାସନ୍ କାର୍ଡ ପରି ପଦକ୍ଷେପ ଦ୍ୱାରା ଏହି ଯୋଜନାଗୁଡିକ ବର୍ତ୍ତମାନ ସମଗ୍ର ଭାରତରେ ଲୋକଙ୍କ ନିକଟରେ ପହଞ୍ଚି ପାରିଛି କର୍ଣ୍ଣାଟକର .୨୫ କୋଟିରୁ ଅଧିକ ଗରିବ ଲୋକ ଗତ ଦୁଇ ବର୍ଷରୁ ଅଧିକ ସମୟ ଧରି ମାଗଣା ରାସନ ପାଇଛନ୍ତି ଆୟୁଷ୍ମାନ ଯୋଜନା ଅଧୀନରେ ରାଜ୍ୟର ୨୯ ଲକ୍ଷରୁ ଅଧିକ ଗରିବ ରୋଗୀ ମାଗଣା ଚିକିତ୍ସା ଗ୍ରହଣ କରିଥିଲେ କାର୍ଯ୍ୟକ୍ରମ ପୂର୍ବରୁ ହିତାଧିକାରୀଙ୍କ ସହ ଆଲୋଚନା କରିବା ବେଳେ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ଯେ ସରକାରଙ୍କ ପ୍ରତିଟି ପଇସା ଲୋକଙ୍କୁ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରୁଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗତ ବର୍ଷ ମଧ୍ୟରେ ସରକାର ଶେଷ ସୀମା ପର୍ଯ୍ୟନ୍ତ ସେବା ଯୋଗାଣ ମାଧ୍ୟମରେ ସାମାଜିକ ନ୍ୟାୟକୁ ସଶକ୍ତ କରିଛନ୍ତି କଲ୍ୟାଣକାରୀ ଯୋଜନାଗୁଡ଼ିକର ପରିପୃଷ୍ଠ ପାଇଁ ହେଉଥିବା ଉଦ୍ୟମ ଯୋଗୁଁ ଭାରତର ସାଧାରଣ ନାଗରିକଙ୍କ ମଧ୍ୟରେ ଭେଦଭାବ ଏବଂ ଦୁର୍ନୀତି ବିନା ଲାଭ ପାଇବା ନେଇ ବିଶ୍ୱାସ ଦୃଢ ହୋଇଛି ସେ କହିଛନ୍ତି ଯେ ଆମର ଭିନ୍ନକ୍ଷମ ସାଥୀମାନଙ୍କର ଅନ୍ୟମାନଙ୍କ ଉପରେ ର୍ନିଭରଶୀଳତାକୁ କମ୍ କରିବା ପାଇଁ ତାଙ୍କ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି ତେଣୁ ଆମ ମୁଦ୍ରାରେ ଦିବ୍ୟାଙ୍ଗମାନଙ୍କ ସୁବିଧା ପାଇଁ ନୂତନ ବୈଶିଷ୍ଟ୍ୟଗୁଡିକ ଯୋଡା ଯାଇଛି ଭିନ୍ନକ୍ଷମଙ୍କ ଶିକ୍ଷା ସହ ଜଡିତ ପାଠ୍ୟକ୍ରମ ସମଗ୍ର ଦେଶରେ ସମୃଦ୍ଧ ହେଉଛି ସୁଗମ୍ୟ ଭାରତ ପରିରବହନ ଏବଂ କାର୍ଯ୍ୟାଳୟଗୁଡ଼ିକକୁ ସେମାନଙ୍କ ଯାତାୟତ ପାଇଁ ଉପଲବ୍ଧ କରାଉଛି ସେ ଦିବ୍ୟାଙ୍ଗ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବାକୁ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ଆମନ୍ତ୍ରଣ କରିଥିଲେ ଦିବ୍ୟାଙ୍ଗ ମାନବ ସମ୍ବଳକୁ ଦେଶର ପ୍ରଗତିରେ ଏକ ପ୍ରମୁଖ ଅଂଶୀଦାର କରିବାରେ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ସ୍ପିଚ୍ ଆଣ୍ଡ୍ ହିଅରିଂ (ଏଆଇଆଇଏସଏଚ୍‍) କୁ ସାହାଯ୍ୟ କରିବା ପାଇଁ ଆଜିଯୋଗାଯୋଗ ବିକୃତି ରୋଗରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଉତ୍କର୍ଷ କେନ୍ଦ୍ର'କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଗତ ବର୍ଷ ମଧ୍ୟରେ କର୍ଣ୍ଣାଟକରେ ୫୦୦୦ କିଲୋମିଟର ଜାତୀୟ ରାଜପଥ ପାଇଁ କେନ୍ଦ୍ର ସରକାର ପ୍ରାୟ ୭୦ ହଜାର କୋଟି ଟଙ୍କା ମଞ୍ଜୁର କରିଛନ୍ତି ଆଜି ବେଙ୍ଗାଲୁରରେ ୭୦୦୦ କୋଟିରୁ ଅଧିକ ମୂଲ୍ୟର ଜାତୀୟ ରାଜପଥ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ସେ କହିଛନ୍ତି ଯେ ଲୋକଙ୍କ ଜୀବନ ଯାପନକୁ ଅଧିକ ସହଜ ପାଇଁ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସଂପୂର୍ଣ୍ଣ କରିବା ସକାଶେ ଡବଲ୍ ଇଞ୍ଜିନ୍ ସରକାର କାର୍ଯ୍ୟ କରୁଛନ୍ତି

ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ କର୍ଣ୍ଣାଟକରେ ରେଳବାଇ ପାଇଁ ହାରାହାରି ୮୦୦ କୋଟି ଟଙ୍କା ମଞ୍ଜୁର ତୁଳନାରେ ଚଳିତ ବର୍ଷ ୭୦୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଏବଂ ରାଜ୍ୟରେ ୩୪୦୦୦ କୋଟି ଟଙ୍କା ମୂଲ୍ୟର ରେଳ ପ୍ରକଳ୍ପର କାର୍ଯ୍ୟ ଚାଲିଛି ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ମାତ୍ର ୧୬ କିଲୋମିଟର ରେଳ ଲାଇନର ବିଦ୍ୟୁତିକରଣ ତୁଳନାରେ ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଗତ ବର୍ଷ ମଧ୍ୟରେ ୧୬୦୦ କିଲୋମିଟର ରେଳ ଲାଇନକୁ ବିଦ୍ୟୁତକରଣ କରାଯାଇଛି କର୍ଣ୍ଣାଟକବାସୀଙ୍କ ଆଶୀର୍ବାଦ ଡବଲ ଇଞ୍ଜିନ ସରକାରଙ୍କୁ ରାଜ୍ୟର ବିକାଶ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ବୋଲି କହି ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣ ଶେଷ କରିଥିଲେ

HS



(Release ID: 1835706) Visitor Counter : 143