ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମୁଦ୍ରା ଯୋଜନା ଅସଂଖ୍ୟ ଭାରତୀୟଙ୍କୁ ସେମାନଙ୍କର ଉଦ୍ୟୋଗୀ କୌଶଳ ପ୍ରଦର୍ଶନ କରିବା ଏବଂ ନିଯୁକ୍ତି ଦାତା ହେବା ପାଇଁ ଏକ ସୁଯୋଗ ଦେଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 08 APR 2022 6:31PM by PIB Bhubaneswar

 

ପ୍ରଧାନମନ୍ତ୍ରୀ  ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ମୁଦ୍ରା ଯୋଜନା ଆରମ୍ଭ ହେବା ଦିନଠାରୁ ଏହା ଅସଂଖ୍ୟ ଭାରତୀୟଙ୍କୁ ସେମାନଙ୍କର ଉଦ୍ୟୋଗୀ ଦକ୍ଷତା ପ୍ରଦର୍ଶନ କରିବା ଏବଂ ସାତ ବର୍ଷ ମଧ୍ୟରେ ନିଯୁକ୍ତି ଦାତା ହେବା ପାଇଁ ସୁଯୋଗ ପ୍ରଦାନ କରିଛି ।  ସେ କହିଛନ୍ତି ଯେ, ଏହି ସାତ ବର୍ଷ ମଧ୍ୟରେ ମୁଦ୍ରା ଏକ  ପଟ ପରିବର୍ତନକାରୀ ଯୋଜନା ହୋଇ ପାରିଛି ଏବଂ ସମ୍ମାନ ବୃଦ୍ଧି କରିବା ସହିତ ସମାବେଶୀ ବିକାଶରେ ସହାୟକ ହୋଇଛି ।

ମାଇଁଗଭ୍‌ଇଣ୍ଡିଆର ଏକ ଟୁଇଟର ଜବାବରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି;

“ଫଣ୍ଡିଂ ଦି ଅନ୍‌ଫଣ୍ଡେଡ ସିଦ୍ଧାନ୍ତରେ, ମୁଦ୍ରା ଯୋଜନା ଅସଂଖ୍ୟ ଭାରତୀୟଙ୍କୁ ସେମାନଙ୍କର ଉଦ୍ୟୋଗୀ  ଜ୍ଞାନ କୌଶଳ ପ୍ରଦର୍ଶନ କରିବା ଏବଂ ନିଯୁକ୍ତି ଦାତା ହେବା ପାଇଁ ସୁଯୋଗ ଦେଇଛି । ମୁଦ୍ରା ଯୋଜନାର ୭ ବର୍ଷ ଭିତରେ ଏକ ପଟ ପରିବର୍ତନକାରୀ ଯୋଜନା ସାବ୍ୟସ୍ତ ହୋଇଛି ଏବଂ ସମ୍ମାନ ଏବଂ ସମୃଦ୍ଧି ଆଣିବାରେ ସହାୟକ ହୋଇଛି  ।”

 

***

SSP



 

 

 

 

 


(ରିଲିଜ ଆଡି: 1815084) ପରିଦର୍ଶକ କାଉଣ୍ଟର : 235