ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜର୍ମାନୀର ବର୍ଲିନରେ ଭାରତୀୟ ସମୁଦାୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ
Posted On:
02 MAY 2022 11:59PM by PIB Bhubaneshwar
ଭାରତ ମାତା କୀ ଜୟ! ନମସ୍କାର! ଏହା ହେଉଛି ମୋର ସୌଭାଗ୍ୟ ଯେ ମୋତେ ମାଆ ଭାରତୀର ସନ୍ତାନମାନଙ୍କୁ ଆଜି ଜର୍ମାନୀରେ ଆସି ସାକ୍ଷାତ କରିବାର ସୁଯୋଗ ମିଳିଛି। ଆପଣ ସମସ୍ତଙ୍କ ସହିତ ସାକ୍ଷାତ କରି ବହୁତ ଭଲ ଲାଗୁଛି। ଆପଣମାନଙ୍କ ମଧ୍ୟରୁ ବହୁତ ଜଣ ଜର୍ମାନୀର ଭିନ୍ନ- ଭିନ୍ନ ସହରରୁ ଆଜି ଏଠାରେ ବର୍ଲିନରେ ପହଂଚିଛନ୍ତି। ଆଜି ସକାଳେ ମୁଁ ବହୁତ ଚିନ୍ତିତ ଥିଲି ଯେ ଏଠାରେ ବର୍ତମାନ ଥଣ୍ଡାର ସମୟ, ଏହି ଦିନମାନଙ୍କରେ ଭାରତରେ ଖୁବ ଗରମ ଅନୁଭୂତ ହେଉଛି କିନ୍ତୁ କେତେ ଛୋଟ- ଛୋଟ ପିଲାମାନେ ସକାଳ ସାଢ଼େ ଚାରିଟା ସମୟରେ ଆସି ଯାଇଥିଲେ, ଆପଣଙ୍କର ଏହି ଭଲ ପାଇବା, ଆପଣଙ୍କର ଆଶୀର୍ବାଦ ଏହା ହିଁ ହେଉଛି ମୋର ବହୁତ ବଡ଼ ଶକ୍ତି। ମୁଁ ପୂର୍ବରୁ ମଧ୍ୟ ଜର୍ମାନୀକୁ ଆସିଛି ଆପଣମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପୂର୍ବରୁ ମଧ୍ୟ ସାକ୍ଷାତ କରିଛି ଆପଣମାନଙ୍କ ମଧ୍ୟରୁ କିଛି ଲୋକ ଯେତେବେଳେ ଭାରତ ଆସିଛନ୍ତି ସେତେବେଳେ ମଧ୍ୟ କେବେ- କେବେ ସାକ୍ଷାତ କରିବାର ସୁଯୋଗ ମିଳିଛି ଆଉ ମୁଁ ଦେଖୁଛି ଯେ ଆମର ଯେଉଁ ନୂତନ ପିଢ଼ୀ ଅଛନ୍ତି ଯେଉଁ ଯୁବ ପିଢ଼ୀ ଅଛନ୍ତି ସେମାନେ ବହୁତ ବିପୁଳ ସଂଖ୍ୟାରେ ଦୃଷ୍ଟିଗୋଚର ହେଉଛନ୍ତି ଆଉ ସେହି କାରଣରୁ ଯୁବସୁଲଭ ଉତ୍ସାହ ମଧ୍ୟ ରହିଛି। କିନ୍ତୁ ଆପଣ ଆପଣମାନେ ନିଜର ବ୍ୟସ୍ତ ସମୟରୁ ଏହି ସମୟ ବାହାର କଲେ, ଆପଣମାନେ ଏଠାକୁ ଆସିଲେ, ମୁଁ ହୃଦୟର ସହିତ ଆପଣମାନଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି। ଏବେ ଆମର ରାଷ୍ଟ୍ରଦୂତ କହୁଥିଲେ ଯେ ଏଠାରେ ସଂଖ୍ୟା ଦୃଷ୍ଟିରୁ ଜର୍ମାନୀରେ ଭାରତୀୟଙ୍କ ସଂଖ୍ୟା ହେଉଛି କମ୍, କିନ୍ତୁ ଆପଣମାନଙ୍କ ସ୍ନେହରେ କୌଣସି ଊଣା ନାହିଁ। ଆପଣମାନଙ୍କ ଉତ୍ସାହରେ କୌଣସି ଊଣା ନାହିଁ ଆଉ ଏହି ଦୃଶ୍ୟ ଆଜି ଯେତେବେଳେ ହିନ୍ଦୁସ୍ତାନର ଲୋକମାନେ ଦେଖୁଛନ୍ତି ତେବେ ସେମାନଙ୍କର ମଧ୍ୟ ମନ ଗର୍ବରେ ଭରି ଯାଏ ବନ୍ଧୁଗଣ।
ସାଥୀଗଣ,
ଆଜି ମୁଁ ଆପଣମାନଙ୍କୁ ନା ମୋ କଥା କହିବାକୁ ଆସିଛି ଆଉ ନା ମୋଦୀ ସରକାରଙ୍କ କଥା କହିବାକୁ ଆସିଛି କିନ୍ତୁ ଆଜି ମୋର ଇଚ୍ଛା ହେଉଛି ଯେ କୋଟି- କୋଟି ହିନ୍ଦୁସ୍ତାନୀଙ୍କର ଆପଣଙ୍କ ପ୍ରତି ରହିଥିବା ସମର୍ଥନର କଥା ମନ ଭରି କହିବି, ସେମାନଙ୍କର ଗୌରବଗାନ କରିବି, ସେମାନଙ୍କର ଗୀତ ଗାଇବି। ଆଉ ଯେତେବେଳେ ମୁଁ କୋଟି- କୋଟି ହିନ୍ଦୁସ୍ତାନୀଙ୍କର କଥା କହୁଛି ସେତେବେଳେ କେବଳ ସେହି ଲୋକମାନେ ନୁହଁନ୍ତି ଯେଉଁମାନେ ସେଠାରେ ରହୁଛନ୍ତି ସେହିମାନେ ଯେଉଁମାନେ ଏଠାରେ ମଧ୍ୟ ରହୁଛନ୍ତି। ମୋର ଏହି କଥାରେ ଦୁନିଆର ପ୍ରତ୍ୟେକ କୋଣ ଅନୁକୋଣରେ ରହୁଥିବା ମାଆ ଭାରତୀଙ୍କ ସନ୍ତାନମାନଙ୍କର କଥା ରହିଛି। ମୁଁ ସର୍ବପ୍ରଥମେ ଜର୍ମାନୀରେ ସଫଳତାର କୀର୍ତିମାନ ପ୍ରତିଷ୍ଠା କରୁଥିବା ଆପଣ ସମସ୍ତ ଭାରତୀୟଙ୍କୁ ବହୁତ- ବହୁତ ଶୁଭେଚ୍ଛା ଜଣାଉଛି ବହୁତ- ବହୁତ ଶୁଭକାମନା ଜଣାଉଛି।
ସାଥୀଗଣ,
ଏକବିଂଶ ଶତାବ୍ଦୀର ଏହି ସମୟ ଭାରତ ପାଇଁ ଆମେ ସମସ୍ତ ଭାରତୀୟମାନଙ୍କ ପାଇଁ ଆଉ ବିଶେଷ କରି ଆମ ଯୁବକମାନଙ୍କ ପାଇଁ ହେଉଛି ଖୁବ୍ ଗୁରୁତ୍ୱପୂର୍ଣ୍ଣ ସମୟ। ଆଜି ଭାରତ ସ୍ଥିର କରି ନେଇଛି ଆଉ ଭାରତ ସେହି କଥା କରିବା ପାଇଁ ସ୍ଥିର କରି ନେଇଛି, ଆଜି ଭାରତ ଦୃଢ଼ ସଂକଳ୍ପର ସହ ଆଗକୁ ବଢ଼ୁଛି। ଆଜି ଭାରତକୁ ଜଣାଅଛି କେଉଁଠିକୁ ଯିବାକୁ ହେବ, କିପରି ଯିବାକୁ ହେବ କେଉଁ ପର୍ଯ୍ୟନ୍ତ ଯିବାକୁ ହେବ ଆଉ ଆପଣମାନେ ମଧ୍ୟ ଜାଣନ୍ତି ଯେ, ଯେତେବେଳେ କୌଣସି ଦେଶର ଇଚ୍ଛା ହୋଇଥାଏ, ତେବେ ସେହି ଦେଶ ମଧ୍ୟ ନୂତନ ରାସ୍ତାରେ ଚାଲିଥାଏ ଆଉ ମନ ମୁତାବକ ଲକ୍ଷ୍ୟ ହାସଲ କରି ମଧ୍ୟ ଦେଖାଇଥାଏ। ଆଜିକାର ଆକାଂକ୍ଷୀ ଭାରତ, ଆକାଂକ୍ଷିତ ଭାରତ, ଆଜିକାର ଯୁବକ ଭାରତ ଦେଶର ଦ୍ରୁତ ବିକାଶ ଚାହୁଁଛି। ସେ ଜାଣିଛି ଯେ ଏଥିପାଇଁ ରାଜନୈତିକ ସ୍ଥିରତା ଆଉ ପ୍ରବଳ ଇଚ୍ଛାଶକ୍ତି କେତେ ଆବଶ୍ୟକ, କେତେ ଅନିର୍ବାଜ୍ୟ ତାହା ଆଜିକାର ହିନ୍ଦୁସ୍ତାନ ଭଲ ଭାବେ ବୁଝିଛି ଆଉ ଏଥିପାଇଁ ଭାରତର ଲୋକମାନେ ତିନି ଦଶକ ଧରି ଚାଲି ଆସୁଥିବା ରାଜନୈତିକ ସ୍ଥିରତାର ବାତାବରଣକୁ ଗୋଟିଏ ବଟମ ଚିପି ଶେଷ କରି ଦେଇଛନ୍ତି। ଭାରତର ମତଦାତାଙ୍କୁ ବିଗତ ସାତ- ଆଠ ବର୍ଷ ମଧ୍ୟରେ ତାଙ୍କର ଭୋଟର ଶକ୍ତି କ’ଣ ହୋଇଥାଏ ଆଉ ସେହି ଗୋଟିଏ ଭୋଟ କିଭଳି ହିନ୍ଦୁସ୍ତାନକୁ ବଦଳାଇ ପାରେ ତାହାର ଅନୁଭବ ହେବାରେ ଲାଗିଛି। ସକରାତ୍ମକ ପରିବର୍ତନ ଆଉ ଦ୍ରୁତ ବିକାଶର ଆକାଂକ୍ଷା ହିଁ ଥିଲା ଯେ ଯାହାକୁ ନେଇ 2014ରେ ଭାରତର ଜନତା ପୂର୍ଣ୍ଣ ବହୁମତ ଯୁକ୍ତ ସରକାର ବାଛିଲେ ଆଉ 30 ବର୍ଷ ପରେ ଏପରି ହୋଇଛି।
ଏହା ହେଉଛି ମହାନ ଭାରତୀୟ ଜନତାଙ୍କର ଦୂରଦୃଷ୍ଟି ଯେ ବର୍ଷ 2019ରେ ସେ ଦେଶର ସରକାରକୁ ପୂର୍ବ ତୁଳନାରେ ଅଧିକ ସୁଦୃଢ଼ କରି ଦେଲେ। ଭାରତକୁ ଚତୁର୍ଦ୍ଦିଗରୁ ଆଗେଇ ନେବା ପାଇଁ ଯେଉଁ ପ୍ରକାରର ନିର୍ଣ୍ଣାୟକ ସରକାର ଆବଶ୍ୟକ ଥିଲା, ସେଭଳି ସରକାରଙ୍କୁ ହିଁ ଭାରତର ଜନତା କ୍ଷମତା ପ୍ରଦାନ କରିଛନ୍ତି। ମୁଁ ଜାଣିଛି ସାଥୀଗଣ ଯେ ଆଶାର କେତେ ବଡ଼ ଆକାଶ ଆମ ସହିତ ଯୋଡ଼ି ହୋଇ ରହିଛି, ମୋ ସହିତ ଯୋଡ଼ି ହୋଇ ରହିଛି କିନ୍ତୁ ମୁଁ ଏହା ମଧ୍ୟ ଜାଣିଛି ଯେ ପରିଶ୍ରମର ପରାକାଷ୍ଠା କରି ନିଜକୁ ଯୋଡ଼ି କୋଟି– କୋଟି ଭାରତୀୟଙ୍କ ସହଯୋଗରେ ସେହି କୋଟି– କୋଟି ଭାରତୀୟଙ୍କ ନେତୃତ୍ୱରେ ଭାରତ ନୂତନ ଶୀଖର ପର୍ଯ୍ୟନ୍ତ ପହଂଚି ପାରିବ। ଭାରତ ଏବେ ଆଉ ସମୟ ନଷ୍ଟ କରିବ ନାହିଁ, ଭାରତ ଏବେ ସମୟ ଅପଚୟ କରିବ ନାହିଁ। ଆଜିର ସମୟ କ’ଣ ଅଛି, ଏହି ସମୟର ସାମର୍ଥ୍ୟ କ’ଣ ଅଛି ଆଉ ଏହି ସମୟରେ କ’ଣ ପାଇବାର ଅଛି ତାହା ହିନ୍ଦୁସ୍ତାନ ଭଲଭାବେ ଜାଣିଛି।
ସାଥୀଗଣ,
ଚଳିତ ବର୍ଷ ଆମେ ସ୍ୱାଧୀନତାର 75 ବର୍ଷ ପାଳନ କରୁଛେ, ମୁଁ ହେଉଛି ଦେଶର ଏଭଳି ପ୍ରଥମ ପ୍ରଧାନମନ୍ତ୍ରୀ ଯିଏ ସ୍ୱାଧୀନ ହିନ୍ଦୁସ୍ତାନରେ ଜନ୍ମ ହୋଇଛି। ଭାରତ ଯେତେବେଳେ ନିଜ ସ୍ୱାଧୀନତାର 100 ବର୍ଷ ପାଳନ କରିବ, ଏବେ ଆମ ପାଖରେ 25 ବର୍ଷ ଅଛି ସେହି ସମୟରେ ଦେଶ ଯେଉଁ ଶୀଖରରେ ରହିବ, ସେହି ଲକ୍ଷ୍ୟକୁ ନେଇ ଆଜି ହିନ୍ଦୁସ୍ତାନ ଦୃଢ଼ତାର ସହିତ ଗୋଟିଏ ପରେ ଗୋଟିଏ ପାଦ ରଖି ଦ୍ରୁତ ଗତିରେ ଆଗକୁ ଅଗ୍ରସର ହେଉଛି।
ସାଥୀଗଣ,
ଭାରତରେ ନା କେବେ ସାଧନର ଅଭାବ ରହିଥିଲା, ନା ହିଁ ସଂସାଧନର ଅଭାବ ଥିଲା, ସ୍ୱାଧୀନତା ପରେ ଦେଶ ଗୋଟିଏ ପଥ ସ୍ଥିର କଲା, ଗୋଟିଏ ମାର୍ଗ ପ୍ରସ୍ତୁତ କଲା। କିନ୍ତୁ ସମୟ ସହିତ ଯେଉଁ ବହୁତ କିଛି ପରିବର୍ତନ ହେବାର ଥିଲା, ଯାହା ଦ୍ରୁତ ଗତିରେ ହେବାର ଥିଲା, ଯାହା ବ୍ୟାପକ ସ୍ତରରେ ହେବାର ଥିଲା, କୌଣସି ନା କୌଣସି କାରଣରୁ ଆମେ ପଛରେ ରହିଗଲେ। ବିଦେଶୀ ଶାସକମାନେ ବର୍ଷ- ବର୍ଷ ଧରି ଭାରତୀୟମାନଙ୍କର ଆତ୍ମବିଶ୍ୱାସକୁ ପଦଦଳିତ କରି ଦେଇଥିଲେ, ତାହାର ଭରଣା କରିବା ପାଇଁ ଏକମାତ୍ର ଉପାୟ ଥିଲା, ପୁଣିଥରେ ଭାରତର ଜନତାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରିବା, ଆତ୍ମଗୌରବ ଭରି ଦେବା, ଆଉ ସେଥିପାଇଁ ସରକାରଙ୍କ ପ୍ରତି ବିଶ୍ୱାସ ଓ ଭରସା ବଜାୟ ରଖିବା ଜରୁରୀ ଥିଲା। ଇଂରେଜମାନଙ୍କର ପରମ୍ପରାର ଉପହାର ସ୍ୱରୂପ ସରକାର ଏବଂ ଜନତାଙ୍କ ମଧ୍ୟରେ ଭରସା ଓ ବିଶ୍ୱାସର ଏକ ବହୁତ ବଡ଼ ବ୍ୟବଧାନ ସୃଷ୍ଟି ହୋଇଥିଲା, ଅବିଶ୍ୱାସର କଳା ବାଦଲ ଛାଇ ରହିଥିଲା କାରଣ ଇଂରେଜ ଶାସକମାନେ ଯାହା ଦେଖିଥିଲେ, ସେଥିରେ ତାହାର ପରିବର୍ତନ ଦୃଷ୍ଟିଗୋଚର ହେଉ, ଏଥିପାଇଁ ଯେଉଁ ଗତି ଆବଶ୍ୟକ ଥିଲା, ସେହି ଗତିର ଅଭାବ ଥିଲା ଆଉ ଏଥିପାଇଁ ସମୟର ଆବଶ୍ୟକତା ଥିଲା ଯେ ସାଧାରଣ ମଣିଷର ଜୀବନଠାରୁ ସରକାର ଦୂରକୁ ଚାଲି ଯାଇଛନ୍ତି। ସରକାର ଦୂରେଇ ଯାଇଛନ୍ତି, ସର୍ବନିମ୍ନ ଶାସନ- ସର୍ବାଧିକ ପ୍ରଶାସନ। ଯେଉଁଠାରେ ଆବଶ୍ୟକତା ରହିଛି ସେଠାରେ ସରକାରଙ୍କର ଅଭାବ ପରିଲକ୍ଷିତ ହେବା ଉଚିତ ନୁହେଁ ଯେଉଁଠାରେ ଆବଶ୍ୟକତା ରହି ନାହିଁ, ସେଠାରେ ସରକାରଙ୍କର ପ୍ରଭାବ କମ୍ ରହିବା ଆବଶ୍ୟକ।
ସାଥୀଗଣ,
ଦେଶ ଆଗକୁ ବଢ଼ିଥାଏ, ଯେତେବେଳେ ଦେଶର ଲୋକ, ଜନତା ଜନାର୍ଦ୍ଦନ ସ୍ୱୟଂ ତାହାର ବିକାଶର ନେତୃତ୍ୱ ନେଇ ଥାଆନ୍ତି। ଦେଶ ଆଗକୁ ବଢ଼ିଥାଏ, ଯେତେବେଳେ ଦେଶର ଲୋକ ଆଗକୁ ଆସି ତାହାର ପଥ ନିର୍ଦ୍ଧାରିତ କରି ଥାଆନ୍ତି। ଏବେ ଆଜିର ଭାରତରେ ସରକାର ନୁହେଁ, ମୋଦୀ ନୁହେଁ ବରଂ ଦେଶର କୋଟି- କୋଟି ଜନତା ପରିଚାଳିତ ଶକ୍ତିର ଅଧିକାରୀ ହୋଇଛନ୍ତି। ଏଥିପାଇଁ ଆମେ ଦେଶର ଲୋକଙ୍କ ଜୀବନରୁ ସରକାରଙ୍କ ଚାପ ମଧ୍ୟ ଦୂର କରୁଛୁ ଆଉ ବିନା କାରଣରେ ସରକାରୀ ଦଖଲ ମଧ୍ୟ ସମାପ୍ତ କରୁଛୁ। ଆମର ସଂସ୍କାର ଦେଶକୁ ପରିବର୍ତିତ କରୁଛି। ଆଉ ମୁଁ ସଦା ସର୍ବଦା କହୁଛି ସଂସ୍କାର ପାଇଁ ରାଜନୈତିକ ଇଚ୍ଛାଶକ୍ତି ଆବଶ୍ୟକ, ପ୍ରଦର୍ଶନ ପାଇଁ ସରକାରୀ କଳର ସଠିକ ବ୍ୟବହାର ହେବା ଉଚିତ ଏବଂ ସଂସ୍କାର ପାଇଁ ଜନତା ଜନାର୍ଦ୍ଦନଙ୍କ ଭାଗିଦାରୀ ଆବଶ୍ୟକ। ଆଉ ତେବେ ଯାଇ ସଂସ୍କାର, ପ୍ରଦର୍ଶନ ଓ ପରିବର୍ତନର ଗାଡ଼ି ଆଗକୁ ବଢ଼ିଥାଏ। ଆଜି ଭାରତ ସହାବସ୍ଥାନ ସୁଗମତା, ଗୁଣାତ୍ମକ ଜୀବନ, ନିଯୁକ୍ତି ସୁଗମତା, ଗୁଣାତ୍ମକ ଶିକ୍ଷା, ଗମନାଗମନ ସୁଗମତା, ଗୁଣାତ୍ମକ ଯାତ୍ରା, ବ୍ୟବସାୟ ସୁଗମତା, ଗୁଣାତ୍ମକ ସେବା, ଗୁଣାତ୍ମକ ଉତ୍ପାଦନ, ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି, ନୂତନ କୀର୍ତି ସ୍ଥାପିତ କରୁଛି। ସେହି ଦେଶ ଅଛି ଆପଣ ଯାହାକୁ ସେଠାରେ ଛାଡ଼ି ଆସିଥିଲେ, ସେହି ଦେଶ ଅଛି। ସେହି ଅମଲାତନ୍ତ୍ର, କାର୍ଯ୍ୟାଳୟ ମଧ୍ୟ ଅଛି, ସେହି ଟେବୁଲ ମଧ୍ୟ ଅଛି, ସେହି କଲମ ମଧ୍ୟ ଅଛି, ସେହି ଫାଇଲ ମଧ୍ୟ ଅଛି, ସେହି ସରକାରୀ କଳ ଅଛି, କିନ୍ତୁ ଏବେ ଉନ୍ନତ ପରିଣାମ ମିଳୁଛି।
ସାଥୀଗଣ,
2014 ପୂର୍ବରୁ ଯେତେବେଳେ ମଧ୍ୟ ମୁଁ ଆପଣମାନଙ୍କ ଭଳି ସାଥୀମାନଙ୍କ ସହିତ କଥା ହେଉଥିଲି, ସେତେବେଳେ ଏକ ବହୁତ ବଡ଼ ଅଭିଯୋଗ ଏବଂ ଆପଣମାନଙ୍କର ମଧ୍ୟ ପୁରୁଣା ଦିନ କଥା ମନେ ଥିବ ଅବା ଆଜି ଯେତେବେଳେ ଯାଉଥିବେ, ସେତେବେଳେ ଦେଖୁଥିବେ ଯେଉଁଠାରେ ମଧ୍ୟ ଦେଖୁଥିବେ, ଲେଖା ହେଉଥିଲା ‘କାର୍ଯ୍ୟ ଚାଲୁ ରହିଛି’। ମୁଁ କାହାକୁ ସମାଲୋଚନା କରୁ ନାହିଁ, କିନ୍ତୁ ଆମର ଏଠାରେ ଏହା ହେଉଥିଲା ଯେ ପ୍ରଥମେ କେଉଁଠାରେ ସଡ଼କ ନିର୍ମାଣ ହେଉଥିଲା, ପୁଣି ବିଜୁଳି ସଂଯୋଗ ପାଇଁ ରାସ୍ତା ଖୋଳା ଯାଉଥିଲା, ପୁଣି ପାଣି ପାଇପ୍ ବିଛାଇଲା ବାଲା ପହଂଚୁଥିଲେ, ସେମାନେ କାମ ବିଗାଡ଼ି ଦେଉଥିଲେ। ପୁଣି ଟେଲିଫୋନ ବାଲା ଆସୁଥିଲେ, ସେମାନେ ଆଉ କିଛି ଗାତ ଖୋଳି ଦେଇ ଯାଉଥିଲେ। ସଡ଼କ ପାଇଁ ଗୋଟିଏ ବଜେଟ ଖର୍ଚ୍ଚ ହେଉଥିଲା କିନ୍ତୁ କାମ ଶେଷ ହେଉ ନ ଥିଲା ମୁଁ ଏହା କେବଳ ମାତ୍ର ଏକ ଉଦାହରଣ ଦେଲି କାରଣ ଏହା ମୁଁ ନିଜ ଆଖିରେ ଦେଖିଛି। ଆଉ ଏହା ଏଥିପାଇଁ ହୋଇଥାଏ କାରଣ ସରକାରୀ ବିଭାଗରେ ପରସ୍ପର ମଧ୍ୟରେ ଆଲେଚନା ହେଉ ନ ଥିଲା, ନା ହିଁ ସୂଚନା ଆଦାନ ପ୍ରଦାନରେ କୌଣସି ତାଳମେଳ ରହୁଥିଲା। ସମସ୍ତେ ନିଜ ନିଜର ସଂସାର ସୃଷ୍ଟି କରି ସେଥିରେ ବସି ରହିଥିଲେ। ପ୍ରତ୍ୟେକଙ୍କ ପାଖରେ ରିପୋର୍ଟ କାର୍ଡ ଥିଲା ଯେ ଆମେ ଏତେ ସଡ଼କ ନିର୍ମାଣ କଲୁ। କେହି କହିବେ ଆମେ ଏତେ ତାର ବିଛାଇ ଦେଲୁ, କେହି କହିବେ ଆମେ ଏତେ ପାଇପ୍ ପକାଇ ଦେଲୁ, କିନ୍ତୁ ପରିଣାମ ‘କାର୍ଯ୍ୟ ଚାଲୁ ରହିଛି’।
ଏହିସବୁ ସ୍ଥାଣୁତାକୁ ଦୂର କରିବା ପାଇଁ ଏବେ ଆମେ ପିଏମ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛୁ। ଚାରିଆଡ଼େ ଏହାର ପ୍ରଶଂସା ହେଉଛି। ଆମେ ପ୍ରତ୍ୟେକ ବିଭାଗରେ ସ୍ଥାଣୁତା ଦୂର କରି ଭିତିଭୂମି ସହିତ ଯୋଡ଼ି ପ୍ରତ୍ୟେକ ପ୍ରକଳ୍ପକୁ ସମସ୍ତ ହିତଧାରକଙ୍କୁ ଗୋଟିଏ ମଂଚକୁ ନେଇକରି ଆସିଛୁ। ଏବେ ସରକାରଙ୍କ ସମସ୍ତ ବିଭାଗ ନିଜ- ନିଜର ଭାଗ ପାଇଁ ଥିବା କାର୍ଯ୍ୟର ଆଗୁଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ନୂତନ ଅଭିବ୍ୟକ୍ତି ବିକାଶର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛି ଏବଂ ମାନ ମଧ୍ୟ ବଢ଼ାଇ ଦେଇଛି, ଆଉ ଆଜି ଭାରତରେ ସାମାଜିକ ଏବଂ ବାସ୍ତବିକ କ୍ଷେତ୍ରରେ ଭିତିଭୂମି ଉପରେ ଅଭୂତପୂର୍ବ ନିବେଶ ହେଉଛି। ଆଜି ଭାରତରେ ଗୋଟିଏ ପଟେ ନୂତନ ଶିକ୍ଷାନୀତିକୁ ଲାଗୁ କରିବା ପାଇଁ ସହମତିର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ ନୂତନ ସ୍ୱାସ୍ଥ୍ୟ ନୀତି, ତାହାକୁ ଲାଗୁ କରିବା ପାଇଁ କାର୍ଯ୍ୟ ଚାଲୁ ରହିଛି। ଆଜି ଭାରତରେ ରେକର୍ଡ ସଂଖ୍ୟାରେ ନୂତନ ବିମାନବନ୍ଦର ନିର୍ମାଣ କରାଯାଉଛି ଛୋଟ- ଛୋଟ ସହରକୁ ଆକାଶ ପଥ ସହ ଯୋଡ଼ା ଯାଉଛି। ଭାରତରେ ମେଟ୍ରୋ ସଂଯୋଗ ଉପରେ ଯେତେ କାର୍ଯ୍ୟ ଆଜି ହେଉଛି, ତାହା ପୂର୍ବରୁ କେବେ ହୋଇ ନ ଥିଲା। ଆଜି ଭାରତରେ ରେକର୍ଡ ସଂଖ୍ୟାରେ ନୂତନ ମୋବାଇଲ ଟାୱାର ପ୍ରତିଷ୍ଠା କରାଯାଉଛି ଏବଂ ଭାରତରେ ୫ଜି ପାଦ ଥାପୁଛି ଭାରତରେ ମଧ୍ୟ। ଭାରତରେ ଆଜି ରେକର୍ଡ ସଂଖ୍ୟାରେ ଗାଁକୁ ଅପ୍ଟିକାଲ ଫାଇବର ସହିତ ସଂଯୋଗ କରାଯାଉଛି। କଳ୍ପନା କରି ପାରିବେ କେତେ ଲକ୍ଷ ଗାଁରେ ଅପ୍ଟିକାଲ ଫାଇବର ନେଟୱର୍କ ପହଂଚିବ, ହିନ୍ଦୁସ୍ତାନର ଗାଁ ବିଶ୍ୱ ସହିତ କୌଣସି ପ୍ରକାରରେ ନିଜର ସମ୍ପର୍କ ଯୋଡ଼ିବେ ଯାହା ଆପଣ କଳ୍ପନା କରି ପାରିବେ ନାହିଁ। ଭାରତରେ ଏବଂ ଜର୍ମାନୀରେ ବସିଥିବା ଆପଣମାନେ ଅଧିକ ସଂଖ୍ୟାରେ ଏହି କଥାକୁ ବୁଝି ପାରିବେ, ଭାରତରେ ଯେତେ ଦ୍ରୁତ ଗତିରେ ଇଂଟରନେଟ ସଂଯୋଗ ବ୍ୟବସ୍ଥା ଅଛି ଆଉ କେବଳ ଏତିକି ହିଁ ନୁହେଁ, ଏବେ ତ ତାଳି ବାଜିବାକୁ ଯାଉଛି, ଏହି କଥା ପାଇଁ ତାଳି ବାଜିବାକୁ ଯାଉଛି ଯେ, ଯେତେ ଶସ୍ତାରେ ଡାଟା ଉପଲବ୍ଧ ହେଉଛି ତାହା ଅନେକ ଦେଶ ପାଇଁ ହେଉଛି ଅକଳ୍ପନୀୟ। ଗତବର୍ଷ ସାରା ବିଶ୍ୱରେ ହୋଇଥିବା ରିୟଲ ଟାଇମ୍ ଡିଜିଟାଲ କାରବାର, କାନ ଖୋଲି ଶୁଣି ନିଅନ୍ତୁ, ରିୟଲ ଟାଇମ୍ ଡିଜିଟାଲ କାରବାରରେ ସମଗ୍ର ବିଶ୍ୱରେ ଭାରତକୁ ଛୋଟ ବୋଲି ଭାବିବା ଉଚିତ ନୁହେଁ। ରିୟଲ ଟାଇମ୍ ଡିଜିଟାଲ କାରବାରରେ ଭାରତର ଭାଗିଦାରୀ ହେଉଛି 40 ପ୍ରତିଶତ।
ସାଥୀଗଣ,
ମୁଁ ଆଉ ଏକ କଥା ଆପଣମାନଙ୍କୁ ଜଣାଇଦିଏ ଯାହାକୁ ଜାଣି ଆପଣମାନେ ବସି ରହିବେ କି ବସି ରହିବେ ନାହିଁ କିନ୍ତୁ ଆପଣମାନଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ ଭାରତରେ ଏବେ ଯାତ୍ରା କରିବା ସମୟରେ, କେଉଁଠିକୁ ଯିବା ଆସିବା ସମୟରେ ପକେଟରେ ନଗଦ ଟଙ୍କା ଧରି ଯିବା-ଆସିବା କରିବାର ସମସ୍ୟା ପ୍ରାୟତଃ ଶେଷ ହୋଇ ଯାଇଛି। ଅତି ଦୂର ଦୂରାନ୍ତ ଗାଁ ପର୍ଯ୍ୟନ୍ତ ମଧ୍ୟ ନିଜର ମୋବାଇଲ ଫୋନରେ ହିଁ ଦେୟ ଆପଣଙ୍କ ପାଇଁ ଖୁବ୍ ଉପାଦେୟ ବନ୍ଧୁଗଣ।
ସାଥୀଗଣ,
ଆଜି ଭାରତରେ ଶାସନରେ ଟେକ୍ନୋଲୋଜିର ଯେଉଁଭଳି ଭାବେ ସମନ୍ୱୟ କରାଯାଇଛି ତାହା ନୂତନ ଭାରତର ନୂତନ ରାଜନୈତିକ ଇଛାଶକ୍ତି ଦେଖାଉଛି ଆଉ ଗଣତନ୍ତ୍ରର ଯୋଗାଣ କ୍ଷମତାକୁ ପ୍ରମାଣିତ କରୁଛି। ଆଜି କେନ୍ଦ୍ର, ରାଜ୍ୟ ଏବଂ ସ୍ଥାନୀୟ ସରକାରଙ୍କର ପ୍ରାୟ, ଏହି ପରିସଂଖ୍ୟାନଟି ମଧ୍ୟ ଆପଣମାନଙ୍କ ପାଇଁ ଟିକେ ଅଡ଼ୁଆ ଲାଗିବ, କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସ୍ଥାନୀୟ ସ୍ୱୟଂ ଶାସିତ ସରକାର ଏମାନଙ୍କର ପ୍ରାୟ 10,000 ସେବା 10,000 ସର୍ଭିସେସ୍ ଅନ୍ ଲାଇନ୍ ଉପଲବ୍ଧ ରହିଛି। ସରକାରୀ ସାହାଯ୍ୟ ହେଉ, ବୃତି ହେଉ, କୃଷକଙ୍କର ଫସଲର ମୂଲ୍ୟ ହେଉ, ସବୁକିଛି ଏବେ ସିଧାସଳଖ ବ୍ୟାଙ୍କ ଖାତାକୁ ହସ୍ତାନ୍ତର ହେଉଛି। ଏବେ କୌଣସି ପ୍ରଧାନମନ୍ତ୍ରୀଙ୍କୁ ଏହା କହିବାକୁ ପଡ଼ିବ ନାହିଁ ଯେ ମୁଁ ଦିଲ୍ଲୀରୁ ଏକ ଟଙ୍କା ପଠାଉଛି ଆଉ ପନ୍ଦର ପଇସା ପହଂଚୁଛି। ତାହା କେଉଁ ପଞ୍ଝା ଥିଲା ଯିଏ 85 ପଇସା ଟାଣି ନେଉଥିଲା।
ଆପଣମାନଙ୍କୁ ଏହା ଜାଣି ମଧ୍ୟ ଭଲ ଲାଗିବ ଯେ, ବିଗତ ସାତ ଆଠ ବର୍ଷରେ ଭାରତ ସରକାର, ପରିସଂଖ୍ୟାନ ମନେ ରହିବ ମୁଁ ଏତେ ସବୁ କହୁଛି, ଡରନ୍ତୁ ନାହିଁ, ଏହା ହେଉଛି ଆପଣମାନଙ୍କର ହିଁ ପୁରୁଷାର୍ଥ, ଆପଣମାନଙ୍କର ହିଁ ଚମତ୍କାରିତା। ବିଗତ ସାତ ଆଠ ବର୍ଷରେ ଭାରତ ସରକାର ଡିବିଟି (ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର) ସିଧାସଳଖ ଗୋଟିଏ କ୍ଲିକ୍ କଲେ, ଯିଏ ଦାବିଦାର ତାଙ୍କ ଖାତାକୁ ଅର୍ଥ ଚାଲିଗଲା। ପ୍ରତ୍ୟକ୍ଷ ଭାବେ ଯାହା ଆମେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ମାଧ୍ୟମରେ ପଇସା ପଠାଇଲୁ ତାହାର ପରିମାଣ ହେଉଛି 22 ଲକ୍ଷ କୋଟି ଟଙ୍କାରୁ ମଧ୍ୟ ଅଧିକ, ଅର୍ଥାତ ଏବେ ଆପଣ ଜର୍ମାନୀରେ ମଧ୍ୟ ଅଛନ୍ତି ତେବେ ମୁଁ ଆପଣଙ୍କୁ କହିଦିଏ 300 ବିଲିୟନ ଡଲାରରୁ ମଧ୍ୟ ଅଧିକ, ହିତଧାରକଙ୍କ ଖାତାରେ ପଇସା ପହଂଚିଛି। ମଝିରେ କୌଣସି ମଧ୍ୟସ୍ଥି ନାହିଁ, କୌଣସି ମଧ୍ୟସ୍ଥତାର କମ୍ପାନୀ ନାହିଁ, କେଉଁଠାରେ କୌଣସି ଅର୍ଥ ବାଟମାରଣ ନାହିଁ। ଏହି କାରଣରୁ ବ୍ୟବସ୍ଥାରେ କେତେ ବଡ଼ ସ୍ୱଚ୍ଛତା ଆସିଛି ଆଉ ଏହି କାରଣରୁ ଯେଉଁ ବିଶ୍ୱାସର ବ୍ୟବଧାନ ଥିଲା, ସେହି ଦୂରତାକୁ ଭରିବାର ବହୁତ ବଡ଼ କାର୍ଯ୍ୟ ଏହି ନୀତିଗୁଡ଼ିକ କାରଣରୁ ଏହି ଉଦ୍ଦେଶ୍ୟ କାରଣରୁ ଏବଂ ସେହି ଟେକ୍ନୋଲୋଜି ମାଧ୍ୟମରେ ହୋଇ ପାରିଛି।
ସାଥୀଗଣ,
ଏଭଳି ଉପକରଣ ଯେତେବେଳେ ହାତକୁ ଆସିଥାଏ ଯେତେବେଳେ ନାଗରିକ ଶକ୍ତିଶାଳୀ ହୋଇଥାଏ ତେବେ ବହୁତ ସ୍ୱାଭାବିକ କଥା ହୁଏ ଯେ ସେ ଆତ୍ମବିଶ୍ୱାସରେ ଭରି ଯାଇଥାଏ, ସେ ନିଜେ ସଂକଳ୍ପ ନେବାକୁ ଆରମ୍ଭ କରିଥାଏ ଆଉ ସେ ନିଜେ ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ପରିଶ୍ରମର ପରାକାଷ୍ଠା କରି ଦେଖାଇଥାଏ ଆଉ ସେତେବେଳେ ଯାଇ ବନ୍ଧୁଗଣ ଦେଶ ଆଗକୁ ବଢ଼ିଥାଏ। ଆଉ ଏଥିପାଇଁ ବନ୍ଧୁଗଣ, ନୂତନ ଭାରତରେ ଆପଣ କେବଳ ସୁରକ୍ଷିତ ଭବିଷ୍ୟତ ବିଷୟରେ ଚିନ୍ତା କରି ନଥାନ୍ତି, ବରଂ ଭାରତ ଆହ୍ୱାନକୁ ଗ୍ରହଣ କରିଥାନ୍ତି, ନବସୃଜନ କରିଥାଏ, ନବୋନ୍ମେଷ କରିଥାଏ। ମୋର ମନେଅଛି 2014ର ପାଖାପଖି ଆମ ଦେଶରେ, ଏତେ ବଡ଼ ଦେଶ କେବଳ 200- 400 ଷ୍ଟାର୍ଟ-ଅପ୍ସ ହେଉଥିଲା କେତେ, ଟିକେ ମନେ ରଖିକରି କୁହ ନା ବନ୍ଧୁ ଆଉ ଆଜି, ଆଠ ବର୍ଷ ପୂର୍ବରୁ 200- 300 କିମ୍ବା 400 ଷ୍ଟାର୍ଟ ଅପ୍ସ ଆଜି 68,000ରୁ ମଧ୍ୟ ଅଧିକ ଷ୍ଟାର୍ଟ-ଅପ୍ସ। ବନ୍ଧୁଗଣ ମୋତେ କୁହନ୍ତୁ, ଆପଣମାନେ ଶୁଣିବା ପରେ କେଉଁଠି 400 କେଉଁଠି 68,000। 200, 400 ରୁ 68,000 ଆପଣମାନଙ୍କ ଛାତି ଗର୍ବରେ ଫୁଲି ଉଠିଲା କି ଫୁଲି ଉଠିଲା ନାହିଁ । ଆପଣଙ୍କର ମସ୍ତକ ଉଚ୍ଚା ହେଲା କି ହେଲା ନାହିଁ। ଆଉ ସାଥୀଗଣ, ଏତିକି ହିଁ ନୁହେଁ କେବଳ ଷ୍ଟାର୍ଟ-ଅପ୍ସର ସଂଖ୍ୟା ହେଉଛି ଗୋଟିଏ କଥା ଆଜି ଦୁନିଆର ସମସ୍ତ ପରିସଂଖ୍ୟାନ ମାନଦଣ୍ଡ କହୁଛନ୍ତି ଏଥିରୁ ଡଜନ ଡଜନ ଷ୍ଟାର୍ଟ-ଅପ୍ସ ୟୁନିକର୍ଣ୍ଣ ହୋଇ ସାରିଛି। ଆଉ ଏବେ ଏହି କଥା ୟୁନିକର୍ଣ୍ଣ ଉପରେ ଅଟକି ନାହିଁ ବନ୍ଧୁଗଣ, ଆଜି ମୁଁ ଗର୍ବର ସହିତ କହୁଛି ମୋ ଦେଶରେ ବହୁତଗୁଡ଼ିଏ ୟୁନିକର୍ଣ୍ଣ ଦେଖୁ ଦେଖୁ ଡିକାକର୍ଣ୍ଣ ମଧ୍ୟ ହୋଇ ଯାଉଛି ଅର୍ଥାତ 10 ବିଲିୟନ ଡଲାରର ସ୍ତରକୁ ମଧ୍ୟ ଅତିକ୍ରମ କରୁଛି। ମୋର ମନେଅଛି ମୁଁ ଯେତେବେଳେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲି ଆଉ କୌଣସି ମଧ୍ୟ ଆମର ସାଥୀ ବାବୁଙ୍କୁ ପଚାରିଥାଏ ପିଲାମାନେ କ’ଣ କରନ୍ତି ତେବେ କୁହନ୍ତି ଆଇଏଏସର ପ୍ରସ୍ତୁତି କରୁଛି, ଅଧିକାଂଶ ଏହା କହୁଥିଲେ। ଆଜି ଭାରତ ସରକାରରେ ବାବୁମାନଙ୍କୁ ପଚାରୁଛି ଯେ ଭାଇ କ’ଣ କରୁଛନ୍ତି ପୁଅ, ଝିଅ କ’ଣ କରୁଛନ୍ତି, କୁହନ୍ତି ସାହେବ ସେମାନେ ତ ଷ୍ଟାର୍ଟ ଅପରେ ଲାଗିଛନ୍ତି। ଏହି ପରିବର୍ତନ ଛୋଟ କଥା ନୁହେଁ ବନ୍ଧୁଗଣ।
ସାଥୀଗଣ,
ମୂଳ କଥା ହେଉଛି, ମୂଳ କଥା ହେଉଛି ଏହା ଯେ ଆଜି ସରକାର ନବସୃଜନକାରୀଙ୍କ ପାଦରେ ଶୃଙ୍ଖଳ ପକାଇ ନୁହେଁ ସେମାନଙ୍କ ମନରେ ଉନ୍ମାଦନା ଭରି ସେମାନଙ୍କୁ ଆଗକୁ ବଢ଼ାଉଛନ୍ତି। ଯଦି ଆପଣଙ୍କୁ ଜିଓ ସ୍ପେଶାଲ କ୍ଷେତ୍ରରେ ନବସୃଜନ କରିବାକୁ ଅଛି, ନୂଆ ପ୍ରକାରର ଡ୍ରୋନ ନିର୍ମାଣ କରିବାର ହେଉ ଅବା ମହାକାଶ କ୍ଷେତ୍ରରେ କୌଣସି ନୂତନ ଉପଗ୍ରହ ହେଉ ଅବା ରକେଟ ନିର୍ମାଣ କରିବାର ଅଛି, ଏଥିପାଇଁ ସର୍ବ ପ୍ରଥମେ ସବୁଠାରୁ ପ୍ରାକୃତିକ ତଥା ଉନ୍ନତ ବାତାବରଣ ହିନ୍ଦୁସ୍ତାନରେ ଉପଲବ୍ଧ ହେଉଛି ବନ୍ଧୁ। ଗୋଟିଏ ସମୟ ଥିଲା ଯେତେବେଳେ ଭାରତରେ କୌଣସି କମ୍ପାନୀ ପଂଜିକରଣ କରିବାକୁ ଚାହୁଁଥିଲେ, ତେବେ ସେ ପଂଜିକରଣ ପାଇଁ କାଗଜ ପତ୍ର ଦେଇ ଭୁଲିଯାଉଥିଲେ, ସେ ପର୍ଯ୍ୟନ୍ତ ପଂଜିକରଣ ହେଉ ନ ଥିଲା, ମାସ ମାସ ଧରି ସମୟ ଲାଗିଯାଉଥିଲା। ଯେତେବେଳେ ବିଶ୍ୱାସ ବୃଦ୍ଧି ପାଇଥାଏ ସରକାରଙ୍କର ନାଗରିକମାନଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇଥାଏ ଏବଂ ନାଗରିକମାନଙ୍କର ସରକାରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇଥାଏ ଅବିଶ୍ୱାସର ଦୂରତା ଶେଷ ହୋଇଥାଏ, ସେତେବେଳେ ପରିଣାମ ଏହା ଆସିଥାଏ ଯେ ଯଦି କମ୍ପାନୀ ପଞ୍ଜିକରଣ କରିଥାଏ, ତେବେ 24 ଘଂଟା ସମୟ ଲାଗିଥାଏ ବନ୍ଧୁ, ମାତ୍ର 24 ଘଂଟା। ବିଗତ କିଛି ବର୍ଷରେ ସରକାରଙ୍କର ଏକ ଅଭ୍ୟାସ ଥିଲା ଗୋଟିଏ ଚ୍ୟାମ୍ବର ହେବ ଅଫିସ ପାଇଁ, 6 ଟି ଟେବୁଲ ଥିବ, ଯଦି 1 ନମ୍ବର ଟେବୁଲରେ ଥିବା ଲୋକ ଜାନୁଆରୀରେ ଆପଣଙ୍କ ଠାରୁ କିଛି ମାଗିଲା, 2 ନମ୍ବର ଟେବୁଲରେ ଥିବା ଲୋକ ଫେବୃଆରୀରେ ପୁଣି ତାହା ମାଗିବ। ପୁଣି 5 ନମ୍ବର ଟେବୁଲରେ ଥିବା ଲୋକ ଶେଷରେ କହିବ ଆଜ୍ଞା ସେହି କାଗଜ ଟିକେ ଆଣନ୍ତୁ ମୋର ଦରକାର ଅଛି। ଅର୍ଥାତ ନାଗରିକମାନଙ୍କର କ୍ରମାଗତ ଭାବରେ ହଜାର- ହଜାର ସଂଖ୍ୟାରେ ଅଭିଯୋଗ ଆସିଥିଲା ବନ୍ଧୁ, ଏଇଟା ଆଣ, ସେଇଟା ଆଣ ଏବଂ ତାହା ଆଣ, କ’ଣ କରୁଥିଲେ ସେମାନେ ଏହାସବୁ ଆପଣମାନେ ଜାଣନ୍ତି।
ସାଥୀଗଣ,
ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ ଏବେ ଏହି କାର୍ଯ୍ୟ ମଧ୍ୟ ମୋତେ ହିଁ କରିବାକୁ ପଡ଼ୁଛି, 25 ହଜାରରୁ ଅଧିକ ଅଭିଯୋଗର ସମାଧାନ କରି ଦିଆଯାଇଛି। କେବଳ ଏତିକି ହିଁ ନୁହେଁ, ମୁଁ ଯେତେବେଳେ 2013ରେ ନିର୍ବାଚନ ପାଇଁ ପ୍ରସ୍ତୁତି କରୁଥିଲି, କାରଣ ମୋ ଦଳ ମୋତେ ହିଁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ତେଣୁ ମୁଁ ଅଧିକାଂଶ ଏଭଳି ଭାବେ ଲୋକମାନଙ୍କ ସହିତ କଥା ହେଉଥିଲି, ତେବେ ଦିନେ ଦିଲ୍ଲୀରେ ସବୁ ବ୍ୟବସାୟୀମାନେ ମୋତେ ଡକାଇଥିଲେ, ସେଠାରେ ବ୍ୟବସାୟୀମାନଙ୍କର ବହୁତ ବଡ଼ ସମ୍ମିଳନୀ ଥିଲା ଆଉ ସେଥିରେ ମୋ ପୂର୍ବରୁ ଜଣେ ଭଦ୍ରବ୍ୟକ୍ତି କହିଲେ। ସେ କହୁଥିଲେ ଯେ ଦେଖନ୍ତୁ ଏହି ଆଇନ ତିଆରି ହୋଇଛି, ସେହି ଆଇନ ତିଆରି ହୋଇଛି ଅନେକଗୁଡ଼ିଏ ଆଇନ ବିଷୟରେ ସେ କହୁଥିଲେ। ସେତେବେଳେ ନିର୍ବାଚନ ସମୟରେ ସବୁଲୋକ ଏହା କହୁଥିଲେ ଯେ ଠିକ୍ ଅଛି ମୁଁ ଏହା କରିଦେବି, ତାହା କରିଦେବି। କିନ୍ତୁ ବନ୍ଧୁ ମୁଁ ହେଉଛି ଟିକେ ଭିନ୍ନ ମାଟିର ମଣିଷ। ମୁଁ ଭାଷଣ ଦେବା ପାଇଁ ଠିଆ ହେଲି, ତାହା ହେଉଛି 2013ର କଥା। ମୁଁ ଭାଷଣ ଦେବାକୁ ଠିଆ ହେଲି ମୁଁ କହିଲି ଭାଇ ଆପଣମାନେ ଆଇନ ତିଆରି କରିବାର କଥା କହୁଛନ୍ତି। ମୋର ଉଦ୍ଦେଶ୍ୟ ହେଉଛି ଭିନ୍ନ। ମୋତେ ଜଣା ନାହିଁ ମୁଁ ଆପଣମାନଙ୍କୁ କହିବି ମୁଁ ଆପଣମାନଙ୍କୁ କହିବି ଆପଣମାନେ ମୋତେ ଭୋଟ ଦେବେ କି ଦେବେ ନାହିଁ। ଆପଣମାନେ ତ ମୋର ଛୁଟି କରିଦେବେ। ମୁଁ କହିଲି ମୁଁ ଆପଣମାନଙ୍କୁ ପ୍ରତିଶ୍ରୁତି ଦେଉଛି, ମୁଁ କହିଲି ମୁଁ ଆସିବା ପରେ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ଆଇନ ଶେଷ କରିଦେବି। ବହୁତ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା ଯେ, ଏହି ବ୍ୟକ୍ତିଙ୍କୁ କିଛି ଜଣାନାହିଁ ଯେ ସରକାର କ’ଣ ହୋଇଥାଏ, ଏଭଳି ଭାବି ନେଇଥିବେ ଆଉ କ’ଣ। କିନ୍ତୁ ବନ୍ଧୁଗଣ, ଆଜି ମୁଁ ଆପଣମାନଙ୍କୁ ମୋର ହିସାବ ଦେଉଛି, ପ୍ରଥମ 5 ବର୍ଷରେ 1500 ଆଇନ ଶେଷ କରି ଦେଇଥିଲୁ ବନ୍ଧୁ। ଏସବୁ କାହିଁକି ? ଏହାସବୁ ନାଗରିକମାନଙ୍କ ଉପରେ ଆଇନର ଜଞ୍ଜାଳଯୁକ୍ତ ବୋଝ କି?
ଏହି ଭାରତ ଦେଶ ସ୍ୱାଧୀନ ହୋଇ ସାରିଛି, ନା ଦେଶ ମୋଦୀର ନା ଦେଶ ମୋଦୀର ନୁହେଁ, ଦେଶ ହେଉଛି 130 କୋଟି ନାଗରିକମାନଙ୍କର। ଏବେ ଦେଖନ୍ତୁ ଦେଶରେ, ପୂର୍ବରୁ ତ ଆମ ଦେଶର ସ୍ୱାଧୀନତା ଦେଖନ୍ତୁ ସାହେବ, ଦେଶ ଗୋଟିଏ, କିନ୍ତୁ ଦୁଇଟି ସମ୍ବିଧାନ ଥିଲା। କ’ଣ ଏତେ ବିଳମ୍ବ ଲାଗିଲା? ପୂର୍ବ କାଳରେ କହୁଥିଲେ ଟ୍ୟୁବ ଲାଇଟ୍! ଜଣାଥିଲା ନା ଦୁଇଟି ସମ୍ବିଧାନ ଥିଲା? 7 ଦଶକ ହୋଇ ଯାଇଥିଲା ବନ୍ଧୁ, 7 ଦଶକ ହୋଇ ଗଲା, ଗୋଟିଏ ଦେଶ ଗୋଟିଏ ସମ୍ବିଧାନ ଲାଗୁ କରିବା ପାଇଁ, ଏବେ ଲାଗୁ ହୋଇଛି ବନ୍ଧୁ। ଗରିବଙ୍କୁ ରାସନ କାର୍ଡ ବନ୍ଧୁ ଯଦି ସେ ଜବଲପୁରରେ ରହିଥାଏ ରାସନ କାର୍ଡ ଯଦି ସେଠିକାର ଆଉ ଯଦି ବାଧ୍ୟ ହୋଇ ତାକୁ ଜୟପୁରକୁ ଯିବାକୁ ପଡ଼ିଲା ଜୀବନ ଅତିବାହିତ କରିବା ପାଇଁ ପଡିଲା ତେବେ ସେହି ରାସନ କାର୍ଡ କାମରେ ଆସୁ ନଥିଲା, ଦେଶ ଗୋଟିଏ ହିଁ ଥିଲା କିନ୍ତୁ ରାସନ କାର୍ଡ ଅଲଗା ଥିଲା, ଆଜି ଏକ ଦେଶ- ଏକ ରାସନ କାର୍ଡ (ୱାନ ନେସନ୍- ୱାନ ରାସନ କାର୍ଡ) ହୋଇ ଯାଇଛି। ପୂର୍ବରୁ ଯଦି କେହି ଦେଶରେ ନିବେଶ କରିବାକୁ ଆସୁଥିଲେ, ଗୁଜରାଟକୁ ଯାଉଥିଲେ ତେବେ ପ୍ରଥମ ଟିକସ, ମହାରାଷ୍ଟ୍ରକୁ ଯାଉଥିଲେ ତେବେ ଦ୍ୱିତୀୟ ଟିକସ, ବଙ୍ଗଳାକୁ ଯାଉଥିଲେ ତେବେ ତୃତୀୟ ଟିକସ। ଯଦି ତାଙ୍କର ତିନି ଚାରିଟି କମ୍ପାନୀ, ଗୋଟିଏ କମ୍ପାନୀ ଗୁଜରାଟରେ, ଦ୍ୱିତୀୟ କମ୍ପାନୀ ମହାରାଷ୍ଟ୍ରରେ, ତୃତୀୟ କମ୍ପାନୀ ବଙ୍ଗଳାରେ, ତେବେ ତିନୋଟି ସ୍ଥାନରେ ଭିନ୍ନ- ଭିନ୍ନ ଚାଟାର୍ଡ ଆକାଉଂଟାଂଟଙ୍କୁ ଭିନ୍ନ- ଭିନ୍ନ ଆଇନ ଦ୍ୱାରା କାମ ଚାଲୁଥିଲା, ବନ୍ଧୁଗଣ, ଆଜି ଟିକସ ବ୍ୟବସ୍ଥା ଏକ ପ୍ରକାରର ଲାଗୁ ହୋଇ ଯାଇଛି କି ହୋଇ ନାହିଁ। ଆଉ ଆମର ଅର୍ଥମନ୍ତ୍ରୀ ଏଠାରେ ବସିଛନ୍ତି ନିର୍ମଳା ମହାଶୟା, ଅପ୍ରେଲ ମାସରେ କ’ଣ ହେଲା ଜଣାଅଛି ନା, ଜିଏସଟିର ରେକର୍ଡ ସଂଗ୍ରହ ହୋଇଛି 1 ଲକ୍ଷ 68 ହଜାର କୋଟି ଟଙ୍କା । ଏକ ଦେଶ- ଏକ ଟିକସ (ୱାନ ନେସନ୍- ୱାନ ଟ୍ୟାକ୍ସ) ଦିଗରେ ଏହା ଦୃଢ଼ତାର ସହିତ ହେଲା କି ହେଲା ନାହିଁ ବନ୍ଧୁଗଣ।
ସାଥୀଗଣ,
ମେକ୍ ଇନ୍ ଇଣ୍ଡିଆ, ଆଜି ଆତ୍ମନିର୍ଭର ଭାରତର ପରିଚାଳିତ ଶକ୍ତି ହୋଇ ପାରିଛି। ଆତ୍ମବିଶ୍ୱାସରେ ଭରପୁର ଭାରତ ଆଜି ପ୍ରକ୍ରିୟାକୁ ସହଜ କରି ନାହିଁ ବରଂ ଉତ୍ପାଦନ ଆଧାରିତ ଲିଙ୍କ ପ୍ରେତ୍ସାହନ ଦ୍ୱାରା ନିବେଶକୁ ମଧ୍ୟ ସହାୟତା କରୁଛି। ଏହାର ବଡ଼ ପ୍ରଭାବ ଭାରତରୁ ହେଉଥିବା ରପ୍ତାନୀ ଉପରେ ମଧ୍ୟ ଦେଖିବାକୁ ମିଳୁଛି। ଏବେ କିଛି ଦିନ ପୂର୍ବରୁ ଆମେ 400 ବିଲିୟନ ଡଲାର ରପ୍ତାନୀର ରେକର୍ଡ ଭଙ୍ଗ କରିଛୁ। ଯଦି ଆମେ ସାମଗ୍ରୀ ଓ ସେବାକୁ ଦେଖିବା ତେବେ ଗତ ବର୍ଷ ଭାରତରୁ 670 ବିଲିୟନ ହଲାର ଅର୍ଥାତ ପ୍ରାୟ 50 ଲକ୍ଷ କୋଟି ଟଙ୍କାର ରପ୍ତାନୀ ହୋଇଛି। ପରିସଂଖ୍ୟାନ ଦେଖି ତାଳି ବଜାଇବା ପାଇଁ ହାତ ଲାଗିଗଲା କି? ଭାରତର ଅନେକ ନୂତନ ଜିଲ୍ଲା, ନୂଆ- ନୂଆ ଦେଶକୁ ମୁଁ ଲକ୍ଷ୍ୟସ୍ଥଳ ଭାବେ ବିବେଚନା କରି ରପ୍ତାନୀ ପାଇଁ ନିଜର ପରିସରକୁ ବୃଦ୍ଧି କରିଛି ଏବଂ ଦୃତ ଗତିରେ ରପ୍ତାନୀ ହେଉଛି ଏବଂ ସେ ସଂପର୍କରେ ଏକ ମଜାଦାର କଥା ହେଉଛି, ଆଜି ଯାହା ଦେଶରେ ନିର୍ମାଣ ହେଉଛି ନା ‘ଶୂନ୍ୟ ତ୍ରୁଟି- ଶୂନ୍ୟ ପ୍ରଭାବ’ର ମନ୍ତ୍ରକୁ ନେଇ ଚାଲୁ ରହିଛି ଯେ, ଉତ୍ପାଦନର ଗୁଣବତାରେ ତ୍ରୁଟି ନାହିଁ ଏବଂ ଉତ୍ପାଦନ ଦ୍ୱାରା ପର୍ଯ୍ୟାବରଣ ଉପରେ କୌଣସି ପ୍ରଭାବ ନାହିଁ।
ସାଥୀଗଣ,
ଏକବିଂଶ ଶତାବ୍ଦୀର ଏହି ତୃତୀୟ ଦଶକର ସବୁଠାରୁ ବଡ଼ ସତ୍ୟ ଏହା ହେଉଛି ଯେ, ଆଜି ଭାରତ ବିଶ୍ୱସ୍ତରୀୟ ହେବାକୁ ଯାଉଛି। ଏହି କରୋନା କାଳରେ ଭାରତ 150 ରୁ ଅଧିକ ଦେଶକୁୁ ଆବଶ୍ୟକ ଜରୁରୀ ଔଷଧ ପଠାଇ ସେମାନଙ୍କ ଜୀବନ ବଂଚାଇବାରେ ସହାୟତା କରିଛି। ଯେତେବେଳେ ଭାରତକୁ କୋଭିଡ ଟିକା ପ୍ରସ୍ତୁତ କରିବାରେ ସହାୟତା ମିଳିଲା ସେତେବେଳେ ଆମେ 100 ଟି ଦେଶକୁ ଟିକା ପଠାଇ ସହାୟତା କରିଛୁ ବନ୍ଧୁ।
ସାଥୀଗଣ,
ଆଜିର ତାଜା ଖବର, ଅସୁବିଧା ପାଇଁ ଦୁଃଖିତ। ଆଜି ସାରା ବିଶ୍ୱ ଗହମର ଅଭାବ ଭଳି ସମସ୍ୟାର ସମ୍ମୁଖୀନ ହେଉଛି। ଖାଦ୍ୟ ନିରାପତାକୁ ନେଇ ବିଶ୍ୱରେ ବଡ଼ ବଡ଼ ଦେଶ ଚିନ୍ତିତ ଅଛନ୍ତି। ସେହି ସମୟରେ ହିନ୍ଦୁସ୍ତାନର କୃଷକ ସାରା ବିଶ୍ୱକୁ ଖାଦ୍ୟ ଯୋଗାଇବାକୁ ଆଗେଇ ଆସିଛି ବନ୍ଧୁ।
ସାଥୀଗଣ,
ଯେତେବେଳେ ମଧ୍ୟ ମନବଜାତି ସମ୍ମୁଖରେ କୌଣସି ସଂକଟ ଆସିଥାଏ ସେତେବେଳେ ଭାରତ ସମାଧାନ ସହିତ ଆଗକୁ ଆସିଥାଏ, ଯେଉଁମାନେ ସଂକଟ ନେଇକରି ଆସୁଛନ୍ତି, ସୋମନଙ୍କୁ ସଂକଟ ପାଇଁ ଅଭିନନ୍ଦନ, ସମାଧାନ ନେଇ ଆମେ ଆସୁଛୁ, ସାରା ବିଶ୍ୱର ଜୟ ଜୟକାର ଦେଖିବାକୁ ମିଳୁଛି ବନ୍ଧୁ। ବନ୍ଧୁ ଏହା, ଏହା ହିଁ ହେଉଛି ନୂତନ ଭାରତ, ଏହା ହେଉଛି ନୂତନ ଭାରତର ଶକ୍ତି। ଆପଣମାନଙ୍କ ମଧ୍ୟରୁ ଯେଉଁ ଲୋକ ବର୍ଷ ବର୍ଷ ଧରି ଭାରତ ଆସି ନାହାନ୍ତି, କେବେ ଲାଜ୍ଜା ଅନୁଭବ କରନ୍ତୁ ନାହିଁ। କିନ୍ତୁ ସେମାନଙ୍କୁ ଲାଗୁଥିବ ଶେଷରେ ଏହା କିପରି ହେଲା, ଏତେ ବଡ଼ ପରିବର୍ତନ ଆସିଲା କିପରି। ସାଥୀଗଣ ଏପରି ନୁହେଁ ଆଜ୍ଞା, ଆପଣମାନଙ୍କର ଉତର ହେଉଛି ଭୁଲ, ମୋଦୀ କିଛି କରି ନାହାଁନ୍ତି, 130 କୋଟି ଦେଶବାସୀ କରିଛନ୍ତି।
ସାଥୀଗଣ,
ଭାରତ ବୈଶ୍ୱିକ ପରିଚୟ ପାଉଥିବା ବେଳେ ଆପଣମାନଙ୍କର ଯୋଗଦାନ ମଧ୍ୟ ହେଉଛି ବହୁତ, ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଆଜି ଭାରତରେ ଲୋକାଲ ବା ସ୍ଥାନୀୟ ଉତ୍ପାଦ ପ୍ରତି ଯେଉଁ ଉତ୍ସାହ ବୃଦ୍ଧି ପାଇଛି, ସେହିଭଳି ଯେତେବେଳେ ସ୍ୱାଧୀନତା ଆନ୍ଦୋଳନ ସମୟରେ ସ୍ୱଦେଶୀ ସାମଗ୍ରୀ ପ୍ରତି ଉତ୍ସାହ ସୃଷ୍ଟି ହୋଇଥିଲା, ଦୀର୍ଘଦିନ ଧରି ଆମେ ଦେଖିଲୁ ଯେ ଲୋକମାନେ କହୁଥିଲେ ଯେ ଆମେ ସେହି ଜିନିଷ ଅମୁକ ଦେଶରୁ କିଣିଛୁ, ଏହି ଜିନିଷ ହେଉଛି ସେହି ଦେଶର। କିନ୍ତୁ ଆଜି ଭାରତର ଲୋକମାନଙ୍କ ମଧ୍ୟରେ ନିଜର ସ୍ଥାନୀୟ ଉତ୍ପାଦକୁ ନେଇ ଗର୍ବର ନୂତନ ଅନୁଭୂତି ଆସିଛି। ଆପଣମାନଙ୍କୁ ମଧ୍ୟ ଜଣାଥିବ ଆଜିଠାରୁ 20 ବର୍ଷ 10 ବର୍ଷ ପୂର୍ବରୁ ଯେତେବେଳେ ଆପଣ ଘରକୁ ଚିଠି ଲେଖୁଥିଲେ ମୁଁ ଅମୁକ ତାରିଖରେ ଆସୁଛି, ସେତେବେଳେ ଘରୁ ଚିଠି ଆସୁଥିଲା ଆସିବା ସମୟରେ ଅମୁକ ଜିନିଷ ନେଇକରି ଆସିବ। ଆଜି ଯେତେବେଳେ ଘରକୁ ଯାଉଛନ୍ତି ଘରୁ ଚିଠି ଆସୁଛି ଏଠାରେ ସବୁକିଛି ମିଳୁଛି, କିଛି ଆଣିବ ନାହିଁ। ମୁଁ ଠିକ୍ କଥା କହୁଛି କି ଠିକ୍ କଥା କହୁ ନାହିଁ ଏପରି ହେଉଛି ନା। ବନ୍ଧୁଗଣ ଏହା ହେଉଛି ଶକ୍ତି ଆଉ ଏଥିପାଇଁ ମୁଁ କହୁଛି ଭୋକାଲ ଫର୍ ଲୋକାଲ୍, କିନ୍ତୁ ଆପଣଙ୍କ ପାଇଁ ଲୋକାଲ, ଏଠାକାର ଜିନିଷ ନୁହେଁ, ବନ୍ଧୁଗଣ, ଏ ଯେଉଁ ଶକ୍ତି ସୃଷ୍ଟି ହୋଇଛି ନା ଏହି ଜିନିଷକୁ ପ୍ରସ୍ତୁତ କରିବାରେ କୌଣସି ଭାରତୀୟଙ୍କ ପରିଶ୍ରମ ନିୟୋଜିତ ହୋଇଛି। ସେହି ସମସ୍ତ ଉତ୍ପାଦରେ କୌଣସି ଭାରତୀୟଙ୍କ ସ୍ୱେଦର ବାସ୍ନା ରହିଛି ବନ୍ଧୁ, ସେହି ମାଟିର ସୁଗନ୍ଧ ରହିଛି ବନ୍ଧୁ। ଆଉ ଏଥିପାଇଁ ଯାହା ହିନ୍ଦୁସ୍ତାନରେ ନିର୍ମାଣ ହୋଇଛି, ହିନ୍ଦୁସ୍ତାନର ମାଟିର ବାସ୍ନା ଯେଉଁଥିରେ ରହିଛି, ଯେଉଁଥିରେ ହିନ୍ଦୁସ୍ତାନର ଯୁବକମାନଙ୍କର ସ୍ୱେଦ ଲାଗି ରହିଛି ତାହା ଆମ ପାଇଁ ଫେସନ୍ ର ମାଧ୍ୟମ ହେବା ଉଚିତ। ଆପଣ ଦେଖନ୍ତୁ ଥରେ ଯଦି ଏହି ଭାବନାକୁ ଅନୁଭବ କରିବେ ତେବେ ନିଶ୍ଚୟ ଭିନ୍ନ- ଭିନ୍ନ କମ୍ପନ ପହଂଚିବାରେ ବିଳମ୍ବ ହେବ ନାହିଁ। ଆଉ ପୁଣି ଦେଖନ୍ତୁ କେବେ ଯିବେ, ଆପଣମାନେ 10 ଦିନ ପାଇଁ ହିନ୍ଦୁସ୍ତାନ ଯାଉଛନ୍ତି, ତେବେ ଏଠାରୁ ଆପଣମାନଙ୍କ ପାଖକୁ ଚିଠି ଯିବ ଯେ ଫେରିବା ସମୟରେ ଅମୁକ ଜିନିଷ ହିନ୍ଦୁସ୍ତାନରୁ ନେଇକରି ଆସିବେ, ଏପରି ହେବା ଉଚିତ ନା ଉଚିତ ନୁହେଁ। ଏହିକାର୍ଯ୍ୟ ଆପଣମାନଙ୍କୁ କରିବା ଉଚିତ ନା ଉଚିତ ନୁହେଁ।
ବନ୍ଧୁଗଣ ମୁଁ ଏକ ଉଚ୍ଚକୋଟୀର ଉଦାହରଣ ଦେଇ ଆପଣମାନଙ୍କୁ କହୁଛି, ଅତି ସାଧାରଣ ଉଦାହରଣ ଆଉ ମୁଁ ଉଦାହରଣ ଦେଉଛି ଖଦୀ ସମ୍ପର୍କରେ, ଆପଣମାନଙ୍କ ମଧ୍ୟରୁ ସମସ୍ତେ ଖଦୀ ବିଷୟରେ ଜାଣିଥିବେ। ଖଦୀ ଏବଂ ନେତାଙ୍କର ସମ୍ପର୍କ ହେଉଛି ଅତି ନିବିଡ଼। ନେତା ଏବଂ ଖଦୀ ଭିନ୍ନ ହୋଇ ନଥାଆନ୍ତି, ଖଦୀ ଆସିବା ମାତ୍ରେ ନେତାଙ୍କୁ ଦେଖିବାକୁ ମିଳିଥାଏ, ନେତା ଅସିବା ମାତ୍ରେ ଖଦୀକୁ ଦେଖିବାକୁ ମିଳିଥାଏ। ଯେଉଁ ଖଦୀକୁ ନେଇ ମହାତ୍ମାଗାନ୍ଧି ବଂଚିଥିଲେ, ଯେଉଁ ଖଦୀ ଭାରତର ସ୍ୱାଧୀନତା ଆନ୍ଦୋଳନକୁ ଶକ୍ତି ପ୍ରଦାନ କଲା, କିନ୍ତୁ ଦୁର୍ଭାଗ୍ୟ ଯେ ସ୍ୱାଧୀନତା ପରେ ସେହି ଖଦୀର ମଧ୍ୟ ସେହି ଅବସ୍ଥା ହେଲା ଯାହା ସ୍ୱାଧୀନତା ପାଇଁ ପାଗଳ ଦେଶପ୍ରେମୀଙ୍କ ସ୍ୱପ୍ନକୁ ହୋଇଥିଲା। କ’ଣ ଦେଶର ଦାୟିତ୍ୱ ନ ଥିଲା, ଯେଉଁ ଖଦୀ ଦ୍ୱାରା ଗରିବ ମାଆଙ୍କୁ ଜୀବନ ଜୀବିକା ମିଳିଥାଏ, ଯେଉଁ ଖଦୀ ଦ୍ୱାରା ବିଧବା ମାଆଙ୍କୁ ନିଜ ପିଲାମାନଙ୍କୁ ବଡ଼ କରିବା ପାଇଁ ସହାୟତା ମିଳୁଥିଲା, କିନ୍ତୁ ଧୀରେ- ଧୀରେ ତାହାକୁ ତାହାର ଭାଗ୍ୟ ଉପରେ ଛାଡ଼ି ଦିଆଗଲା ଏବଂ ଏକ ପ୍ରକାରରେ ସେ ମୃତ୍ୟୁର ଦ୍ୱାର ଦେଶରେ ଆସି ଠିଆ ହୋଇଥିଲା। ମୁଁ ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ମୁଁ କଷ୍ଟ ଉଠାଇଲି। ମୁଁ କହିଲି ଭାଇ ଆପଣ ବଡ଼ ଗର୍ବରେ କହୁଛନ୍ତି ଘରେ ମୋ ପାଖରେ ଅମୁକ ଫେବ୍ରିକର କପଡ଼ା ଅଛି, ଏହି ଫେବ୍ରିକର ଅଛି, ଏଠାକାର ଶାଢ଼ୀ ଅଛି, ସେଠାକାର କୁର୍ତା ଅଛି। କହୁଛନ୍ତି ନା। ହଁ କହିଲେ ଜାଣିବା ସଠିକ୍ ? ଆଜ୍ଞା ସତ କହିବାକୁ କ’ଣ ଯାଉଛି। ତେଣୁ ମୁଁ କହୁଥିଲି ବନ୍ଧୁ ଗୋଟିଏ ଖଦୀ ମଧ୍ୟ ନେଇ ରଖନ୍ତୁ। ମୋ ପାଖରେ ଏହି ଫେବ୍ରିକ ଅଛି, ଖଦୀ ମଧ୍ୟ ନେଇ ରଖନ୍ତୁ।
ବନ୍ଧୁଗଣ,
ବହୁତ ଛୋଟକଥା ଥିଲା, କିନ୍ତୁ ମୁଁ ଆଜି ଦେଶ ସମ୍ମୁଖରେ ମୁଣ୍ଡ ନୁଆଁଉଛି ମୋ ଦେଶରେ ଏହି କଥାକୁ ମଧ୍ୟ ଗ୍ରହଣ କରିନେଲେ ଆଉ ଆପଣମାନେ ଜାଣି ଆନନ୍ଦିତ ହେବେ ସ୍ୱାଧୀନତାର 75 ବର୍ଷ ପରେ ଆଜି ପ୍ରଥମ ଥର ଯେତେବେଳେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଚଳିତ ବର୍ଷ ଖଦୀର କାରବାର 1 ଲକ୍ଷ କୋଟି ଟଙ୍କାକୁ ଅତିକ୍ରମ କରି ଯାଇଛି, ପ୍ରଥମ ଥର ପାଇଁ ହୋଇଛି। କେତେ ଗରିବ ବିଧବା ମାଆମାନଙ୍କୁ ଜୀବନ ଜୀବିକା ମିଳିଥିବ ବନ୍ଧୁ। ବିଗତ 8 ବର୍ଷରେ ଖଦୀର ଉତ୍ପାଦନରେ ପାଖାପାଖି ଯେଉଁ 175 ପ୍ରତିଶତ ବୃଦ୍ଧି ହୋଇଛି ଆଉ ଆପଣ ବ୍ୟାପକତାର ପରିସର ଦେଖନ୍ତୁ ବନ୍ଧୁଗଣ, ଯେଉଁ ମନୋଭାବର ସହିତ ଷ୍ଟାର୍ଟ ଅପ୍ସର କଥା କହୁଛି ନା ସେହି ଚିନ୍ତାଧାରାର ସହିତ ଖଦୀର କଥା ମଧ୍ୟ କହୁଛି। ଯେଉଁ ମନୋଭାବର ସହିତ ଉପଗ୍ରହର କଥା କହୁଛି ସେହି ମନଭାବର ସହିତ ମାଟିର କଥା ମଧ୍ୟ କହୁଛି।
ସାଥୀଗଣ,
ଆଜି ମୁଁ ଆପଣ ସମସ୍ତଙ୍କୁ ଏହି ଅନୁରୋଧ କରିବି ଏବେ ଭାରତର ଲୋକାଲଙ୍କୁ ଗ୍ଲୋବାଲ କରିବାରେ ଆପଣ ମଧ୍ୟ ମୋତେ ସମର୍ଥନ କରନ୍ତୁ। ଏଠାକାର ଲୋକଙ୍କୁ ଭାରତର ଲୋକାଲର ବିବିଧତା ଭାରତର ଲୋକାଲର ଶକ୍ତି, ଭାରତର ଲୋକାଲର ସୁନ୍ଦରତା ସହିତ ଆପଣ ଖୁବ୍ ସହଜରେ ପରିଚିତ କରାଇ ପାରିବେ। ଚିନ୍ତା କରନ୍ତୁ ବିଶ୍ୱରେ ଏତେ ବଡ଼ ପ୍ରବାସୀ ଭାରତୀୟ ସମୁଦାୟ ପ୍ରତ୍ୟେକ ଦେଶରେ ଖେଳେଇ ହୋଇ ରହିଛନ୍ତି ଭାରତୀୟ ସମୁଦାୟ, ଆଉ ଭାରତୀୟ ସମୁଦାୟଙ୍କର ବିଶେଷତ୍ୱ ଏହା ହେଉଛି ଯେଭଳି କ୍ଷୀରରେ ଚିନି ମିଶିଯାଏ, ସେମିତି ହିଁ ମିଶି ଯାଇ ଥାଆନ୍ତି। ଆଉ ମୂଲ୍ୟଯୁକ୍ତ କରିବାର ସମୟ ଜଣା ପଡ଼ି ନଥାଏ, କ୍ଷୀରକୁ ମିଠା କରି ଦେଇ ଥାଆନ୍ତି। ଯେଉଁମାନଙ୍କ ପାଖରେ ଏହି ସାମର୍ଥ୍ୟ ଅଛି ସେମାନେ ସହଜରେ ହିନ୍ଦୁସ୍ତାନର ଲୋକାଲକୁ ନିଜ ପ୍ରୟାସରେ ଜର୍ମାନୀର ମାଟିରେ ଗ୍ଲୋବାଲ କରି ଦେଇ ପାରିବେ। କରି ପାରିବେ ତ? କାହାର ସ୍ୱର ଦବିଗଲା, କରି ପାରିବେ? କହିବାରେ କ’ଣ ଯାଉଛି, ମୋଦୀ ମହାଶୟ ଆଉ ପୁଣି କେବେ ଆସିବେ। ବନ୍ଧୁଗଣ ମୁଁ ଆପଣମାନଙ୍କୁ ବିଶ୍ୱାସ କରୁଛି ଯେ ଆପଣମାନେ କରି ପାରିବେ ବିଶ୍ୱାସ ରହିଛି ବନ୍ଧୁ।
ଆପଣମାନଙ୍କୁ ଆଉ ଏକ କଥା ମନେ ପକାଇବାକୁ ଚାହୁଁଛି ଆମର ଯୋଗ ହେଉ, ଆମର ଆୟୁର୍ବେଦ ହେଉ, ଆମର ପାରମ୍ପରିକ ଔଷଧ ଉତ୍ପାଦ ହେଉ, ଆପଣ କଳ୍ପନା କରି ପାରିବେ ନାହିଁ ଆଜି ଏହାର କେତେ ସାମର୍ଥ୍ୟ ରହିଛି। ଆପଣମାନେ ହେଉଛନ୍ତି ହିନ୍ଦୁସ୍ତାନର, ଏ କଥା କହିବା ସମୟରେ ସାମ୍ନାରେ ଥିବା ଲୋକ ଆପଣମାନଙ୍କୁ ପଚାରୁଥିବ ଯୋଗ ବିଷୟରେ ଜାଣିଛନ୍ତି, ପଚାରୁଛନ୍ତି ନା ପଚାରୁ ନାହାଁନ୍ତି ? ଆପଣ କିଛି ଜାଣି ନଥାଆନ୍ତୁ କେବଳ ନାକ ଧରିବା ବିଷୟରେ କହିଦେବେ ତେବେ ମଧ୍ୟ ସେମାନେ ମାନିନେବେ ଯେ ହଁ ବନ୍ଧୁ ଇଏ ହେଉଛନ୍ତି ମାଷ୍ଟର। ଭାରତର ଋଷି ମୁନିମାନଙ୍କର ତପସ୍ୟାର ମାନ୍ୟତା ଏତେ ଅଛି ଯେ ଯଦି ଆପଣ ଗୋଟିଏ ଛୋଟ ବୋର୍ଡ ଲଗାଇ ଦେବେ, ଅବା କୌଣସି ଅନ୍ ଲାଇନ୍ ପ୍ଲାଟଫର୍ମ କରି ଦେବେ ଆଉ ନାକ ଧରିବା ଶିଖାଇ ଦେବେ ଡଲାର ଡଲାର ଫି’ ଦେବାକୁ ଲୋକ ଆସିଯିବେ। ଆସିବେ ନା ଆସିବେ ନାହିଁ। କିଭଳି ବ୍ରାଣ୍ଡ୍ ଭାଲ୍ୟୁ ଆମ ମୁନି ଋଷିମାନଙ୍କ ସାଙ୍ଗରେ ରହିଛି। ହଜାର- ହଜାର ବର୍ଷ ପୂର୍ବେ ମୁନି ଋଷିମାନେ ଯାହା ସବୁ କରି ଛାଡ଼ି ଯାଇଛନ୍ତି ସେହି ରାସ୍ତା, ଆଜି ବିଶ୍ୱକୁ ନେଇକରି ଆସିଛି। କିନ୍ତୁ ଆଜି କ’ଣ ଆପଣ ଏହା ସହିତ ଯୋଡି ହୋଇଛନ୍ତି କି ? ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ 21 ଜୁନକୁ ଆନ୍ତର୍ଜାତୀୟ ଯୋଗ ଦିବସ ବହୁତ ଦୂର ନୁହେଁ, ଏବେଠାରୁ ଦଳ ଗଠନ କରି ଚାରିଆଡକୁ ବ୍ୟାପୀ ଯାଆନ୍ତୁ ବନ୍ଧୁ, ପ୍ରତ୍ୟେକଙ୍କୁ ନାମ ଧରିବା ଶିଖାଇ ଦିଅନ୍ତୁ ବନ୍ଧୁ। ନାକ କାଟିବା ଶିଖାଇବା ନୁହେଁ।
ସାଥୀଗଣ,
ଆଜି ଆପଣମାନଙ୍କ ମଧ୍ୟରେ ଗୋଟିଏ ବିଷୟରେ ଚର୍ଚ୍ଚା କରିବାକୁ ଚାହୁଁଛି, ତାହା ହେଉଛି କ୍ଲାଇମେଟ୍ ଆକ୍ସନ୍। ଭାରତରେ ଜଳବାୟୁ ପରିବର୍ତନର ଆହ୍ୱାନର ମୁକାବିଲା କରିବା ପାଇଁ ଆମେ ଜନସାଧାରଣଙ୍କ ଶକ୍ତି ଠାରୁ ନେଇ ବୈଷୟିକ ଜ୍ଞାନର ଶକ୍ତିକୁ ନେଇ ପ୍ରତ୍ୟେକ ସ୍ତରରେ ସମାଧାନ ପାଇଁ କାର୍ଯ୍ୟ କରୁଛି। ବିଗତ 8 ବର୍ଷରେ ଆମେ ଭାରତରେ ଏଲପିଜିର ବ୍ୟାପକତାକୁ ପଚାଶ ପ୍ରତିଶତରୁ ବୃଦ୍ଧି କରି ପାଖାପାଖି ଶହେ ପ୍ରତିଶତ ପର୍ଯ୍ୟନ୍ତ କରି ଦେଇଛୁ। ଭାରତର ଏଲଇଡ଼ି ବଲବ୍, ଏବେ ଜର୍ମାନୀ ଲୋକ ଅଛନ୍ତି, ତେବେ ବଲବ୍ ବିଷୟରେ ଟିକେ ଅଧିକ ବୁଝି ପାରିବେ। ଭାରତର ଏବେ ପ୍ରାୟ ପ୍ରତ୍ୟେକ ଘର ଏଲଇଡ଼ି ବଲବ୍ ବ୍ୟବହାର କରୁଛି। ଉଜାଲା ଯୋଜନା ଅଧୀନରେ ଆମେ ଦେଶରେ ପ୍ରାୟ 37 କୋଟି ଏଲଇଡ଼ି ବଲବ୍ ବଂଟନ କରିଛୁ ଏବଂ ଏଲଇଡ଼ି ବଲବର ଉପଯୋଗ ଯୋଗୁଁ ଶକ୍ତି ସଂଚୟ ହୋଇଥାଏ। ଶକ୍ତି ସଂଚୟ ପାଇଁ ହୋଇଥାଏ ଆଉ ଆପଣମାନେ ଜର୍ମାନୀରେ ଛାତିରେ ହାତ ବାଡେଇ ଲୋକମାନଙ୍କୁ କହି ପାରିବେ ଯେ ଭାରତରେ ଏକ ଛୋଟ ପରିବର୍ତନ ଆଣି କ’ଣ କରିଛି। ଆଉ ଏହି କାରଣରୁ ପ୍ରାୟ 48 ହଜାର ମିଲିୟନ କିଲୋୱାଟ ଘଂଟାର ବିଜୁଳି ସଂଚୟ ହୋଇଛି। ଆଉ ପ୍ରତିବର୍ଷ ପାଖାପାଖି 4 କୋଟି ଟନ୍ କାର୍ବନ ନିର୍ଗମନ କାର୍ଯ୍ୟ ହୋଇଛି। ଆପଣ କଳ୍ପନା କରି ପାରିବେ ଯେ ଏହି ଗୋଟିଏ ଯୋଜନା ପରିବେଶ ପାଇଁ କେତେ ବଡ଼ ରକ୍ଷାକାରୀ ଭାବେ ସାବ୍ୟସ୍ତ ହୋଇଛି।
ସାଥୀଗଣ, ଏହିଭଳି ପ୍ରୟାସ ଯୋଗୁଁ ହିଁ ଆଜି ଭାରତ ଅଦ୍ଭୁତପୂର୍ବ ସ୍ତରରେ ସବୁଜ ନିଯୁକ୍ତି କ୍ଷେତ୍ରରେ ଏକ ନୂତନ କ୍ଷେତ୍ର ଉନ୍ମୁକ୍ତ କରି ଆଗକୁ ଅଗ୍ରସର ହେଉଛି। ମୁଁ ଖୁସୀ ଯେ ଭାରତ ଏବଂ ଜର୍ମାନୀ ମଧ୍ୟ ଏହି ଶକ୍ତିକୁ ନେଇ ବହୁତ ବଡ଼ ଭାଗିଦାରୀ ଭାବେ ପଦକ୍ଷେପ ଉଠାଉଛନ୍ତି। ସାଥୀଗଣ, ସ୍ୱାଧୀନତାର ଅମୃତ ମହୋତ୍ସବରେ ଆମେ ଜଳବାୟୁ ଜନିତ ଦାୟିତ୍ୱବୋଧକୁ ପରବର୍ତୀ ସ୍ତରକୁ ନେଇଯିବାକୁ ନିଷ୍ପତି ନେଇଛୁ। ମୁଁ ଉଦାହରଣ ଦେଉଛି ଭାରତୀୟମାନେ ଦେଶର ପ୍ରତ୍ୟେକ ଜିଲ୍ଲାରେ ପ୍ରତି ଜିଲ୍ଲାରେ ଅର୍ଥାତ ଆପଣମାନେ ଅନୁମାନ କରି ପାରିବେ ମୁଁ କ’ଣ କହୁଛି। ପ୍ରତ୍ୟେକ ଜିଲ୍ଲାରେ 75ଟି ନୂତନ ଅମୃତ ସରୋବର ପ୍ରତିଷ୍ଠା କରିବାର ସଂକଳ୍ପ ନେଇଛନ୍ତି ପୋଖରୀ ଖୋଳିବା ପାଇଁ। ଅର୍ଥାତ ଦେଶରେ ଆଗାମୀ 500 ଦିନରେ ପ୍ରାୟ 50,000 ଜଳ ଉତ୍ସ ସୃଷ୍ଟି ହେବ, ପୋଖରୀ ଖୋଳାଯିବ ଅବା ପୁରୁଣା ପୁଷ୍କରିଣୀର ପୁନରୁଦ୍ଧାର କରାଯିବ। ଜଳ ହିଁ ହେଉଛି ଜୀବନ, ଜଳ ଅଛି ତ ଫଳ ଅଛି କିନ୍ତୁ ଜଳ ପାଇଁ ମଧ୍ୟ ଝାଳ ବୁହାଇବାକୁ ପଡ଼ିଥାଏ ବନ୍ଧୁ। କ’ଣ ଆପଣ ଏହି ଅଭିଯାନ ସହିତ ଯୋଡ଼ି ହୋଇ ପାରିବେ? ଆପଣ ଯେଉଁ ଗାଁରୁ ଆସିଛନ୍ତି, ସେହି ଗାଁରେ ପୁଷ୍କରିଣୀ ଖୋଳାଯାଉ, ପୁଷ୍କରିଣୀ ଖୋଳିବାରେ ଆପଣଙ୍କ ସହଯୋଗ ରହୁ, ଆପଣ ସେମାନଙ୍କୁ ମଧ୍ୟ ପ୍ରେରଣା ଦିଅନ୍ତୁ ଆଉ ସ୍ୱାଧୀନତାର ଅମୃତ ମହୋତ୍ସବରେ ଅମୃତ ସରୋବର ପ୍ରତିଷ୍ଠା କରିବାରେ ବିଶ୍ୱରେ ଖେଳେଇ ହୋଇ ରହିଥିବା ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କର ନିଜର ଯୋଗଦାନ ଥାଉ। ଆପଣ କଳ୍ପନା କରି ପାରିବେ ଆପଣଙ୍କୁ କେତେ ଆନନ୍ଦ ଲାଗିବ।
ସାଥୀଗଣ,
ଭାରତର ଉନ୍ନତ ଚିନ୍ତାଧାରା ରଖୁଥିବା ପ୍ରସିଦ୍ଧ ଜର୍ମାନ ବିଦ୍ୱାନ ମାକ୍ସ ମୂଲର ଭାରତ-ୟୁରୋପ ବିଶ୍ୱର ଭାଗିଦାରୀ ଭବିଷ୍ୟତର କଥା କହିଥିଲେ। ଆପଣମାନଙ୍କ ମଧ୍ୟରୁ ସବୁଲୋକ ଏଠାରେ ଦିନରେ 10 ଥର ଉଲ୍ଲେଖ କରୁଥିବେ। ଏକବିଂଶ ଶତାବ୍ଦୀରେ ତାହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାର ଏହା ହିଁ ପ୍ରକୃଷ୍ଟ ସମୟ। ଭାରତ ଏବଂ ୟୁରୋପର ସୁଦୃଢ଼ ଭାଗିଦାରୀ ବିଶ୍ୱରେ ଶାନ୍ତି ଏବଂ ସମୃଦ୍ଧି ସୁନିଶ୍ଚିତ କରି ପାରିବେ। ଏହି ଭାଗିଦାରୀ ନିରନ୍ତର ବଢ଼ି ଚାଲୁ, ଆପଣମାନେ ମଧ୍ୟ ଏହି ଉତ୍ସାହ ଏବଂ ଉଲ୍ଲାସ ସହିତ ମାନବ କଲ୍ୟାଣ ପାଇଁ ଭାରତର କଲ୍ୟାଣରେ କିଛି ନା କିଛି ଯୋଗଦାନ ଦେଇ ଚାଲନ୍ତୁ କାରଣ ଆମେ ତ ବସୁଧୈବ କୁଟୁମ୍ବକମ୍ ରେ ବିଶ୍ୱାସ କରୁଥିବା ଲୋକ। ସାଥୀଗଣ, ଆପଣ ଯେଉଁଠାରେ ଅଛନ୍ତି ଆଗକୁ ବଢ଼ନ୍ତୁ, ପ୍ରସ୍ପୁଟିତ ହୁଅନ୍ତୁ, ଆପଣମାନଙ୍କର ସମସ୍ତ ସ୍ୱପ୍ନ ପୂରଣ ହେଉ, ଏହା ମୋର ଆପଣମାନଙ୍କ ପାଇଁ ହେଉଛି ବହୁତ- ବହୁତ ଶୁଭକାମନା ଆଉ 130 କୋଟି ଦେଶବାସୀଙ୍କର ଶୁଭକାମନା ଆପଣଙ୍କ ସାଙ୍ଗରେ ଅଛି। ଆପଣମାନେ ଖୁସୀରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ! ବହୁତ- ବହୁତ ଧନ୍ୟବାଦ!
*****
AH
(Release ID: 1822963)
Read this release in:
English
,
Urdu
,
Marathi
,
Hindi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam