ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପଦ୍ମ ପୁରସ୍କାର ପ୍ରାପ୍ତ ସମାଜସେବୀ ଶାନ୍ତି ଦେବୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 17 JAN 2022 5:59PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପଦ୍ମ ପୁରସ୍କାର ପ୍ରାପ୍ତ ସମାଜସେବୀ ଶ୍ରୀମତୀ ଶାନ୍ତି ଦେବୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି:

‘‘ଶାନ୍ତି ଦେବୀ ଜୀ ଗରିବ ଏବଂ ବଞ୍ଚିତଙ୍କ ସ୍ୱର ଭାବରେ ସ୍ମରଣୀୟ ହୋଇ ରହିବେ । ସେ ଦୁଃଖ ଏବଂ କଷ୍ଟ ଦୂର କରି ସୁସ୍ଥ ଓ ନ୍ୟାୟଯୁକ୍ତ ସମାଜ ଗଠନ ପାଇଁ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗ ଖବର ଶୁଣି ଦୁଃଖିତ । ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ଅଗଣିତ ପ୍ରଶଂସକମାନଙ୍କୁ ମୋର ସମବେଦନା ଜଣାଉଛି । ଓଁ ଶାନ୍ତି।’’

 

********

P.S.

 



(Release ID: 1790559) Visitor Counter : 198