ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ଜେପିଏମ ଆଇନ, ୧୯୮୭ ଅଧୀନରେ ୨୦୨୧-୨୨ ବର୍ଷ ପାଇଁ ଝୋଟ ପ୍ୟାକେଜିଂ ସାମଗ୍ରୀ ଲାଗି ସଂରକ୍ଷଣ ସର୍ତ୍ତାବଳୀକୁ କ୍ୟାବିନେଟ ଅନୁମୋଦନ
ଝୋଟ ବସ୍ତାରେ ଶତପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି ପ୍ୟାକିଂ କରିବା ବାଧ୍ୟତାମୂଳକ
प्रविष्टि तिथि:
10 NOV 2021 3:43PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନଭେମ୍ବର ୧୦, ୨୦୨୧ରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ୨୦୨୧-୨୨ ଝୋଟ ବର୍ଷ (ଜୁଲାଇ ପହିଲା, ୨୦୨୧ ଠାରୁ ୩୦ ଜୁନ୍, ୨୦୨୨ ପର୍ଯ୍ୟନ୍ତ) ଲାଗି ଝୋଟ ବସ୍ତାରେ ପ୍ୟାକେଜିଂକୁ ବାଧ୍ୟତାମୂଳକ ଭାବେ ଉପଯୋଗ ନିମନ୍ତେ ସଂରକ୍ଷଣ ସର୍ତ୍ତାବଳୀକୁ ଅନୁମୋଦନ କରାଯାଇଛି । ୨୦୨୧-୨୨ ଝୋଟ ବର୍ଷ ପାଇଁ ଅନୁମୋଦିତ ବାଧ୍ୟତାମୂଳକ ପ୍ୟାକେଜିଂ ସର୍ତ୍ତାବଳୀ ଅନୁଯାୟୀ, ଶତ ପ୍ରତିଶତ ଖାଦ୍ୟଶସ୍ୟ ଏବଂ ୨୦ ପ୍ରତିଶତ ଚିନି କେବଳ ଝୋଟ ବସ୍ତାରେ ହିଁ ପ୍ୟାକିଂ କରିବା ବାଧ୍ୟତାମୂଳକ ହେବ ।
ଏହି ପ୍ରସ୍ତାବରେ ରହିଥିବା ସଂରକ୍ଷଣ ସର୍ତ୍ତାବଳୀ ଲାଗୁ ହେବା ଫଳରେ ଘରୋଇ କଞ୍ଚା ଝୋଟ ଏବଂ ଝୋଟ ପ୍ୟାକେଜିଂ ସାମଗ୍ରୀକୁ ସୁରକ୍ଷା ଯୋଗାଇ ଦେବା ସମ୍ଭବପର ହୋଇପାରିବ ଯାହାଫଳରେ ଭାରତର ଆତ୍ମନିର୍ଭରଶୀଳତା ଲକ୍ଷ୍ୟ ହାସଲ ହୋଇପାରିବ । ଏହା ମଧ୍ୟ ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର କରିବ । ଝୋଟ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର କରି ପ୍ୟାକିଂ କରିବା ନିମେନ୍ତ ଲାଗୁ ସଂରକ୍ଷଣ ବ୍ୟବସ୍ଥା ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ୬୬.୫୭ % କଞ୍ଚା ଝୋଟ ଉପଯୋଗ କରାଯାଇଥିଲା । ଜେପିଏମ ଆଇନକୁ ଲାଗୁ କରିବା ଫଳରେ ସରକାର ଝୋଟ କଳ ଏବଂ ଅନ୍ୟାନ୍ୟ ସହାୟକ ୟୁନିଟରେ କାମ କରୁଥିବା ପ୍ରାୟ ୦.୩୭ ନିୟୁତ ଶ୍ରମିକଙ୍କୁ ସହାୟତା କରିପାରିବେ। ଏହାଦ୍ୱାରା ୪୦ ଲକ୍ଷ ଝୋଟ ଚାଷୀ ପରିବାରଙ୍କ ଜୀବିକା ମଧ୍ୟ ସୁରକ୍ଷିତ ହୋଇପାରିବ । ଏହାଛଡ଼ା, ଝୋଟ ପ୍ରାକୃତିକ, ଜୈବିକ ଭାବେ ନଷ୍ଟହେବା ଯୋଗ୍ୟ, ନବୀକରଣଯୋଗ୍ୟ ଏବଂ ପୁନଃବ୍ୟବହାର ଯୋଗ୍ୟ ସାମଗ୍ରୀ ହୋଇଥିବାରୁ ଏହାଦ୍ୱାରା ପରିବେଶ ସୁରକ୍ଷା ମଧ୍ୟ କରାଯାଇପାରିବ । ଏହା ମଧ୍ୟ ଦୀର୍ଘସ୍ଥାୟିତ୍ୱର ସମସ୍ତ ମାନଦଣ୍ଡକୁ ପୂରଣ କରିଥାଏ ।
ଭାରତର ଜାତୀୟ ଅର୍ଥବ୍ୟବସ୍ଥା ଏବଂ ବିଶେଷ କରି ପୂର୍ବାଞ୍ଚଳ କ୍ଷେତ୍ରର ଅର୍ଥବ୍ୟବସ୍ଥାରେ ଝୋଟ ଉଦ୍ୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପଶ୍ଚିମବଙ୍ଗ, ବିହାର, ଓଡ଼ିଶା, ଆସାମ, ତ୍ରିପୁରା, ମେଘାଳୟ, ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ଅଞ୍ଚଳରେ ଏପରି ଉଦ୍ୟୋଗର ପ୍ରଭାବ ରହିଛି । ପୂର୍ବାଞ୍ଚଳ, ବିଶେଷ କରି ପଶ୍ଚିମବଙ୍ଗରେ ଝୋଟ ଉଦ୍ୟୋଗ ଅନ୍ୟତମ ବୃହତ ଉଦ୍ୟୋଗ ଭାବେ ପରିଗଣିତ ହୋଇଥାଏ ।
ଜେପିଏମ ଆଇନ ଅଧୀନରେ ସଂରକ୍ଷଣ ସର୍ତ୍ତାବଳୀ ଲାଗୁ ହେବା ଫଳରେ ଝୋଟ କ୍ଷେତ୍ରରେ ୦.୩୭ ନିୟୁତ ଶ୍ରମିକ ପ୍ରତ୍ୟକ୍ଷ ନିଯୁକ୍ତି ପାଇପାରିବେ । ଏହାଦ୍ୱାରା ୪୦ ଲକ୍ଷ ଝୋଟ ଚାଷୀ ମଧ୍ୟ ଲାଭାନ୍ୱିତ ହେବେ । ଜେପିଏମ ଆଇନ, ୧୯୮୭ ଝୋଟ ଚାଷୀ, ଶ୍ରମିକ ଏବଂ ଝୋଟ ସାମଗ୍ରୀ ଉତ୍ପାଦନରେ ନିୟୋଜିତ ଲୋକମାନଙ୍କର ସ୍ୱାର୍ଥକୁ ସୁରକ୍ଷିତ ରଖିଥାଏ । ଝୋଟ ଉଦ୍ୟୋଗରେ ଉତ୍ପାଦିତ ସାମଗ୍ରୀର କେବଳ ୭୫ ପ୍ରତିଶତ ଝୋଟ ବସ୍ତା ତିଆରି ହୋଇଥାଏ । ଏଥିମଧ୍ୟରୁ ୯୦ ପ୍ରତିଶତ ଝୋଟ ବସ୍ତା ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଏବଂ ରାଜ୍ୟ କ୍ରୟ ସଂସ୍ଥାଗୁଡ଼ିକ କିଣିଥାନ୍ତି । ଅବଶିଷ୍ଟଗୁଡ଼ିକୁ ସିଧାସଳଖ ରପ୍ତାନି କିମ୍ବା ବିକ୍ରି କରାଯାଇଥାଏ ।
ଖାଦ୍ୟଶସ୍ୟ ପ୍ୟାକିଂ ପାଇଁ ଭାରତ ସରକାର ପ୍ରତିବର୍ଷ ପାଖାପାଖି ୮,୦୦୦ କୋଟି ଟଙ୍କାର ଝୋଟ ବସ୍ତା କିଣିଥାନ୍ତି । ଏହା ଝୋଟ ଚାଷୀ ଏବଂ ଏହି ଉଦ୍ୟୋଗର ଶ୍ରମିକମାନଙ୍କୁ ଏକ ସୁନିଶ୍ଚିତ ବଜାର ଉପଲବ୍ଧ କରାଇଥାଏ ।
ପ୍ରତିବର୍ଷ ପ୍ରାୟ ୩୦ ଲକ୍ଷ ବେଲ୍ସ ବା ୯ ଲକ୍ଷ ମେଟ୍ରିକ ଟନ୍ ଝୋଟ ବସ୍ତା ଉତ୍ପାଦନ କରାଯାଇଥାଏ। ଝୋଟ ଚାଷୀ, ଶ୍ରମିକ ଏବଂ ଝୋଟ ଉଦ୍ୟୋଗ ସହ ଜଡ଼ିତ ଲୋକମାନଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ସମସ୍ତ ଝୋଟ ଉତ୍ପାଦିତ ପ୍ୟାକେଜିଂ ସାମଗ୍ରୀ କିଣିବା ଲାଗି ଭାରତ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରତିବଦ୍ଧ ।
**********
P.S.
(रिलीज़ आईडी: 1770580)
आगंतुक पटल : 299
इस विज्ञप्ति को इन भाषाओं में पढ़ें:
Malayalam
,
Assamese
,
Bengali
,
English
,
Urdu
,
हिन्दी
,
Marathi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada