ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭଦୋଦରା ଠାରେ ଗୁଜରାଟ ଗୌରବ ଅଭିଯାନରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳ ପାଠ

Posted On: 18 JUN 2022 8:54PM by PIB Bhubaneshwar

ଭାରତ ମାତା କୀ- ଜୟ, ଭାରତ ମାତା କୀ- ଜୟ, ଗୁଜରାଟର ଲୋକପ୍ରିୟ, ନମ୍ର ଏବଂ ନିର୍ଭୀକ ଆମ ସମସ୍ତଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ, ସଂସଦରେ ମୋର ସାଥୀ ସି ଆର ପାଟିଲ, କେନ୍ଦ୍ର ମନ୍ତ୍ରୀ ପରିଷଦର ମୋର ସହଯୋଗୀ ଦେବୁ ସିଂହ, ଦର୍ଶନା ଭଉଣୀ, ଗୁଜରାଟ ସରକାରଙ୍କର ସମସ୍ତ ମନ୍ତ୍ରୀ, ସାଂସଦ, ବିଧାୟକଗଣ ଏବଂ ଭଦୋଦରା ବ୍ୟତୀତ ଆଣଂଦ, ଛୋଟ ଉଦୟପୁର, ଖେଡ଼ା ଏବଂ ପଞ୍ଚମହାଲ ଜିଲ୍ଲାରୁ ବହୁତ ସଂଖ୍ୟାରେ ଏଠାକୁ ଆସିଥିବା ବିଶେଷ କରି ମୋର ମାଆମାନେ, ଭଉଣୀମାନେ ଏବଂ ଭାଇମାନେ ।

ଆଜିର ଦିନ ମୋ ପାଇଁ ମାତୃ ବନ୍ଦନାର ଦିନ ଅଟେ । ଆଜି ସକାଳୁ; ଜନ୍ମଦାତ୍ରୀ ମାଆଙ୍କର ଆଶୀର୍ବାଦ ନେଇ, ତା’ପରେ ଜଗତଜନନୀ ମା’ କାଳୀଙ୍କର ଆଶୀର୍ବାଦ ନେଇ ଏବଂ ବର୍ତ୍ତମାନ ବିରାଟ ମାତୃଶକ୍ତିର ରୂପକୁ ଦର୍ଶନ କରି ଏହି ବିରାଟ ମାତୃଶକ୍ତିର ଦର୍ଶନ କରି, ଅନେକ ଆଶୀର୍ବାଦ ନେଲି । ଆଜି ମୋତେ ପାଭଗଡ଼ ଠାରେ ମା’ କାଳୀଙ୍କର ଭକ୍ତମାନଙ୍କ ପାଇଁ ଅନେକ ଆଧୁନିକ ସୁବିଧାମାନ ଅର୍ପଣ କରିବାର ଅବସର ମିଳିଛି । ମୁଁ ମା’ଙ୍କୁ ଦେଶବାସୀଙ୍କର ସୁଖ - ଶାନ୍ତି ଏବଂ ସମୃଦ୍ଧିର କାମନା କଲି ଏବଂ ସ୍ୱାଧୀନତାର ଏହି ଅମୃତ କାଳରେ ସ୍ୱର୍ଣ୍ଣିମ ଭାରତର ସଂକଳ୍ପରୁ ସିଦ୍ଧି ପାଇଁ ମା’ଙ୍କ ଠାରୁ ଆଶୀର୍ବାଦ ମାଗିଲି ।

ଭାଇ ଏବଂ ଭଉଣୀମାନେ,

ମୋତେ ଖୁସି ଲାଗୁଛି ଯେ ସଂସ୍କାର ନଗରୀ ଭଦୋଦରାରୁ ଆଜି ଯେତେବେଳେ ପାଖାପାଖି ୨୧ ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ ଏବଂ ଶିଳାନ୍ୟାସ ହୋଇଛି ଏହି ପ୍ରକଳ୍ପ ଗୁଜରାଟର ବିକାଶରୁ ଭାରତର ବିକାଶ, ଏହି ପ୍ରତିବଦ୍ଧତାକୁ ଶକ୍ତି ଦେବ । ଗରିବଙ୍କ ଘର, ଉଚ୍ଚଶିକ୍ଷା ଏବଂ ଉନ୍ନତ ସଂଯୋଗୀକରଣ ଉପରେ ଏତେ ବଡ଼ ନିବେଶ ଗୁଜରାଟର ଔଦ୍ୟୋଗିକ ବିକାଶରେ ବିସ୍ତାର ଦେବ । ସ୍ଥାନୀୟ ଯୁବଗୋଷ୍ଠୀମାନଙ୍କ ପାଇଁ ରୋଜଗାର- ସ୍ୱରୋଜଗାର ଏଥିପାଇଁ ଅଗଣିତ ସୁଯୋଗ ସୃଷ୍ଟି କରିବ । ଏହି ପ୍ରକଳ୍ପରେ ମଧ୍ୟ ବହୁ ମାତ୍ରାରେ ଆମର ଭଉଣୀମାନେ- ଝିଅମାନଙ୍କର ସ୍ୱାସ୍ଥ୍ୟ, ପୋଷଣ ଏବଂ ସଶକ୍ତିକରଣ ସହିତ ଏହା ଯୋଡ଼ି ହେବ । ଆଜି ଏଠାରେ ଲକ୍ଷାଧିକ ସଂଖ୍ୟାରେ ମାଆମାନେ- ଭଉଣୀମାନେ ମୋତେ ଆଶୀର୍ବାଦ ଦେବାକୁ ଆସିଛନ୍ତି । ମୁଁ ଗୁଜରାଟ ସରକାରଙ୍କର, ଭୂପେନ୍ଦ୍ର ଭାଇଙ୍କର ଏବଂ ଭାଜପାର ପ୍ରଦେଶ ଅଧ୍ୟକ୍ଷ ସି ଆର ପାଟିଲଙ୍କର ବିଶେଷ ଭାବେ କୃତଜ୍ଞତା ଜ୍ଞାପନ କରିବାକୁ ଚାହିଁବି । କାରଣ ମୋତେ ସେ ଆପଣ ସମସ୍ତଙ୍କ ମଧ୍ୟରୁ ଏଠାକୁ ନେଇ ଆସିଛନ୍ତି ଏବଂ ଏଠରୁ ପ୍ରବେଶ କଲି ଏବଂ ସେଠାରେ ପହଞ୍ଚୁ - ପହଞ୍ଚୁ ୧୫/୨ଠ ମିନିଟ ଗାଡ଼ିରେ ଲାଗିଗଲା । ପାଦରେ ଆସିଥିଲେ ଜଣା ନାହିଁ କେତେ ସମୟ ଲାଗିଥାନ୍ତା । ଏତେ ବିଶାଳ ଜନସମୁଦ୍ର କିନ୍ତୁ ମୁଁ ଧନ୍ୟବାଦ ଏଥିପାଇଁ ଦେଉଛି ଯେ ଯେତେବେଳେ ମୁଁ ସମସ୍ତଙ୍କ ମଧ୍ୟରେ ବାହାରୁଥିଲି ସେତେବେଳେ ମୋତେ ଆଜି ସେହି ଶହ ଶହ ମୁହଁକୁ ଦେଖି ପ୍ରଣାମ କରିବାର ସୁଯୋଗ ମିଳିଲା । ଯେଉଁମାନଙ୍କ ସହିତ ମୋତେ ବହୁ ବର୍ଷ ପର୍ଯ୍ୟନ୍ତ କାମ କରିବାର ସୁଯୋଗ ମିଳିଥିଲା କିଛି ଏମିତି ବରିଷ୍ଠ କର୍ମକର୍ତ୍ତା ମୋତେ ଦେଖାଗଲେ ଯାହାଙ୍କର ଆଙ୍ଗୁଠି ଧରି ମୁଁ କେବେ ଚାଲିଥିଲି । ଅନେକ ମାଆମାନଙ୍କୁ ମୁଁ ଭେଟିଲି ଯାହାଙ୍କୁ ମୁଁ ମୋର ମଥା ନୁଅାଁଇ ପ୍ରଣାମ କଲି, କେବେ ନା କେବେ ତାଙ୍କ ହାତରୁ ମୋତେ ରୁଟି ଖାଇବାର ସୌଭାଗ୍ୟ ମିଳିଥିଲା । ଆଜି ମୋ ପାଇଁ ଏପରି ଶହ ଶହ ଲୋକମାନଙ୍କର ଦର୍ଶନ କରିବା, ତାଙ୍କର ଆଶୀର୍ବାଦ ନେବା ଏହା ନିଜ ପାଇଁ ବହୁତ ସୌଭାଗ୍ୟ ଥିଲା ଏବଂ ଏଥିପାଇଁ ମୁଁ ଗୁଜରାଟ ପ୍ରଦେଶର ଭୂପେନ୍ଦ୍ର ଭାଇ ଏବଂ ସରକାରଙ୍କର ଏବଂ ଆପଣ ସମସ୍ତଙ୍କର ମଧ୍ୟ ହୃଦୟରୁ ଧନ୍ୟବାଦ କରୁଛି । ବିଗତ ଆଠ ବର୍ଷରୁ ଡବଲ ଇଞ୍ଜିନର ସରକାର, ନାରୀ ଶକ୍ତିକୁ ଭାରତର ସାମର୍ଥ୍ୟର ମୂଳଦୁଆ ତିଆରିକ ରିବାରେ ଯେଉଁ ପ୍ରୟାସ କରାଯାଉଛି ଆଜି ଗୁଜରାଟରେ ମାଆ କାଳୀକାଙ୍କର ଆଶୀର୍ବାଦରୁ ତାଙ୍କୁ ନୂତନ ଶକ୍ତି ମିଳୁଛି । ମୁଁ ସମସ୍ତ ଭାଇ ଭଉଣୀମାନଙ୍କୁ, ସମସ୍ତ ଲକ୍ଷ ଲକ୍ଷ ଲାଭାର୍ଥୀମାନଙ୍କୁ ବହୁତ ବହୁତ ଶୁଭେଚ୍ଛା ଜଣାଉଛି ।

ସାଥୀମାନେ,

ଏକବିଂଶ ଶତାବ୍ଦୀର ଭାରତର ଦ୍ରୁତ ବିକାଶ ପାଇଁ ମହିଳାମାନଙ୍କର ଦ୍ରୁତ ବିକାଶ, ତାଙ୍କର ସଶକ୍ତିକରଣ ସେତିକି ମଧ୍ୟ ଜରୁରୀ ଅଟେ । ଆଜି ଭାରତ, ମହିଳାମାନଙ୍କର ଆବଶ୍ୟକତାଗୁଡ଼ିକୁ, ତାଙ୍କର ଆକାଂକ୍ଷାଗୁଡ଼ିକୁ ଧ୍ୟାନରେ ରଖି ଯୋଜନାମାନ ପ୍ରସ୍ତୁତ କରାଯାଉଛି, ନିଷ୍ପତ୍ତି ମଧ୍ୟ ନିଆଯାଉଛି । ସୈନିକମାନଙ୍କ ଠାରୁ ଆରମ୍ଭ କରି ଖାଦାନ ପର୍ଯ୍ୟନ୍ତ, ଆମ ସରକାର ମହିଳାମାନଙ୍କ ପାଇଁ ନିଜ ପସନ୍ଦ ମୁତାବକ କାର୍ଯ୍ୟ କରିବା ପାଇଁ ସମସ୍ତ ବାଟ ଖୋଲି ଦେଇଛନ୍ତି । ମାଆମାନେ ସେହି କବାଟ ମୁହଁରେ ଠକ୍ ଠକ୍ କରନ୍ତୁ । ଆଜି ଆମେ ସେହି ସ୍ଥିତି ଆରମ୍ଭ କରିଛୁ । ଆମେ ମହିଳାଙ୍କ ଜୀବନଚକ୍ରର ପ୍ରତ୍ୟେକ ଦିଗକୁ ଧ୍ୟାନରେ ରଖି ଅନେକ ନୂଆ ଯୋଜନାମାନ ତିଆରି କରିଛୁ । ମହିଳାମାନଙ୍କ ଜୀବନ ସହଜ ହେଉ, ତାଙ୍କ ଜୀବନରେ ଅସୁବିଧା କମ ହେଇଯାଉ, ତାଙ୍କୁ ଆଗକୁ ବଢ଼ିବାରେ ଅଧିକରୁ ଅଧିକ ସୁଯୋଗ ମିଳୁ, ଏହା ଆମର ସରକାରଙ୍କର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ । ମୋର ସୌଭାଗ୍ୟ ଯେ ଏଥିରେ ମୋତେ ମାଆମାନଙ୍କର- ଭଉଣୀମାନଙ୍କର- ଝିଅମାନଙ୍କର ଏତେଗୁଡ଼ିଏ ସେବା କରିବାର ସୁଯୋଗ ମିଳୁଛି । ଭଦୋଦରା ଏବଂ ଏହାର ଆଖପାଖ ଅଞ୍ଚଳରୁ ଆସିଥିବା ମାଆମାନେ- ଭଉଣୀମାନେ- ଝିଅମାନଙ୍କୁ ମୁଁ ପୁଣିଥରେ ଅଭିନନ୍ଦନ ଜଣାଉଛି । ଏହି ସହର କେବେ ମୋତେ ସମ୍ଭାଳିଥିଲା । ମୋର ଲାଳନପାଳନ କରିଥିଲା । ଭଦୋଦରା ମାତୃଶକ୍ତିର ଉତ୍ସବ ପାଳନ ପାଇଁ ଗୋଟିଏ ଉପଯୁକ୍ତ ନଗରୀ ଅଟେ । କାରଣ ଏହା ମାଆଙ୍କ ଭଳି ସଂସ୍କାର ଦେବା ଭଳି ସହର ଅଟେ, ଭଦୋଦରା ସଂସ୍କାରର ନଗରୀ ଅଟେ । ଏହି ସହର ପ୍ରତ୍ୟେକ ପ୍ରକାରରେ ଏଠାକୁ ଆସୁଥିବା ଲୋକଙ୍କୁ ସମ୍ଭାଳିଥାଏ । ସୁଖ ଦୁଃଖରେ ସାହାଯ୍ୟ କରିଥାଏ ଏବଂ ଆଗକୁ ବଢ଼ିବାରେ ସୁଯୋଗ ଦେଇଥାଏ । ଯେତେବେଳେ ଏହି ସହର ଭଦୋଦରାକୁ ମୁଁ ଆସିଲି ସେତେବେଳେ ସବୁ ପୁରୁଣା ସ୍ମୃତିଗୁଡ଼ିକ ମୋର ମନେ ପଡ଼ିଯାଇଥାଏ ଭାଇ । କାରଣ ଭଦୋଦରା ମୋତେ ଯେଭଳି ଭାବରେ ଗୋଟିଏ ମାଆ ତା’ର ଛୁଆକୁ ସମ୍ଭାଳିଥାଏ, ଯେଉଁ ଆପଣପଣର ଭାବନା ସହିତ । ପୁରା ବିକାଶ ଯାତ୍ରାରେ ଭଦୋଦରା ଯୋଗଦାନକୁ ମୁଁ କେବେ ଭୁଲିପାରିବି ନାହିଁ । ଏହି ନଗର ପ୍ରେରଣାର ନଗର ଅଟେ । ଏହି ନଗରରେ ସ୍ୱାମୀ ବିବେକାନନ୍ଦ, ମହର୍ଷି ଅରବିନ୍ଦ, ବିନୋବା ଭାବେ ଏବଂ ବାବା ସାହେବ ଆମ୍ବେଦକରଙ୍କ ଭଳି ମହାପୁରୁଷମାନଙ୍କୁ ମଧ୍ୟ ଏହି ନଗରୀ ପ୍ରେରଣା ଦେଇଛି । ଆପଣ ସମସ୍ତଙ୍କୁ ମଧ୍ୟ ମନେ ଥିବ ମୋତେ ଭଲ ଭାବେ ମନେ ରହିବା ସ୍ୱାଭାବିକ ଅଟେ ଯେ ବେଲୁର ମଠର ଅଧ୍ୟକ୍ଷ ଏବଂ ମୋର କିଶୋର ଅବସ୍ଥାରେ ଯେଉଁମାନେ ମୋତେ ଜୀବନର ବହୁତଗୁଡ଼ିଏ ରାସ୍ତାର ମାର୍ଗ ଦର୍ଶନ କରାଇଛନ୍ତି, ଜଣେ ଗୁରୁଙ୍କ ଭଳି ମୋର ଜୀବନକୁ ଗଢ଼ିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛନ୍ତି । ଏମିତି ବେଲୁର ମଠର, ରାମକୃଷ୍ଣ ମିଶନ ମଠର ଅଧ୍ୟକ୍ଷ ସ୍ୱାମୀ ଆତ୍ମସ୍ଥାନଂଦ ଜୀଙ୍କର ଉପସ୍ଥିତିରେ ମୋତେ ଏଠାରେ ଭଦୋଦରାରେ ବିଲ୍ଲାରାମ ବଙ୍ଗଳା ରାମକୃଷ୍ଣ ମିଶନକୁ ସମର୍ପଣ କରିବାର ସୁଯୋଗ ମିଳିଥିଲା । ଆମର ପୁରୁଣା ଶାସ୍ତ୍ରୀ ପୋଲ । ଆମର ରାୱପୁରା ଏବଂ ଆମର ଆରାଧନା ସିନେମା ହଲ ନିକଟରେ ଥିବା ପଞ୍ଚମୁଖୀ ହନୁମାନ, ଅନେକଗୁଡ଼ିଏ ସ୍ମୃତି ଏବଂ ଏହିସବୁ ସ୍ଥାନ କେତେ ଲୋକଙ୍କ ସହ ମୋର ମିଶିବାର ହେଲା । ପଞ୍ଚମହାଲ, କାଲ୍ଲୋଳ, ହାଲ୍ଲୋଳ, ଗୋଧର ଦଭୋଇ, ଛୋଟ ଉଦୟପୁର ଆଉ ଏହା ଗଣିହେବ ନାହିଁ, ଏବଂ ପୁରୁଣା ସମସ୍ତ ସାଥୀ, ତାଙ୍କର ସ୍ମୃତି ମଧ୍ୟ ଆଜି ସେହିଭଳି ସତେଜ ରହିଛି । ଯେତେବେଳେ ଭଦୋଦରା କଥା ଆସିବ ସେତେବେଳେ ହରା ଚିୱଡ଼ା କେମିତି ଭୁଲିପାରିବି ଏବଂ ନିଜର ଭାଖରୱଡ଼ି, ଆଜି ମଧ୍ୟ ଯେଉଁ ଲୋକ ଭଦୋଦରାକୁ ଜାଣିଛନ୍ତି ଏବଂ ସେମାନେ ଯଦି ବାହାରେ ମୋତେ ମିଳିଯାଆନ୍ତି ସେତେବେଳେ ମୋର ହରା ଚିୱଡ଼ା ଏବଂ ଭାଖରୱଡ଼ିକୁ ମନେ ପକାଇଥାଏ ।

ସାଥୀମାନେ,

୨ଠ୧୪ରେ ଯେତେବେଳେ ମୁଁ ମୋ ଜୀବନରେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲି, ସେତେବେଳେ ମୁଁ ଦେଶ ସେବା କରିବାର ଦାୟିତ୍ୱ ପାଇଁ ଭଦୋଦରାର ଉଭୟ ନବନାଥ ଏବଂ କାଶୀ ବିଶ୍ୱନାଥଙ୍କ ଆଶୀର୍ବାଦ ପାଇଥିଲି, ଏହାଠାରୁ ବଡ଼ ସୌଭାଗ୍ୟ କ’ଣ ହୋଇପାରେ? ଗୁଜରାଟର ଭଉଣୀ - ଝିଅମାନଙ୍କ ପାଇଁ ମୋ ଦୃଷ୍ଟିରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଅଟେ । ଏକ ସୁସ୍ଥ ମାତୃତ୍ୱ ଏବଂ ସୁସ୍ଥ ଶୈଶବକୁ ସୁନିଶ୍ଚିତ କରିବା ପାଇଁ ଗୁଜରାଟ ସରକାର ଆଜି ଦୁଇଟି ବଡ଼ ଯୋଜନା ଆରମ୍ଭ କରିଛନ୍ତି । ମୁଁ ଏହି ଯୋଜନା ପାଇଁ ଭୂପେନ୍ଦ୍ର ଭାଇଙ୍କୁ ଅଭିନନ୍ଦନ ଜଣାଉଛି, ୮ଠଠ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀ ଯେଉଁ ମାତୃଶକ୍ତି ଯୋଜନା ନିଶ୍ଚିତ କରିଛନ୍ତି ଯେ ଗର୍ଭାବସ୍ଥା ସମୟରେ ଏବଂ ମାତୃତ୍ୱର ପ୍ରଥମ ଦିନରେ ମାଆକୁ କିପରି ପୁଷ୍ଟିକର ଖାଦ୍ୟ ମିଳୁ, ସେହି ପୋଷଣସୁଦ୍ଧା ଯୋଜନାର ବିସ୍ତାର ବର୍ତ୍ତମାନ ଗୁଜରାଟର ସମସ୍ତ ଅଧିବାସୀମାନଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି । ବର୍ତ୍ତମାନ ମୋତେ ୧ କୋଟି ୩୬ ଲକ୍ଷ ହିତାଧିକାରୀ ଭଉଣୀ, ୧.୨୫ କୋଟିରୁ ଅଧିକ ଭଉଣୀମାନଙ୍କ ପାଇଁ ୧୧୮ କୋଟି ଟଙ୍କାରୁ ଅଧିକ ବଣ୍ଟନ କରିବାର ସୁଯୋଗ ମିଳିଛି । ବର୍ତ୍ତମାନ ବିଚାର କରନ୍ତୁ ୧.୨୫ କୋଟି ଉପଭୋକ୍ତା ଆସିଥିବା ଭଉଣୀମାନେ ଅର୍ଥାତ ୧.୨୫ ବିଲିଅନ ଟଙ୍କା, ମାଆର ସ୍ୱାସ୍ଥ୍ୟ କେବଳ ମାଆଙ୍କ ପାଇଁ ନୁହେଁ ବରଂ ଭବିଷ୍ୟତ ପିଢ଼ିକୁ ମଧ୍ୟ ପ୍ରଭାବିତ କରିଥାଏ । ମାତୃତ୍ୱର ପ୍ରଥମ ୧ଠଠଠ ଦିନ, ମାଆ ସହିତ ଶିଶୁ ଜୀବନ ମଧ୍ୟ ସ୍ଥିର କରିଥାଏ । ଉଭୟ ମାଆ ଏବଂ ପିଲା ପାଇଁ ଚିନ୍ତା । ପୁଷ୍ଟିହୀନତା ଏବଂ ରକ୍ତହୀନତାର ସମସ୍ୟା ଏହି ସମୟରେ ସବୁଠାରୁ ବଡ଼ ସମସ୍ୟା ହୋଇଥାଏ । ଦୁଇ ଦଶନ୍ଧି ପୂର୍ବରୁ ଯେତେବେଳେ ଗୁଜରାଟ ମୋତେ ସେବା କରିବାର ସୁଯୋଗ ଦେଇଥିଲା ସେତେବେଳେ ପୁଷ୍ଟିହୀନତା ଏଠାରେ ଏକ ଆହ୍ୱାନ ଥିଲା । ସେବେଠାରୁ ଆମେ ଗୋଟିଏ ପରେ ଗୋଟିଏ ଏହି ଦିଗରେ କାମ କରିବା ଆରମ୍ଭ କଲୁ, ଯାହାର ଫଳପ୍ରଦ ଫଳାଫଳ ଆଜି ଆମକୁ ଦେଖିବାକୁ ମିଳୁଛି । ଆଜିଠାରୁ ଗୁଜରାଟର ଭଉଣୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମାତୃଶକ୍ତି ଯୋଜନା ଆରମ୍ଭ ହୋଇଛି, ଯେଉଁ ଭଉଣୀମାନେ ଏଥିରୁ ମାତୃତ୍ୱ ସୁଖ ପାଇବାରେ ସେମାନେ ବିଶେଷ ଲାଭ ପାଇପାରିବେ । ଏହି ଯୋଜନା ଅଧିନରେ ଦୁଇ କିଲୋଗ୍ରାମ ଚଣା, ଏକ କିଲୋଗ୍ରାମ ମସୁର ଡାଲି ଯାହା ପ୍ରୋଟିନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଜିନିଷ । ସେଥିପାଇଁ ଅନେକ ଚିନ୍ତା କରିବା ପରେ ବୁଝିବିଚାରି ଏହି ପ୍ୟାକେଜ ପ୍ରସ୍ତୁତ କରାଯାଇଛି । ଏହା ବ୍ୟତୀତ ଏକ ଲିଟର ତେଲ । ଏହା ମଧ୍ୟ ଭଉଣୀମାନଙ୍କୁ ମିଳିବ । କେବଳ ଏତିକି ନୁହେଁ, କରୋନା ଅବଧିରୁ ମୁଁ ଏକ କାମ ଆରମ୍ଭ କରିଛି । ଏହି ଦେଶର ଗରିବ ପରିବାରରେ କିପରି ଘରର ଚୁଲି ଯେପରି ବନ୍ଦ ନ ହେବ ସେଥିପାଇଁ ଦେଶର ୮ଠ କୋଟଇ ଲୋକଙ୍କୁ ମାଗଣା ଖାଦ୍ୟଶସ୍ୟ ଆଜି ବି ତାଙ୍କ ଘରେ ପହଂଚୁଛି । ଦୁନିଆରେ ୮ଠ କୋଟି ଲୋକଙ୍କୁ ଦୁଇ ବର୍ଷ ପାଇଁ ଖାଦ୍ୟଶସ୍ୟ ଦେବା ଏହା ଶୁଣି ସେମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା ।

ଏହି ଯୋଜନା ପୁଷ୍ଟିହୀନତା ଏବଂ ରକ୍ତହୀନତାରୁ ମାଆଙ୍କୁ ଏବଂ ଶିଶୁଙ୍କୁ ରକ୍ଷା କରିବାରେ ବହୁତ ସାହାଯ୍ୟ କରିଥାଏ। ଆଜି ବଡ଼ ପୂଣ୍ୟର କାମ କରିଛନ୍ତି ଏବଂ ନବଜାତ ଶିଶୁଙ୍କର ସେବା କରିବାର ସୌଭାଗ୍ୟ ଭୂପେନ୍ଦ୍ର ଭାଇଙ୍କ ନେତୃତ୍ୱରେ ଗୁଜରାଟ ସରକାର କରିଛନ୍ତି । ଆମର ଛୋଟ ଉଦୟପୁର, ଆମର କବାଂଟ, ଏହାସବୁ ଆମର ସମସ୍ତ ଆଦିବାସୀ ଅଞ୍ଚଳ । ଏମାନେ ସମସ୍ତେ ଆମର ଜନଜାତୀୟ ପରିବାର । ମୋର ସୌଭାଗ୍ୟ ଯେ ସେମାନଙ୍କ ମଧ୍ୟରେ କାମ କରିବାର ମୁଁ ସୁଯୋଗ ପାଇଛି, ଏବଂ ଆଦିବାସୀ ଭଉଣୀ ଏବଂ ପିଲାମାନଙ୍କ ସମସ୍ୟାକୁ ଅତି ନିକଟରୁ ଦେଖିଛି ଏବଂ ଅନୁଭବ କରିଛି । ଅନେକ ଆଦିବାସୀ ଅଞ୍ଚଳରେ ଆମର ଭଉଣୀମାନେ ରକ୍ତହୀନତା ରୋଗରେ ପୀଡ଼ିତ ହୋଇଥାନ୍ତି ଏବଂ ରକ୍ତହୀନତା ରୋଗରୁ ମୁକ୍ତି ପାଇବା ପାଇଁ ଗୁଜରାଟରେ ସିକିଲ ସେଲ୍ ସୋସାଇଟି ଗଠନ କରିଥିଲୁ । ସିକିଲ ସେଲରୁ ମୁକ୍ତି ପାଇବା ପାଇଁ ଏକ ବଡ଼ ଅଭିଯାନ ଚାଲିଛି । ଆମ ସରକାର ଗଠନ ହେବା ପରେ ଏହି ସିକିଲ ସେଲ ଆସିଲାନି । ଶହ ଶହ ବର୍ଷ ଧରି ଏହା ଏକ ସମସ୍ୟା ଥିଲା । ଅନେକ ସରକାର ଆସିଥିଲେ କିନ୍ତୁ ସେମାନେ କିଛି କରି ନ ଥିଲେ । ଆମେ ସିକିଲ ସେଲ ବିଷୟରେ ଚିନ୍ତା କରିବା ପାଇଁ ପଦକ୍ଷେପ ନେଇଥିଲୁ, ସମସ୍ତ ଜିଲ୍ଲାରେ ସ୍ୱତନ୍ତ୍ର କେନ୍ଦ୍ର ସ୍ଥାପନ କରିଥିଲୁ, ଲକ୍ଷ ଲକ୍ଷ ଅଧିବାସୀ ଭାଇ ଓ ଭଉଣୀମାନଙ୍କୁ ଯାଞ୍ଚ କରି ସେମାନଙ୍କର ପରୀକ୍ଷା କରାଇଥିଲୁ । ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଗୁଜରାଟ ପ୍ରଧାନମନ୍ତ୍ରୀଙ୍କ ସିଭିଲ ସର୍ଭିସ ଆୱାର୍ଡ ପାଇଛି, ଯାହା ଭାରତ ସରକାର ଦେଇଥାନ୍ତି, ଏହା ଆମର ଗୁଜରାଟ ସରକାରଙ୍କୁ ମିଳିଛି ।

ଗୁଜରାଟ ସବୁବେଳେ ପୁଷ୍ଟିକର ଖାଦ୍ୟ ଉପରେ ଧ୍ୟାନ ଦେଇଥାଏ । ଆମ ଗୁଜରାଟରେ କ୍ଷୀର ସଞ୍ଜିବନୀ, ଫୋର୍ଟିଫାଏଡ ଲୁଣ, ଘରକୁ ରାସନ, ପୋଷଣ ସମ୍ବାଦ ଏମିତି ଅନେକ କାର୍ଯ୍ୟକ୍ରମ ପରିଚାଳନା କରିଲୁ ଏବଂ ଦେଶକୁ ମଧ୍ୟ ଏକ ନୂତନ ଦିଗ ଦେଖାଇଲୁ । ଏହିପରି ଯୋଜନାଗୁଡ଼ିକରେ ହିତାଧିକାରୀ ଭଉଣୀଙ୍କ ସଂଖ୍ୟା ଆଜି କ୍ରମାଗତ ଭାବରେ ବୃଦ୍ଧି ପାଇ ପ୍ରାୟ ୫୮ ଲକ୍ଷ ଭଉଣୀଙ୍କୁ ଏହି ସମସ୍ତ ଯୋଜନାର ଲାଭ ମିଳିପାରିଛି । କ୍ଷୀର ସଞ୍ଜିବନୀ ଯୋଜନା ସହିତ ଆଦିବାସୀ ଅଞ୍ଚଳରେ ୬ ମାସରୁ ନେଇ ୬ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ଚିନ୍ତା ସେମାନଙ୍କୁ ଫୋର୍ଟିଫାଏଡ, ତାଙ୍କର ଜରୁରୀ ଅନ୍ୟ ଜିନିଷ । ୨ଠ ଲକ୍ଷରୁ ଅଧିକ ଗର୍ଭବତୀ ମାଆମାନେ ଏବଂ ଧାଈ ମାଆମାନେ, ସ୍ତନ୍ୟପାନ କରାଉଥିବା ମାଆ, ତାଙ୍କୁ ଦୁଇଗୁଣ ଫୋର୍ଟିଫାଏଡ ଲୁଣ, ତାହାର ମଧ୍ୟ ଚିନ୍ତା କରାଗଲା । ୧୪ ଲକ୍ଷ ଶିଶୁଙ୍କୁ ଅଙ୍ଗନବାଡ଼ିରେ ଫୋର୍ଟିଫାଏଡ ଅଟାରୁ ପ୍ରସ୍ତୁତ ହେଉଥିବା ଆହର ଯେପରି ମିଳିବ ଏବଂ ନିଜ ଛୁଆ କିପରି ସୁସ୍ଥ ସବଳ ହେବ, ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ଆମର ଝିଅମାନେ ତାଙ୍କୁ ମଧ୍ୟ କିପରି ଉତ୍ତମ ପୋଷଣ ମିଳିବ ସେଥିପାଇଁ ପୂର୍ଣ୍ଣ ଯୋଜନା କଲୁ । ତାହା ଅନ୍ତର୍ଗତ ୧୨ ବର୍ଷରୁ ଅଧିକ ଝିଅମାନଙ୍କୁ ଆଇରନ ସପ୍ଲିମେଣ୍ଟ, ଲୌହ ତତ୍ତ୍ୱର ଚିନ୍ତା, ଘରକୁ ରାସନ ଭଳି ଅନେକ ସେବାଗୁଡ଼ିକ ପହଞ୍ଚାଇ ଦିଆଗଲା । କହିବାର ଅର୍ଥ ହେଉଛି ଯେ ଉତ୍ତମ ପୋଷଣ ପାଇଁ ଯେତେଗୁଡ଼ିଏ ମଧ୍ୟ ଉପାୟ କରାଯାଉଛି ଏଭଳି ଅନେକ ଯୋଜନା କରାଯାଇଛି ତାଙ୍କର କଲ୍ୟାଣ ପାଇଁ, ଯାହାକି କାର୍ଯ୍ୟ କରୁଛି । ପୋଷଣ ସୁଧା ଯୋଜନା ଏହି କ୍ରମରେ ଏକ ବଡ଼ ପଦକ୍ଷେପ ଅଟେ । ୪/୫ ବର୍ଷ ପୂର୍ବରୁ ଦାହୋଦ, ଭଲସାଦ, ମହିସାଗର, ଛୋଟ ଉଦୟପୁର ଏବଂ ନର୍ମଦାର ଆଦିବାସୀ କ୍ଷେତ୍ରରେ କିଛି ବ୍ଲକରେ ପୋଷଣ ସୁଧା ଯୋଜନା ଆରମ୍ଭ କରାଯାଇଥିଲା । ବିଗତ ବର୍ଷରେ ଆଦିବାସୀ ଭଉଣୀମାନେ ଏବଂ ଶିଶୁମାନଙ୍କ ଉପରେ ଏହାର ସକାରାତ୍ମକ ପ୍ରଭାବକୁ ଦେଖି ସକାରାତ୍ମକ ଫଳାଫଳ ମିଳିଲା । ସେଥିପାଇଁ ସମସ୍ତ ଜନଜାତି ଜିଲ୍ଲାରେ ଏହାର ବିସ୍ତାର କରାଗଲା । ଏଥିରେ ପ୍ରତ୍ୟେକ ମାସରେ ପ୍ରାୟତଃ ୧ ଲକ୍ଷ ୩୬ ହଜାର ଆଦିବାସୀ ମାଆମାନେ - ଭଉଣମାନଙ୍କୁ ଲାଭ ମିଳିବ । ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀ ଏବଂ ସ୍ତନ୍ୟପାନ କରାଉଥିବା ମାଆମାନଙ୍କୁ ଅଙ୍ଗନବାଡ଼ିରୁ ଗୋଟିଏ ଓଳି ଗରମ ଖାଦ୍ୟ, ଆଇରନ ଏବଂ କାଲସିୟମ ବଟିକା ମଧ୍ୟ ଦିଆଯିବ । ଆମେ କେବଳ ପୋଷଣର ଯୋଜନା ହିଁ କରିନାହୁଁ, ବରଂ ସୁବିଧାମାନ ମଧ୍ୟ ଲାଭାର୍ଥୀ ଭଉଣୀ ଏବଂ ଶିଶୁମାନଙ୍କ ନିକଟରେ କିପରି ପହଂଚିପାରିବ ତାହାର ମଧ୍ୟ ଚିନ୍ତା କରିଛୁ । ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ ମୋତେ ଟେକ୍ନୋଲୋଜୀର ଉପଯୋଗ କରିବାର ସୁଯୋଗ ମିଳିଲା । ସେହି ସମୟରେ ମମତା ପୋର୍ଟାଲ ଆରମ୍ଭ କରାଯାଇଥିଲା ଏବଂ ଗତ ୮ ବର୍ଷରେ ଅଙ୍ଗନବାଡ଼ିକୁ ପ୍ରାୟତଃ ୧୨ ଲକ୍ଷ ଉପକରଣ ଦିଆଯାଇଛି । ଗୁଜରାଟରେ ମଧ୍ୟ ହଜାର ହଜାର ଭଉଣୀମାନଙ୍କୁ ଉପକରଣ ଦିଆଯାଇଛି ।

ଏହା ଅନ୍ତର୍ଗତ ଗୁଜରାଟ ସହିତ ଦେଶରେ ପ୍ରାୟତଃ ସାଢ଼େ ଏଗାର କୋଟି ଲାଭାର୍ଥୀ ଭଉଣୀମାନେ - ଶିଶୁମାନଙ୍କୁ ସ୍ୱାସ୍ଥ୍ୟର ନିରୀକ୍ଷଣ ପ୍ରକୃତ ସମୟରେ ମନିଟରିଂ ହୋଇପାରୁଛି । ଏହି ଯେଉଁ ପୋଷ ସୁଧା ଯୋଜନାର ବିସ୍ତାର ହୋଇଛି, ତାହାର ନିରୀକ୍ଷଣ ପାଇଁ ମୋବାଇଲ ଆପ କରାଯାଇଛି । ଗୁଜରାଟରେ ସଫଳ ଅନୁଭବକୁ ବିସ୍ତାର କରିବାକୁ ଯାଇ ଦେଶରେ କୁପୋଷଣ ଏବଂ ଏନିମିଆ ଭଳି ସମସ୍ୟାର ବିରୁଦ୍ଧରେ ଅଭିଯାନ କରାଯାଉଛି । ପ୍ରଥମ ଥର ଦେଶରେ ସେପ୍ଟେମ୍ବର ମାସକୁ ପୋଷଣ ମାସ ରୂପରେ ପାଳନ କରିବାକୁ ନିର୍ଣ୍ଣୟ କରାଯାଇଛି । ଯାହା ଗୁଜରାଟରେ ଶ୍ରାବଣ - ଭାଦ୍ରବ ମାସ ହୋଇଥାଏ । ଏହି ଅଭିଯାନରୁ ମଧ୍ୟ ଗୁଜରାଟର ଭଉଣୀମାନଙ୍କୁ ଅଧିକ ସାହାଯ୍ୟ ମିଳିପାରୁଛି । ପୋଷଣର ଅର୍ଥ କେବଳ ଖାଦ୍ୟ ପାନୀୟ ହିଁ ନୁହେଁ, କିନ୍ତୁ ସେଥିପାଇଁ ଯୋଗ୍ୟ ମହିଳା ମଧ୍ୟ ପ୍ରସ୍ତୁତ କରିବାକୁ ପଡ଼ିବ, ଜରୁରୀ ଛୋଟ ବଡ଼ ସୁବିଧା, ସ୍ୱଚ୍ଛ ଭାରତ ଅଭିଯାନ, ଘରେ ଘରେ ଶୌଚାଳୟ ଏହା ମଧ୍ୟ ମାଆମାନଙ୍କୁ ଏବଂ ଭଉଣୀମାନଙ୍କର ସ୍ୱାସ୍ଥ୍ୟରେ ସୁଧାର ଆଣିବାରେ ସାଧନ ଅଟେ । ଉଜ୍ୱଳା ଯୋଜନା, ଗ୍ୟାସ ସଂଯୋଗୀକରଣ । ଘର ଭିତରେ ଧୂଅଁାହେବା ଯୋଗୁ ଆମର ମାଆ - ଭଉଣୀମାନଙ୍କର ଫୁସଫୁସରେ ଶହ ଶହ ସିଗାରେଟରୁ ଯେତିକି ଧୂଅଁା ବାହାରିଥାଏ ସେଥିରୁ ବଞ୍ଚାଇବାର କାମ କରିଛୁ ।

୩୬ ଲକ୍ଷରୁ ଅଧିକ ପରିବାରକୁ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଗ୍ୟାସ କନେକ୍ସନ ଦିଆଯାଇଛି । ଘରେ ଘରେ ନଳରୁ ଜଳ ଆମର ମାଆମାନଙ୍କୁ ମଥାରୁ ହାଣ୍ଡି ଓହ୍ଲାଇାର ଯେଉଁ ସୌଭାଗ୍ୟ ମୋର ଭାଗ୍ୟରେ ମିଳିଲା । ଆମେ ପାଇପରୁ ପାଣି ପହଞ୍ଚାଇବାର ଯେଉଁ ଚିନ୍ତା କଲୁ, ମାଆମାନଙ୍କୁ ଭଉଣୀମାନଙ୍କୁ କିପରି କଷ୍ଟ ନ ହେଉ, ପ୍ରଦୂଷିତ ପାଣିରୁ ସେମାନଙ୍କୁ ମୁକ୍ତି ମିଳୁ ଏବଂ ଯଦି ପାଣି ସଫା ମିଳୁଛି ତେବେ କେତେକ ରୋଗରୁ ସେମାନଙ୍କୁ ମୁକ୍ତି ମିଳିଥାଏ । ପିଏମ ମାତୃବନ୍ଦନା ଯୋଜନା ଅନ୍ତର୍ଗତ ଗୁଜରାଟ ସମେତ ପୁରା ଦେଶରେ କୋଟି କୋଟି ମାଆମାନଙ୍କୁ ପ୍ରାୟତଃ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ଯୋଜନା ଅନ୍ତର୍ଗତ ଗୁଜରାଟରେ ମଧ୍ୟ ୯ ଲକ୍ଷ ଭଉଣୀମାନଙ୍କୁ ଏହାର ଲାଭ ମିଳୁଛି । ଭଉଣୀମାନଙ୍କ ଗର୍ଭବସ୍ଥା ସମୟରେ କିପରି ପୋଷଣ ମିଳିବ ସେଥିପାଇଁ ପାଖାପାଖି ୪ଠଠ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି, ସେଥିରେ ସାହାଯ୍ୟ ହୋଇଥାଏ ।

ଗୁଜରାଟରେ ମହିଳାମାନଙ୍କୁ ପ୍ରତ୍ୟେକ ସ୍ତରରେ ପ୍ରୋତ୍ସାହିତ କରିବା ପାଇଁ ଆମେ ନିଷ୍ପତ୍ତି ନେବା ସ୍ଥାନଗୁଡ଼ିକରେ ଅଧିକ ସୁଯୋଗ ଦେବାକୁ ଚେଷ୍ଟା କରିଛୁ । ମହିଳାମାନଙ୍କର ପରିଚାଳନା କ୍ଷମତାକୁ ବୁଝିବା, ଭଉଣୀମାନଙ୍କୁ ଗାଁ ସହିତ ଜଡ଼ିତ ଅନେକ ପ୍ରକଳ୍ପରେ ନେତୃତ୍ୱ ନେବାର ଭୂମିକା ଦିଆଯାଇଛି । ପାଣି ସମିତିରେ ଗୁଜରାଟର ଭଉଣୀମାନଙ୍କ ଦ୍ୱାରା ଯେଉଁ ପ୍ରଶଂସନୀୟ କାର୍ଯ୍ୟ କରାଯାଇଛି ସେହି କାରଣରୁ ଆଜି ଦେଶର ଭଉଣୀମାନେ ମଧ୍ୟ ଜଳଜୀବନ ମିଶନରେ ନେତୃତ୍ୱ ନେଉଛନ୍ତି । ଗୁଜରାଟ ହେଉଛି ଦେଶର ଅନ୍ୟତମ ରାଜ୍ୟ, ଯେଉଁଠାରେ ପଞ୍ଚାୟତିରାଜ ଅନୁଷ୍ଠାନରେ ୫ଠ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ମହିଳାମାନଙ୍କ ପାଇଁ ରହିଛି । ଗୁଜରାଟରେ ଗ୍ରାମୀଣ ଭଉଣୀମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବାକୁ, ଯେତେବେଳେ ଆମେ ୫ଠ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲୁ ସେହି ସମୟରେ ଆମେ ମିଶନ ମଙ୍ଗଲମ୍ ଆରମ୍ଭ କରିଥିଲୁ । ଏବଂ ଏହା ଅଧିନରେ ୧୨ ବର୍ଷ ମଧ୍ୟରେ ୨ ଲକ୍ଷ ୬ଠ ହଜାରରୁ ଅଧିକ ଗୋଷ୍ଠୀ ଅଛନ୍ତି, ଯେଉଁଥିରେ ୨୬ ଲକ୍ଷରୁ ଅଧିକ ଆମର ଗ୍ରାମର ଭଉଣୀମାନେ ଏଥିରେ ଜଡ଼ିତ ଅଛନ୍ତି । ଆମ ଗାଁରେ ବହୁ ସଂଖ୍ୟକ ଆଦିବାସୀ, ଦଳିତ, ପଛୁଆବର୍ଗର ଭଉଣୀମାନେ ଏଥିରେ ଯୋଡ଼ି ହୋଇଛନ୍ତି । ଏହି ସମୂହଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ଅଧିନରେ ବ୍ୟାଙ୍କଗୁଡ଼ିକରେ ଲକ୍ଷାଧିକ କୋଟି କୋଟି ଟଙ୍କା ମିଳିପାରୁଛି । ଆମର ସର୍ବଦା ପ୍ରୟାସ ରହିଛି ଯେ ଭଉଣୀମାନେ ଏବଂ ଝିଅମାନେ ପରିବାରର ଆର୍ଥିକ ଶକ୍ତିକୁ ବୃଦ୍ଧି କରିବା ଉଚିତ ଏବଂ ସେମାନେ ଅର୍ଥନୀତିରେ ମଧ୍ୟ ସକ୍ରିୟ ଭାବରେ ଜଡ଼ିତ ହେବା ଉଚିତ ।

୨ଠ୧୪ରେ କେନ୍ଦ୍ରରେ ସରକାର ଗଠନ ହେବା ମାତ୍ରେ ଆମେ ଜନଧନ ବ୍ୟାଙ୍କ ଖାତାର ଏକ ବହୁତ ବଡ଼ ଜାତୀୟ ଯୋଜନାରେ କାମ କରିଥିଲୁ, ଏହି ଯୋଜନା ଅଧିନରେ ଗୁଜରାଟରେ ଲକ୍ଷ ଲକ୍ଷ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲା ଯାଇଥିଲା । ସେଗୁଡ଼ିକ ଆଜି ମଧ୍ୟ ବ୍ୟବହୃତ ହେଉଛି । ଏଭଳି ଗରିବ ମାଆ ଏବଂ ଭଉଣୀମାନଙ୍କୁ ଏତେ ବଡ଼ ଭୟଙ୍କର କରୋନାର ରୋଗ ଆସିଲା, ସିଧାସଳଖ ସେମାନଙ୍କ ଖାତାରେ ଟଙ୍କା ପଠାଇ ମୋର ମାଆ ଓ ଭଉଣୀମାନେ କିପରି ସମ୍ମାନର ସହିତ ବଞ୍ଚôବେ ସେହି ବ୍ୟବସ୍ଥା କରିଥିଲେ । ମୁଦ୍ରା ଯୋଜନା ଦ୍ୱାରା, ସ୍ୱରୋଜଗାର ଦ୍ୱାରା ମୁଦ୍ରା ଯୋଜନା, ସ୍ୱରୋଜଗାର ମୁଦ୍ରା ଯୋଜନା ଅନ୍ତର୍ଗତ ବ୍ୟାଙ୍କରୁ କୌଣସି ପ୍ରକାରର ଗ୍ୟାରେଣ୍ଟି ବିନା ଟଙ୍କା ଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା । ଏବଂ ମୁଁ ଖୁସି ଯେ ଦେଶର ୭ଠ ପ୍ରତିଶତ ମହିଳା ଦେଶରେ ମୁଦ୍ରା ଯୋଜନାର ଲାଭ ନେବାରେ ସୁଯୋଗ ନେଉଛନ୍ତି । ସଖୀ ମଣ୍ଡଳର ସୀମା ଯାହା କେନ୍ଦ୍ର ସରକାର ୧ଠ ଲକ୍ଷ ଟଙ୍କା ଋଣ କରିଥିଲେ ତାହାକୁ ବର୍ତ୍ତମାନ ୨ଠ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହାଦ୍ୱାରା ସେମାନେ ସେମାନଙ୍କର ବ୍ୟବସାୟ ବୃଦ୍ଧି କରିପାରିବେ । ଏବଂ ଯେତେବେଳେ ମୁଁ କହିବି ଯେ ଏହା ଏକ ଡବଲ ଇଞ୍ଜିନର ସରକାର, ଏହା ଡବଲ ଇଞ୍ଜିନ ସରକାରଙ୍କ ଲାଭ ହେଉଛି ଯେ ଚତୁର୍ଦ୍ଦିଗରେ ଦ୍ରୁତ ଗତିରେ ବିକାଶ ଘଟୁଛି । ଆଜି ଏହି କାର୍ଯ୍ୟକ୍ରମରେ ୧ ଲକ୍ଷ ୪ଠ ହଜାର ଗରିବ ଲୋକ ପକ୍କା ଘର ପାଇଛନ୍ତି । କଳ୍ପନା କରନ୍ତ ଯେ ପ୍ରାୟ ୧.୫ ଲକ୍ଷ ପରିବାରକୁ ରହିବାକୁ ଏକ ପକ୍କା ଘର ମିଳୁଛି । ପ୍ରଥମେ ଚାଳ ଛପର ଘରେ, ଝୁମ୍ପୁଡ଼ିରେ, ରାସ୍ତା କଡ଼ରେ ରହୁଥିଲେ, ଏଭଳି ୧.୫ ଲକ୍ଷ ପରିବାର ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶମାନଙ୍କର ମଧ୍ୟ ନିୟମ ରହିଛି ଯେ ଯେଉଁ ଘର ମିଳିଛି ତାହା ମହିଳାଙ୍କ ନାମରେ ହେବା ଉଚିତ । ଆଜି ଯଦି ଆପଣ ଏହି ଘରଗୁଡ଼ିକର ମୂଲ୍ୟ ଦେଖନ୍ତି ତେବେ ଏହି ମହିଳାମାନେ କୋଟିପତି ହୋଇ ପାରିଛନ୍ତି । ଏତେ ବଡ଼ କାମ ଆମେ କରିଛୁ । ଏହି ଘର ଆକାରରେ ୩ ହଜାର କୋଟିରୁ ଅଧିକ ମୂଲ୍ୟର ସମ୍ପତ୍ତି ଭଉଣୀମାନଙ୍କ ନାମରେ ହୋଇପାରିଛି । କେହି କଳ୍ପନା କରିପାରିବେ ଯେ ଆଜି ଏହା ତୁମର ପୁଅ ଯେଉଁଠାରେ ବସିଛି ସେହି ମାଆମାନଙ୍କର ଯାହାକି ସେମାନେ ୩ ହଜାର କୋଟିର ସମ୍ପତ୍ତିର ମାଲିକ ହୋଇଛନ୍ତି । ଏମାନେ ସେହି ଭଉଣୀ, ଯାହାର ନାମରେ ଜୀବନରେ କୌଣସି ଜିନିଷ କେବେ ମଧ୍ୟ ନ ଥିଲା । ଗୋଟିଏ ଘର ନ ଥିଲା, ଜମି ନ ଥିଲା, କିଛି ନ ଥିଲା । ତାଙ୍କ ନାମରେ ଏବେ ୩ ହଜାର କୋଟିର ସମ୍ପତ୍ତି । ଏହି ପୁଅ ତାଙ୍କର କାମ କରୁଛି, ମାତୃ ଭକ୍ତିରେ କରୁଛି । 

ସହରୀ ଗରିବ ଏବଂ ମଧ୍ୟବିତ୍ତଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରାଗଲା । ବିଗତ ବର୍ଷଗୁଡ଼ିକରେ ଗୁଜରାଟ ସହର ଗରିବ ଏବଂ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କର ଗୃହ ନିର୍ମାଣ ଉପରେ ଅପ୍ରତ୍ୟାଶିତ କାର୍ଯ୍ୟ ମଧ୍ୟ କରିଛି । ଏପର୍ଯ୍ୟନ୍ତ ଅନୁମୋଦିତ ସାଢ଼େ ୧ଠ ଲକ୍ଷରୁ ଅଧିକ ଘର ମଧ୍ୟରୁ ସହରୀ ଗରିବ ପରିବାରଗୁଡ଼ିକ ପ୍ରାୟ ୭.୫ଠ ଲକ୍ଷ ଘର ପାଇସାରିଛନ୍ତି । ଗୁଜରାଟର ପ୍ରାୟ ୪.୫ ଲକ୍ଷ ମଧ୍ୟବିତ୍ତ ପରିବାରଙ୍କୁ ମଧ୍ୟ ଘର ନିର୍ମାଣରେ ସହାୟତା ଦିଆଯାଇଛି । ଭଦୋଦରା, ଆଣଂଦ, ଛୋଟ ଉଦୟପୁର, ଖେଡ଼ା, ପଞ୍ଚମାହଲ, ନର୍ମଦା, ଦାହୋଦ, ଏହି ମୋର ମଧ୍ୟ ପ୍ରଦେଶ ଗୁଜରାଟ, ସେମାନଙ୍କ ଚାରିଟି ଜିଲ୍ଲାରେ ରହୁଥିବା ଭଉଣୀମାନଙ୍କୁ ଏହି ସରକାରୀ ଯୋଜନାର ଲାଭ ମିଳିପାରୁଛି ।

ସହରଗୁଡ଼ିକରେ ଗରିବ ଏବଂ ନିମ୍ନ ମଧ୍ୟବିତ୍ତଙ୍କୁ ଉପଯୁକ୍ତ ଭଡ଼ା ଉପରେ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଯେଉଁଥିରେ ଆଜି ଗୁଜରାଟ ସମଗ୍ର ଦେଶରେ ଅଗ୍ରଣୀ ରାଜ୍ୟ ହୋଇପାରିଛି । ଘର ସହିତ ଯେଉଁ ଠେଲା ବାଲା ହୋଇଥାନ୍ତି, ଚାରିଚକିଆ ଠେଲା ସହିତ ବାହାରକୁ ଯାଆନ୍ତି, ସେମାନେ ମଧ୍ୟ ପିଏମ୍ ସ୍ୱନିଧି ଯୋଜନାରେ ବ୍ୟାଙ୍କରୁ ଋଣ ପାଇଥାନ୍ତି । ଏହି ଲୋକମାନେ ପୂର୍ବରୁ ଋଣ ନେଇ ସୁଧ ଦେଉଥିଲେ । ଏହି ବୁଲା ବିକାଳି ଛୋଟ ଲୋକମାନଙ୍କୁ ସାହାଯ୍ୟ କରିବାର କାର୍ଯ୍ୟ ଆମେ ଗ୍ରହଣ କରିଛୁ । ଗତ ୨ଠ ବର୍ଷ ମଧ୍ୟରେ ଗୁଜରାଟର ବିକାଶକୁ ସଫଳତା ମିଳୁ ଏବଂ ଆଧୁନିକତା ମିଳୁ, ସେହି ଦିଗରେ ଆମେ କାର୍ଯ୍ୟ କରିଛୁ । ଗୋଟିଏ ପଟେ ଗୁଜରାଟର ପ୍ରତ୍ୟେକ ନାଗରିକ, ଆମର ଭଉଣୀ, ଆମର ଆଦିବାସୀ, ଆମର ପଛୁଆ ଦଳିତ ଭାଇ ଓ ଭଉଣୀଙ୍କ ସମସ୍ୟାର ସମାଧାନ ହେଉ, ଅନ୍ୟପଟେ ସଂଯୋଗୀକରଣ ଭିତ୍ତିଭୂମି ତାଙ୍କୁ ଉଦ୍ୟୋଗ କ୍ଷେତ୍ରରେ ଶକ୍ତି ମିଳୁ । କାରଣ ଆମକୁ ଏଠାରେ ଠିଆ ହେବାକୁ ପଡ଼ିବ ନାହିଁ, ଆମକୁ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ହେବ । ଏଥିପାଇଁ ତାଙ୍କର ମଧ୍ୟ କାର୍ଯ୍ୟ ହେବା ଦରକାର । ରେଳ ସଂଯୋଗୀକରଣ ଦ୍ୱାରା ତାହା ବିସ୍ତାର ହୁଏ ନାହିଁ । ଭୂପେନ୍ଦ୍ର ଭାଇ ସେ ବିଷୟରେ କହିଲେ କ୍ରମାଗତ ରେଳ ସଂଯୋଗକୁ ନିଶ୍ଚିତ କରିବା ପାଇଁ ଗୁଜରାଟରେ ୧୬ ହଜାର କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ଆଜି ଗୁଜରାଟରେ ରହିଛି । ୩୫ଠ କିଲୋମିଟରରୁ ଅଧିକ ନୂଆ ପାଲନପୁର, ନୂଆ ମଦାରର ବିଭାଗ ଲୋକାର୍ପଣ ପାଶ୍ଚାତ୍ୟ ମାଲପରିବହନ କରିଡ଼ରକୁ ମଧ୍ୟ ଶକ୍ତି ମିଳିଛି । ଯାହା ଦ୍ୱାରା ଏହି ପ୍ରକଳ୍ପ ମଧ୍ୟ ଗତିଶୀଳ ହୋଇପାରିଛି । ଭାରତୀୟ ରେଳବାଇକୁ ତାହାର ବ୍ୟବହାର କରିବା, ଉଦ୍ୟୋଗୀକରଣ ଏବଂ ବ୍ୟବସାୟିକ କାର୍ଯ୍ୟର ଏକ ନୂତନ ଶକ୍ତି ଦେବାର ପରିବେଶ ପ୍ରସ୍ତୁତ କରିବାରେ କାର୍ଯ୍ୟରେ ଆସିବ । ସାବରମତୀ ବୋଟାଦ ରାସ୍ତାର ପ୍ରଶସ୍ତୀକରଣ, ଅହମ୍ମଦାବାଦର ପିପାୱାୱ ବନ୍ଦରକୁ ସଂଯୋଗ କରୁଥିବା ବିଭିନ୍ନ ଛୋଟ ଛୋଟ ବିକଳ୍ପ ମାର୍ଗ ପ୍ରସ୍ତୁତ କରାଯାଉଛି । ଯେଉଁଥିପାଇଁ ବନ୍ଦର କ୍ରମାଗତ ଭାବରେ ଆରମ୍ଭ କଲେ ଗୁଜରାଟରେ ଯେଉଁ ସଂଯୋଗୀକରଣର କାମ ହୋଇଛି । ସେଥିରେ ଲୋକଙ୍କର ଜୀବନକୁ ସରଳ କରିବା ପାଇଁ ଜୀବନର ଶାନ୍ତି ସମ୍ପର୍କରେ ମୁଁ ଯେଉଁ କହୁଛି ସେଥିରେ ମଧ୍ୟ ଏକ ଗୁଣ ରହିଛି । ଗୁଜରାଟରେ ପର୍ଯ୍ୟଟନ ବଡ଼ ଏବଂ ଆପଣଙ୍କ ଭଦୋଦରା ବହୁତ ବଢ଼ିଆ । ଯଦି କୌଣସି ଆସିଥାନ୍ତି ତେବେ ତାଙ୍କୁ ଗୋଟିଏ ଦିନ କେଉଁଠିକୁ ନେଇ ଯାଆନ୍ତୁ ଏବଂ କୁହନ୍ତୁ ଚାଲନ୍ତୁ ଆମର ନୂତନ ନିର୍ମିତ ପାଭଗଡ଼କୁ ଯିବା, ମା’ କାଳୀଙ୍କ ନିକଟକୁ ଯିବା । ଅତିଥିଙ୍କୁ ୩/୪ ଦିନ କୌଣସି ସ୍ଥାନକୁ ନେବା । ତେବେ ଆସନ୍ତୁ ଆମର ଏକତା ନଗର କେୱାରିଆକୁ ନେଇଯିବା । ଅତିଥିମାନଙ୍କୁ ୩/୪ ଦିନ ରଖିବା ଏବଂ ଆମେ କେତେ ଆଗକୁ ବଢ଼ିଛୁ ଏହା କହିବା । ଏହା ଭଦୋଦରାବାସୀଙ୍କ ସେମାନଙ୍କର ପାଞ୍ଚ ଆଙ୍ଗୁଠିରେ ଅଛି । ଆମର ପାଲନପୁର ରାଧନପୁର ବିଭାଗ ବାକି ଦେଶ ସହିତ କଚ୍ଛକୁ ସଂଯୋଗ କରିବା ପାଇଁ କାର୍ଯ୍ୟ କରୁଛି । ଯେଉଁଥିପାଇଁ କଚ୍ଛର ଚାଷୀମାନଙ୍କୁ ଆଜି ହିଁ କଚ୍ଛର ରଣପ୍ରଦେଶରେ ମଧ୍ୟ ଚାଷ ହୋଇପାରୁଛି । କଚ୍ଛରେ ଗୁପ୍ତ ଚାଷ ହେଉଛି । ବିଦେଶକୁ ଆପଣ ଯାଉଛନ୍ତି, କଚ୍ଛର ଉତ୍ପାଦ ବିଦେଶକୁ ଯାଉଛି । କୃଷି ଉତ୍ପାଦ ବା ରେଳ ସଂଯୋଗୀକରଣ ଦ୍ୱାରା ଭାରତର କୋଣ ଅନୁକୋଣରେ ପହଂଚିବା ପାଇଁ ଆଜି ଏହା କରାଯାଉଛି । ଭଦୋଦରା ଆଧୁନିକ ସଂଯୋଗୀକରଣ ସେଥିପାଇଁ ବିଶେଷ ଧ୍ୟାନ ଦେଉଛି । ଭଦୋଦରାର ଆଧୁନିକ ବସ ଷ୍ଟେସନ ଯାହା ଆପଣ ସମସ୍ତଙ୍କୁ ଜଣା ଅଛି, ପ୍ରଥମ ବସ ଷ୍ଟେସନ । ଏୟାର ପୋର୍ଟ ଠାରୁ ମଧ୍ୟ ଭଲ ତିଆରି ହୋଇଛି । ହୋଇଛି କି ନାହିଁ? ଏୟାର ପୋର୍ଟ ଠାରୁ ମଧ୍ୟ ବଢ଼ିଆ ହୋଇଛି । ହୋଇଛି କି ନାହିଁ? ଏବଂ ଆଜି ପୁରା ହିନ୍ଦୁସ୍ଥାନରେ ତାହାରେ ଚର୍ଚ୍ଚା ହେଉଛି । କେବଳ ସେତିକି ନୁହେଁ, ଆମର ଗୁଜରାଟ, ଅହମ୍ମଦାବାଦ, ବଡ଼ୌଦା ଏକ୍ସପ୍ରେସ ହାଇୱେ ଲୋକମାନେ ଦେଖିବାକୁ ଯାଉଥିଲେ କି ଅହମ୍ମଦାବାଦ-ବଡ଼ୌଦା ଏକ୍ସପ୍ରେସ ହାଇୱେ କିଭଳି ତିଆରି ହୋଇଛି । ଏବଂ ବର୍ତ୍ତମାନ ମୁମ୍ବାଇ-ଦିଲ୍ଲୀ ଏକ୍ସପ୍ରେସ ହାଇୱେ ଏବଂ ଯେଉଁ ଅହମ୍ମଦାବାଦ-ବଡ଼ୌଦା ଏକ୍ସପ୍ରେସ ହାଇୱେ ଥିଲା ତାହାକୁ ଦେଖି ତାହାର ବିସ୍ତାର ହେଉଛି । କେବଳ ସେତିକି ନୁହେଁ, ଆପଣ ହାଇସ୍ପିଡ ରେଲୱେ ବଡ଼ୌଦାରୁ ମୁମ୍ବାଇ ବୁଲେଟ ଟ୍ରେନ ଏହା ମଧ୍ୟ କିଛି ଦିନ ମଧ୍ୟରେ ଆମ ସମ୍ମୁଖରେ ହେବ । ଆପଣ ବିଚାର କରନ୍ତୁ କି ବଡ଼ୌଦାକୁ ଏତେ ବଡ଼ ଶକ୍ତି ମିଳିବାର ଅଛି । ଆମର ଛାୱନୀ ରେଲୱେ ଷ୍ଟେସନ ତାହାର ମଧ୍ୟ ନୂଆ ସ୍ୱରୂପରେ ବିକାଶ ହେଉଛି । ଆମର ବଡ଼ୌଦା ଏୟାରପୋର୍ଟ ସେଥିରେ ମଧ୍ୟ ସେ ଆସୁଛି ଏବଂ ଦୁଇଟି ସବୁଜ ଏୟାରପୋର୍ଟର ମଧ୍ୟ ପ୍ରସ୍ତୁତି ଚାଲିଛି । ସ୍ମାର୍ଟସିଟି ଅମୃତ ଯୋଜନା, ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ତାହା ମାଧ୍ୟମରେ ଡବଲ ଇଞ୍ଜିନ ଡବଲ ସଫଳତା ମୋର ଭଦୋଦରାକୁ ମିଳୁଛି । ଭଦୋଦରା ସ୍ମାର୍ଟ ହେବା ପାଇଁ ୧ଠଠଠ କୋଟି ଟଙ୍କା ୨୫ଟି ପ୍ରକଳ୍ପ ଭଦୋଦରା ପାଇଁ ସ୍ୱୀକୃତି ଲାଭ କରିଛି । ଏବଂ ସେଥିରୁ ସେ ପାଖାପାଖି ୧୬ଟି ପ୍ରକଳ୍ପ ପୂରା ହେବାକୁ ଯାଉଛି । ଅମୃତ ଯୋଜନା ଅନ୍ତର୍ଗତ ମହାନଗରପାଳିକାଙ୍କୁ ଅଭିନନ୍ଦନ ଜଣାଉଛି । ଏବେ ମୋର ହିମାଚଳରେ ପୂରା ଦେଶର ମୁଖ୍ୟ ସଚିବମାନଙ୍କ ସହିତ ଏକ ଆଲୋଚନା ଚାଲିଥିଲା । ସେଥିରୁ ଜଣେ ଅଧିକାରୀ ବିଶେଷ ଭାବେ ଆଜି ଭଦୋଦରାର ୧ଠଠ କୋଟି ଟଙ୍କା ଗ୍ରାଣ୍ଡ ଇସୁ କରାଯାଇଛି । ଏବଂ ଯେଉଁ ସଫଳତା ମିଳିଛି ସେଥିପାଇଁ ହିମାଚଳବାସୀ ଆପଣଙ୍କୁ ଭଦୋଦରା ମହାନଗର ନିଗମକୁ ଅଭିନନ୍ଦନ ଜଣାଉଛି । ଆଜି ଆମର ସିଂହ ରୋଡ, ଜଳ ଆପୂର୍ତ୍ତି ଯୋଜନାର ଲୋକାର୍ପଣ ଆମର ମହିସାଗର ପାଣି ଭଦୋଦରାର ଦକ୍ଷିଣ ବିସ୍ତାରରେ ଏବଂ ତାହା ଦ୍ୱାରା ଆମର ମାଆମାନେ - ଭଉଣୀମାନଙ୍କର ଆଶିଷ ମୋତେ ମିଳିବ, ମିଳିବ ଏବଂ ମିଳିବ ।

ଭାଇ ଏବଂ ଭଉଣୀମାନେ ଆମର ଭଦୋଦରାର ପରିଚୟ ଏବଂ ଶିକ୍ଷା କ୍ଷେତ୍ରରେ ବଡ଼ ନାମ ରହିଛି । ଆମର ଏମଏସ ୟୁନିଭର୍ସିଟି ତା’ର ନାମ ବଜାୟ ରଖିଛି ଏବଂ ଆମର ଶିକ୍ଷା, ବିଜ୍ଞାନ, କୋର୍ଟ ସେଥିରେ ମଧ୍ୟ ଆମେ ଆଗକୁ ବଢୁଛୁ । ଗତବର୍ଷ ଶିକ୍ଷା, ଦକ୍ଷତା ବିକାଶ ହବ ପାଇଁ ଭଦୋଦରାର ପରିଚୟ ହୋଇପାରିଛି । ଟି୍ରପଲ ଆଇଟି, ସ୍ୱର୍ଣ୍ଣିମ ଗୁଜରାଟ ସ୍ପୋର୍ଟ୍ସ ୟୁନିଭର୍ସିଟି, ସେଣ୍ଟ୍ରାଲ ୟୁନିଭର୍ସିଟି ଏହି ସମସ୍ତ ଗୁଜରାଟର ଅଗଣାରେ ଭଦୋଦରାରେ ରହିଛି । ମୋର ଭଦୋଦରାର ଛାତି ଫୁଲି ଉଠୁଛି ଏହା ସ୍ୱାଭାବିକ ଅଟେ । ଆପଣଙ୍କୁ ଖୁସି ଲାଗିବ ଯେ, ଦେଶର ପ୍ରଥମ, ଦେଶର ପ୍ରଥମ ରେଳ ୟୁନିଭର୍ସିଟି, ଏହା ଭଦୋଦରାରେ, ଏବଂ ବର୍ତ୍ତମାନ ଗତିଶକ୍ତି ୟୁନିଭର୍ସିଟି ଭାବରେ ତାହାର ବିସ୍ତାର ମଧ୍ୟ ଭଦୋଦରାର ଭୂମିରେ ହେଉଛି । ଏବଂ ସେଥିରେ ଶିକ୍ଷା ଗ୍ରହଣ କରି ବାହାରିବାକୁ ଥିବା ଲୋକମାନେ, ଆଖପାଖ ଅଞ୍ଚଳରେ ଥିବା ଲୋକମାନଙ୍କୁ ବିସ୍ତୃତ ଭାବେ ଲାଭ ମିଳିପାରିବ । ସମଗ୍ର ଦେଶର ଲୋକମାନଙ୍କୁ ମଧ୍ୟ ଲାଭ ମିଳିପାରିବ ଏବଂ ଆମର ଆଣଂଦ ହେଉ ଛୋଟ ଉଦୟପୁର ହେଉ କିମ୍ବା ମଧ୍ୟ ଗୁଜରାଟର ଅନ୍ୟ ଜିଲ୍ଲା ହେଉ । ଖେଡ଼ା ହେଉ କିମ୍ବା ପଞ୍ଚମହାଲ ହେଉ କିମ୍ବା ଦାହଦ ହେଉ କିମ୍ବା ଏପଟରେ ଆମର ଭରୁଚ ହେଉ କିମ୍ବା ନର୍ମଦା ହେଉ ଏହିସବୁଙ୍କୁ ଲାଭ ମିଳିପାରିବ । ଏବଂ ନର୍ମଦାରେ ବିର୍ସାମୁଣ୍ଡା ଆଦିବାସୀ ୟୁନିଭର୍ସିଟି, ଗୋଧରାରେ ଗୋବିନ୍ଦ ଗୁରୁ ୟୁନିଭର୍ସିଟି, ଏହା ମଧ୍ୟ ସମଗ୍ର ଦେଶରେ ଆକର୍ଷଣର ବିନ୍ଦୁ ହୋଇପାରିଛି ।

ଭାଇ ଏବଂ ଭଉଣୀମାନେ, ଭଦୋଦରା ଦେଶର ସବୁଠାରୁ ପୁରୁଣା, କହିବାକୁ ଗଲେ ଏହି ଭଦୋଦରା ହେଉଛି ଏକାମାତ୍ର ସହର ଯାହାକୁ ଦେଶର ପ୍ରକୃତ ଅର୍ଥରେ କସ୍ମୋପଲିଟାନ ସିଟି କୁହାଯାଏ । ଏହା ଦେଶର କୌଣସି କୋଣରେ ନାହିଁ ଯେଉଁଠାରେ ଲୋକମାନେ ନ ରହୁଛନ୍ତି, ଏଠାରେ କାମ କରୁନାହାନ୍ତି, ଏଠାରେ ପାଠ ପଢ଼ୁନାହାନ୍ତି, ପ୍ରାୟତଃ ଏଭଳି ଦେଖିବାକୁ ମିଳିଥାଏ ଏବଂ ଯେତେବେଳେ ଆମର ଭଦୋଦରାର ଗରବା ସମଗ୍ର ଦେଶରେ ହେଉଛି, ଏବଂ ଭଦୋଦାରରେ ମେକ ଇନ ଇଣ୍ଡିଆ ଏହାର ଅସ୍ତିତ୍ୱ, ଦୃଢ଼ ବିକାଶ ଦିଗରେ ଆଜି ଭଦୋଦରାରେ ଦଣ୍ଡାୟମାନ ହୋଇଛି ଏବଂ ତାହାର ଭୂମିକା ବୃହତ ଭାବେ ବିକାଶ ଯାତ୍ରାରେ, ଭଦୋଦରା ଏକ ରୋଜଗାର କ୍ଷେତ୍ରର ହବ ମଧ୍ୟ ହୋଇପାରିଛି, ଏଠାରେ ଟେକ୍ନୋଲୋଜୀ ସହିତ ଜଡ଼ିତ ଥିବା ବିସ୍ତାର ମଧ୍ୟ ହୋଇପାରୁଛି, ଏଠାରେ ଆମର ବୋମ୍ବଡିୟର କମ୍ପାନୀର ମେଟ୍ରୋ ଦୁନିଆରେ ଯାଉଛି, ଦୁନିଆରେ, ଆମର ଭଦୋଦରାର ଛାତି ଚଉଡ଼ା ହେବ କି ନାହିଁ କୁହ ଭାଇମାନେ । ମେଟ୍ରୋ ଦୁନିଆକୁ ଯିବା ସେଠାରେ କହିବା କେଉଁଠି ହୋଇଛି, ସେତେବେଳେ କହିବା ଭଦୋଦରାରେ ହୋଇଛି । ମେଟ୍ରୋ ଅଷ୍ଟ୍ରେଲିଆରେ ଚାଲୁଛି, କେଉଁଠୁ ଆସିଛି କହିବା ଭଦୋଦରାରୁ ଆସିଛି, ଭାରତରୁ ଆସିଛି, ଗୁଜରାଟ ସରକାରଙ୍କ ସହଯୋଗ ଏବଂ ପରୋପକାରର ଏକ ବିଶେଷତା ରହିଛି । ଏହା ତାହାର ଏହାର ମୂଳ ଶକ୍ତି ରହିଛି ଏବଂ ଡବଲ ଇଞ୍ଜିନ ସରକାରଙ୍କ ପ୍ରୟାସ ଦ୍ୱାରା ସାମାଜିଗ ସଂଗଠନର ଶକ୍ତିରୁ, ଜନଭାଗିଦାରୀରୁ, ସିଭିଲ ସୋସାଇଟିର ସହଯୋଗରୁ ବିକାଶର ନୂଆ ନୂଆ ଯୋଜନା ମାନ ଗୁଜରାଟର ସାଧାରଣ ଜୀବନକୁ ସଶକ୍ତ କରୁଛି, ଗୁଜରାଟର ସାଧାରଣ ଜୀବନକୁ ସଶକ୍ତ କରୁଛି ଏବଂ ଗୁଜରାଟର ଆଗାମୀ ପିଢ଼ିମାନଙ୍କ ପାଇଁ, ଅନ୍ତତଃ ଗୁଜରାଟର ନିର୍ମାଣ କରିବା, ଏଭଳି ଉତ୍ତମ ଭୂମିକା ସହିତ ଗୁଜରାଟ ବିକାଶର ନୂତନ ଶିଖରକୁ ଗତି କରୁଛି ଏବଂ ଆପଣ ସମସ୍ତଙ୍କ ଆଶୀର୍ବାଦ ମୋତେ ପ୍ରତ୍ୟେକ ଦିନ ନୂଆ କରିବାର ଶକ୍ତି ପ୍ରଦାନ କରୁଛି । ଆପଣଙ୍କ ଆଶିଷ ଆମ ଦେଶକୁ ନୂଆ ଶିଖରକୁ ନେବାରେ ସବୁବେଳେ ପ୍ରେରଣା ଯୋଗାଉଛି । ଆପଣଙ୍କ ଆଶୀର୍ବାଦ ମୋ ପାଇଁ ଏତେ ବଡ଼ ସାମର୍ଥ୍ୟ ଯେ ଏହି ଦେଶର ସ୍ୱପ୍ନକୁ ସାକାର କରିବା ପାଇଁ ଆମେ କୌଣସି ପଛଘୁଞ୍ଚା ଦେଉନାହୁଁ ଏବଂ ଏହିଭଳି ଭାବରେ କାର୍ଯ୍ୟ କରିଚାଲିଛୁ ଯାହାକି ପୁଣି ଥରେ ମୋର ଆଜି ମାତୃବନ୍ଦନା ଦିନ ଏବଂ ଆଜି ଏତେ ବଡ଼ ସଂଖ୍ୟାରେ ମାଆମାନେ ଭଉଣୀମାନଙ୍କର ଦର୍ଶନ କରିବାର ସୁଯୋଗ ମିଳିଲା, ମାଆ ଭଉଣୀମାନଙ୍କର ଆଶୀର୍ବାଦ ମିଳିବାର ଯେଉଁ ସୁଯୋଗ ମିଳିଲା, ଗୁଜରାଟର ଜୀବନରେ ଏକା ସହିତ ଲକ୍ଷ ଲକ୍ଷ ଭଉଣୀମାନଙ୍କର ଆଗମନରେ ଯେଉଁ ଆଶୀର୍ବାଦ ମିଳିବାର ସୁନ୍ଦର ଅବସର ଏହାଠାରୁ କ’ଣ ହୋଇପାରେ? ଆପଣ ସମସ୍ତଙ୍କୁ ମାଆମାନଙ୍କୁ ମୋର ଶତ ଶତ ପ୍ରଣାମ, ମୋର ଶତ ଶତ ନମସ୍କାର, ଆପଣଙ୍କ ଆଶୀର୍ବାଦ ମାତୃ ଶକ୍ତିର ସେବା ପାଇଁ, ଭାରତମାତାଙ୍କ ସେବା କରିବା ପାଇଁ ମୋତେ ସାମର୍ଥ୍ୟ ମିଳୁ ସେହି ଅପେକ୍ଷା ସହିତ ଆପଣ ସମସ୍ତଙ୍କ ଆଶୀର୍ବାଦ ଆମ ସମସ୍ତଙ୍କ ଉପରେ ରହିଥାଉ, ବହୁତ ବହୁତ ଶୁଭକାମନା, ବହୁତ ବହୁତ ଧନ୍ୟବାଦ ।

 

NS/MS


(Release ID: 1835326) Visitor Counter : 128