ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ନଭେମ୍ବର ୩ ତାରିଖରେ କମ୍ ଟୀକାକରଣ ହୋଇଥିବା ଜିଲ୍ଲାମାନଙ୍କ ସହିତ ସମୀକ୍ଷା ବୈଠକ କରିବେ

ପୋଷ୍ଟ କରାଯିବା ଦିନାଙ୍କ: 31 OCT 2021 1:38PM by PIB Bhubaneswar

ଜି -୨୦ ଶିଖର ସମ୍ମିଳନୀ ଏବଂ ସିଓପି୨୬ ରେ ଯୋଗଦେବା ପରେ ଦେଶକୁ ଫେରିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତୁରନ୍ତ କମ୍ଟୀକାକରଣ ହୋଇଥିବା ଜିଲ୍ଲାମାନଙ୍କ ସହିତ ନଭେମ୍ବର ତାରିଖ  ମଧ୍ୟାହ୍ନ ୧୨ ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ସମୀକ୍ଷା ବୈଠକ କରିବେ

ଏହି ବୈଠକରେ ପ୍ରଥମ ଡୋଜ୍ ୫୦% ରୁ କମ୍ ଟୀକାକରଣ ଏବଂ କୋଭିଡ୍ ଟିକା ଦ୍ୱିତୀୟ ଡୋଜର କମ୍ ଟିକାକରଣ ହୋଇଥିବା ଜିଲ୍ଲାଗୁଡିକ ସାମିଲ ହେବେ ପ୍ରଧାନମନ୍ତ୍ରୀ ଝାଡଖଣ୍ଡ, ମଣିପୁର, ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ ଏବଂ ଅନ୍ୟ ରାଜ୍ୟର ୪୦ ରୁ ଅଧିକ ଜିଲ୍ଲାର ଜିଲ୍ଲାପାଳଙ୍କ ସହ କମ୍ଟୀକାକରଣ ସଂକ୍ରାନ୍ତରେ ଆଲୋଚନା କରିବେ ଏହି ଅବସରରେ ସମ୍ପୃକ୍ତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ

HS


(ରିଲିଜ ଆଡି: 1768145) ପରିଦର୍ଶକ କାଉଣ୍ଟର : 234