ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆସନ୍ତା କାଲି ମଧ୍ୟପ୍ରଦେଶରେ ପାଞ୍ଚଲକ୍ଷରୁ ଅଧିକ ପିଏମଏୱାଇ-ଜି ହିତାଧିକାରୀଙ୍କ ଗୃହ ପ୍ରବେଶରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ


ଦେଶର ପ୍ରତ୍ୟେକ ଅଭାବୀ ପରିବାରକୁ ପକ୍କା ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କର ଏହା ଆଉ ଏକ ପଦକ୍ଷେପ

प्रविष्टि तिथि: 28 MAR 2022 2:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଦିନ ପ୍ରାୟ ସାଢ଼େ ବାରଟା ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ମଧ୍ୟପ୍ରଦେଶରେ ପ୍ରାୟ ଲକ୍ଷ ୨୧ ହଜାର ହିତାଧିକାରୀଙ୍କୁ ପ୍ରଦାନ କରାଯାଉଥିବା ଆବାସ ଯୋଜନାର ଗୃହ ପ୍ରବେଶରେ ଅଂଶ ଗ୍ରହଣ କରିବେ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ଅଂଶ ଗ୍ରହଣ କରିବା ସହ ପ୍ରଧାନମନ୍ତ୍ରୀ ସମବେତ ଜନତାଙ୍କୁ ଉଦବୋଧନ ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି

ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ଅଭାବୀ ପରିବାରକୁ ପକକା ଘର ସହ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ନିରବଚ୍ଛିନ୍ନ ଭାବେ ପ୍ରୟାସ ଜାରି ରଖି ଆସିଛନ୍ତି ଦିଗରେ ଏହା ଆଉ ଏକ ପଦକ୍ଷେପ ଉତ୍ସବରେ ପାରମ୍ପରିକ ଶଙ୍ଖ, ପ୍ରଦୀପ, ଫୁଲ ରଙ୍ଗୋଲି ଇତ୍ୟାଦିର ମଧ୍ୟ ମଧ୍ୟପ୍ରଦେଶ ସାରା ନୂଆ ଘର ଗୁଡିକରେ ଆୟୋଜନ କରାଯାଇଛି

ମଧ୍ୟପ୍ରଦେଶରେ ପିଏମଏୱାଇ-ଜି ତ୍ୱରାନ୍ୱିତ କରିବା ନିମନ୍ତେ ସରକାର ଅନେକ ଅନନ୍ୟ ନବୀନତମ ପଦକ୍ଷେପମାନ ନେଇଛନ୍ତି ସେଥି ମଧ୍ୟରେ ମହିଳାଙ୍କ ସମେତ ହଜାର ହଜାର ରାଜମିସ୍ତ୍ରୀଙ୍କୁ ତାଲିମ, ପାଉଁଶ ଇଟା ବ୍ୟବହାର, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେଣ୍ଟିରିଂ ସାମଗ୍ରୀ ପ୍ରକଳ୍ପଗୁଡିକର ଉନ୍ନତ କାର୍ଯ୍ୟକାରିତା ପାଇଁ ବୈଷୟିକ ସହାୟତା ଦେଇ ସଶକ୍ତକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ

 

SM/DD


(रिलीज़ आईडी: 1810564) आगंतुक पटल : 223
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam