ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ୨୮ ଡିସେମ୍ବର ୨୦୨୧ ମଙ୍ଗଳବାର ଦିନ ଆଇଆଇଟି କାନପୁରର ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କରିବବେ


ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ମତପ୍ରଦାନ କରିବାକୁ ଆଇଆଇଟି-କାନପୁରର ଛାତ୍ର, ଅନ୍ୟ ଆଇଆଇଟି ଏବଂ ଆଇଆଇଟି ପୁରାତନ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରାଯାଇଛି

ପୋଷ୍ଟ କରାଯିବା ଦିନାଙ୍କ: 22 DEC 2021 10:17AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିସେମ୍ବର ୨୮, ୨୦୨୧ ରେ କାନପୁରର ଆଇଆଇଟିର ସମାବର୍ତ୍ତନ ସମାରୋହରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ପାଇଁ ଆଇଆଇଟି-କାନପୁରର ଛାତ୍ର, ଅନ୍ୟ ଆଇଆଇଟି ଏବଂ ଆଇଆଇଟିର ପୁରାତନ ଛାତ୍ର ସେମାନଙ୍କ ମତାମତ ପ୍ରଦାନ କରିବାକୁ ଶ୍ରୀ ମୋଦୀ ଆହ୍ୱାନ କରିଛନ୍ତି

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

ଏହି ସମାବର୍ତ୍ତମାନ ସମାରୋହକୁ ସମ୍ବୋଧିତ କରିବା ପାଇଁ ମୁଁ ଚଳିତ ମାସ ୨୮ ତାରିଖ ଦିନ କାନପୁରରେ ରହିବାକୁ ଉତ୍ସୁକ ଅଛି ଏହା ଏକ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଯିଏ ବିଜ୍ଞାନ ନବସୃଜନକୁ ଦିଗଦର୍ଶନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି  

ମୁଁ ସମସ୍ତଙ୍କୁ ସେମାନଙ୍କର ମତାମତ ପ୍ରଦାନ ଲାଗି ନିମନ୍ତ୍ରଣ କରୁଛି

HS


(ରିଲିଜ ଆଡି: 1784137) ପରିଦର୍ଶକ କାଉଣ୍ଟର : 196