ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସନ୍ତା କାଲି ମଧ୍ୟପ୍ରଦେଶରେ ପାଞ୍ଚଲକ୍ଷରୁ ଅଧିକ ପିଏମଏୱାଇ-ଜି ହିତାଧିକାରୀଙ୍କ ଗୃହ ପ୍ରବେଶରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ


ଦେଶର ପ୍ରତ୍ୟେକ ଅଭାବୀ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କର ଏହା ଆଉ ଏକ ପଦକ୍ଷେପ

ପୋଷ୍ଟ କରାଯିବା ଦିନାଙ୍କ: 28 MAR 2022 2:00PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ପ୍ରାୟ ସାଢ଼େ ବାରଟା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ମଧ୍ୟପ୍ରଦେଶରେ ପ୍ରାୟ ୫ ଲକ୍ଷ ୨୧ ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଆବାସ ଯୋଜନାର ଗୃହ ପ୍ରବେଶରେ ଅଂଶ ଗ୍ରହଣ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଅଭାବୀ ପରିବାରକୁ ପକକା ଘର ସହ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖି ଆସିଛନ୍ତି । ଏ ଦିଗରେ ଏହା ଆଉ ଏକ ପଦକ୍ଷେପ । ଉତ୍ସବରେ ପାରମ୍ପରିକ ଶଙ୍ଖ, ପ୍ରଦୀପ, ଫୁଲ ଓ ରଙ୍ଗୋଲି ଇତ୍ୟାଦିର ମଧ୍ୟ ମଧ୍ୟପ୍ରଦେଶ ସାରା ନୂଆ ଘର ଗୁଡିକରେ ଆୟୋଜନ କରାଯାଇଛି ।

ମଧ୍ୟପ୍ରଦେଶରେ ପିଏମଏୱାଇ-ଜି ତ୍ୱରାନ୍ୱିତ କରିବା ନିମନ୍ତେ ସରକାର ଅନେକ ଅନନ୍ୟ ଓ ନବୀନତମ ପଦକ୍ଷେପମାନ ନେଇଛନ୍ତି । ସେଥି ମଧ୍ୟରେ ମହିଳାଙ୍କ ସମେତ ହଜାର ହଜାର ରାଜମିସ୍ତ୍ରୀଙ୍କୁ ତାଲିମ, ପାଉଁଶ ଇଟା ବ୍ୟବହାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେଣ୍ଟିରିଂ ସାମଗ୍ରୀ ଓ ପ୍ରକଳ୍ପଗୁଡିକର ଉନ୍ନତ କାର୍ଯ୍ୟକାରିତା ପାଇଁ ବୈଷୟିକ ସହାୟତା ଦେଇ ସଶକ୍ତକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ ।

 

SM/DD


(ରିଲିଜ ଆଡି: 1810564) ପରିଦର୍ଶକ କାଉଣ୍ଟର : 233