ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ନାଗରିକଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ : ପ୍ରଧାନମନ୍ତ୍ରୀ


୧୨-୧୪ ବର୍ଷ ବୟସ ବର୍ଗର ପିଲା ଏବଂ ୬୦ବର୍ଷରୁ ଅଧିକ ବୟସ୍କ ସମସ୍ତଙ୍କୁ ଟିକାକରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ଵାନ

Posted On: 16 MAR 2022 10:12AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିନ ୧୨ରୁ ୧୪ ବର୍ଷ ବୟସର ସବୁ ପିଲା ଏବଂ ୬୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ସମସ୍ତେ କୋଭିଡ ପ୍ରତିଷେଧକ ଟିକା ନେବାକୁ ଆଗେଇ ଆସିବାକୁ ପ୍ରଧାନମନ୍ତ୍ରୀ ଆହ୍ଵାନ କରିଛନ୍ତି

ଏକାଧିକ ଟୁଇଟ୍‌ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି;

‘‘ଆମ ନାଗରିକମାନଙ୍କ ଟିକାକରଣ ଲାଗି ଭାରତର ପ୍ରୟାସରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ଏବେ ଠାରୁ ୧୨ରୁ ୧୪ ବର୍ଷ ବୟସ୍କ ପିଲାମାନେ ଟିକା ନେବାକୁ ଯୋଗ୍ୟ ହୋଇପାରିଛନ୍ତି ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ସବୁ ନାଗରିକ ଆଜି ଠାରୁ ବୁଷ୍ଟର ଡୋଜ୍‌ ନେଇପାରିବେ ଏହି ବୟସ ବର୍ଗର ଲୋକମାନଙ୍କୁ ଟିକା ନେବା ପାଇଁ ମୁଁ ନିବେଦନ କରୁଛି ’’

‘‘ସମଗ୍ର ବିଶ୍ୱ କଥା ଚିନ୍ତା କରିବା ଲାଗି ଭାରତର ପ୍ରାଚୀନ ନୀତି ଅନୁରୂପ, ଆମେ ଭାକ୍ସିନ ମୈତ୍ରୀ କାର୍ଯ୍ୟକ୍ରମ ଅଧୀନରେ ବିଭିନ୍ନ ରାଷ୍ଟ୍ରକୁ ଟିକା ପଠାଇଛୁ ଭାରତର ଟିକାକରଣ ପ୍ରୟାସ କୋଭିଡ-୧୯ ବିରୋଧୀ ଲଢ଼େଇକୁ ଆହୁରି ମଜବୁତ କରିଥିବାରୁ ମୁଁ ଆନନ୍ଦିତ ’’

‘‘ଆଜି, ଭାରତରେ, ଅନେକଗୁଡ଼ିଏ ‘ମେଡ୍‌ ଇନ୍‌ ଇଣ୍ଡିଆ’ ଟିକା ରହିଛି ବିଧିବଦ୍ଧ ମୂଲ୍ୟାଙ୍କନ ପ୍ରକ୍ରିୟା ପରେ ଆମେ ଅନ୍ୟ ଟିକାଗୁଡ଼ିକୁ ମଧ୍ୟ ମଞ୍ଜୁରି ଦେଇଛୁ ଏହି ପ୍ରାଣଘାତୀ ମହାମାରୀ ବିରୋଧୀ ଲଢ଼େଇରେ ଆମେ ଅପେକ୍ଷାକୃତ ଅଧିକ ଉନ୍ନତ ସ୍ଥିତିରେ ରହିଛୁ ତେବେ ଆମ ସମସ୍ତଙ୍କୁ କୋଭିଡ ସଂକ୍ରାନ୍ତ ସମସ୍ତ ସତର୍କତା ଅବଲମ୍ବନ କରିବାକୁ ହେବ ’’

 

********

P.S.

 



(Release ID: 1806559) Visitor Counter : 180