ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭାରତ-ୟୁଏଇ ଭର୍ଚୁଆଲ ଶିଖର ସମ୍ମିଳନୀ

Posted On: 16 FEB 2022 7:00PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ ଆବୁଧାବୀ ଯୁବରାଜ ତଥା ୟୁଏଇ ସେନାର ଉପମୁଖ୍ୟ ମହାମହିମ ଶେଖ ମହମ୍ମଦ ବିନ ଦାୟେଦ ଅଲନାହ୍ୟାନ ଫେବୃୟାରୀ ୧୮, ୨୦୨୨ ଦିନ ଏକ ଭର୍ଚୁଆଲ ସମ୍ମିଳନୀରେ ଆଲୋଚନା କରିବେ । ଭାରତ ଏହାର ୭୫ବର୍ଷର ସ୍ୱାଧୀନତା ସମାରୋହ ଆଜାଦୀ କା ଅମ୍ରିତ  ମହୋତ୍ସବ ଓ ୟୁଏଇ ଏହାର ୫୦ତମ ସ୍ଥାପନ ଦିବସ ପାଳନ କରୁଥିବା ବେଳେ ଉଭୟ ନେତା ପରସ୍ପରର ଐତିହାସିକ ବନ୍ଧୁତ୍ୱ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି ।

 ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗ ଏବଂ ଉଭୟ ଦେଶର ଆଞ୍ଚଳିକ  ଓ ଆନ୍ତର୍ଜାତିକ ସମସ୍ୟାଗତ ଓ ସ୍ୱାର୍ଥ ସମ୍ବଳିତ ବିଷୟ ଉପରେ ଆଲୋଚନା କରିବେ ।

ନିକଟରେ ଭାରତ-ୟୁଏଇ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ପ୍ରତ୍ୟେକ କ୍ଷେତ୍ରରେ ସୁଦୃଢ ହୋଇଛି ଓ ଉଭୟପକ୍ଷ ଏକ ବିସ୍ତୃତ ରଣନୀତିକ ଭାଗିଦାରିତା ନେଇ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ ୨୦୧୫, ୨୦୧୮ ଓ ୨୦୧୯ରେ ୟୁଏଇ ପରିଦର୍ଶନ କରିଥିବାବେଳେ, ଆବୁଧାବି ଯୁବରାଜ ୨୦୧୬ ଓ ୨୦୧୭ରେ ଭାରତ ପରିଦର୍ଶନ   ଆସିଥିଲେ । ମନ୍ତ୍ରିସ୍ତରୀୟ ପରିଦର୍ଶନ ଉଭୟପକ୍ଷ ମଧ୍ୟରେ ଜାରି ରହିଥିବାବେଳେ ଆମର ବୈଦେଶିକ ବ୍ୟାପାର ମନ୍ତ୍ରୀ ତିନିଥର ଓ ୟୁଏଇର ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ୨୦୨୧ରେ ଥରେ ଭାରତ ଗସ୍ତ କରିଛନ୍ତି ।

ଉଭୟପକ୍ଷ କୋଭିଡ-୧୯ ବୈଶ୍ୱିକ ମହାମାରୀ କାଳରେ ସ୍ୱାସ୍ଥ୍ୟସେବା ଓ ଖାଦ୍ୟ ନିରାପତା କ୍ଷେତ୍ରରେ ସମନ୍ୱୟ ରକ୍ଷା କରିଥିବାବେଳେ, ଦ୍ୱିପାକ୍ଷିକ, ବାଣିଜ୍ୟ, ପୁଞ୍ଜିିବିନିଯୋଗ ଓ ଶକ୍ତି ସମ୍ପର୍କ ମଜବୁତ ରହିଛି । ଉଭୟପକ୍ଷ ଅକ୍ଷୟଶକ୍ତି, ଷ୍ଟାର୍ଟଅପ୍‌, ଫିନଟେକ ଇତ୍ୟାଦି କ୍ଷେତ୍ରରେ ସେମାନଙ୍କ ସହଯୋଗ ବ୍ୟାପକ କରୁଥିବାବେଳେ, ଭାରତ- ଦୁବାଇ ଏକ୍ସପୋ -୨୦୨୦ରେ ଏକ ବୃହତ ମଣ୍ଡପ ସହ ଅଂଶଗ୍ରହଣ କରିଥିଲେ ।

ଦ୍ୱିପାକ୍ଷିକ ସମ୍ପର୍କରେ ସବୁଠାରୁ ବଡ ପଦକ୍ଷେପ ହେଲା ବିସ୍ତୃତ ଆର୍ଥିକ ଭାଗିଦାରିତା ରାଜିନାମା (ସିଇପିଏ)। ସିଇପିଏ ପାଇଁ ରାଜିନାମା ୨୦୨୧ସେପ୍ଟେମ୍ବରରେ ଆରମ୍ଭ ହୋଇ ତାହା ଶେଷ ମଧ୍ୟ ହୋଇଛି । ଏହି ରାଜିନାମା ଭାରତ ଏବଂ ୟୁଏଇ ଆର୍ଥିକ ଓ ବାଣିଜ୍ୟିକ ସମ୍ପର୍କକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇଯିବ । ୟୁଏଇ ହେଉଛି ଭାରତ ତୃତୀୟ ବୃହତ୍ ବାଣିଜ୍ୟ ଭାଗିଦାରୀ ଓ ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିବିନିଯୋଗ ରାଜିନାମା ଉଭୟ ଦେଶକୁ ଖୁବ୍ ଉଚ୍ଚକୁ ନେଇଯିବାର ଯଥେଷ୍ଟ ସମ୍ଭାବନା ରହିଛି । ୟୁଏଇରେ ଏକ ବୃହତ୍ ଭାରତୀୟ ସମାଜ ଯାହାର ସଂଖ୍ୟା ପ୍ରାୟ ୩୫ଲକ୍ଷ ପାଖାପାଖି ହେବ ବସବାସ କରନ୍ତି । ବୈଶ୍ୱିକ ମହାମାରୀ କାଳରେ ୟୁଏଇ ସରକାର ଭାରତୀୟମାନଙ୍କୁ ସମସ୍ତ ସହାୟତା ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ତାହାର ଭୂୟସୀ ପ୍ରଶଂସା କରିଛନ୍ତି ।  ଭାରତୀୟ ସମାଜରେ ୟୁଏଇର ବିକାଶ ଦିଗରେ ସହଯୋଗକୁ ମଧ୍ୟ ତାଙ୍କ ନେତୃତ୍ୱ ପ୍ରଶଂସା କରିଛନ୍ତି । କୋଭିଡ-୧୯ ବୈଶ୍ୱିକ ମହାମାରୀର ଭୟାବହତା ସତ୍ୱେ ୨୦୨୦ରେ ଉଭୟ ଦେଶ ମଧ୍ୟରେ ନାଗରିକମାନଙ୍କୁ ଯାତାୟତ ସୁବିଧା ପାଇଁ କରାଯାଇଥିବା ଜୈବ ବଳୟ ଯୋଗୁଁ ଉଭୟ ଦେଶ ତାର ପ୍ରଶଂସା କରିଛନ୍ତି ।

*****

SM /SLP



(Release ID: 1799722) Visitor Counter : 123