ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ବିଏସ୍‌ଏଫ୍ କର୍ମଚାରୀଙ୍କୁ ସେମାନଙ୍କ ପ୍ରତିଷ୍ଠା ଦିବସରେ ଅଭିନନ୍ଦନ ଜଣାଇଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 01 DEC 2021 10:13AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଏସଏଫର ପ୍ରତିଷ୍ଠା ଦିବସ ଅବସରରେ ବିଏସଏଫ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସେମାନଙ୍କ ପ୍ରତିଷ୍ଠା ଦିବସରେ ବିଏସ୍‍ଏଫ୍‍ ପରିବାରକୁ ଅଭିନନ୍ଦନ । ବିଏସ୍‍ଏଫ୍‍ ଏହାର ସାହସ ଏବଂ ବୃତ୍ତିଗତ କାର୍ଯ୍ୟ ପାଇଁ ସମ୍ମାନର ପାତ୍ର । ସଙ୍କଟ ଏବଂ ବିପର୍ଯ୍ୟୟ ସମୟରେ ଭାରତକୁ ସୁରକ୍ଷିତ ରଖିବାରେ ତଥା ମାନବିକତା କାର୍ଯ୍ୟରେ ଏହି ଶକ୍ତି ସମ୍ମୁଖ ଭାଗରେ ରହି ପ୍ରମୁଖ ଭୂମିକା ଗ୍ରହଣ କରିଛି । “

HS


(ରିଲିଜ ଆଡି: 1776965) ପରିଦର୍ଶକ କାଉଣ୍ଟର : 266