ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
25 SEP 2021 4:42AM by PIB Bhubaneshwar
ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ସଫଳ ପରୀକ୍ଷାର୍ଥୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି ।
ଏକ ଟ୍ୱିଟ ଶୃଙ୍ଖଳରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି । ଜନ ସେବାର ଏକ ଉଦ୍ଦୀପକ ଓ ସନ୍ତୋଷଜନକ କ୍ୟାରିୟର ଅପେକ୍ଷା କରିଛି ।
ଯେଉଁମାନେ ପରୀକ୍ଷାରେ ସଫଳ ହୋଇଛନ୍ତି ସେମାନେ ଦେଶ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପ୍ରମୁଖ ପ୍ରଶାସନିକ ଦାୟିତ୍ୱ ତୁଲାଇବେ ।
ଯେଉଁ ଯୁବ ବନ୍ଧୁମାନେ ୟୁପିଏସସି ପରୀକ୍ଷାରେ ସଫଳ ହୋଇନାହାନ୍ତି ସେମାନଙ୍କୁ କହିବାକୁ ଚାହେଁ ଯେ, ଆପଣମାନେ ଖୁବ ପ୍ରତିଭାସମ୍ପନ୍ନ ବ୍ୟକ୍ତି । ଆଗକୁ ଅଧିକ ସୁଯୋଗ ରହିଛି ।
ଭାରତରେ ବ୍ୟାପକ ସୁଯୋଗ ଆବିଷ୍କାର ଅପେକ୍ଷାରେ ରହିଛି । ଯାହା ବି ଆପଣାଇବାକୁ ନିଷ୍ପତ୍ତି ନେବେ ସେଥିପାଇଁ ଶୁଭେଚ୍ଛା ଜଣାଉଛି ।”
SR
(Release ID: 1757961)
Visitor Counter : 210
Read this release in:
English
,
Urdu
,
Hindi
,
Marathi
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam