ଅର୍ଥ ମନ୍ତ୍ରଣାଳୟ 
                
                
                
                
                
                    
                    
                        କେନ୍ଦ୍ର ବଜେଟ୍ରେ ସହରାଂଚଳ ବିକାଶକୁ ଅଧିକ ସଂସ୍କାରିତ କରି ସେଥିରେ ଉଲ୍ଲେଖନୀୟ ପରିବର୍ତନ ନିମନ୍ତେ ଉଚ୍ଚସ୍ତରୀୟ କମିଟି ଗଠନ କରିବା ନିମନ୍ତେ ପ୍ରସ୍ତାବ
                    
                    
                        
                    
                
                
                    Posted On:
                01 FEB 2022 1:17PM by PIB Bhubaneshwar
                
                
                
                
                
                
                କେନ୍ଦ୍ର ଅର୍ଥ ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୨ -୨୩ର ବଜେଟ୍ ଉପସ୍ଥାପିତ କରିବା ସହିତ ସହର କ୍ଷେତ୍ରର ନୀତି ସମୂହ, ସାମର୍ଥ୍ୟ ନିର୍ମାଣ, ଯୋଜନା, କ୍ରିୟାନ୍ୱୟନ, ପ୍ରଶାସନ ସମ୍ପର୍କରେ ସୁୁପାରିସ କରିବା ନିମନ୍ତେ ପ୍ରଖ୍ୟାତ ସହରାଂଚଳ ଯୋଜନାକାରୀ, ସହରାଂଚଳ ଅର୍ଥନୀତିଜ୍ଞ ତଥା ଅନୁଷ୍ଠାନ ଗୁଡ଼ିକର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବା ନିମନ୍ତେ ପ୍ରସ୍ତାବ ଦେଇଛନ୍ତି, ଯାହା ଫଳରେ ସହରାଂଚଳର ବିକାଶରେ ଉଲ୍ଲେଖନୀୟ ପରିବର୍ତନ ଅଣାଯାଇ ପାରିବ ।
ଶ୍ରୀମତୀ ସୀତାରମଣ କହିଥିଲେ ଯେ ସହରାଂଚଳ ଯୋଜନାକୁ ଚିରାଚରିତ ଆଭିମୁଖ୍ୟ ନେଇ ଆଉ ଜାରି ରଖାଯାଇ ପାରିବ ନାହିଁ, କାରଣ ଭାରତ ୧୦୦ ବର୍ଷରେ ପହଂଚିବା ବେଳକୁ ଆମର ପ୍ରାୟ ଅଧାଅଧି ଲୋକ ସହରାଂଚଳରେ ବାସ କରୁଥିବେ । ଏଥିପାଇଁ ପ୍ରସ୍ତୁତ ହେବାକୁ ବ୍ୟବସ୍ଥିତ ସହରାଂଚଳ ବିକାଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ଦେଶର ଆର୍ôଥକ କ୍ଷମତାର ଉପଯୋଗ କରିବାରେ ସହାୟତା କରିବ, ଯେଉଁଥିରେ ଜନସାଂଖ୍ୟିକ ଲାଭ ନିମନ୍ତେ ଜୀବନ ଜୀବିକା ସମ୍ବନ୍ଧୀୟ ସୁଯୋଗ ମଧ୍ୟ ଅନ୍ତର୍ଭୁକ୍ତ ହେବ । ଏଥିପାଇଁ ଆମକୁ ଗୋଟିଏ ପକ୍ଷରେ ମେଗା - ସିଟିର ପୋଷଣ କରିବା ଆବଶ୍ୟକ ଥିବା ବେଳେ ସେଗୁଡ଼ିକର ଆଭ୍ୟନ୍ତରୀଣ କ୍ଷେତ୍ର ଗୁଡିକର ଆର୍ôଥକ ବିକାଶ କରି ସେଗୁଡ଼ିକୁ ସାମ୍ପ୍ରତିକ ଅର୍ଥନୀତିକ କେନ୍ଦ୍ରଗୁଡିକ ରୂପରେ ବିକଶିତ କରିବା ଆବଶ୍ୟକ ଅଟେ । ଅନ୍ୟ ପକ୍ଷରେ ଆମକୁ ଟାୟର - ୨ ତଥା ଟାୟର -୩ ସହର ଗୁଡିକରେ ସୁବିଧା ପ୍ରଦାନ କରିବା ଆବଶ୍ୟକ ଅଟେ, ଯାହା ଦ୍ୱାରା ସେଗୁଡିକୁ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ କରାଯାଇ ପାରିବ ।
ଅର୍ଥ ମନ୍ତ୍ରୀ କହିଥିଲେ ଯେ ଆମକୁ ମହିଳା ଓ ଯୁବ ପିଢ଼ିଙ୍କ ସମେତ ସମସ୍ତଙ୍କ ନିମନ୍ତେ ସୁଯୋଗ ସହିତ ପରିପୋଷଣୀୟ ଜୀବନଧାରଣର କେନ୍ଦ୍ର ଭାବରେ ଭାରତୀୟ ସହରଗୁଡ଼ିକୁ ପୁନଃକଳ୍ପନା କରିବାର ଆବଶ୍ୟକତା ରହିଛି ।
****
SSP
                
                
                
                
                
                (Release ID: 1794512)
                Visitor Counter : 338
                
                
                
                    
                
                
                    
                
                Read this release in: 
                
                        
                        
                            English 
                    
                        ,
                    
                        
                        
                            Urdu 
                    
                        ,
                    
                        
                        
                            Marathi 
                    
                        ,
                    
                        
                        
                            हिन्दी 
                    
                        ,
                    
                        
                        
                            Bengali 
                    
                        ,
                    
                        
                        
                            Assamese 
                    
                        ,
                    
                        
                        
                            Manipuri 
                    
                        ,
                    
                        
                        
                            Punjabi 
                    
                        ,
                    
                        
                        
                            Gujarati 
                    
                        ,
                    
                        
                        
                            Tamil 
                    
                        ,
                    
                        
                        
                            Telugu 
                    
                        ,
                    
                        
                        
                            Kannada 
                    
                        ,
                    
                        
                        
                            Malayalam