ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଦିୱାଲୀ ଅବସରରେ ଜମ୍ମୁ-କଶ୍ମୀର ନୌଶେରାରେ ଭାରତୀୟ ସଶସ୍ତ୍ରବାହିନୀର ସୈନିକମାନଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ମତବିନିମୟ

Posted On: 04 NOV 2021 3:41PM by PIB Bhubaneshwar

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଭାରତ ମାତା କୀ ଜୟ!

ଆଜି ହେଉଛି ଦୀପାବଳିର ପବିତ୍ର ପର୍ବ ଏବଂ ପ୍ରତ୍ୟେକଙ୍କର ନିଜ ପରିବାରର ଲୋକଙ୍କ ସହ ଦୀପାବଳି ପାଳନ କରିବା ପାଇଁ ଇଚ୍ଛା ହୋଇଥାଏ ମୋର ମଧ୍ୟ ମନ ହେଉଛି ଯେ ମୁଁ ମଧ୍ୟ ମୋ ପରିବାରର ଲୋକଙ୍କ ସହ ଦୀପାବଳି ପାଳନ କରିବି ଆଉ ଏଥିପାଇଁ ପ୍ରତ୍ୟେକ ଦୀପାବଳିରେ ମୋର ପରିବାର ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ କରିବା ପାଇଁ ଆସିଥାଏ କାରଣ ଆପଣମାନେ ହେଉଛନ୍ତି ମୋର ପରିବାରର ଲୋକ, ମୁଁ ହେଉଛି ଆପଣଙ୍କ ପରିବାରର ସାଥୀ ତେଣୁ ମୁଁ ଏଠାକୁ ପ୍ରଧାନମନ୍ତ୍ରୀ ଭାବେ ଆସିନାହିଁ ମୁଁ ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବେ ଆସିଛି ଆପଣ ସମସ୍ତଙ୍କ ଗହଣକୁ ଆସିବା, ଯେଉଁ ଭାବନା ନିଜ ପରିବାର ଲୋକଙ୍କ ପାଖକୁ ଯାଇ ହୋଇଥାଏ, ସେହି ଭାବନା ମୋ ମନରେ ହୋଇଥାଏ ଏବଂ ଯେବେଠାରୁ ମୁଁ ଏହି ସାମ୍ବିଧାନିକ ଦାୟିତ୍ୱକୁ ତୁଲାଉଛି, ଆଜି ତାହାକୁ 20 ବର୍ଷରୁ ଅଧିକ ସମୟ ହୋଇ ଯାଇଛି ବହୁତ ଦୀର୍ଘ ସମୟ ପର୍ଯ୍ୟନ୍ତ ଦେଶବାସୀ ଏହି ପ୍ରକାରର ସେବା କରିବାର ସୁଯୋଗ ଦେଇଛନ୍ତି ପ୍ରଥମେ ଗୁଜରାଟବାସୀ ଦେଲେ, ଏବେ ଦେଶବାସୀ ଦେଇଛନ୍ତି କିନ୍ତୁ ମୁଁ ପ୍ରତ୍ୟେକ ଦିୱାଲୀ ସୀମାରେ ମୁତୟନ ଆପଣମାନଙ୍କ ସହିତ ମୋର ପରିବାରର ଲୋକଙ୍କ ସହିତ ପାଳନ କରୁଛି ଆଜି ମୁଁ ପୁଣି ଆପଣମାନଙ୍କ ଗହଣକୁ ଆସିଛି, ଆପଣଙ୍କ ଠାରୁ ନୂତନ ଉର୍ଜ୍ଜା ନେଇକରି ଯିବି, ନୂତନ ଉତ୍ସାହ ନେଇକରି ଯିବି, ନୂତନ ବିଶ୍ୱାସ ନେଇକରି ଯିବି କିନ୍ତୁ ମୁଁ ଏକୁଟିଆ ଆସି ନାହିଁ ମୁଁ ମୋ ସହିତ 130 କୋଟି ଦେଶବାସୀଙ୍କର ଆଶୀର୍ବାଦ ଆପଣମାନଙ୍କ ପାଇଁ ନେଇକରି ଆସିଛି, ବହୁତ ବହୁତ ଆଶୀର୍ବାଦ ନେଇକରି ଆସିଛି ଆଜି ସନ୍ଧ୍ୟାରେ ଦୀପାବଳି ଅବସରରେ ଗୋଟିଏ ଦୀପ ଆପଣଙ୍କ ବୀରତାକୁ, ଆପଣଙ୍କର ଶୌର୍ଯ୍ୟକୁ, ଆପଣଙ୍କ ପରାକ୍ରମକୁ, ଆପଣଙ୍କ ତ୍ୟାଗ ଏବଂ ତପସ୍ୟା ନାମରେ, ଆଉ ଯେଉଁ ଲୋକ ଦେଶର ସୁରକ୍ଷା ସହିତ ସାମିଲ ହୋଇଛନ୍ତି, ଏଭଳି ଆପଣ ସମସ୍ତଙ୍କ ପାଇଁ ହିନ୍ଦୁସ୍ତାନର ପ୍ରତ୍ୟେକ ନାଗରିକ ସେହି ଦୀପର ଜ୍ୟୋତି ସହିତ ଆପଣମାନଙ୍କୁ ଅନେକ- ଅନେକ ଶୁଭକାମନା ମଧ୍ୟ ଦେଇ ଚାଲିଥିବେ ଆଉ ଆଜି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆପଣମାନେ ଘରଲୋକଙ୍କ ସହିତ କଥା ହେବେ, ଯଦି କଥା ହେବେଫଟୋ ମଧ୍ୟ ପଠାଇଦେବେ ଆଉ ମୋର ଦୃଢ଼ ବିଶ୍ୱାସ ଯେ ଆପଣମାନେ କହିବେ ହଁ ବନ୍ଧୁ, ଏଥରର ଦିପାବଳୀ କିଛି ଭିନ୍ନ ଧରଣର ଥିଲା, କହିବେ ନା ଦେଖନ୍ତୁ ଆପଣମାନେ ଆରାମ ଅନୁଭବ କରନ୍ତୁ, କେହି ଆପଣଙ୍କୁ ଦେଖୁ ନାହାଁନ୍ତି, ଆପଣ ଚିନ୍ତା କରନ୍ତୁ ନାହିଁ ଆଚ୍ଛା, ଆପଣ ଏହା ମଧ୍ୟ ଜଣାଇବେ ନା, ଯେ ବହୁତ ମିଠା ଖାଇଥିଲେ, ଜଣାଇବେ ନା ଜଣାଇବେ ନାହିଁ?

ସାଥୀଗଣ,

ଆଜି ମୋ ସମ୍ମୁଖରେ ଦେଶର ଯେଉଁ ବୀରମାନେ ଅଛନ୍ତି, ଦେଶର ଯେଉଁ ବୀରାଙ୍ଗନାମାନେ ଅଛନ୍ତି, ସେମାନେ ଭାରତ ମାଆର ଏଭଳି ସେବା କରୁଛନ୍ତି, ଯାହାର ସୌଭାଗ୍ୟ ପ୍ରତ୍ୟେକଙ୍କୁ ମିଳି ନଥାଏ, କାହାକୁ- କାହାଙ୍କୁ ହିଁ ମିଳିଥାଏ ଯେଉଁ ସୌଭାଗ୍ୟ ଆପଣମାନଙ୍କୁ ମିଳିଛି ମୁଁ ଦେଖୁଛି, ମୁଁ ଅନୁଭବ କରୁଛି ଆପଣଙ୍କ ମୁହଁର ସେହି ଦୃଢ଼ ଭାବନାକୁ ଦେଖି ପାରୁଛି ଆପଣମାନେ ସଂକଳ୍ପରେ ଭରି ହୋଇ ରହିଛନ୍ତି ଆଉ ଆପଣମାନଙ୍କର ଏହି ସଂକଳ୍ପ, ଆପଣମାନଙ୍କର ଏହି ପରାକ୍ରମର ପରାକାଷ୍ଠାର ଭାବନା, ସେ ହିମାଳୟ ହେଉ, ମରୁଭୁମି ହେଉ, ବରଫାବୃତ ଶିଖର ହେଉ, ଗଭୀର ପାଣି ହେଉ, କେଉଁଠାରେ ମଧ୍ୟ ଆପଣମାନେ ମା ଭାରତୀର ଏକ ଜୀବନ୍ତ- ଜାଗ୍ରତ ସୁରକ୍ଷା କବଚ ପାଲଟିଛନ୍ତି ଆପଣମାନଙ୍କ ଛାତିରେ ଯେଉଁ ସାହସ ଅଛି, 130 କୋଟି ଦେଶବାସୀଙ୍କର ଯେଉଁ ଭରସା ରହିଛି, ସେମାନେ ନିଶ୍ଚିତରେ ଶୋଇ ପାରୁଛନ୍ତି ଆପଣମାନଙ୍କର ସାମର୍ଥ୍ୟ ଦ୍ୱାରା ଦେଶରେ ଶାନ୍ତି ଏବଂ ସୁରକ୍ଷା ସୁନିଶ୍ଚିତ ହୋଇଥାଏ, ଏକ ବିଶ୍ୱାସ ଆସିଥାଏ ଆପଣମାନଙ୍କର ପରାକ୍ରମ ଯୋଗୁଁ ଆମର ପର୍ବରେ ଆଲୋକ ବିଚ୍ଛୁରିତ ହୋଇଥାଏ, ଖୁସିରେ ଭରି ଯାଇଥାଏ, ଆମ ପର୍ବର ଆନନ୍ଦ ଚାରିଗୁଣ ହୋଇଯାଇଥାଏ ଏବେ ଦୀପାବଳି ପରେ ଗୋବର୍ଦ୍ଧନ ପୂଜା, ପୁଣି ଭୈୟାଦୁଜ ଆଉ ଛଟ୍ ପର୍ବ ମଧ୍ୟ ମାତ୍ର ହାତ ଗଣିତି ଦିନରେ ଆଗକୁ ଆସୁଛି ଆପଣମାନଙ୍କ ସହିତ ହିଁ  ସମସ୍ତ ଦେଶବାସୀଙ୍କୁ ନୌଶେରାର ଏହି ବୀର ବସୁନ୍ଧରାରୁ, ଏହି ସମସ୍ତ ପର୍ବଗୁଡିକ ପାଇଁ ଦେଶବାସୀଙ୍କୁ ମଧ୍ୟ ବହୁତ- ବହୁତ ଶୁଭକାମନା ଜଣାଉଛି ଦେଶର ଅନ୍ୟଭାଗରେ ବହୁ ସଂଖ୍ୟାରେ ଲୋକ ଆଜି ଯେତେବେଳେ ଦିୱାଲୀର ଦ୍ୱିତୀୟ ଦିନ ହୋଇଥାଏ, ସେତେବେଳେ ନବବର୍ଷର ମଧ୍ୟ ଶୁଭାରମ୍ଭ କରିଥାନ୍ତି ଆଉ ଆମର ଏଠାରେ ହିସାବ- କିତାବ ମଧ୍ୟ ଦିୱାଲୀରେ ସମ୍ପୂର୍ଣ୍ଣ ହୋଇଥାଏ ଆଉ ଦିୱାଲୀର ଦ୍ୱିତୀୟ ଦିନରେ ଆରମ୍ଭ ହୋଇଥାଏ ବିଶେଷ କରି ଗୁଜରାଟରେ କାଲି ନୂଆ ବର୍ଷ ହୋଇଥାଏ ତେବେ ଆଜି ନୌଶେରାର ଏହି ବୀର ଭୂମିରୁ ଗୁଜରାଟର ଲୋକଙ୍କୁ ମଧ୍ୟ ଆଉ ଯେଉଁ- ଯେଉଁଠାରେ ନବବର୍ଷ ପାଳନ କରୁଛନ୍ତି, ସେହି ସମସ୍ତଙ୍କ ପାଇଁ ମଧ୍ୟ ଅନେକ- ଅନେକ ମଙ୍ଗଳ କାମନା କରୁଛି

ସାଥୀଗଣ,

ଯେତେବେଳେ ମୁଁ ଏଠାରେ ନୌଶେରାର ପବିତ୍ର ଭୂମିରେ ପହଂଚିଲି, ଏଠାକାର ମାଟି ସ୍ପର୍ଶ କଲି ତେବେ ଏକ ଭିନ୍ନ ଭାବନା, ଏକ ଭିନ୍ନ ରୋମାଂଚରେ ମୋର ମନ ପୂରି ଉଠିଲା ଏଠାକାର ଇତିହାସ ଭାରତୀୟ ସେନାର ବୀରତାର ଜୟଘୋଷ କରୁଛି ପ୍ରତ୍ୟେକ ଶୀଖରରୁ ସେହି ଜୟଘୋଷ ଶୁଣିବାକୁ ମିଳୁଛି ଏଠାରେ ବର୍ତମାନ ଆପଣମାନଙ୍କ ଭଳି ବୀର ଯବାନଙ୍କ ବୀରତା ହେଉଛି ଜୀବନ୍ତ- ଜାଗ୍ରତ ଉଦାହରଣ ବୀରତ୍ୱର ଜୀବନ୍ତ ପ୍ରମାଣ ମୋ ସମ୍ମୁଖରେ ପ୍ରତୀୟମାନ ହୋଇଛି ନୌଶେରା ପ୍ରତ୍ୟେକ ଯୁଦ୍ଧର, ପ୍ରତ୍ୟେକ ଛଦ୍ମର, ପ୍ରତ୍ୟେକ ଷଡଯନ୍ତ୍ରର ଉପଯୁକ୍ତ ଜବାବ ଦେଇ କଶ୍ମୀର ଏବଂ ଶ୍ରୀନଗରର ପ୍ରହରୀ ଭଳି କାର୍ଯ୍ୟ କରିଛି ସ୍ୱାଧୀନତାର ତୁରନ୍ତ ପରେ ହିଁ ଶତ୍ରୁମାନେ ଏହା ଉପରେ ଦୃଷ୍ଟି ନିବଦ୍ଧ କରି ରହିଥିଲେ ନୌଶେରା ଉପରେ ଆକ୍ରମଣ ହେଲା, ଶତ୍ରୁମାନେ ଶୀଖରରେ ବସି ଏହା ଉପରେ ଅଧିକାର ଜମାଇବା ପାଇଁ ପ୍ରୟାସ କଲେ ଆଉ ଏବେ ମୋତେ ଯେଉଁ ଭିଡିଓକୁ ଦେଖି, ସବୁ କଥାକୁ ଦେଖି ଜାଣିବାର ବୁଝିବାର ସୁଯୋଗ ମିଳିଲା ଆଉ ମୁଁ ଖୁସି ଯେ ନୌଶେରାର ଯବାନମାନଙ୍କର ଶୌର୍ଯ୍ୟ ଆଗରେ ସମସ୍ତ ଷଡଯନ୍ତ୍ର ନିଷ୍ଫଳ- ବିଫଳ ହୋଇ ରହିଗଲା

ବନ୍ଧୁଗଣ,

ଭାରତୀୟ ସେନାର ଶକ୍ତି ହୋଇଥାଏ, ଏହାର ଅନୁଭବ ଶତ୍ରୁମାନଙ୍କୁ ଆରମ୍ଭ ଦିନରୁ ହିଁ ଜଣା ପଡ଼ିଥିଲା ମୁଁ ନୌଶେରାର ସିଂହ, ବ୍ରିଗେଡିୟର ମହମ୍ମଦ ଉସମାନଙ୍କୁ, ନାୟକ ଯଦୁନାଥ ସିଂହଙ୍କୁ ପ୍ରଣାମ ଜଣାଉଛି, ଯେଉଁମାନେ ଦେଶର ସୁରକ୍ଷା ପାଇଁ ନିଜର ସର୍ବୋଚ୍ଚ ବଳୀଦାନ ଦେଇଛନ୍ତି ମୁଁ ପ୍ରଣାମ ଜଣାଉଛି ଲେଫ୍ଟନାଂଟ ଆର.ଆର. ରାଣେଙ୍କୁ ଯିଏ ଭାରତୀୟ ସେନାର ବିଜୟର ପଥ ପ୍ରଶସ୍ତ କରିଥିଲେ ଏଭଳି ଅନେକ ବୀରମାନେ ହିଁ ନୌଶେରାର ଏହି ଧରଣୀରେ ଗର୍ବର ଗାଥାମାନ ଲେଖିଛନ୍ତି, ନିଜ ରକ୍ତରେ ଲେଖିଛନ୍ତି, ନିଜ ପରାକ୍ରମରେ ଲେଖିଛନ୍ତି, ନିଜ ପୁରୁଷାର୍ଥରେ ଲେଖିଛନ୍ତି, ଦେଶ ପାଇଁ ଜୀଇଁବା- ମରିବାର ସଂକଳ୍ପ ସହିତ ଲଖିଛନ୍ତି ଏବେ ମୋତେ, ଏହା ମୋର ସୌଭାଗ୍ୟ ଯେ ଦିୱାଲୀର ଏହି ପବିତ୍ର ପର୍ବରେ ମୋତେ ଆଜି ଏଭଳି ଦୁଇଜଣ ମହାପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ କରିବାର ସୌଭାଗ୍ୟ ମିଳିଲା, ସେମାନେ ମୋ ଜୀବନରେ ଏକ ପ୍ରକାରରେ ହେଉଛନ୍ତି ଅମୂଲ୍ୟ ପରମ୍ପରା ମୋତେ ଶ୍ରୀ ବଳଦେବ ସିଂହ ଏବଂ ଶ୍ରୀ ବସନ୍ତ ସିଂହ ମହାଶୟ, ଏହି ଦୁଇ ମହାପୁରୁଷ ବାଲ୍ୟକାଳରେ ମା ଭାରତୀର ସୁରକ୍ଷା ପାଇଁ ସେନା ବାହିନୀ ସହିତ କାନ୍ଧକୁ କାନ୍ଧ ମିଳାଇ ସାଧନର ଅଭାବ ସହିତ ମଧ୍ୟ, ଆଜି ଯେତେବେଳେ ମୁଁ ସେମାନଙ୍କୁ ଶୁଣୁଥିଲି ତାଙ୍କର ସେହି ସାହସ ଥିଲା ଭାଇ, ସେହି ମନୋଭାବ ଥିଲା ଏବଂ ଏଭଳି ଭାବରେ ବର୍ଣ୍ଣନା କରୁଥିଲେ ଯେପରି ଆଜି ହିଁ, ଏବେ ସେ ଯୁଦ୍ଧର ମୈଦାନରୁ ଆସିଛନ୍ତି, ଏଭଳି ବର୍ଣ୍ଣନା କରୁଥିଲେ ସ୍ୱାଧୀନତା ପରେ ହୋଇଥିବା ଯୁଦ୍ଧରେ ଏଭଳି ଅନେକ ସ୍ଥାନୀୟ କିଶୋରମାନେ ବ୍ରିଗେଡିୟର ମହମ୍ମଦ ଉସମାନଙ୍କ ମାର୍ଗଦର୍ଶନରେ ବାଳ ସୈନିକର ଭୁମିକା ତୁଲାଇଥିଲେ ସେମାନେ ନିଜର ଜୀବନକୁ ଖାତିର ନକରି ଏତେ କମ୍ ବୟସରେ ଦେଶର ସେନା ସହିତ କାନ୍ଧକୁ କାନ୍ଧ ମିଳାଇ କାର୍ଯ୍ୟ କରିଥିଲେ, ସେନାର ସହାୟତା କରିଥିଲେ ନୌଶେରାର ଶୌର୍ଯ୍ୟର ଏହି ଧାରା ସେତେବେଳ ଠାରୁ ଆରମ୍ଭ ହୋଇଥିଲା, ନା କେତେବେଳେ ଅଟକି ଥିଲା, ନା କେତେବେଳେ ମଥାନତ ହୋଇଥିଲା, ଏହା ହିଁ ହେଉଛି ନୌଶେରା ସର୍ଜିକାଲ ଷ୍ଟ୍ରାଇକରେ ଏଠାକାର ବ୍ରିଗେଡ ଯେଉଁ ଭୁମିକା ତୁଲାଇଲା, ତାହା ପ୍ରତ୍ୟେକ ଦେଶବାସୀଙ୍କୁ ଗୌରବରେ ଭରି ଦେଇଥିଲା, ଆଉ ସେହି ଦିନକୁ ମୁଁ ସଦା ସର୍ବଦା ମନେ ରଖିବି କାରଣ ମୁଁ କିଛି ସ୍ଥିର କରିଥିଲି ଯେ ସୂର୍ଯ୍ୟାସ୍ତ ପୂର୍ବରୁ ସବୁ ଲୋକ ଫେରି ଆସିବା ଉଚିତ ଏବଂ ମୁଁ ପ୍ରତ୍ୟେକ ମୁହୂର୍ତରେ ଫୋନର ଘଂଟି ଉପରେ ଦୃଷ୍ଟି ନିକ୍ଷେପ କରି ବସିଥିଲି ଯେ ଶେଷରେ ମୋର ଯବାନ ପହଂଚି ଗଲେ, କୌଣସି କ୍ଷତି ବିନା ମୋର ଯବାନମାନେ ଫେରି ଆସିଲେ ପରାକ୍ରମ ଦେଖାଇ ଆସିଗଲେ, ସିଦ୍ଧି ପ୍ରାପ୍ତ କରି ଆସିଗଲେ ସର୍ଜିକାଲ ଷ୍ଟ୍ରଇକ ପରେ ଏଠାରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅଗଣିତ କୁତ୍ସିତ ପ୍ରୟାସ ହୋଇଛି, ଆଜି ମଧ୍ୟ ହେଉଛି, କିନ୍ତୁ ପ୍ରତ୍ୟେକ ଥର ଆତଙ୍କବାଦକୁ ଉଚିତ ଜବାବ ମିଳିଛି ଅସତ୍ୟ ଏବଂ ଅନ୍ୟାୟ ବିରୁଦ୍ଧରେ ଏକ ସ୍ୱାଭାବିକ ପ୍ରେରଣା ଏହି ଧରଣୀରେ ରହିଛି ବିଶ୍ୱାସ କରାଯାଏଆଉ ମୁଁ ମାନୁଛି ଯେ ଏହା ହେଉଛି ନିଜକୁ ନିଜ ମଧ୍ୟରେ ଏକ ବଡ଼ ପ୍ରେରଣା, ଏଭଳି ବିଶ୍ୱାସ କରାଯାଏ ଯେ ପାଣ୍ଡବମାନେ ମଧ୍ୟ ଅଜ୍ଞାତବାସ ସମୟରେ ନିଜର କିଛି ସମୟ ଏହି କ୍ଷେତ୍ରରେ ବିତାଇଥିଲେ ଆଜି ଆପଣ ସମସ୍ତଙ୍କ ଗହଣକୁ ଆସି, ମୁଁ ନିଜକୁ ନିଜେ ଏଠାକାର ଉର୍ଜ୍ଜା ସହିତ ଯୋଡ଼ି ହୋଇଥିବା ଭଳି ଅନୁଭବ କରୁଛି

ସାଥୀଗଣ,

ଏହି ସମୟରେ ଦେଶ ନିଜର ସ୍ୱାଧୀନତାର 75 ବର୍ଷର ପର୍ବ ପାଳନ କରୁଛି ଆଜାଦୀର ଅମୃତ ମହୋତ୍ସବ, ପରାଧୀନତାର ଦୀର୍ଘ କାଳଖଣ୍ଡରେ ଅସଂଖ୍ୟ ବଳିଦାନ ଦେଇ ଆମେ ଏହି ସ୍ୱାଧୀନତା ହାସଲ କରିଛେ ଏହି ସ୍ୱାଧୀନତାକୁ ରକ୍ଷା କରିବାର ଦାୟିତ୍ୱ ଆମ ସବୁ ହିନ୍ଦୁସ୍ତାନୀଙ୍କ ମୁଣ୍ଡରେ ରହିଛି, ଏହା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ଆଜାଦୀର ଅମୃତକାଳରେ ଆମ୍ଭମାନଙ୍କ ସମ୍ମୁଖରେ ନୂତନ ଲକ୍ଷ୍ୟ ରହିଛି, ନୂତନ ସଂକଳ୍ପ ରହିଛି, ନୂତନ ଆହ୍ୱାନମାନ ମଧ୍ୟ ରହିଛି ଏଭଳି ଗୁରୁତ୍ୱପୂର୍ଣ୍ଣ କାଳଖଣ୍ଡରେ ଆଜିକାର ଭାରତ ନିଜର ଶକ୍ତିକୁ ନେଇ ମଧ୍ୟ ସଜାଗ ରହିଛି ଏବଂ ନିଜର ସଂସାଧନ ଗୁଡ଼ିକୁ ନେଇ ମଧ୍ୟ ଦୁର୍ଭାଗ୍ୟବଶତଃ, ପୂର୍ବରୁ ଆମ ଦେଶରେ ସେନା ସହିତ ଜଡ଼ିତ ସଂସାଧନଗୁଡ଼ିକ ପାଇଁ ଏଭଳି ମାନି ନିଆ ଯାଇଥିଲା ଯେ ଆମକୁ ଯାହା କିଛି ମଧ୍ୟ ମିଳିବ ବିଦେଶରୁ ହିଁ ମିଳି ପାରିବ! ଆମକୁ ଟେକ୍ନୋଲୋଜି କାରଣରୁ ନଇଁବାକୁ ବା ମତନସ୍ତକ କରିବାକୁ ପଡ଼ୁଥିଲା, ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ୁଥିଲା ନୂତନ ଅସ୍ତ୍ରଶସ୍ତ୍ର, ନୂତନ ଉପକରଣ କିଣିବାକୁ ପଡ଼ୁଥିଲା ତେବେ ଏହି ପ୍ରକ୍ରିୟା ବର୍ଷ- ବର୍ଷ ଧରି ଚାଲୁଥିଲା ଅର୍ଥାତ ଜଣେ ଅଫିସର ଫାଇଲ କାର୍ଯ୍ୟ କରିବା ଆରମ୍ଭ କରୁଥିଲେ, ସେ ଅବସର ଗ୍ରହଣ କରି ନେଉଥିଲେ, ସେ ପର୍ଯ୍ୟନ୍ତ ମଧ୍ୟ ସେହି ଜିନିଷ ସବୁ ପହଂଚି ପାରୁ ନଥିଲା, ଏଭଳି ହିଁ କାଳଖଣ୍ଡ ରହିଥିଲା ଫଳାଫଳ ଏହା ହେଲା ଯେ ଆବଶ୍ୟକ ସମୟରେ ଅସ୍ତ୍ରଶସ୍ତ୍ର ତରବରିଆ ଭାବରେ କ୍ରୟ କରାଯାଉଥିଲା ଏମିତି କି ଯନ୍ତ୍ରାଂଶ ଉପକରଣ ପାଇଁ ମଧ୍ୟ ଆମେ ଅନ୍ୟ ଦେଶ ଉପରେ ନିର୍ଭର କରୁଥିଲେ

ସାଥୀଗଣ,

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରର ସଂକଳ୍ପ ସେହି ପୁରୁଣା ସ୍ଥିତିକୁ ବଦଳାଇବାର ହେଉଛି ଏକ ସଶକ୍ତ ମାର୍ଗ ଦେଶର ପ୍ରତିରକ୍ଷା ଖର୍ଚ୍ଚ ପାଇଁ ଯେଉଁ ବଜେଟ ହୋଇଥାଏ, ଏବେ ତାହାର ପ୍ରାୟ 65 ପ୍ରତିଶତ ଦେଶ ମଧ୍ୟରେ ହିଁ କ୍ରୟ କରି ଖର୍ଚ୍ଚ କରାଯାଉଛି ଆମର ଦେଶ ଏହିସବୁ କରି ପାରିବ, କରି ଦେଖାଇଛି ଏକ ଅଦ୍ଭୁତପୂର୍ବ ପଦକ୍ଷେପ ନେଇ ଏବେ ଭାରତ ଏହା ମଧ୍ୟ ସ୍ଥିର କରିଛି ଯେ 200ରୁ ଅଧିକ ସାଜ- ସରଞ୍ଜାମ ଏବଂ ଉପକରଣ ଏବେ ଦେଶରୁ ହିଁ କ୍ରୟ କରାଯିବ ଆତ୍ମନିର୍ଭର ଭାରତର ଏହା ହେଉଛି ସଂକଳ୍ପ ଆଗାମୀ କିଛି ମାସ ମଧ୍ୟରେ ଏଥି ସହ ଆଉ କିଛି ଜିନିଷ ଯୋଡ଼ି ହେବାକୁ ଯାଉଛି, ଦେଶକୁ ଆତ୍ମନିର୍ଭର  କରିବା ଭଳି ଏହି ସକରାତ୍ମକ ସୂଚୀ ଆହୁରି ଦୀର୍ଘ ହୋଇଯିବ ଏଥିରେ ଦେଶର ପ୍ରତିରକ୍ଷା କ୍ଷେତ୍ର ସୁଦୃଢ଼ ହେବ, ନୂଆ- ନୂଆ ଅସ୍ତ୍ରଶସ୍ତ୍ର, ଉପକରଣର ନିର୍ମାଣ ପାଇଁ ନିବେଶ ବୃଦ୍ଧି ପାଇବ

ସାଥୀଗଣ,

ଆଜି ଆମ ଦେଶରେ ଅର୍ଜୁନ ଟ୍ୟାଙ୍କ ନିର୍ମାଣ ହେଉଛି, ତେଜସ୍ ଭଳି ଅତ୍ୟାଧୁନିକ ହାଲୁକା ଲଢୁଆ ଯୁଦ୍ଧ- ବିମାନ ନିର୍ମାଣ ହେଉଛି ଏବେ ବିଜୟଦଶମୀ ଦିନ 7ଟି ନୂତନ ପ୍ରତିରକ୍ଷା କମ୍ପାନୀଗୁଡ଼ିକୁ ମଧ୍ୟ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ କରାଯାଇଛି ଆମର ଯେଉଁ ଗୋଳାବାରୁଦ କାରଖାନା ଥିଲା, ତାହା ଏବେ ସ୍ୱତନ୍ତ୍ର କ୍ଷେତ୍ରରେ ଆଧୁନିକ ପ୍ରତିରକ୍ଷା ଉପକରଣ ନିର୍ମାଣ କରିବ ଆଜି ଆମର ଘରୋଇ କ୍ଷେତ୍ର ମଧ୍ୟ ରାଷ୍ଟ୍ର ସୁରକ୍ଷାର ଏହି ସଂକଳ୍ପର ସାରଥୀ ପାଲଟୁଛି ଆମର କେତେଗୁଡ଼ିଏ ନୂତନ ପ୍ରତିରକ୍ଷା ଷ୍ଟାର୍ଟ-ଅପ୍ସ ଆଜି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁଛନ୍ତି ଆମର ଯୁବକମାନେ 20,22,25 ବର୍ଷର ଯୁବକମାନେ ଜିନିଷ ନେଇକରି ଆସୁଛନ୍ତି ଆଜ୍ଞା, ଦେଖି ଗର୍ବ ଲାଗୁଛି

ସାଥୀଗଣ,

ଉତର ପ୍ରଦେଶ ଏବଂ ତାମିଲନାଡୁରେ ନିର୍ମାଣ ହେଉଥିବା ପ୍ରତିରକ୍ଷା କରିଡର ଏହି ଗତିକୁ ଆହୁରି ଦ୍ରୁତ କରିବାକୁ ଯାଉଛି ଏହି ସମସ୍ତ ପଦକ୍ଷେପ ଯାହା ଆଜି ଆମେ ନେବାକୁ ଯାଉଛୁ, ତାହା ଭାରତର ସାମର୍ଥ୍ୟ ସହିତ ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ଆମର ପରିଚୟକୁ ସଶକ୍ତ କରିବାକୁ ଯାଉଛି

ସାଥୀଗଣ,

ଆମ ଶାସ୍ତ୍ରରେ କୁହାଯାଇଛି –  କୋ ଅତିଭାରଃ ସମର୍ଥାନାମ

ଅର୍ଥାତ ଯିଏ ସମର୍ଥ୍ୟବାନ ହୋଇଥାଏ, ତାପାଇଁ ଅତିଭାର ଗୁରୁତ୍ୱ ରଖେ ନାହିଁ, ସେ ସହଜରେ ନିଜ ସଂକଳ୍ପକୁ ସିଦ୍ଧି କରିଥାଏ, ଏଥିପାଇଁ ଆଜି ଆମେ ପରିବର୍ତିତ ବିଶ୍ୱରେ, ଯୁଦ୍ଧର ବଦଳୁଥିବା ସ୍ୱରୂପ ଅନୁସାରେ ହିଁ ନିଜର ସୈନ୍ୟଶକ୍ତିକୁ ବଢ଼ାଇବାକୁ ପଡ଼ିବ ସେମାନଙ୍କୁ ନୂଆ- ନୂଆ ଶକ୍ତିର ସହିତ ସେହି ଧାରାରେ ପକାଇବାକୁ ମଧ୍ୟ ପଡ଼ିବ ଆମକୁ ନିଜର ପ୍ରସ୍ତୁତି ଦୁନିଆରେ ହେଉଥିବା ଏହି ଦ୍ରୁତ ପରିବର୍ତନ ଅନୁକୂଳ ଧାରାରେ ହିଁ ପକାଇବାକୁ ପଡ଼ିବ ଆମକୁ ଜଣାଅଛି ଯେ କେଉଁ ଏକ ସମୟରେ ହାତୀ- ଘୋଡ଼ାର ଲଢ଼େଇ, ଏହି ରୂପ ବଦଳିଗଲା ପୂର୍ବରୁ ବୋଧହୁଏ ଯୁଦ୍ଧର ରୂପ ବଦଳାଇବାରେ ଦଶକ- ଦଶକ ଧରି ସମୟ ଲାଗି ଯାଉଥିବ, ଶତାବ୍ଦୀ-ଶତାବ୍ଦୀ ଲାଗି ଯାଉଥିବ ଆଜିକାର ଦିନରେ ସକାଳେ ଗୋଟିଏ କୌଶଳ ଥିବ ସନ୍ଧ୍ୟାରେ ଅନ୍ୟ ଯୁଦ୍ଧ କୌଶଳ, ଏତେ ଦ୍ରୁତ ଗତିରେ ଟେକ୍ନୋଲୋଜି ନିଜ ସ୍ଥାନ ସୃଷ୍ଟି କରୁଛି ଆଜିର ଯୁଦ୍ଧକଳା କେବଳ ଅପରେସନର କଳା- କୌଶଳ ମଧ୍ୟରେ ସୀମିତ ହୋଇ ରହିନାହିଁ ଆଜି ଭିନ୍ନ- ଭିନ୍ନ ଦିଗରେ ଉନ୍ନତ ତାଳମେଳ, ଟେକ୍ନୋଲୋଜି ଏବଂ ହାଇବ୍ରିଡ କୌଶଳର ଉପଯୋଗ ବହୁତ ବଡ଼ ପ୍ରଭେଦ ସୃଷ୍ଟି କରି ପାରୁଛି ସଂଗଠିତ ନେତୃତ୍ୱ, କାର୍ଯ୍ୟାନୁଷ୍ଠାନର ଉନ୍ନତ ସମନ୍ୱୟ ଆଜି ହେଉଛି ବହୁତ ଜରୁରୀ ଏଥିପାଇଁ ବିଗତ ସମୟ ଠାରୁ ପ୍ରତ୍ୟେକ ସ୍ତରରେ କ୍ରମାଗତ ଭାବେ ସଂସ୍କାର ଅଣାଯାଉଛି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫର ନିଯୁକ୍ତି ହେଉ ଅବା ବିଭାଗୀୟ ସୈନ୍ୟ ବ୍ୟାପାରର ଗଠନ, ଏହା ଆମର ସୈନ୍ୟ ଶକ୍ତିକୁ ପରିବର୍ତିତ ସମୟ ଅନୁସାରେ ପାଦ ମିଳାଇ ଚାଲିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି

ସାଥୀଗଣ,

ଆଧୁନିକ ସୀମା ଭିତିଭୂମି ମଧ୍ୟ ଆମର ସୈନିକ ଶକ୍ତିକୁ ଆହୁରି ସୁଦୃଢ଼ କରିବାକୁ ଯାଉଛି ସୀମାବର୍ତୀ ଅଂଚଳରେ ଯୋଗଯୋଗ ବ୍ୟବସ୍ଥାକୁ ନେଇ ପୂର୍ବରୁ କିଭଳି କାର୍ଯ୍ୟ ହେଉଥିଲା, ଏହା ଆଜି ଦେଶର ଲୋକ, ଆପଣ ସମସ୍ତେ ଭଲ ଭାବେ ମଧ୍ୟ ଜାଣିଛନ୍ତି ଏବେ ଯେତେବେଳେ ଲଦ୍ଦାଖ ଠାରୁ ନେଇ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ, ଜୈସଲମେରରୁ ନେଇ ଆଣ୍ଡାମାନ ନିକୋବର ଦ୍ୱୀପ ପର୍ଯ୍ୟନ୍ତ, ଅମାର ସୀମାନ୍ତବର୍ତୀ ଅଂଚଳରେ ଯେଉଁଠାରେ ସାଧାରଣ ଯୋଗାଯୋଗ ମଧ୍ୟ ଥିଲା, ଆଜି ସେଠାରେ ଆଧୁନିକ ସଡ଼କ, ବଡ଼- ବଡ଼ ସୁଢ଼ଂଗ, ସେତୁ ଏବଂ ଅପ୍ଟିକାଲ ଫାଇବର ଭଳି ନେଟୱର୍କ ବିଛା ଯାଉଛି ଏହାଦ୍ୱାରା ଆମର ସେନା ମୁତୟନ କ୍ଷମତାରେ ଅଦ୍ଭୁତପୂର୍ବ ସୁଧାର ହୋଇଛି, ସୈନିକମାନଙ୍କ ପାଇଁ ମଧ୍ୟ ଏବେ ବହୁତ ଅଧିକ ସୁବିଧା ହୋଇଛି

ସାଥୀଗଣ,

ନାରୀଶକ୍ତିକୁ ନୂତନ ଏବଂ ସମର୍ଥ ଭାରତର ଶକ୍ତି କରିବାର ଗମ୍ଭୀର ପ୍ରୟାସ ବିଗତ 7 ବର୍ଷରେ ପ୍ରତ୍ୟେକ କ୍ଷେତ୍ରରେ କରାଯାଉଛି ଦେଶର ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଭାରତ ଝିଅମାନଙ୍କର ଭାଗିଦାରୀ ଏବେ ନୂତନ ଶୀଖର ଆଡ଼କୁ ଅଗ୍ରସର ହେଉଛି ନୌସେନା ଏବଂ ବାୟୁସେନାରେ ଅଗ୍ରୀମ ମୋର୍ଚ୍ଚାରେ ମୁତୟନ ପରେ ଏବେ ସେନାବାହିନୀରେ ମଧ୍ୟ ମହିଳାମାନଙ୍କର ଭୂମିକାର ସମ୍ପ୍ରସାରଣ ହେଉଛି ସେନା ପୁଲିସର ଦ୍ୱାର ଝିଅମାନଙ୍କ ପାଇଁ ଉନ୍ମୁକ୍ତ ହେବା ଦ୍ୱାରା ଏବେ ମହିଳା ଅଧିକାରୀମାନଙ୍କୁ ପର୍ମାନେଂଟ କମିଶନ ଦେବା, ହେଉଛି ଏହି ଭାଗିଦାରୀର ସମ୍ପ୍ରସାରଣର ଅଂଶ ଏବେ ଝିଅମାନଙ୍କ ପାଇଁ ରାଷ୍ଟ୍ରୀୟ ପ୍ରତିରକ୍ଷା ଏକାଡେମୀ, ରାଷ୍ଟ୍ରୀୟ ସୈନିକ ସ୍କୁଲ ଏବଂ ରାଷ୍ଟ୍ରୀୟ ଭାରତୀୟ ସେନା କଲେଜ ଭଳି ଦେଶର ପ୍ରମୁଖ ସୈନିକ ସଂସ୍ଥାର ଦ୍ୱାର ଉନ୍ମୁକ୍ତ କରାଯାଉଛି ଚଳିତ ବର୍ଷ 15 ଅଗଷ୍ଟରେ ମୁଁ ଲାଲକିଲ୍ଲାରୁ ଏହା ମଧ୍ୟ ଘୋଷଣା କରିଥିଲି ଯେ ସାରା ଦେଶରେ ଥିବା ସମସ୍ତ ସୈନିକ ସ୍କୁଲଗୁଡ଼ିକରେ ଝିଅମାନଙ୍କୁ ପଢ଼ିବାର ସୁଯୋଗ ମିଳିବ ଏହା ଉପରେ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି

ସାଥୀଗଣ,

ମୋତ ଆପଣମାନଙ୍କ ଭଳି ଦେଶର ରକ୍ଷକଙ୍କ ପୋଷାକରେ କେବଳ ଅମାପ ସାମର୍ଥ୍ୟର ହିଁ ଦର୍ଶନ ମିଳି ନଥାଏ, ମୁଁ ଯେତେବେଳେ ଆପଣଙ୍କୁ ଦେଖୁଛି, ତେବେ ମୋତେ ଦର୍ଶନ ହୋଇଥାଏ ଅଟଳ ସେବାଭାବର, ଦୃଢ଼ ସଂକଳ୍ପ ଶକ୍ତିର ଆଉ ଅତୁଳନୀୟ ସମ୍ବେଦନଶୀଳତାର ଏଥିପାଇଁ, ଭାରତର ସେନା ବିଶ୍ୱର କୌଣସି ମଧ୍ୟ ସେନାଠାରୁ ଭିନ୍ନ, ତାହାର ଏକ ଭିନ୍ନ ପରିଚୟ ରହିଛି ଆପଣମାନେ ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ସେନା ଭଳି ପେଷାଦାର ବଳ ତଥା ଆପଣଙ୍କ ମାନବୀୟ ମୂଲ୍ୟବୋଧ, ଆପଣଙ୍କର ଭାରତୀୟ ସଂସ୍କାର, ଆପଣମାନଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ କରି ରଖିଛି, ଏକ ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ କରି ତୋଳିଛି ସେନା ବାହିନୀରେ ଯୋଗ ଦେବା ଆପଣମାନଙ୍କ ପାଇଁ ଏକ ଚାକିର ନୁହେଁ, ପହିଲାରେ ଦରମା ମିଳିବ, ଏଥିପାଇଁ ଆପଣମାନେ ଆସି ନାହାନ୍ତି, ସେନାରେ ଯୋଗ ଦେବା ଆପଣମାନଙ୍କ ପାଇଁ ହେଉଛି ଏକ ସାଧନା! ଯେପରି କେବେ ଋଷି- ମୁନି ସାଧନା କରୁଥିଲେ ନା, ମୁଁ ଆପଣମାନଙ୍କ ପ୍ରତ୍ୟେକଙ୍କ ଭିତରେ ସେହି ସାଧନାର ରୂପ ଦେଖି ପାରୁଛି ଆଉ ଆପଣମାନେ ମା ଭାରତୀର ସାଧନା କରୁଛନ୍ତି ଆପଣମାନେ ଜୀବନକୁ ସେହି ଶିଖରକୁ ନେଇ ଯାଉଛନ୍ତି ଯାହାଦ୍ୱାରା 130 କୋଟି ଦେଶବାସୀଙ୍କ ଜୀବନ ଯେଭଳି ଆପଣମାନଙ୍କ ଜୀବନରେ ସମାହିତ ହୋଇ ଯାଇଛି  ଏହା ହେଉଛି ସାଧନାର ମାର୍ଗ ଆଉ ଆମେମାନେ ହେଉଛୁ ଭଗବାନ ରାମଙ୍କ ମଧ୍ୟରେ ନିଜର ସର୍ବୋଚ୍ଚ ଆଦର୍ଶ ଖୋଜୁଥିବା ଲୋକ ଲଙ୍କା ବିଜୟ କରିବା ପରେ ଭଗବାନ ରାମ ଯେତେବେଳେ ଅଯୋଧ୍ୟା ଫେରିଥିଲେ ସେତେବେଳେ ଏହି ଉଦଘୋଷ କରି ଫେରିଥିଲେ-

ଅପି ସ୍ୱର୍ଣ୍ଣ ମୟୀ ଲଙ୍କା, ମେ ଲକ୍ଷ୍ମଣ ରୋଚତେ ଜନନୀ ଜନ୍ମଭୂମୀଶ୍ଚ ସ୍ୱର୍ଗାଦପୀ ଗରିୟସୀ।।

ଅର୍ଥାତ, ସୁନା ଏବଂ ସମୃଦ୍ଧିରେ ଭରପୂର ଲଙ୍କାକୁ ଆମେ ନିଶ୍ଚିତ ଭାବେ ଜୟ କରିଛୁ, କିନ୍ତୁ ଆମର ଏହି ଯୁଦ୍ଧ ଆମର ସିଦ୍ଧାନ୍ତ ଏବଂ ମାନବତାର ରକ୍ଷା ପାଇଁ ଥିଲା ଆମପାଇଁ ଆମର ଜନ୍ମଭୂମି ହିଁ ହେଉଛି ନିଜର, ଆମକୁ ସେଠାକୁ ଫେରିଯାଇ ତାପାଇ ଜୀଇଁବାର ଅଛି ଆଉ ଏଥିପାଇଁ, ଯେତେବେଳେ ପ୍ରଭୁ ରାମ ଫେରି ଆସିଲେ, ସେତେବେଳେ ସମ୍ପୂର୍ଣ୍ଣ ଅଯୋଧ୍ୟା ତାଙ୍କର ସ୍ୱାଗତ ଏକ ମାଆ ଭଳି କରିଥିଲା ଅଯୋଧ୍ୟାର ପ୍ରତ୍ୟେକ ନରନାରୀ, ଏପରିକି ସମ୍ପୂର୍ଣ୍ଣ ଭାରତ ବର୍ଷରେ ଦୀପାବଳିର ଆୟୋଜନ କରିଥିଲେ ଏହି ଭାବ ଆମକୁ ଅନ୍ୟମାନଙ୍କ ଠାରୁ ସ୍ୱତନ୍ତ୍ର କରି ରଖିଥାଏ ଆମର ଏହି ଉଦାର ଭାବ ଆମକୁ ମାନବୀୟ ମୂଲ୍ୟର ସେହି ଅମର ଶୀଖରରେ ବିରାଜମାନ କରିଥାଏ ଯାହା ସମୟର କୋଳାହଳରେ, ସଭ୍ୟତାର ଅସ୍ଥିରତା ମଧ୍ୟରେ ଅତୁଟ ରଖିଥାଏ ଇତିହାସ ସୃଷ୍ଟି ହୋଇଥାଏ, ବିଗିଡ଼ି ଥାଏ ମଧ୍ୟ କ୍ଷମତା ଆସିଥାଏ, ଯାଇଥାଏ ସାମ୍ରାଜ୍ୟ ଆକାଶ ଛୁଇଁଥାଏ, ପତନ ଘଟିଥାଏ, କିନ୍ତୁ ଭାରତ ହଜାର- ହଜାର ବର୍ଷ ପୂର୍ବେ ମଧ୍ୟ ଅମର ଥିଲା, ଭାରତ ଆଜି ମଧ୍ୟ ଅମର ଅଛି, ଏବଂ ହଜାର- ହଜାର ବର୍ଷ ପରେ ମଧ୍ୟ ଅମର ରହିବ ଆମେ ରାଷ୍ଟ୍ରକୁ ଶାସନ, କ୍ଷମତା ଏବଂ ସାମ୍ରାଜ୍ୟ ଭାବେ ଦେଖୁ ନାହିଁ ଆମ ପାଇଁ ଏହା ହେଉଛି ସାକ୍ଷାତ ଜୀବନ୍ତ ଆତ୍ମା ଏହାର ସୁରକ୍ଷା ଆମ ପାଇଁ କେବଳ ଭୌଗୋଳିକ ସୀମାର ସୁରକ୍ଷା ମଧ୍ୟରେ ସୀମିତ ନୁହେଁ ଆମ ପାଇଁ ରାଷ୍ଟ୍ରର ସୁରକ୍ଷାର ଅର୍ଥ ହେଉଛି ଏହି ରାଷ୍ଟ୍ରୀୟ ଜୀବନ୍ତତାର ସୁରକ୍ଷା, ରାଷ୍ଟ୍ରୀୟ ଏକତାର ସୁରକ୍ଷା ଏବଂ ରାଷ୍ଟ୍ରୀୟ ଅଖଣ୍ଡତାର ସୁରକ୍ଷା! ଏଥିପାଇଁ, ଆମ ସେନାବାହିନୀର ଆକାଶଛୁଆଁ ଶୌର୍ଯ୍ୟ ରହିଛି, ଅନେକ ହୃଦୟରେ ମାନବତା ଏବଂ କରୁଣାର ସାଗର ଭରି ରହିଛି ଏଥିପାଇଁ, ଆମର ସେନାବାହିନୀ କେବଳ ସୀମାରେ ହିଁ ପରାକ୍ରମ ଦେଖାନ୍ତି ନାହିଁ, ଯେତେବେଳେ ଦେଶର ଆବଶ୍ୟକତା ପଡ଼ିଥାଏ, ସେତେବେଳେ ଆପଣମାନେ ସମସ୍ତେ ଆପଦ-ବିପଦ, ରୋଗ, ମହାମାରୀରୁ ଦେଶବାସୀଙ୍କ ସୁରକ୍ଷା ପାଇଁ ମୈଦାନକୁ ଓହ୍ଲାଇ ଆସିଥାଆନ୍ତି ଯେଉଁଠାରେ କେହି ପହଂଚି ପାରି ନଥାନ୍ତି, ସେଠାରେ ଭାରତର ସେନାବାହିନୀ ପହଂଚି ଯାଇଥାଏ, ଏହା ଆଜି ଦେଶର ଏକ ଅତୁଟ ବିଶ୍ୱାସ ପାଲଟି ଯାଇଛି ପ୍ରତ୍ୟେକ ହିନ୍ଦୁସ୍ତାନୀଙ୍କ ମନରେ ଏହି ଭାବ ନିଜକୁ ନିଜେ ପ୍ରକଟ ହୋଇଥାଏ ଏମାନେ ଆସିଗଲେ ନା, ଆରେ ଆଉ ଚିନ୍ତା ନାହିଁ, ହୋଇଗଲା, ଏହା ଛୋଟ କଥା ନୁହେଁ ଆପଣ ଦେଶର ଅଖଣ୍ଡତା ଏବଂ ସାର୍ବଭୌମିକତାର ହେଉଛନ୍ତି ପ୍ରହରୀ, ଏକ ଭାରତ- ଶ୍ରେଷ୍ଠ ଭାରତର ସଂକଳ୍ପର ହେଉଛନ୍ତି ପ୍ରହରୀ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଆପଣଙ୍କର ଶୌର୍ଯ୍ୟର ପ୍ରେରଣାରେ ଆମେ ନିଜର ଭାରତକୁ ଶୀର୍ଷ ଶୀଖର ପର୍ଯ୍ୟନ୍ତ ନେଇଯିବା

ସାଥୀଗଣ,

ଦୀପାବଳିର ଆପଣମାନଙ୍କୁ ଶୁଭକାମନା ଆପଣଙ୍କ ପରିବାରର ଲୋକଙ୍କୁ ଶୁଭକାମନା ଆଉ ଆପଣମାନଙ୍କ ଭଳି ବୀର ପୁଅ-ଝିଅମାନଙ୍କୁ ଜନ୍ମ ଦେଇଥିବା ସେହି ମାଆମାନଙ୍କୁ ମଧ୍ୟ ମୁଁ ପ୍ରଣାମ କରୁଛି ମୁଁ ପୁଣିଥରେ ଆପଣ ସମସ୍ତଙ୍କୁ ଦୀପାବଳିର ଅନେକ-ଅନେକ ଶୁଭକାମନା ଜଣାଉଛି ମୋ ସହିତ ସମ୍ପୂର୍ଣ୍ଣ ଶକ୍ତିର ସହିତ କୁହନ୍ତୁ ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ! ଭାରତ ମାତା କୀ ଜୟ!

ଧନ୍ୟବାନ!

*****

AH



(Release ID: 1769435) Visitor Counter : 171