ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପିଲାମାନଙ୍କ ପାଇଁ ପିଏମ୍ କେୟାର୍ସ ସହାୟତା ବିତରଣ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

Posted On: 30 MAY 2022 12:59PM by PIB Bhubaneshwar

ନମସ୍କାର! କାର୍ଯ୍ୟକ୍ରମରେ ଉପସ୍ଥିତ ଦେଶର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀ ମହାଶୟା, ସାରା ଦେଶର ଭିନ୍ନ- ଭିନ୍ନ ସ୍ଥାନମାନଙ୍କରୁ ସାମିଲ ହୋଇଥିବା ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ, ସେମାନଙ୍କ ସହିତ ଉପସ୍ଥିତ ଥିବା ସେଠାକାର ବରିଷ୍ଠ ନାଗରିକ ଏବଂ ବିଶେଷ କରି ଯେଉଁମାନଙ୍କ ଉଦ୍ଦେଶ୍ୟରେ ଆଜିକାର ଦିବସ, ସେମିତି ହିଁ ଉପସ୍ଥିତ ଥିବା ପ୍ରିୟ ପିଲାମାନେ, ସମସ୍ତ ଆଦରଣୀୟ ମୁଖ୍ୟମନ୍ତ୍ରୀଗଣ, ଅନ୍ୟ ମହାନୁଭବ ଏବଂ ପ୍ରିୟ ଦେଶବାସୀଗଣ !

ଆଜି ମୁଁ ପ୍ରଧାନମନ୍ତ୍ରୀ ହିସାବରେ ନୁହେଁ, ଆପଣଙ୍କ ପରିବାରର ଜଣେ ସଦସ୍ୟ ହିସାବରେ ଆପଣଙ୍କ ସହିତ କଥା ହେଉଛି। ଆଜି ଆପଣ ସମସ୍ତ ପିଲାମାନଙ୍କ ଗହଣକୁ ଆସି ମୋତେ ବହୁତ ଆଶ୍ୱସ୍ତି ଲାଭ ହୋଇଛି।

ସାଥୀଗଣ,

ଜୀବନ ଆମକୁ ଅନେକଥର ଅପ୍ରତ୍ୟାଶିତ ମୋଡ଼ରେ ଆଣି ଠିଆ କରି ଦେଇଥାଏ। ଏଭଳି ପରିସ୍ଥିତି ଗୁଡ଼ିକ ଯାହାକୁ ଆମେ କେବେ ହେଲେ କଳ୍ପନା ମଧ୍ୟ କରି ନ ଥାଉ। ହସିବା ଖେଳିବା ବେଳେ ହଠାତ ଅନ୍ଧକାର ଛାଇ ଯାଇଥାଏ, ସବୁକିଛି ବଦଳି ଯାଇଥାଏ । କରୋନା ଅନେକ ଲୋକଙ୍କ ଜୀବନରେ, ଅନେକ ପରିବାରରେ ଏହିଭଳି ହିଁ କିଛି ପରିସ୍ଥିତି ସୃଷ୍ଟି କରିଛି । ମୁଁ ଜାଣିଛି କରୋନା କାରଣରୁ ଯେଉଁମାନେ ନିଜର ଲୋକମାନଙ୍କୁ ହରାଇଛନ୍ତି, ସେମାନଙ୍କ ଜୀବନରେ ଆସିଥିବା ଏହି ପରିବର୍ତ୍ତନ କେତେ ଯନ୍ତ୍ରଣାଦାୟକ, କେତେ କଷ୍ଟକର । ପ୍ରତ୍ୟେକ ଦିନର ସଂଘର୍ଷ, ପ୍ରତିକ୍ଷଣର ସଂଘର୍ଷ, ନୂଆ- ନୂଆ ଆହ୍ୱାନ, ପ୍ରତ୍ୟେକ ଦିନର ତପସ୍ୟା। ଆଜି ଯେଉଁ ପିଲାମାନେ ଆମ ସହିତ ଅଛନ୍ତି, ଯେଉଁମାନଙ୍କ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ହେଉଛି, ସେମାନଙ୍କର କଷ୍ଟକୁ ବାକ୍ୟରେ ପ୍ରକାଶ କରିବା ଅତ୍ୟନ୍ତ କଷ୍ଟସାଧ୍ୟ। ଯେଉଁମାନେ ଚାଲିଯାଆନ୍ତି, ତାଙ୍କର କିଛି ସ୍ମୃତି ହିଁ କେବଳ ଆମ ପାଖରେ ରହି ଯାଇଥାଏ । କିନ୍ତୁ ଯିଏ ରହିଯାଏ, ତାଙ୍କ ସାମ୍ନାରେ ଆହ୍ୱାନର ଲମ୍ବା ତାଲିକା ରହି ଯାଇଥାଏ । ଏଭଳି ଆହ୍ୱାନରେ ପିଲାମାନଙ୍କ ପାଇଁ ପିଏମ୍ କେୟାର୍ସ, ଆପଣ ସମସ୍ତେ ଏଭଳି କରୋନା ପ୍ରଭାବିତ ପିଲାମାନଙ୍କର କଷ୍ଟକୁ କମ୍ କରିବା ପାଇଁ ଏକ ଛୋଟିଆ ପ୍ରୟାସ ମାତ୍ର, ଯେଉଁମାନଙ୍କର ଉଭୟ ମାତା ଏବଂ ପିତା ଆଉ ଇହ ଜଗତରେ ନାହାଁନ୍ତି।

ସାଥୀଗଣ,

ପିଲାମାନଙ୍କପାଇଁ ପିଏମ କେୟାର୍ସ ବା (ପିଏମ କେୟାର୍ସ ଫର୍ ଚିଲର୍ଡେନ) ଏହି କଥାର ମଧ୍ୟ ପ୍ରତିବିମ୍ବ ଯେ ପ୍ରତ୍ୟେକ ଦେଶବାସୀ ସମ୍ପୂର୍ଣ୍ଣ ସମ୍ବେଦନଶୀଳତାର ସହିତ ଆପଣଙ୍କ ସାଙ୍ଗରେ ଅଛନ୍ତି। ମୁଁ ସନ୍ତୁଷ୍ଟ ଯେ ପିଲାମାନଙ୍କର ଉତ୍ତମ ଏବଂ ଅବରୋଧ ରହିତ ପାଠପଢ଼ା ପାଇଁ ସେମାନଙ୍କ ଘର ପାଖରେ ରହିଥିବା ସରକାରୀ କିମ୍ବା ଘରୋଇ ବିଦ୍ୟାଳୟମାନଙ୍କରେ ସେମାନଙ୍କର ନାମଲେଖା ଯାଇ ସାରିଛି । ପିଏମ କେୟାର୍ସ ମାଧ୍ୟମରେ ଏଭଳି ପିଲାମାନଙ୍କର ଖାତା- ପୁସ୍ତକ ଏବଂ ୟୁନିଫର୍ମର ଖର୍ଚ୍ଚ ମଧ୍ୟ ବହନ କରାଯିବ। ଯଦି କାହାକୁ ବୃତ୍ତିଗତ ପାଠ୍ୟକ୍ରମ ପାଇଁ, ଉଚ୍ଚଶିକ୍ଷା ପାଇଁ ଶିକ୍ଷାଋଣ ଦରକାର, ତେବେ ପିଏମ କେୟାର୍ସ ସେଥିରେ ମଧ୍ୟ ସାହାଯ୍ୟ କରିବ। ଦୈନନ୍ଦିନ ଜୀବନର ଅନ୍ୟାନ୍ୟ ଆବଶ୍ୟକତା ଗୁଡ଼ିକ ନିମନ୍ତେ ଅନ୍ୟ ଯୋଜନାଗୁଡ଼ିକ ମାଧ୍ୟମରେ ସେମାନଙ୍କ ପାଇଁ ପ୍ରତି ମାସରେ 4 ହଜାର ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସାଥୀଗଣ,

ଏଭଳି ପିଲାମାନେ ଯେବେ ସେମାନଙ୍କର ବିଦ୍ୟାଳୟର ପାଠପଢ଼ା ଶେଷ କରିବେ, ତେବେ ଆଗାମୀ ଦିନରେ ସେମାନଙ୍କର ସ୍ୱପ୍ନ ସବୁକୁ ପୂରଣ କରିବା ପାଇଁ ଆହୁରି ଅଧିକ ଅର୍ଥର ଆବଶ୍ୟକତା ହେବ। ଏଥିପାଇଁ 18 ବର୍ଷରୁ 23 ବର୍ଷ ପର୍ଯ୍ୟନ୍ତ ଯୁବକଙ୍କୁ ପ୍ରତି ମାସରେ ଭତ୍ତା ମିଳିବ। ଆଉ ଯେତେବେଳେ ଆପଣ 23 ବର୍ଷର ହୋଇଯିବେ, ସେତେବେଳେ ଆପଣଙ୍କୁ ଏକାସାଙ୍ଗରେ 10 ଲକ୍ଷ ଟଙ୍କା ମିଳିବ।

ସାଥୀଗଣ,

ଆଉ ଏକ ବଡ଼ ଚିନ୍ତା, ସ୍ୱାସ୍ଥ୍ୟ ସହିତ ମଧ୍ୟ ଜଡ଼ିତ ରହିଛି । କେବେ କେବେ ରୋଗ ଆସିଗଲେ, ସେତେବେଳେ ଚିକିତ୍ସା ପାଇଁ ମଧ୍ୟ ଅର୍ଥ ଆବଶ୍ୟକ ହୋଇଥାଏ । କିନ୍ତୁ, କୌଣସି ମଧ୍ୟ ପିଲାକୁ, ସେମାନଙ୍କର ଅଭିଭାବକଙ୍କୁ ସେଥିପାଇଁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। ପିଏମ କେୟାର୍ସ ଫର୍ ଚିଲ୍ଡରେନ୍ ମାଧ୍ୟମରେ ଆପଣଙ୍କୁ ଆୟୂଷ୍ମାନ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ପ୍ରଦାନ କରାଯାଉଛି। ଏହି କାର୍ଡ ଦ୍ୱାରା ପାଂଚ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ମଧ୍ୟ ଆପଣ ପିଲାମାନଙ୍କୁ ମିଳିବ।

ସାଥୀଗଣ,

ଏହିସବୁ ପ୍ରୟାସଗୁଡ଼ିକ ମଧ୍ୟରେ ଆମର ଅନୁଭବ ରହିଛି ଯେ ଅନେକଥର ପିଲାମାନଙ୍କୁ ଭାବନାତ୍ମକ ସହଯୋଗ ଏବଂ ମାନସିକ ମାର୍ଗଦର୍ଶନର ମଧ୍ୟ ଆବଶ୍ୟକତା ପଡ଼ିପାରେ। ପରିବାରର ବଡ଼- ବୟଷ୍କମାନେ ତ ଥିବେ, କିନ୍ତୁ ସରକାର ଏକ ପ୍ରୟାସ କରିଛନ୍ତି । ଏଥିପାଇଁ ଏକ ବିଶେଷ ‘ସମ୍ବାଦ ହେଲ୍ପଲାଇନ’)ସେବା ମଧ୍ୟ ଆରମ୍ଭ କରିଛନ୍ତି। ‘ସମ୍ବାଦ ହେଲ୍ପ ଲାଇନ’ରେ ବିଶେଷଜ୍ଞମାନଙ୍କ ସହିତ ପିଲାମାନେ, ମନୋବୈଜ୍ଞାନିକ ବିଷୟଗୁଡ଼ିକରେ ପରାମର୍ଶ ଗ୍ରହଣ କରି ପାରିବେ, ସେମାନଙ୍କ ସହିତ ଚର୍ଚ୍ଚା କରି ପାରିବେ।

ସାଥୀଗଣ,

କରୋନା ବୈଶ୍ୱିକ ମହାମାରୀର କଷ୍ଟକୁ ସମଗ୍ର ମାନବଜାତି ସହ୍ୟ କରିଛି । ବୋଧହୁଏ ବିଶ୍ୱର ଏମିତି କୌଣସି ସ୍ଥାନ ରହି ଯାଇଥିବ, ଯେଉଁଠାରେ ଶତାବ୍ଦୀର ଏହି ସବୁଠାରୁ ବଡ଼ ବିପଦ କେବେ ବି ଭୁଲି ନ ହେବା ଭଳି କ୍ଷତ ଦେଇ ନ ଥିବ ! ଆପଣମାନେ ଯେଉଁ ସାହସ ଏବଂ ଧୈର୍ଯ୍ୟର ସହିତ ଏହି ସଙ୍କଟର ସାମ୍ନା କରିଛନ୍ତି, ସେହି ଧୈର୍ଯ୍ୟ ପାଇଁ ମୁଁ ଆପଣ ସମସ୍ତଙ୍କୁ ସାଲ୍ୟୁଟ କରୁଛି। ଦେଶର ସମ୍ବେଦନଶୀଳତା ଆପଣମାନଙ୍କ ସହିତ ରହିଛି, ଆଉ ଏହା ସହିତ ଆପଣଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ସମଗ୍ର ଦେଶ ଆପଣଙ୍କ ସହିତ ଠିଆ ହୋଇଛି । ମୁଁ ଆଉ ଗୋଟିଏ କଥା କହିବି, ମୁଁ ଜାଣିଛି, କୌଣସି ମଧ୍ୟ ପ୍ରୟାସ, କୌଣସି ମଧ୍ୟ ସହଯୋଗ ଆପଣଙ୍କ ମାତା- ପିତାଙ୍କ ସ୍ନେହର ଭରଣା କରି ପାରିବ ନାହିଁ । କିନ୍ତୁ, ନିଜର ପିତା, ନିଜର ମାଆ ନଥିବା କାରଣରୁ ଏହି ସଙ୍କଟ ପରିସ୍ଥିତିରେ ଆପଣମାନଙ୍କ ସହିତ ମାଆ ଭାରତୀ ରହିଛି । ପିଏମ କେୟାର୍ସ ଫର୍ ଚିଲ୍ଡରେନ୍ ମାଧ୍ୟମରେ ଦେଶ ନିଜର ଏହି ଦାୟିତ୍ୱବୋଧ ନିର୍ବାହ କରିବାର ଚେଷ୍ଟା କରୁଛି । ଆଉ, ଏହି ପ୍ରୟାସ କୌଣସି ଏକ ବ୍ୟକ୍ତି, ଏକ ସଂସ୍ଥା ଅବା ସରକାରଙ୍କର କେବଳ ମାତ୍ର ପ୍ରୟାସ ନୁହେଁ। ପିଏମ କେୟାର୍ସରେ ଆମର କୋଟି- କୋଟି ଦେଶବାସୀ ନିଜର ପରିଶ୍ରମ, ନିଜର ଝାଳବୁହା ରୋଜଗାରରୁ ଅର୍ଥ ଯୋଡ଼ିଛନ୍ତି । ଆପଣ ମନେ ପକାନ୍ତୁ, ସେବା ଏବଂ ତ୍ୟାଗର କେଉଁଭଳି ଉଦାହରଣ ଆମ ସମ୍ମୁଖକୁ ଆସିଛି ! କିଏ ନିଜର ସମଗ୍ର ଜୀବନର ରୋଜଗାରକୁ ଦାନ କରି ଦେଇଛନ୍ତି, ତ ଆଉ କିଏ ନିଜର ସ୍ୱପ୍ନ ପୂରଣ ପାଇଁ ସଂଚୟ କରି ରଖିଥିବା ପୁଞ୍ଜି ଏଥିରେ ଲଗାଇ ଦେଇଛନ୍ତି। ଏହି ପାଣ୍ଠି କରୋନା ସମୟରେ ହସ୍ପାତାଳ ନିର୍ମାଣ କରିବାରେ, ଭେଣ୍ଟିଲେଟର କ୍ରୟ କରିବାରେ, ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କରିବାରେ ବହୁତ ସାହାଯ୍ୟ କରିଛି । ଏହି କାରଣରୁ ହିଁ କେତେ ଲୋକଙ୍କର ଜୀବନ ବଞ୍ଚାଯାଇ ପାରିଲା, କେତେ ହିଁ ପରିବାରର ଭବିଷ୍ୟତ ବଞ୍ଚାଯାଇ ପାରିଲା । ଆଉ ଯେଉଁମାନେ ଅସମୟରେ ଆମକୁ ଛାଡ଼ି ଚାଲିଗଲେ, ଆଜି ଏହି ପାଣ୍ଠି ସେମାନଙ୍କର ପିଲାମାନଙ୍କ ପାଇଁ, ଆପଣ ସମସ୍ତଙ୍କର ଭବିଷ୍ୟତ ପାଇଁ କାର୍ଯ୍ୟରେ ଆସୁଛି।

ସାଥୀଗଣ,

ଏବେ ଆପଣ ସମସ୍ତଙ୍କୁ ଜୀବନରେ ଏକ ଦୀର୍ଘ ଯାତ୍ରା କରିବାକୁ ରହିଛି। ଆପଣ ସମସ୍ତେ ବହୁତ ସାହସର ସହିତ ଜୀବନରେ ଆସିଥିବା ଏହି ପରିସ୍ଥିତିର ମୁକାବିଲା କରୁଛନ୍ତି। ଆମ ଦେଶରେ, ବିଶ୍ୱରେ ଯେତେ ମଧ୍ୟ ଲୋକ ମହାନ ହୋଇଛନ୍ତି । ସେମାନେ ହୁଏତ ଆମ ଦେଶର ହୋଇଥାଆନ୍ତୁ ଅବା ବିଶ୍ୱର, ସେମାନେ ନିଜ ଜୀବନରେ କେବେ ନା କେବେ ଭିନ୍ନ- ଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । କିନ୍ତୁ ସେମାନେ ହାର୍ ମାନି ଯାଇ ନାହାଁନ୍ତି, ସେମାନେ ସଫଳତାର ଶୀଖରରେ ଯାଇ ପହଞ୍ଚିଛନ୍ତି । ସେମାନେ ହାରିବାକୁ କେବେ ହେଲେ ମଧ୍ୟ ହତାଶାରେ ପରିବର୍ତ୍ତନ ହେବାକୁ ଦେଇ ନାହାଁନ୍ତି । ଜିତିବାର ଏହି ମନ୍ତ୍ର ଆପଣଙ୍କୁ ଆପଣଙ୍କ ଜୀବନରେ ବହୁତ ବଡ଼ ମାର୍ଗଦର୍ଶନ କରାଇବ, ସାହାଯ୍ୟ କରିବ ଏହାକୁ କେବେ ହେଲେ ମଧ୍ୟ ଭୁଲିବେ ନାହିଁ । ଆଉ ଗୋଟିଏ କଥା ଆପଣମାନେ ସବୁବେଳେ ମନେ ରଖିବେ ଯେ ଆପଣଙ୍କ ପାଖରେ ଭଲ-ମନ୍ଦ, ଭୁଲ- ଠିକ, ଏହାର ମର୍ମକୁ ଜଣାଇବା ପାଇଁ ଆପଣଙ୍କ ପରିଜନ ଏବଂ ଶିକ୍ଷକ ହିଁ ଅଛନ୍ତି । ତେଣୁ ଏହା ହେଉଛି ଆପଣମାନଙ୍କର ଦାୟିତ୍ୱ ଯେ ସେମାନଙ୍କର କଥା ଶୁଣିବେ, ସେମାନଙ୍କ କଥା ମାନିବେ। ଆପଣଙ୍କର ଜଣେ ବିଶ୍ୱସ୍ତ ସାଥୀ ଏଭଳି ସଙ୍କଟପୂର୍ଣ୍ଣ ପରିସ୍ଥିତିର ଜୀବନରେ ଯିଏ ବହୁତ ବଡ଼ ସାହାଯ୍ୟ କରି ପାରିବେ ତାହା ଭଲ ପୁସ୍ତକ ମଧ୍ୟ ହୋଇପାରେ। ଭଲ ପୁସ୍ତକଗୁଡ଼ିକ ଦ୍ୱାରା କେବଳ ମନେରଞ୍ଜନ ହିଁ ହୋଇ ନଥାଏ, ବରଂ ସେଗୁଡ଼ିକ ଆପଣଙ୍କୁ ମାର୍ଗଦର୍ଶନ ମଧ୍ୟ ଦେଇ ଥାଏ । ଆପଣମାନଙ୍କୁ ମୁଁ ଆଉ ଏକ ପରାମର୍ଶ ଦେବି।

ସାଥୀଗଣ,

ଯେତେବେଳେ ରୋଗ ଆସିଯାଏ ତେବେ ଚିକିତ୍ସା କରିବାର ଆବଶ୍ୟକତା ମଧ୍ୟ ପଡ଼ିଥାଏ । କିନ୍ତୁ ଜୀବନ ଉପଚାର ଦ୍ୱାରା ନୁହେଁ ଆରୋଗ୍ୟତା ସହିତ ଜଡ଼ିତ ହୋଇଥିବା ଦରକାର। ପିଲାମାନଙ୍କ ପାଇଁ ଆଜି ଦେଶରେ ଫିଟ୍ ଇଣ୍ଡିଆ ଏବଂ ଖେଲୋ ଇଣ୍ଡିଆ ଅଭିଯାନ ଚାଲୁଛି । ଆପଣମାନଙ୍କୁ ଏହି ସବୁ ଅଭିଯାନ ସହିତ ଯୋଡ଼ି ହେବା ଆବଶ୍ୟକ, ସେଗୁଡ଼ିକର ନେତୃତ୍ୱ ନେବା ଦରକାର। ଏବେ କିଛି ଦିନ ପରେ ହିଁ ଯୋଗ ଦିବସ ମଧ୍ୟ ଆସିବାକୁ ଯାଉଛି। ଆପଣମାନଙ୍କର ଲେଖା-ପଢ଼ା ସହିତ ହିଁ ଯୋଗ ମଧ୍ୟ ଆପଣଙ୍କ ଜୀବନର ଅଂଶ ହେଉ, ଏହା ମଧ୍ୟ ହେଉଛି ବହୁତ ଜରୁରୀ।

ସାଥୀଗଣ,

ନିରାଶାର ବଡ଼ରୁ ଅତି ବଡ଼ ବାତାବରଣରେ ମଧ୍ୟ ଯଦି ଆମେ ନିଜ ଉପରେ ବିଶ୍ୱସ କରିବା ତେବେ ପ୍ରକାଶର କିରଣ ନିଶ୍ଚିତ ଭାବେ ଦେଖାଯିବ। ଆମ ଦେଶ ହେଉଛି ଏହାର ସବୁଠାରୁ ବଡ଼ ଉଦାହରଣ। ଆମେ ଏହି ସମୟରେ ଆମ ଆଜାଦୀର ଅମୃତ ମହୋତ୍ସବକୁ ପାଳନ କରୁଛୁ। ଶହ- ଶହ ବର୍ଷର ପରାଧୀନତାରେ, ଏତେ ଦୀର୍ଘ ସ୍ୱାଧୀନତାର ଆନ୍ଦୋଳନରେ ଆମର ସବୁଠାରୁ ବଡ଼ ଶକ୍ତି କ’ଣ ଥିଲା ? ଆମର ଶକ୍ତି ଥିଲା- ହାରି ନ ଯିବାର ଆମର ଅଭ୍ୟାସ ! ଆମର ଶକ୍ତି ଥିଲା- ନିଜର ନିହିତ ସ୍ୱାର୍ଥର ଉପରକୁ ଉଠି ଦେଶ ପାଇଁ, ମାନବତା ପାଇଁ ଚିନ୍ତା କରିବା ଆଉ ଜୀଇଁବା ହେଉଛି ଆମର ସଂସ୍କାର ! ସ୍ବାଧୀନତାର ଅମୃତ ମହୋତ୍ସବରେ ଆମେ ଏହି ଉଦ୍ଦୀପନାକୁ ନେଇ ଆଗକୁ ବଢ଼ୁଛୁ। ଏହି ଉତ୍ସାହ ଦେଶକୁ କରୋନା ବିରୁଦ୍ଧରେ ଏତେ ବଡ଼ ଲଢ଼େଇରେ ବଂଚିଛୁ, ଆଉ ବିଶ୍ୱ ସମ୍ମୁଖରେ ଏକ ଉଦାହରଣ ପ୍ରସ୍ତୁତ କରିଛୁ । ଆପଣମାନେ ଦେଖନ୍ତୁ, ଦୁଇ-ଅଢ଼େଇ ବର୍ଷ ପୂର୍ବେ ବିଶ୍ୱରେ କାହାକୁ କରୋନା ଭୂତାଣୁ ବିଷୟରେ ସଠିକ ସୂଚନା ଜଣା ନ ଥିଲା। ସମସ୍ତେ ବିଶ୍ୱର ବଡ଼- ବଡ଼ ଦେଶ ଆଡ଼କୁ ଅନେକ ଆଶା ନେଇ ଚାହିଁ ରହିଥିଲେ। ଭାରତ ବିଷୟରେ କେହି କେଉଁଠାରେ ମଧ୍ୟ ସକରାତ୍ମକ ପଦେ କହିବାକୁ ମଧ୍ୟ ପ୍ରସ୍ତୁତ ନ ଥିଲେ। ବରଂ ଏଭଳି ପରିସ୍ଥିତିରେ ଧ୍ୱଂସର ଯେଉଁ ଇତିହାସ ରହିଛି, ସେହି କାରଣରୁ ଲୋକମାନେ ଭାରତକୁ ବହୁତ ହିଁ ଆଶଙ୍କାର ଦୃଷ୍ଟିରେ ଦେଖୁଥିଲେ। କିନ୍ତୁ ନକରାତ୍ମକର ସେହି ପରିବେଶରେ ଭାରତ ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ କଲା। ଆମେ ଆମର ବୈଜ୍ଞାନିକ, ଆମର ଡାକ୍ତର, ଆମର ଯୁବକଙ୍କ ଉପରେ ଭରସା କଲୁ । ଆଉ, ଆମେ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇ ନୁହେଁ ବରଂ ଆଶାର କିରଣ ନେଇ ଆସିଲୁ । ଆମେ ସମସ୍ୟା ହୋଇ ନୁହେଁ ବରଂ ସମସ୍ୟାର ସମାଧାନ ଦେଲାବାଲା ହେଲୁ। ଆମେ ବିଶ୍ୱର ବହୁ ଦେଶକୁ ଔଷଧ ପଠାଇଲୁ, ଟିକା ପଠାଇଲୁ। ଆମର ଏତେ ବଡ଼ ଦେଶରେ ମଧ୍ୟ ଆମେ ପ୍ରତ୍ୟେକ ନାଗରିକଙ୍କ ପାଖରେ ଟିକା ନେଇ ଗଲୁ। ଆଜି ପାଖାପାଖି 200 କୋଟି ଟିକା ଡୋଜ୍ ଦେଶରେ ଦିଆଯାଇ ସାରିଛି । ଏହି ବିପର୍ଯ୍ୟୟ ମଧ୍ୟରେ ହିଁ ଆମେ ‘ଆତ୍ମନିର୍ଭର ଭାରତ’ ଭଳି ସଂକଳ୍ପର ମଧ୍ୟ ଶୁଭାରମ୍ଭ କଲୁ, ଆଉ ଆଜି ଏହି ସଂକଳ୍ପ ଦ୍ରୁତ ଗତିରେ ସିଦ୍ଧି ଆଡ଼କୁ ଅଗ୍ରସର ହେଉଛି । ତେଣୁ, କରୋନାର ଦୁସ୍ପ୍ରଭାବରୁ ବାହାରକୁ ବାହାରି ଆଜି ଆମେ ସବୁଠାରୁ ଦ୍ରୁତ ଗତିରେ ଅଭିବୃଦ୍ଧି ହାସଲ କରୁଥିବା ବୈଶ୍ୱିକ ଅର୍ଥ ବ୍ୟବସ୍ଥା ଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇ ପାରିଛେ। ଆଜି ବିଶ୍ୱ ଆମକୁ ଏକ ନୂତନ ଆଶା, ନୂତନ ବିଶ୍ୱାସର ସହ ଦେଖୁଛି।

ସାଥୀଗଣ,

ଆଜି ଯେତେବେଳେ ଆମ ସରକାର ନିଜର ୮ ବର୍ଷ ପୂରଣ କରୁଛି, ସେତେବେଳେ ଦେଶର ଆତ୍ମବିଶ୍ୱାସ, ଦେଶବାସୀଙ୍କର ନିଜ ଉପରେ ମଧ୍ୟ ବିଶ୍ୱାସ ମଧ୍ୟ ହେଉଛି ଅଦ୍ଭୂତପୂର୍ବ। ଭ୍ରଷ୍ଟାଚାର, ହଜାର- ହଜାର କୋଟିର ଦୁର୍ନିତି, ଭାଇ-ଭତିଜା ପରମ୍ପରା, ସମଗ୍ର ଦେଶରେ ବିସ୍ତାର ଲାଭ କରୁଥିବା ଆତଙ୍କବାଦୀ ସଂଗଠନ, ଆଂଚଳିକ ଭେଦଭାବ, ଯେଉଁ କୁଚକ୍ର ଦ୍ୱାରା 2014 ପୂର୍ବରୁ ଦେଶ ଫସି ରହିଥିଲା, ସେଥିରୁ ଏବେ ବାହାରକୁ ବାହାରୁଛି । ଆପଣ ସମସ୍ତ ପିଲାମାନଙ୍କ ପାଇଁ ମଧ୍ୟ ଏହା ହେଉଛି ଏକ ଉଦାହରଣ ଯେ କଠିନରୁ କଠିନ ପରିସ୍ଥିତି ମଧ୍ୟ ଅତିକ୍ରାନ୍ତ ହୋଇ ଯାଇଥାଏ । ସମସ୍ତଙ୍କ ସହିତ- ସମସ୍ତଙ୍କ ବିକାଶ, ସମସ୍ତଙ୍କର ବିଶ୍ୱାସ- ସମସ୍ତଙ୍କର ପ୍ରୟାସର ମନ୍ତ୍ରରେ ଚାଲି ଭାରତ ଏବେ ଦ୍ରୁତ ଗତିରେ ବିକାଶ କରୁଛି । ସ୍ୱଚ୍ଛ ଭାରତ ମିଶନ ହେଉ, ଜନଧନ ଯୋଜନା ହେଉ, ଉଜ୍ଜ୍ୱଳା ଯୋଜନା ହେଉ ଅବା ପୁଣି ହର୍ ଘର୍ ଜଲ୍ ଅଭିଯାନ, ବିଗତ 8 ବର୍ଷରେ ଗରିବଙ୍କ ସେବା, ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ ରହି ଆସିଛୁ । ଗୋଟିଏ ପରିବାରର ଜଣେ ସଦସ୍ୟ ଭାବେ, ଆମେ ଏହି ପ୍ରୟାସ କରିଛୁ ଯେ ଗରିବଙ୍କ ଜୀବନରେ ଦୁଃଖ କଷ୍ଟ କମ୍ ରହୁ, ସେମାନଙ୍କ ଜୀବନ ସହଜ ହେଉ। ଦେଶବାସୀଙ୍କ ଲାଗି ସେମାନଙ୍କ ପାଇଁ ଯେଉଁଭଳି ଭାବରେ ଯେଉଁଠାରେ ସକ୍ରିୟ ଭାବରେ କରାଯାଇପାରିବ, ସେଠାରେ କୌଣସି କିଛି ଅଭାବ ରହି ନ ଯାଉ। ଯେଉଁ ବୈଷଷୟିକ ଜ୍ଞାନକୁ ବ୍ୟବହାର ବ୍ୟବହାର କରିବା ପାଇଁ ପୂର୍ବ ସରକାରମାନେ ଭୟ କରୁଥିଲେ, ଲୋକମାନେ ମଧ୍ୟ ଏଥିରେ ଅଭ୍ୟସ୍ତ ହୋଇ ନଥିଲେ, ସେହି ବୈଷଷୟିକ ଜ୍ଞାନ ବ୍ୟବହାରକୁ ବୃଦ୍ଧି କରି ଆମ ସରକାର ଗରିବ ଲୋକଙ୍କର ଅଧିକାର ସୁନିଶ୍ଚିତ କରିଛନ୍ତି । ବର୍ତ୍ତମାନ ଗରିବରୁ ଅତି ଗରିବ ଶ୍ରେଣୀର ଲୋକମାନେ ବିଶ୍ୱାସ କରୁଛନ୍ତି ଯେ ସେମାନେ ସରକାରଙ୍କ ଯୋଜନାର ଲାଭ ପାଇବେ, ସେମାନେ ଏହାକୁ ନିରନ୍ତର ପାଇବେ। ଏହି ବିଶ୍ୱାସକୁ ବଢାଇବା ପାଇଁ ଆମ ସରକାର ବର୍ତ୍ତମାନ ଶତପ୍ରତିଶତ ସଶକ୍ତିକରଣ ଅଭିଯାନ ଚଳାଉଛନ୍ତି। କୌଣସି ଗରିବ ସରକାରୀ ଯୋଜନାର ସୁବିଧାରୁ ବଞ୍ଚିତ ରହିବା ଉଚିତ୍ ନୁହେଁ, ପ୍ରତ୍ୟେକ ଗରିବଙ୍କୁ ସେମାନଙ୍କର ଅଧିକାର ମିଳୁ, ଏହା ହେଉଛି ଆମ ସରକାରର ଏକ ପ୍ରମୁଖ ପ୍ରାଥମିକତା। ଗତ ଆଠ ବର୍ଷ ମଧ୍ୟରେ ଭାରତ ଶିଖରରେ ପହଞ୍ଚିବା ପାଇଁ ଯେଉଁ ସଫଳତା ହାସଲ କରିଛି, ତାହା ପୂର୍ବରୁ କେହି କଳ୍ପନା କରିପାରୁ ନ ଥିଲେ। ଆଜି ବିଶ୍ୱରେ ଭାରତର ଗର୍ବ- ଗୌରବ ଓ ସମ୍ମାନ ବୃଦ୍ଧି ପାଇଛି, ବୈଶ୍ବିକ ମଞ୍ଚରେ ଆମ ଭାରତର ଶକ୍ତି ବୃଦ୍ଧି ପାଇଛି । ଆଉ ମୁଁ ଖୁସି ଯେ, ଭାରତର ଏହି ଯାତ୍ରାର ନେତୃତ୍ବ ଯୁବଶକ୍ତି ହିଁ ନେଉଛି।ମୋର ବିଶ୍ବାସ ଯେ, ଆପଣ ସମସ୍ତେ, ଆମର ପିଲାମାନେ, ଆମର ଯୁବକମାନେ ଏହି ସାହସ ଏବଂ ମାନବୀୟ ସମ୍ବେଦନଶୀଳତା ସହିତ ଦେଶ ତଥା ବିଶ୍ବକୁ ପଥ ଦେଖାଇବେ । ଆପଣ ସମସ୍ତେ ଏହିଭଳି ଭାବେ ଆଗକୁ ବଢି ଚାଲନ୍ତୁ। ଏକ ସଂକଳ୍ପର ସହିତ ଚାଲନ୍ତୁ, ସଂକଳ୍ପ ପାଇଁ ଜୀବନକୁ ଉତ୍ସର୍ଗ କରିବାକୁ ପ୍ରସ୍ତୁତ ହୁଅନ୍ତୁ, ସ୍ୱପ୍ନ ସାକାର ନହେବା ପର୍ଯ୍ୟନ୍ତ ରହିବେ ନାହିଁ। ଆପଣ ଯେଉଁଠାରେ, ଯେଉଁ ଶିଖରରେ ପହଞ୍ଚିବାକୁ ଚାହାଁନ୍ତି, ଦୁନିଆର କୌଣସି ଶକ୍ତି ଆପଣଙ୍କୁ ଅଟକାଇ ପାରିବ ନାହିଁ । ଯଦି ଆପଣମାନଙ୍କର ଆଗ୍ରହ, ଆପଣଙ୍କ ଭିତରେ ଥିବା ସଂକଳ୍ପ ଏବଂ ସଂକଳ୍ପକୁ ସିଦ୍ଧ କରିବାର ସାମର୍ଥ୍ୟ ଅଛି, ତେବେ ଆପଣଙ୍କୁ କେବେବି ଅଟକିବାକୁ କରିବାକୁ ପଡିବ ନାହିଁ । ଠିକ୍ ଆରମ୍ଭରେ ମୁଁ ଏଭଳି କହିଥିଲି ଯେ ମୁଁ ଜଣେ ପରିବାର ଜଣେ ଲୋକ ଭାବେ ଆଜି କଥା ହେଉଛି । ପରିବାରର ଜଣେ ସଦସ୍ୟ ଭାବରେ, ଆଜି ମୁଁ ଆପଣମାନଙ୍କୁ ଆଶୀର୍ବାଦ ଦେବାକୁ ଚାହୁଁଛି । ମୁଁ ଜାଣେ ନାହିଁ ମୋର ଆଶୀର୍ବାଦ ଦେବାର ଅଧିକାର ଅଛି କି ନାହିଁ, କିନ୍ତୁ ମୋତେ ଆପଣମାନଙ୍କ ଭିତରେ ଥିବା ସାମର୍ଥ୍ୟ ଦେଖିବାକୁ ମିଳୁଛି, ତୁମେ ପିଲାମାନଙ୍କ ମଧ୍ୟରେ ଥିବା ଶକ୍ତି ଦେଖିପାରୁଛି। ଆଉ ସେଥିପାଇଁ ମୁଁ ଆଶୀର୍ବାଦ ଦେଉଛି । ତୁମେମାନେ ବହୁତ ଆଗକୁ ବଢ । ତୁମମାନଙ୍କୁ ଆମର ବହୁତ ବହୁତ ଶୁଭକାମନା । ବହୁତ ବହୁତ ଧନ୍ୟବାଦ ! 

 

*****

AH



(Release ID: 1829613) Visitor Counter : 147